ଗାଇସିଲଟରେ ବୁଲିବ ନବୀନଙ୍କ ବିଜୟ ରଥ : ନବୀନ କହିଲେ ଆତ୍ମୀୟତା ଡ଼ୋରୀରେ ବାନ୍ଧିଛନ୍ତି ବିଜେପୁରବାସୀ

- Advertisement -

ବରଗଡ଼ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ନିର୍ବାଚନୀ ମଣ୍ଡଳୀର ଗାଇସିଲଟ ବ୍ଲକର ବିଭିନ୍ନ ଅଂଚଳରେ ପ୍ରଚାର କରିବେ । ହାଇଟେକ ବସରେ ନବୀନ ପ୍ରଚାର କରିବା ସହ ବିିଭିନ୍ନ ପଥପାନ୍ତ ସଭା କରିବେ । ତେବେ ବିଜେପୁରରେ ଗୋଟିଏ ଦିନ ରହଣୀ ପରେ ନବୀନ କହିଛନ୍ତି ଯେ ବିଜେପୁରବାସୀଙ୍କ ସ୍ୱାଗତ ମତେ ଆତ୍ମୀୟତାର ଡୋରୀରେ ବାନ୍ଧିଛି । ନିରନ୍ତର ଭାବେ ମୋ ପ୍ରତି ଆପଣମାନେ ଦେଇଆସିଥିବା ଭଲପାଇବା ନିକଟରେ ମୁଁ କୃତଜ୍ଞ । ବିଜେପୁର ଉପନିର୍ବାଚନରେ ବିଜୟ କେବଳ ଆମ ଦଳର ନୁହେଁ, ଏହା ହେବ ବିଜେପୁରବାସୀଙ୍କ ବିଜୟ । ଗୁରୁବାର ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ବିଜେପୁର ରୋଡ଼ ସୋ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ବିଜେପୁରରୁ ବରପାଲି ଅଭିମୁଖେ ଯିବା ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ନାହିଁନଥିବା ଭିଜ ଜମିଛି । ଏହି ରୋଡ ସୋରେ ହଜାର ହଜାର ସଂଖ୍ୟାରେ କର୍ମୀ ଓସାଧାରଣ ଲୋକଙ୍କ ସମାଗମ ହୋଇଥିବା ବେଳେ ବିଜେପୁର ଉଠୁଛି ପଡୁଛି । ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ -ନିର୍ବାଚନ କ୍ଷ ଏଥିଲାଗି ବିଜେପୁର ପ୍ରଚାର ଜୋର ଧରିଛି ବିଜେପୁରରେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିଛନ୍ତି । ରୋଡ ସୋ ରେ ନବୀନ ଉପସ୍ଥିତ ଲୋକମାନଙ୍କୁ ଜୁହାର କହିବା ସହ ଆପଣ ମାନେ ମତେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ । ଏହା ସହ ,, “ଆପଣ ମାନେ ଖୁସି ତ ” ବୋଲି ପଚାରୁଥିଲେ । ଲୋକେ କହୁଥିଲେ ହଁ କ୍ଷ ସାଙ୍ଗେ ସାଙ୍ଗେ ନବୀନ କହୁଥିଲେ ” ମୁଁ ବି ବହୁତ ଖୁସି” । ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ଓ ତାଙ୍କୁ ଶୁଣିବାକୁ ରାସ୍ତା କଢରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଛିଡା ହୋଇଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles