ବିଜେପୁରରେ ଅରୁଣଙ୍କ ଶକ୍ତି ପ୍ରଦର୍ଶନ …

- Advertisement -

ବିଜେପୁରରେ ଜମୁଛି ପ୍ରଚାର । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ସପକ୍ଷରେ ଭୋଟ ଯୋଗାଡ଼ କରୁଛନ୍ତି । ଏଥିଲାଗି ସଭାସମିତି , ରୋଡ଼ ସୋ କରି ଭୋଟରଙ୍କ ମନ ଜିଣୁଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇଦିନିଆ ବିଜେପୁର ଗସ୍ତର ଦିନକ ପୂର୍ବରୁ ବିଜେପୁରରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି । କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜେପୁର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଚାର ଆଉ ୩ ଦିନ ଥିବା ରୀତାଙ୍କ ପାଇଁ ବିଜେପୁରରେ ଅନୁଷ୍ଠିତ ସଭାରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଅରୁଣ ସାହୁ ଏହି ସଭାରେ କାହିକିଁ ଭୋଟର ବିଜେଡ଼ିକୁ ଭୋଟ ଦେବେ ତାହା ସେନେଇ ଲୋକଙ୍କୁ ବୁଝାଇଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ସିଂହ, ଅମରେଶ ପତ୍ରୀ, ପ୍ରମୁଖ ସାମିଲ ହୋଇଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles