ଭୁବନେଶ୍ୱର : ଧଳା କୂର୍ତ୍ତା, ପାଇଜାମା ଓ ହାୱାଇ ଚପଲ । ୧୯୯୭ ମସିହାରେ ବିଜୁ ପଟ୍ଟନାୟକ ଆବର୍ତ୍ତମାନରେ ଓଡ଼ିଶା ଲୋକଙ୍କ ସାମ୍ନାକୁ ଆସିଥିଲେ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ । ସେତେବେଳେ ଓଡ଼ିଶାର ଲୋକ ତାଙ୍କୁ ଚିହ୍ନିବା ତ ଦୂରର କଥା ତାଙ୍କୁ ଦେଖିନଥିଲେ ମଧ୍ୟ । ଅତ୍ୟନ୍ତ ଶାନ୍ତ ଓ ସରଳ ଥିବା ନବୀନ ଯେ ଦିନେ ଓଡ଼ିଶାରେ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ହେବେ ତାହା କେବେ କିଏ ବି ଭାବିନଥିଲେ । ୨୨ବର୍ଷ ଧରି ଓଡ଼ିଶାର ବିକାଶ ପୁୁରୁଷ ଭାବେ ସେ ପରିଚିତ ହୋଇଛନ୍ତି । ନିଜର ସରଳ ଜୀବନଯାପନ ଓ ସ୍ୱଚ୍ଛ ଭାବମୃର୍ତ୍ତି ପାଇଁ ସେ ସଭିଁଙ୍କ ପ୍ରିୟପାତ୍ର ହୋଇଛନ୍ତି । ଜଣେ ଲେଖକରୁ ସେ ପାଲଟିଯାଇଛନ୍ତି ପ୍ରବୀଣ ରାଜନେତା । ଦୁର୍ନୀତି ଓ ଭଷ୍ଟାଚାର ପ୍ରତି ତାଙ୍କର ଘୃଣାଭାବ ଓ ସାଧାରଣ ଲୋକଙ୍କ ପାଇଁ ଦରଜି ମଣିଷ ସାଜିଥିବା ନବୀନ ଆଜକୁ ୨୨ବର୍ଷ ଧରି ଓଡ଼ିଶା ଅପରାଜେୟ ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ସରଳ ଜୀବନ ଯାପନ ଓ କମ କଥା କହୁଥିବାରୁ ସେ ଆଜି କୋଟିକୋଟି ଓଡ଼ିଆଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି । କେବଳ ଓଡ଼ିଶାର ନୁହେଁ, ସାରା ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭାବେ ମଧ୍ୟ ନବୀନ ସମ୍ମାନୀତ ହୋଇଛନ୍ତି । ଯାହା ସବୁ ଓଡ଼ିଆଙ୍କ ପାଇଁ ଗର୍ବର ଓ ଗୌରବର କଥା । ୨୦୦୦ ମସିହାରୁ ସାଧାରଣ ନିର୍ବାଚନ ପାଦ ଥାପିଥିବା ନବୀନ ଆଜି ଯାଏ ସବୁ ନିର୍ବାଚନରେ କେବଳ ବିଜୟ ଆଉ ବିଜୟର ସ୍ୱାଦ ଚାଖିଛନ୍ତି । ପରାଜୟ ଶଦ୍ଧ କଣ ତାହା ନବୀନ ଜାଣିନାହାନ୍ତି । ପ୍ରତିଥର ସାଧାରଣ ନିର୍ବାଚନରେ ନବୀନ ଅଧିକ ଭୋଟ ପାଇଁ କ୍ଷମତାଶାଳୀ ହୁଅନ୍ତି । ନିଜର ଚତୁର ରାଜନୈତିକ ଗୋଟି ଚଳାନରେ ସେ ବିରୋଧୀଙ୍କୁ ମାତ ଦିଅନ୍ତି ନିର୍ବାଚନରେ । ଓଡ଼ିଶାକୁ ୧୯ବର୍ଷ ଧରି ସ୍ଥିର ସରକାର ଦେବାରେ ନବୀନ ସଫଳ ହୋଇଛନ୍ତି । ତାଙ୍କ ସାଧୁତ ଓ ସରଳତାକୁ ୪କୋଟି ଓଡ଼ିଆ ବେଶ ପସନ୍ଦ କରନ୍ତି । ଯେଉଁଥି ପାଇଁ ପୌର ନିର୍ବାଚନ ହେଉ ଅବା ପଂଚାୟତ କି ସାଧାରଣ ନିର୍ବାଚନ ସବୁଥିରେ ଓଡ଼ିଶାବାସୀ ତାଙ୍କୁ ପୁର୍ଣ୍ଣସଂଖ୍ୟା ଗରିଷ୍ଠତା ଦିଅନ୍ତି । ସେ ତାଙ୍କର ରାଜନୈତିକ ଗୁରୁଭାବେ ଅଟଳବିହାରୀ ବାଜପେୟୀଙ୍କୁ ଗ୍ରହଣ କରିଥିଲେ । ଓଡ଼ିଶାର ପ୍ରଥମ ନେତା ଭାବେ ସେ ୫ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଯେତେ ନିନ୍ଦା , ଅପବାଦ ଓ ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ଆସିଲେ ମଧ୍ୟ ତାହା ତାଙ୍କୁ ଭେଦ କରିପାରିନାହିଁ । ଓଡ଼ିଶା ବାହାରେ ପଡ଼ିଥିବା ନବୀନ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ଦିନ କଟକ ସହରରେ ଜନ୍ମଲାଭ କରିଥିଲେ । ପ୍ରଥମେ କଟକ ସହରରେ ପାଠପଢା ଆରମ୍ଭ କରି ଡ଼ୁନ ସ୍କୁଲ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢିଥିଲେ । ଲେଖା ଲେଖିରେ ରୁଚି ରଖିଥିବା ନବୀନ ୩ଟି ପ୍ରସ୍ତୁକ ଲେଖିଥିଲେ । ତାହା ହେଉଛି ଏ ସେକେଣ୍ଡ ପାରାଡ଼ାଇଜ, ଏ ଡ଼ିଜର୍ଟ କିଙ୍ଗଡ଼ମ ଓ ଦି ଗାର୍ଡେନ୍ ଅଫ୍ ଲାଇଫ । ଯାହା ପାଠକମାନେ ବେଶ ପସନ୍ଦ କରିଥିଲେ ଓ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଏହି ପ୍ରସ୍ତୁତ ବେଶ ପରିଚିତ ହୋଇଛି । ପ୍ରଥମେ ଆସ୍କା ସଂସଦୀୟ କ୍ଷେତ୍ରରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନବୀନ ପଟ୍ଟନାୟକ ୨ଥର ସାଂସଦ ଓ ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଯାଏ ସେ ନିର୍ବାଚନ ହାରିନାହାନ୍ତି । ୧୯୯୭ ମସିହାରୁ ଆଜିଯାଏ ସେ ବିଜୁ ଜନତା ଦଳ(ବିଜେଡ଼ି)ର ସଭାପତି ଭାବେ ରହିଆସିଛନ୍ତି । ବିଜେଡ଼ିକୁ ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୈତକଦଳ ଭାବେ ସେ ଗଢିବାରେ ସଫଳ ହୋଇଛନ୍ତି । ଭାରତବର୍ଷରେ ବହୁ ଆଚଳିକ ଦଳ ଲୋପ ପାଇଯାଉଥିବା ବେଳେ ନବୀନ କିନ୍ତୁ ଓଡ଼ିଶାରେ ତାଙ୍କ ଦଳକୁ ମଜବୁତ କରିଛନ୍ତି । ତାହା ସମ୍ଭବ ହୋଇଛି ନିଜର ସରଳ ଜୀବନ ଯାପନ ଓ ଭାବମୃର୍ତ୍ତି ସହ ଚତୁର ରାଜନୈତିକ ଗୋଟିଚଳାନ ପାଇଁ । ନବୀନଙ୍କ ଲୋକପ୍ରିୟତା ଆଗରେ ଓଡ଼ିଶା ରାଜନୀତିର ବଡ଼ବଡ଼ ଚାଣକ୍ୟ କୁହାଯାଉଥିବା ରାଜନେତାମାନେ ବି ହାରମାନିଛନ୍ତି । ନିରବତା ହିଁ ତାଙ୍କ ସଫଳାତାର ମନ୍ତ୍ରୀ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି । ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିବା ନବୀନ ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି । ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନା କରି ସେ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃ୍ଷ୍ଟି କରିଛନ୍ତି । କାରଣ ଦୁର୍ନୀତି ଓ ଭଷ୍ଟାଚାର ତାଙ୍କ ପାଖ କେବେ ମାଡ଼ିବାକୁ ସେ ଦିଅନ୍ତି ନାହିଁ । ଯିଏ ଦୁର୍ନୀତି କରନ୍ତି ସେ ତାଙ୍କର ଯେତେ ଘନିଷ୍ଠ ହେଉଥାଆନ୍ତୁ ନା କାହିକିଁ ସେ ତାଙ୍କ ବିରୋଧରେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଅନ୍ତି । ଯେଉଁଥି ପାଇଁ ସେ ୫ମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡ଼ିଶାର । ୫ମ ପାଳିରେ ନବୀନ ଆକ୍ସନ ମୁଡ଼ରେ ରହିଛନ୍ତି । ସରକାର ଓ ଲୋକଙ୍କ ମଧ୍ୟରେ ସର୍ମ୍ପକକୁ ନିବିଡ଼ କରିବା ପାଇଁ ସେ ଶାସନ ବ୍ୟବସ୍ଥାରେ ୫-ଟି ବ୍ୟବସ୍ଥା ପ୍ରଚଳନ କରିଛନ୍ତି । କେବଳ ସେତିକି ନୁହେଁ, ଏହାର କାର୍ଯ୍ୟକାରିତା ପାଇଁ ତାଙ୍କର ବିଶ୍ୱସ୍ତ ସଚିବ ଭି.କାତ୍ତିକେୟନ ପାଣ୍ଡିୟାନଙ୍କୁ ସେ ଗୁରୁଦାୟିତ୍ୱ ଦେଇଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହାଛଡ଼ା ସେ ଅନେକ ଗୁଡ଼ିଏ ପଦକ୍ଷପ ନେଇଛନ୍ତି ତାହା ତାଙ୍କୁ ବିଶ୍ୱରେ ପରିଚିତ କରିଛି । ୯୦ ଦିନରେ ବିଶ୍ୱକପ ହକି ଆୟୋଜନ କରିବା ସହିତ ଏହାକୁ ଭାରତଲୋକଙ୍କ ଜନମାନସରେ କିକ୍ରେଟ ସହ ସମତୁଲ କରିପାରିଛନ୍ତି । ସମ୍ବିଧାନର ମୁଖବନ୍ଧରେ ଅହିଂସା ଶଦ୍ଧ ରହିବା ଦରକାର , ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପରି କେତେକ ପଦକ୍ଷପ ତାଙ୍କୁ ବିଶ୍ୱ ଦରବାରେ ପରିଚିତ କରାଇଛି । ଗାନ୍ଧୀଜୀଙ୍କ ଆଦର୍ଶ ଓ ଅହିଂସା ସର୍ମ୍ପକରେ ନବୀନଙ୍କ ପ୍ରଚେଷ୍ଟା ଏବେ ଚାରିଆଡ଼େ ଆଦୃତ ହୋଇଛି ।
ନବୀନଙ୍କ ଶୁଭମନାସି ବିରଜାପୀଠରେ ବବିଙ୍କ ସମୂହ ଦୀପଦାନ…
ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିଛନ୍ତି ନବୀନ । ଓଡ଼ିଶାବାସୀଙ୍କ ସେହ୍ନ ଶ୍ରଦ୍ଦା ଓ ହୃଦୟ ଜିତି ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଯାହା ଦେଶରେ ବିରଳ । ୨୨ବର୍ଷ ତଳେ ଓଡ଼ିଶା ରାଜୀନୀତିରେ ପ୍ରବେଶ କରିଥିବା ନବୀନ ଆଜି ଯାଏ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ଓଡ଼ିଶାରେ ନିରବଛିନ୍ନ ଶାସନ କରୁଛନ୍ତି । ଓଡ଼ିଶାର ଜନ ସାଧାରଣ ପ୍ରତିଥର ତାଙ୍କୁ ଅଧିକ ସମର୍ଥନ ଦେଇ ନିର୍ବାଚିତ କରୁଛନ୍ତି । ସେ ଓଡ଼ିଶାର ବିକାଶ ପୁରୁଷ ଭାବେ ବେଶ ପରିଚିତ ।
ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସେ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେଣୁ କୋଟିକୋଟି ଓଡ଼ିଆଙ୍କ ମନର ମଣିଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୭୩ ତମ ଜନ୍ମଦିନ ଅବସରରେ ଯାଜପୁର ବିଧାୟକ ତଥା ନବୀନଙ୍କ ଅତି ବିଶ୍ୱସ୍ତ ପ୍ରଣବ ପ୍ରକାଶ ଦାସ(ବବି) ମା ବିରଜାଙ୍କ ପାଖରେ ଶୁଭମନାସିଛନ୍ତି । ସକାଳୁ ମା ବିରାଜଙ୍କ ପାଖରେ ନିଜର ହଜାର ହଜାର ସମର୍ଥକଙ୍କ ସହ ପ୍ରଣବ ନବୀନଙ୍କ ଦୀଘାୟୁ କାମନା କରିବା ସହ ନବୀଙ୍କ ଶୁଭମାନସି ସମୂଳ ଦୀପଦାନ କରିଛନ୍ତି ।
ଏହାପରେ ବୃକ୍ଷରୋପଣ, ସକ୍ରୀୟ କର୍ମୀ କର୍ମଶାଳା, ରକ୍ତାଦନ ଶିବିର , ଯାଜପୁର ମେଡ଼ିକାଲରେ ଫଳବଣ୍ଟନ କରିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । କେବଳ ସେତିକି ନୁହେଁ, ନବୀନବାବୁ ଯେପରି ସରଳ ଓ ପରଉପକାରୀ ସେପରି ହେବା ପାଇଁ ପ୍ରଣବ (ବବି) ଉପସ୍ଥିତ କର୍ମୀ ଓ ନେତାଙ୍କ ଆହ୍ୱାନ କରିଥିଲେ । ନବୀନବାବୁଙ୍କ ପରି ଭଲ ମଣିଷ ହଲେ ଆମ ଗାଁ ଓ ରାଜ୍ୟ ଉନ୍ନତି କରିବ ବୋଲି ପ୍ରଣବ କହିଛନ୍ତି । କାରଣ ନବୀନବାବୁଙ୍କ ଭାବମୃର୍ତ୍ତ ହି; ତାଙ୍କୁ ଆଜି ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ସାରା ବିଶ୍ୱରେ ପରିଚିତ କରାଇଛି ବୋଲି ସେ ବିଧାୟକ କହିଥିଲେ । ଶେଷରେ କର୍ମୀ ଓ ସାଧାରଣ ଲୋକମାନେ ନବୀନଙ୍କ ୭୩ ତମ ଜନ୍ମଦିନ ପାଇଁ କରିଥିବା କେକ୍ କାଟିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ ।
ବିଜେପୁର ୟଙ୍ଗ ବ୍ରିଗେଡିୟର ମଙ୍ଗ ଧରିଛନ୍ତି ବବି : ନବୀନଙ୍କ ପ୍ରଚାର ପାଇଁ ଜୋରଦାର ପ୍ରସ୍ତୁତ..
ଭୁବନେଶ୍ୱର : ବିଜେଡିର ୟଙ୍ଗ ବ୍ରିଗେଡିୟର ଅରୁଣ ସାହୁ , ସଂଜୟ ଦାସବର୍ମା , ସୁଶାନ୍ତ ସିଂ, ଚିନ୍ମୟ ସାହୁ. ବିଧାୟକ ଅନନ୍ତ ଜେନା, ଅମରେଶ ପତ୍ରୀ l ଏପରି ବହୁ ନେତା ଏବେ ବିଜେପୁରରେ ଡେରା ପକାଇ ରୀତା ସାହୁଙ୍କୁ ଜିତାଇବା ପାଇଁ ପ୍ରଚାର ଓ ରଣନୀତି ପ୍ରସ୍ତୁତ କରିଛନ୍ତି l ଆଉ ଏମାନଙ୍କୁ ବିଜେପୁର ରେ ବଳ ଯୋଗାଉଛନ୍ତି ବିଜେଡିର ପାୱରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ l ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଉପ ନିର୍ବାଚନରେ ନବୀନଙ୍କ ନିର୍ଦେଶକୁ କିପରି ଅକ୍ଷର ଅକ୍ଷରରେ ପାଳନ କରାଯାଇ ରୀତା ସାହୁଙ୍କୁ ବିଜୟ କରାଯିବ ତାହାର ଗୋଟି ଚାଳନ କରୁଛନ୍ତି ବବି l ତାହାସହ ସାଙ୍ଗରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସିଂ , ଦେବୀ ପ୍ରସାଦ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ ଓ ଛାମୁଆ ଛାତ୍ର, ମହିଳା ସଂଗଠନର ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରତି ଘରୁ କିପରି ଅଧିକ ପରିମାଣରେ ବିଜେଡି ନାଁରେ ଭୋଟ ପଡିବ ସେନେଇ ବବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗାଏସିଲଟ , ବିଜେପୁର , ବରପାଲି ସହିତ ଦୁଇଟି ଏନଏସି ର ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଅଫିସ ଯାଇ ବବି ପ୍ରତ୍ୟେକ ଦିନ ପ୍ରଚାରର ସମୀକ୍ଷା କରୁଛନ୍ତି l
କେବଳ ସେତିକି ନୁହେଁ l ବିଜେପୁରରେ ବିରୋଧୀ ଶିବିର ଉପରେ ମଧ୍ୟ କଡା ନଜର ରଖିଛନ୍ତି l ପୁଣି ଥରେ ବିଜେପୁରରେ କିପରି ଶଙ୍ଖ ଧ୍ଵନି ଶୁଭିବ ସେ ଚିନ୍ତା ବବିଙ୍କୁ ଘାରିଛି l ଏଯାଏଁ ପ୍ରଚାରରେ ବିଜେଡି ଆଗରେ ରହିଥିବା ବେଳେ ସଭାପତିଙ୍କ ଦୁଇଦିନିଆ ପ୍ରଚାର କିପରି ସଫଳ ହେବ ସେ କାମରେ ବବି ଲାଗିଛନ୍ତି l
ଆସନ୍ତା 17 ଓ 18 ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ l ଏଥିଲାଗି ବବି ବିଜେପୁରରେ ଘନ ଘନ ବୈଠକ କରୁଛନ୍ତି ନେତା ଓ କର୍ମୀଙ୍କ ସହ l କାରଣ ଲକ୍ଷ ରହିଛି ବହୁ ବ୍ୟବଧାନରେ ବିଜେଡିକୁ ବିଜୟ କରିବା ପାଇଁ l
୨୦୧୮ ଉପନିର୍ବାଚନରେ ବିଜେଡି ପ୍ରାଥୀ ରୀତା ସାହୁଙ୍କୁ ୪୧ ହଜାରରୁ ଅଧିକ ଭୋଟରେ ଜିତିଥିଲେ l
ଜନ୍ମଦିନ ପାଳିବେନି ନବୀନ : ନେତାଙ୍କୁ ପୁଣି ଦେଲେ ସେବା ଟିପ୍ସ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଥର ପରି ଏଥର ବି ଜନ୍ମଦିନ ପାଳିବେ ନାହିଁ l କାଲି ନବୀନଙ୍କ ୭୩ ତମ ଜନ୍ମଦିନ । ଜନ୍ମଦିନ ra ଦିନକ ପୂର୍ଵରୁ ନବୀନ ଜନ୍ମଦିନ ପାଳିବେନି ବୋଲି ଘୋଷଣା କରିଛନ୍ତି । ଚଳିତବର୍ଷ ଫନି ବାତ୍ୟାରେ ରାଜ୍ୟର ବିପୁଳ କ୍ଷତି ଘଟିଥିବାରୁ ଆସନ୍ତାକାଲି ତାଙ୍କ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ କର୍ମୀମାନେ କାଲି ନବୀନ ନିବାସ ଏ ଆସି ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି l ତେବେ ନବୀନଙ୍କ ଜନ୍ମଦିନ ପାଇଁ ବିଜେଡି ରାଜ୍ୟବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରିଛି l
ବିଜେପୁରରେ ପ୍ରଣବଙ୍କ ନୂଆ ଫର୍ମୁଲା : ନବୀନଙ୍କ ଯୋଜନା ଓ ପଶ୍ଚିମ ଓଡ଼ିଶାର ବିକାଶର ବ୍ଲୁପ୍ରିଣ୍ଟ ଲୋକଙ୍କୁ ବୁଝାଇଲେ
ଭୁବନେଶ୍ୱର : ରାଜ୍ୟ ପାଇଁ ନବୀନ ସରକାର କଣ କରିଛନ୍ତି । ସମାଜର ସବୁ ବର୍ଗ ପାଇଁ କି ଯୋଜନା କରିଛନ୍ତି ରାଜ୍ୟ ସରକାର । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ କଣ ଆଉ ରହିଛି ? ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା କଣ ? ଏସବୁ ଏବେ ବିଜେପୁର ନିର୍ବାଚନୀ ମଣ୍ଡଳୀର ବୃଦ୍ଧିଜୀବୀ,ଯୁବକ,ମହିଳା, ଛାତ୍ର ଓ ବିଭିନ୍ନ ସାମାଜିକ ସଂଗଠନକୁ ବୁଝାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ସରକାରୀ ଯୋଜନାର କିପରି ଲୋକମାନେ ଭରପୁର ଫାଇଦା ପାଇବେ ସେ ସର୍ମ୍ପକରେ ମଧ୍ୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ସାଧାରଣ ଲୋକ ସରକାରୀ ଯୋଜନାରୁ ବଂଚିତ ହେଲେ କିପରି ମୋ ସରକାର ଯୋଜନାର ସୁଫଳ ନେଇପାରିବେ । ଏସବୁ ବିଜେପୁର ନିର୍ବାଚନୀ ମଣ୍ଡଳୀର ଜଗନ୍ନାଥ ନଗର, ବରପାଲି, ଗାଇସିଲଟ, ବିଜେପୁରରେ ଅଂଚଳରେ ସଚେତନ ବିଜେପୁରବାସୀଙ୍କୁ ବୁଝାଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ଏଥିସହିତ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମଧ୍ୟ ଭୋଟ ଭିକ୍ଷା କରୁଛନ୍ତି । ବିଜେପୁର ନିର୍ବାଚନୀ ମଣ୍ଡଳୀର ୩ଟି ବ୍ଲକ ଓ ୨ଟି ଏନଏସିରେ ପ୍ରଣବ(ବବି) ବିଜେଡ଼ିର ବରିଷ୍ଠ ଓ ଛାମୁଆ ସଂଗଠନର ନେତାମାନେଙ୍କ ସହ ଯୋଗାଯୋଗ କରି ବିଜେଡ଼ିର ପ୍ରଚାରକୁ ଜୋରଦାର କରିବା ସହ ଭୋଟର ପୂର୍ବ ଆକଳନ କରିଛନ୍ତି ।
ଆସନ୍ତା ୧୭ ଓ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁରରେ ଦୁଇଦିନ ପ୍ରଚାର କରିବେ । ସୁପ୍ରିମୋଙ୍କ ପ୍ରଚାର କିପରି ସଫଳ ହେବ ସେନେଇ ମଧ୍ୟ ନେତାଙ୍କ ସହ ଆଲୋଚନା କରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବବି । ବିଭିନ୍ନ ସଭାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଅଭିଭାଷଣରେ କହୁଛନ୍ତି ଯେ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ହିଁ ରୀତା ସାହୁଙ୍କୁ ବିଜେପୁରରେ ବିଜୟ କରାଇବ । ତେଣୁ ସମସ୍ତ ବିଜେଡ଼ି କର୍ମୀ ଓ ବିଜେପୁରବାସୀଙ୍କ ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ୨୦୧୮ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ବିଜେପୁର ବାଜି ଜିତିଛି । ଏଥର ମଧ୍ୟ ଦଳ ବିଜେପୁରରେ ଭଲ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଶାସକ ଦଳର ନେତାଏ ଯୁକ୍ତି ବାଢୁଛନ୍ତି । ତେତେ ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହେବ ବିଜେପୁରବାସୀ କାହା କଥାକୁ ବିଶ୍ୱାସକୁ ନେଇଛନ୍ତି ।
ବିଜେପୁରରେ ବିଜେଡ଼ିର ଜୋରଦାର ପ୍ରଚାର : ୧୭ ଓ ୧୮ରେ ନବୀନ କରିବେ ପ୍ରଚାର ..
ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖର ବିଜେପୁର ଉପ-ନିର୍ବାଚନ । ପାଖେଇ ଆସିଲା ଭୋଟ । ବିଜେପୁରରେ ଏବେ ମାଳମାଳ ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ । ବିଜେପୁର ପ୍ରଚାରରେ ଏଯାଏ ଆଗରେ ରହିଛି ବିଜେଡ଼ି । ତା ପଛକୁ ବିଜେପି ରହିଥିବା ବେଳେ କଂଗ୍ରେସର ପ୍ରଚାର ଟିକେ ଧୀମା ପଡ଼ିଛି । ଆସନ୍ତା ୧୭ ଓ ୧୮ ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ପ୍ରଚାରରେ ଯିବେ । ଦୁଇଦିନ ଗସ୍ତରେ ବିଜେପୁର ନିର୍ବାଚନୀ ମଣ୍ଡଳୀର ଗାଇସିଲଟ,ବରପାଲି ଓ ବିଜେପୁରରେ ନବୀନ ବିଜେଡ଼ି ପ୍ରାର୍ଥୀ ରୀତ ସାହୁଙ୍କ ପାଇଁ ଜୋରଦାର ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଯେହେତୁ ନିଜେ ବିଜେପୁର ଦାୟିତ୍ୱ ନେଇଥିବା କଥା କହିଛନ୍ତି ତେଣୁ ବିଜେପୁରରେ ଥିବା ସମସ୍ୟା ଗୁଡ଼ିକ କିପରି ଦୂର ହେବ ସେନେଇ ନବୀନ ବିଜେପୁରବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୃତି ଦେବେ । ନବୀନଙ୍କ ଗସ୍ତକୁ ନେଇ ସରଗମର ହୋଇଛି ବିଜେପୁର ରାଜନୀତି । ବିଜେଡ଼ି ନେତାମାନେ ଦିନ ରାତି ଏକ କରି ବିଜେପୁର ନିର୍ବାଚନୀ ମଣ୍ଡଳୀର ଘରେ ଘରେ ବୁଲି ପ୍ରଚାର କରଚୁଛନ୍ତି । ବର୍ତ୍ତିମାନ ବିଜେପୁର ଷ୍ଟାର ପ୍ରଚାରକଙ୍କ ଭିଡ଼ ଲାଗିଛି ।
ବିଜେପୁରରେ ଝଟକା : ଅଶୋକ କହିଲେ ମୁଁ ବିଜେଡ଼ିକୁ ସମର୍ଥନ କରିବି
ଭୁବନେଶ୍ୱର : ପାଖେଇ ଆସୁଛି ବିଜେପୁର ଉପ-ନିର୍ବାଚନ । ଅକ୍ଟୋବର ୨୧ ତାରିଖରେ ହେବ ଉପନିର୍ବାଚନ । ଜମିଲାଣୀ ପ୍ରଚାର । ବିଜେପୁରରେ କିଏ କେତେ ଭୋଟ ପାଇବ ତାହାର ମଧ୍ୟ ଆକଳନ କରାଯାଉଛି । ବିଜେପୁରରେ ବିଜେପକୁ ନିର୍ବାଚନ ପୂର୍ବରୁ ଝଟକା ଲାଗିଛି । ୨୦୧୮ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ୨୦୧୯ ଉପ ନିର୍ବାଚନରେ ବିଜେପି ସହ ରହିବେ ନାହିଁ । କାରଣ ଅଶୋକ ବିଜେପି ଛାଡ଼ିଛନ୍ତି । କାଲି ଅଶୋକ ଓ ତାଙ୍କ ସମର୍ଥକମାନେ ନିଷ୍ପତି ନେଇଛନ୍ତି ଯେ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନରେ ସେ ଓ ତାଙ୍କ ସମର୍ଥକମାନେ ବିଜେଡ଼ିକୁ ସମର୍ଥନ କରିବେ । ତେବେ ସେ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।
୧୦ମ ବ୍ୟାସ ମିଡିଆ କପ୍ କ୍ରିକେଟ , ପ୍ରସ୍ତୁତି ବୈଠକ
ବ୍ୟାସନଗର: ଯାଜପୁର ଜିଲ୍ଲାର ଏକ ଅଗ୍ରଣୀ ସଂଗଠନ ଭାବରେ ପରିଚିତ ବ୍ୟାସନଗର ପ୍ରେସ୍ ଫୋରମ୍ ର ୧୦ମ ବାର୍ଷିକ କ୍ରିକେଟ୍ ଖେଳ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ଫୋରମ୍ ଅଫିସଠାରେ ଏହା ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷ ମାନଙ୍କରେ ଯେପରି ଧୂମଧାମରେ ଓ ସୌହାର୍ଦ୍ଦପୂର୍ଣ୍ଣ ଭାବରେ ପରିଚାଳିତ ହୋଇଯାଇଛି,ସେହିପରି ଭାବେ ଆଗାମୀ ଖେଳକୁ କିପରି ଆହୁରି ସୁନ୍ଦର ଭାବରେ ପରିଚାଳିତ କରିହେବ ତାହା ଆଲୋଚନା ହୋଇଥିଲା । ଆଗାମୀ ନଭେମ୍ବର ମାସ ୧୬ ଓ ୧୭ ତାରିଖରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ ବୋଲି ସୂଚନା ଦିଆଯାଇଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହା ଏକ ଅଫିସିଆଲ୍ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ, ଏହି ଟୁର୍ଣ୍ଣାମେଣ୍ଟଟି କେବଳ କାରଖାନା, ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ,ଓକିଲ ସଂଘ ଓ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ଯରେ ଅନୁଷ୍ଠିତ ହୋଇଥାଏ । ଫୋରମ୍ ର ସଭାପତି ଅଭୟ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଉଦୟ ନାଥ ଖଣ୍ଡାଇ,ଉପଦେଷ୍ଟା ପିତବାସ ଭୁୟାଁ,କାର୍ଯ୍ୟକାରୀ ସଭାପତି ପ୍ରକାଶ ରାଉତ, ଉପ-ସଭାପତି ଆଷୁତୋଶ ମିଶ୍ର, ସହ-ସମ୍ପାଦକ ଦୟାନିଧି ନାୟକ,କୋଷାଧ୍ୟକ୍ଷ ଅଜୟ କୁମାର ସାହୁ,ଜ୍ଞାନରଞ୍ଜନ୍ ଓଝା, ମାନଶ ଆଏଚ, ଚିତ୍ତରଞ୍ଜନ ବୋଇତାଇ, ଦୀପକ କୁମାର ଦାସ,ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ଛାଡିଲେ ଅଶୋକ….
ଭୁବନେଶ୍ୱର : ବିଜେପି ଛାଡିଲେ ବିଜେପି ନେତା ଅଶୋକ ପାଣିଗ୍ରାହୀ l ଆଜି ସେ ତାଙ୍କର ଇସ୍ତଫା ପତ୍ର ସଭାପତିଙ୍କ ପାଖକୁ ପଠାଇଛନ୍ତି l ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି l ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ସେ ସଭାକୁ ଅଶୋକକୁ ଡାକିନଥିଲେ l ପୁରା କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଶୋକ ଅଲୋଡ଼ା ହୋଇଯାଇଥିଲେ l ତେଣୁ ସେ ଆଜି ଇସ୍ତଫା ଦେଇଥିବା କହିଛନ୍ତି l ହେଲେ ଅଶୋକ ବିଜେଡିକୁ ଯିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଅଶୋକ କହିଥିଲେ ଯେ ଏଯାଏଁ ସେ ବିଷୟରେ ଚିନ୍ତା କରିନାହାନ୍ତି l 2018 ଉପ ନିର୍ବାଚନରେ ଅଶୋକ ପାଣିଗ୍ରାହୀ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ l ଏଥର ବି ସେ ଟିକେଟ ଆଶାୟୀ ଥିଲେ l














