ବିଜେପୁରରେ ଗଡ଼ିଲା ନବୀନଙ୍କ ବିଜୟ ରଥ :ସାରଥି ସାଜିଛନ୍ତି ପ୍ରଣବ ..

- Advertisement -

ବିଜେପୁର :- ଅକ୍ଟୋବର 21 ତାରିଖରେ ବିଜେପୁର ଉପ -ନିର୍ବାଚନ l ଏଥିଲାଗି ବିଜେପୁର ପ୍ରଚାର ଜୋର ଧରିଛି l ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି l ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିଛନ୍ତି l
ମୁଖ୍ୟମନ୍ତ୍ରୀ ଲାଉମୁଣ୍ଡା ହେଲିପ୍ୟାଡ଼ରେ ଅବତରଣ କରିବା ପରେ ତାଙ୍କର ରୋଡ଼ ସୋ ଆରମ୍ଭ କରିଥିଲେ । ଆଉ ବିଜେପୁରରେ ଗଡିଥିଲା ନବୀନଙ୍କ ବିଜୟ ରଥ l ହାଇଟେକ ବସରେ ନବୀନ ପ୍ରଚାର ଆରମ୍ଭ କରିଥିଲେ l ବସ ଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରଥି ସାଜିଥିଲେ ବିଜେଡ଼ର ପାୱାର ଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ l ବସ ଆଗରେ ୱାକିଟକି ଧରି ବବି ପୁରା ପ୍ରଚାରକୁ ପରିଚାଳନା କରୁଥିଲେ l ହଜାର ହଜାର ସଂଖ୍ୟାରେ ବିଜେପୁର ବାସୀ ବାଟରେ ନବୀନଙ୍କୁ ସ୍ୱାଗତ କରିଥିଲେ l ନବୀନ ରୋଡ଼ ସୋ କିପରି ସଫଳ ହେବ ତାହାର ମଙ୍ଗ ଧରିଥିଲେ ବବି l ଆଉ ପ୍ରଥମ ଦିନ ପ୍ରଚାର ସଫଳ ହୋଇଥିଲା l ରୋଡ ସୋ ରେ ନବୀନ ଉପସ୍ଥିତ ଲୋକମାନଙ୍କୁ ଜୁହାର କହିବା ସହ ଆପଣ ମାନେ ମତେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ l ଏହା ସହ ,, “ଆପଣ ମାନେ ଖୁସି ତ ” ବୋଲି ପଚାରୁଥିଲେ l ଲୋକେ କହୁଥିଲେ ହଁ l ସାଙ୍ଗେ ସାଙ୍ଗେ ନବୀନ କହୁଥିଲେ ” ମୁଁ ବି ବହୁତ ଖୁସି” | ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ଓ ତାଙ୍କୁ ଶୁଣିବାକୁ ରାସ୍ତା କଡରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଛିଡା ହୋଇଥିଲେ ।
କେବଳ ସେଥିକି ନୁହେଁ ନବୀନଙ୍କ ଦୁଇ ଦିନ ପ୍ରଚାରକୁ ବିଜେପୁରରେ ସଫଳ କରିବା ପାଇଁ ବବି ୟଙ୍ଗ ବ୍ରିଗେଡିୟର ଆଉ ବରିଷ୍ଠ ମାନଙ୍କୁ ଏକାଠି କରି ପ୍ଲାନ କରିଛନ୍ତି l ଯାହା ପ୍ରଥମ ଦିନ ପ୍ରଚାରରୁ ଜଣାପଡିଛି l ନବୀନଙ୍କ ପ୍ରଥମ ଦିନ ପ୍ରଚାରେ କଂଗ୍ରେସ ନେତା ବିଜେଡିକୁ ବଡ ସାଟିଫିକେଟ ଦେଇଛନ୍ତି l ବିଜେପୁର ରେ ବିଜେଡି ଜିତିବ ବୋଲି ସୁର କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles