ଋଣ ସୁଝିଲେ ମହିଳା : ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ

- Advertisement -

ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ସାରା ଭାରତରେ ରେକର୍ଡ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ମହିଳା ଓଡ଼ିଆ ସାଂସଦ ମାନେ ଏବେ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି l ଓଡ଼ିଶାର ଦାବି ସଂସଦରେ ଶାଣିତ କରୁଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏହି ଅବଦାନକୁ ଲକ୍ଷ ଲକ୍ଷ ମହିଳା ଅନୁଭବ କରିଛନ୍ତି l ଯେଉଁଥି ପାଇଁ ମହିଳାଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ l ଏବେ ସେହି ମହିଳା ମାନେ ମୁଖ୍ୟମନ୍ତ୍ରୀଙ୍କ ଋଣ ସୁଝିବାକୁ ପ୍ରୟାସ କରିଛନ୍ତି l ଯାହା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଯାଜପୁରରେ ଦେଖିବାକୁ ମିଳିଛି l ଯାଜପୁରର ଗଣେଶ ମଣ୍ଡପରେ ଯାଜପୁର ବିଜୁଜନତା ମହିଳା ପକ୍ଷରୁ ଅନୁଷ୍ଠିତ ସ୍ବେଛାକୃତ ରକ୍ତଦାନ ଶିବିରରେ 200ଜଣ ମହିଳା ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି l ଯାହାକି ସାରା ଓଡ଼ିଶାରେ ଏକ ଉଦାହରଣ କରିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନରେ ଅଧିକ ସଂଖ୍ୟକ ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଛି l ତେବେ ଯାଜପୁରରେ ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମହିଳା ମାନଙ୍କ ଠାରୁ ଦୁଇ ଶହ ଯୁନିଟି ରକ୍ତ ସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ସବୁଠାରୁ ବଡ ଉପହାର l ଏହି ରକ୍ତଦାନର ନେତୃତ୍ୱ ନେଇଥିଲେ ଯାଜପୁର ବିଜେଡ଼ର ଯୁବ ନେତା ତଥା ପୂର୍ଵତନ ଅଧକ୍ଷ ଭବ ପ୍ରସାଦ ଦାସ l ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ l ମାନବ ସେବା ହିଁ ମାଧବ ସେବା ନୀତିକୁ ସଭିଏଁ ଆପଣାଇବାକୁ ବିଧାୟକ ଆହ୍ୱାନ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବଟକୃଷ୍ଣ ମହାପାତ୍ର, ମନୋଜ ସାହୁ, ସନ୍ତୋଷ ମଲ୍ଲିକ, ସାମ୍ବାଦିକ ତପନ ମହାନ୍ତି, ଦୀପକ ଦାସ ପ୍ରମୁଖ ସାମିଲ ହୋଇଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles