ନବୀନଙ୍କ ଜନ୍ମଦିନରେ ଦାମଙ୍କ ବଡ଼ ଉପହାର : ଛାଡ଼ିଲେ ବିଜେପି

- Advertisement -

ଭୁବନେଶ୍ୱର : ବରିଷ୍ଠ ରାଜନେତା ଡ଼ାକ୍ତର ଦାମୋଦର ରାଉତ ଶେଷରେ ବିଜେପି ଦଳ ଛାଡ଼ିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି । ବହୁଦିନ ଧରି ବିଜେପିରେ କୋଣଠେସା ହୋଇ ଅଣନିଶ୍ୱାସୀ ହେଉଥିବା ଦାମବାବୁ ଶେଷରେ ବାଧ୍ୟହୋଇ ବିଜେପି ଛାଡ଼ିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦାମବାବୁ ବିଜେପିରେ ସାମିଲ ହୋଇଥିଲେ । ହେଲେ ବିଜେପି ତାଙ୍କୁ ନିର୍ବାଚନ ପରେ ପଚାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ । ୩୫ବର୍ଷ ବିଧାୟକ ଓ ୬ଥର ମନ୍ତ୍ରୀ ହୋଇଥିବା ଦାମବାବୁଙ୍କୁ ନିଜ ସ୍ୱାର୍ଥ ପାଇଁ ବିଜେପି ଫାଇଦା ନେଇଥିବା ବେଳେ ନିର୍ବାଚନ ପରେ ତାଙ୍କୁ ପଚାରିନଥିବା । ଫଳରେ କ୍ଷୋଭ ପ୍ରକାଶ କରିଛି ଶେଷରେ ଦାମବାବୁ ଦଳ ଛାଡ଼ିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles