ଦୀପାବଳୀରେ କଂଗ୍ରେସର ନୂଆଟିମ…

0

ଭୁବନେଶ୍ୱର : ପିସିସିର ନୂଆ ଟିମ ନେଇ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ଦୀପାବଳି ପରେ ପିସିସି କମିଟି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି l ଆସନ୍ତା 24 ତାରିଖରେ ପର୍ଯ୍ୟବେକ୍ଷକ ମାନଙ୍କର ଏକ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠତି ହେବ ବୋଲି ପିସିସି ସଭାପତି କହିଛନ୍ତି l ବର୍ତ୍ତମାନ ପର୍ଯ୍ୟବେକ୍ଷକ ମାନେ କଂଗ୍ରେସର 33ଟି ସାଙ୍ଗଠନିକ ଜିଲା ଗସ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି l ଏହି ରିପୋର୍ଟକୁ ଏଆଇସିସିକୁ ପଠାଯିବ ବୋଲି ନିରଞ୍ଜନ କହିଛନ୍ତି l ଏଥର କଂଗ୍ରେସ ଅପେକ୍ଷାକୃତ ଛୋଟ କମିଟି କରିବାକୁ ନିଷ୍ପତି ନେଇଛି l

ବିଜେପୁର ବାଜି ନେଇ କିଏ କଣ କହିଲେ…

0

ଭୁବନେଶ୍ୱର : ବିଜେପୁର ବାସୀ ଦେଉଛନ୍ତି ଭୋଟ l ଦିନ 5ଟା ଯାଏ ଚାଲିବ ଭୋଟ l ତେବେ ବିଜେପୁର ଉପ ନିର୍ବାଚନ।କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କହିଛନ୍ତି ଯେ ବିଜେପୁର ନିର୍ବାଚନ ପାଇଁ ମାତ୍ର 20 ଲକ୍ଷ ଟଙ୍କା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଆମେ କେତେ ଦୁର ପାରିଵୁ ଭଗଵାନ ଜାଣନ୍ତି। ବିଜେପି, ବିଜେଡ଼ି ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି, କଂଗ୍ରେସ ସେଠି ଖାପ ଖୁଆଇ ପାରିବ ନାହିଁ। ବିଜେପୁରରେ କଂଗ୍ରେସ ର ପରିସ୍ଥିତି ଭଲ ନାହିଁ। ସେହିପରି ବିଜେଡି ନେତା ବିଜେପୁର ଉପନିର୍ବାଚନ ବି ମତ ରଖିଛନ୍ତି l
ବିଜେଡ଼ି ନେତା ସମୀର ରଞ୍ଜନ ଦାସଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ବିଜେପୁରରେ ଆମେ ଭଲ କରିବୁ । ଲୋକ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।କେତେ ମାରଜିନରେ ଜିତିବୁ ଏବେ କହିହବନି । 2018।19 ଠାରୁ ଭଲ କରିବୁ । ଆମେ ବହୁତ ପରିଶ୍ରମ କରିଛୁ ବୋଲି ସେ କହିଛନ୍ତି l

ରାତି ପାହିଲେ ବିଜେପୁର ପରୀକ୍ଷା : କିଏ ହେବ ପାସ, ବିଜେଡି -ବିଜେପି ନା କଂଗ୍ରେସ?

0

ଭୁବନେଶ୍ୱର : ବାଜିରେ ଲାଗିଛି ବିଜେପୁର l ରାତି ପାହିଲେ ହେବ ଉପ-ନିର୍ବାଚନ । କାହା ସପକ୍ଷରେ ପଡିବ ଭୋଟ l ଆଜି ରାତିରେ କାହାକୁ ଭୋଟ ଦେବା ପାଇଁ ନିଷ୍ପତି ନେବେ ବିଜେପୁର ବାସୀ l ବିଜେଡି -ବିଜେପି -କଂଗ୍ରେସ କିଏ କେତେ ଭୋଟ ପାଇବ ତାହା ଏବେ ଚର୍ଚ୍ଚାର ବିଷୟ । ଏଥର ବିଜେଡି ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି l ସେହିପରି ବିଜେପି ପୁଣି ଥରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି l ହେଲେ କଂଗ୍ରେସ ଏଥର ନୂଆ ପ୍ରାର୍ଥୀ କରିଛି ଦିଲ୍ଲୀପ ପଣ୍ଡାଙ୍କୁ କରିଛି l
ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ ମାଗିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କର ଭରଷା ରହିଛି । ସେ ଯେଉଁ ବିକାଶର ପ୍ରତିଶ୍ରୁତି ବିଜେପୁରବାସୀଙ୍କୁ ଦେଇଥିଲେ ତାହା ପୂରଣ କରିଛନ୍ତି ବୋଲି ବିଜେଡି କହିଛି l ତେଣୁ ବିଜେପୁର ବାସୀ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବେ l 2019ରେ ମୁଖ୍ୟମନ୍ତ୍ରୀ ଏହି ଆସନରୁ ସର୍ବାଧିକ ୧ଲକ୍ଷ ୧୦ ହଜାର ୬୦୪ ଭୋଟ ପାଇଥିଲେ । ସମୁଦାୟ ଭୋଟର ୫୯.୭୮ ପ୍ରତିଶତ ତାଙ୍କୁ ମିଳିଥିଲା । ତେଣୁ ଉପ ନିର୍ବାଚନରେ ବିଜେଡି ଭଲ ଭୋଟ ପାଇବ ବୋଲି ବିଜେଡି ନେତାଏ ଯୁକ୍ତି ବାଢୁଛନ୍ତି l କାରଣ ଏଥର ଦୁଇଦିନ ସେଠାରେ ରହି ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିଲେ । ପ୍ରଚାରରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା l ସେହିପରି ବିଜେପି ବି ପ୍ରଚାର ଜୋରଦାର କରିଥିଲା l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2ଥର ପ୍ରଚାର କରିଥିଲେ l ଦଳର ଗତଥରର ପ୍ରାର୍ଥୀ ସନତ କୁମାର ଗଡ଼ତିଆ ଉପନିର୍ବାଚନରେ ପୁଣି ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସେ ୫୩ ହଜାର ୪୮୨ ଅର୍ଥାତ ମୋଟ ଭୋଟର ୨୮.୯୧ ପ୍ରତିଶତ ପାଇଥିଲେ । ତେଣୁ ଦଳ ଏହି ଉପ ନିର୍ବାଚନରେ ଭଲ କରିବ ବୋଲି କହିଛି l ହେଲେ ଦିଲ୍ଲୀ ନେତା କେହି ଆସିନଥିବାରୁ ବିଜେପି ଯେ ବିଜେପୁରରେ ଜୋରଦାର ଲଢ଼ୁଛି ସେ ବାର୍ତ୍ତା ଲୋକଙ୍କ ପାଖକୁ ସେତେଟା ଯାଇପାରିନାହିଁ l
ବିଜେପିର ସବୁନେତାମାନେ ଯାଇ ଜୋରଦାର ପ୍ରଚାର କରିଛନ୍ତି ତେଣୁ ବାଜି ଜିତିବା ପାଇଁ ଆଶା ରଖିଛି ଦଳ l ସେହିପରି କଂଗ୍ରେସ ଏଥର ପ୍ରାର୍ଥୀ ବଦଳାଇଛି ଦିଲ୍ଲୀପ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି । ଗତଥର କଂଗ୍ରେସ ମାତ୍ର ୧୪୩୪୪ ଭୋଟ ପାଇଥିଲା l ସମୁଦାୟ ଭୋଟର ୭.୭୫ ପ୍ରତିଶତ । ଏଥର କଂଗ୍ରେସ ଭଲ କରିବ ବୋଲି ଆଶା ରଖିଛି l ହେଲେ ନିର୍ବାଚନ ପୂର୍ଵରୁ ବିଧାୟକ ସୁର ରାଉତରାୟ କଂଗ୍ରେସ ଜିତିବେନି ବୋଲି କହିଦେଇଛନ୍ତି ଯାହା ଦଳ ପାଇଁ ବିଜେପୁରରେ ଅଡୁଆ l ହେଲେ ଏବେ ବି ଦଳ ଜୋରଦାର ଲାଗିପଡ଼ିଛି ବିଜେପୁର ବାଜି ଜିତିବା ପାଇଁ l
ତେବେ ଦେଖିବାର କଥା 24 ତାରିଖ ଦିନ ବିଜେପୁର ବାସୀ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି l

ଫଟୋ ଦେଖାଇ ଫସିଲା ବିଜେପି : ଘେରିଲା କଂଗ୍ରେସ

0

ଭୁବନେଶ୍ୱର : ଧର୍ମଶାଳା ସ୍ମିତାରଣୀ ମୃତ୍ୟୁ ରହସ୍ୟ ନେଇ ଥମିବାରେ ନା ନେଉନାହିଁ ରାଜନୀତି l ଶନିବାର ଅଭିଯୁକ୍ତ ସହ ବିଜେଡି -ବିଜେପି ନେତାଙ୍କ ଫଟୋ ଭାଇରାଲ ହେବା ପରେ ଉଭୟଙ୍କୁ ଘେରିଛି କଂଗ୍ରେସ l ବିଜେପି ନେତା ତଥା ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଫଟୋ ଦେଖାଇ ବିଧାୟକଙ୍କୁ ଟାର୍ଗେଟ କରିବାର କେହି ଘଣ୍ଟା ଭିତରେ ବିଜେଡି ସୋସିଆଲ ଗ୍ରୁଫ ବିଜେପି ନେତା ସହ ଅଭିଯୁକ୍ତଙ୍କ ସହ ଫଟୋ ଭାଇରାଲ କରିଥିଲେ l ଯାହା ବିଜେଡି -ବିଜେପି ରାଜନୀତିକୁ ସରଗରମ କରିଛି l କହିବାକୁ ଗଲେ ଫଟୋ ଦେଖାଇ ବିଜେପି ନିଜ ଜାଲରେ ନିଜେ ପଡିଛି l ଏବେ ଏହାକୁ କଂଗ୍ରେସ ପ୍ରସଙ୍ଗ କରିଛି l ଉଭୟ ବିଜେଡ଼ି ହେଉ କି ବଜେପି ନେତାଙ୍କ ସହ ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ। ଦଳ କହିଛି ଯେ ଶୁଖିଲା ଘଟଣାରେ ରାଜନୀତି କରିବା ବିଜେପିର କାର୍ଯ୍ୟ। ଉଭୟ ବିଜେପି ଓ ବିଜେଡି ଦଳର ସୁରକ୍ଷା ବଳୟରେ ରହିଥିଲେ ସରପଞ୍ଚଙ୍କ ସ୍ୱାମୀ ତଥା ଅଭିଯୁକ୍ତ। ତେଣୁ ଏପରି ରାଜନୀତି ନକରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି l

ଢେଙ୍କାନାଳ ଲଷ୍ମୀପୂଜା : ସଂନ୍ଧ୍ୟା ହେଲେ ଜମୁଛି ଭିଡ

0

ଢେଙ୍କାନାଳ: ଲଷ୍ମୀପୂଜାକୁ ନେଇ ଚଳଚଞ୍ଚଳ ଏବେ ଢେଙ୍କାନାଳ ସହର।ଆଉ ଦିନ ବଢିବା ସହ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି।ଶନିବାର ଏବଂ ରବିବାର ଛୁଟି ଥିବାରୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।
ସାରା ଭାରତରେ ଢେ଼ଙ୍କାନାଳ ଲଷ୍ମୀପୂଜାର ଏକ ନିଆରା ପରିଚୟ ରହିଛି।ସେଥିଲାଗି ଦେଶର କୋଣ ଅନୁକୋଣରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।ଏବେ ଯାତ୍ରାକୁ ମାତ୍ର ଆଉ ଚାରିଦିନ ବାକିରହିଲା ।ପୁଣି ସେଥିରେ ଶନିବାର ଆଉ ରବିବାର ଦୁଇ ଦିନ ଛୁଟି।ସେଥିପାଇଁ ଶନିବାର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।ଦେଉଳ ସାହି ମେଢ଼ ଠାରୁ ଆରମ୍ଭ କରି ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାରେ ଏକ ପ୍ରକାର ଜନ ସମୂଦ୍ର ଦେଖିବାକୁ ମିଳିଥିଲା।
ରଙ୍ଗ ବେରଙ୍ଗର ଆଲୋକ ମାଳା ସହ ରାସ୍ତା କଡରେ ଥିବା ବିଭିନ୍ନ ପ୍ରକାରର ଖାଦ୍ୟ ପେୟ।ଆଉ ବିଭିନ୍ନ ପୂଜା ମଣ୍ଡପ ଦ୍ୱରା ପରିବେଷଣ ହେଉଥିବା ସାଂକୃତିକ କାର୍ଯ୍ୟକ୍ରମ। ଯାହାକି ଲୋକମାଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ଭିଡ଼ ବଢୁଥିବାରୁ ବାହାରୁ ଆସି ଥିବା ଦୋକାନିମାନଙ୍କର ମଧ୍ୟ ବେପାର ବଢିଥିବା ଦୋକାନି ମାନେ କହିଛନ୍ତି।ଭିଡକୁ ଦେଖି ପ୍ରଶାସନ ମଧ୍ୟ ସୁରକ୍ଷାକୁ ଅଧିକା କଡା କଡୀ କରିଥିବା ସୂଚନା ମିଳିଛି।

ସେବା ଫର୍ଦ୍ଦ ସହ ଯୋଡ଼ିହେଲା ସ୍ବଚ୍ଛତା ।

0

ବ୍ୟାସନଗର: ମାନବ ସେବା ହିଁ ମାଧବ ସେବା,ଏହି ସ୍ଲୋଗାନକୁ ପାଥେୟ କରି ବର୍ଷ ବର୍ଷ ଧରି ସମାଜର ହିତକାର୍ଯ୍ୟ କରିଆସୁଛି ସତ୍ଯସାଇ ସେବା ସଂଗଠନ । ଗତ ଗାନ୍ଧୀ ଜୟନ୍ତୀ ଦିନରୁ ସେବା ସହିତ ଯୋଡି ହୋଇ ଯାଇଛି ସ୍ବଚ୍ଛତା । ସ୍ଥାନୀୟ ଅଞ୍ଚଳରେ ଥିବା ସତ୍ଯସାଇ ସେବା ସଂଗଠନ ପକ୍ଷରୁ ଅକ୍ଟୋବର ମାସ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ସ୍ବଚ୍ଛ ଅଭିଯାନ ଆଜି ୧୮ଦିନରେ ପହଞ୍ଚିଛି । ଏହି ସଂଗଠନ ପକ୍ଷରୁ ବିଭିନ୍ନ ଅଞ୍ଚଳର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦଣ୍ଡିକିରି ସ୍ଥିତ ଶିବମନ୍ଦିର ପରିସରରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି ।ବିଗତ ଦିନ ମାନଙ୍କରେ ସାଇମନ୍ଦିର,ବସଷ୍ଟାଣ୍ଡ୍,ସରକାରୀ ମେଡିକାଲ, ଗୁରୁଦ୍ବାରା,ପନାସିଆ,ପାଟୁଳି,ବୀରମଣିପୁର,ଗୋପବନ୍ଧୁ ଛକ,ଝାଟିଆ ସାହି, କୁଷ୍ଠାଶ୍ରମ,ଉମାପଦା,ଚାନ୍ଦମା,ସୂର୍ଯ୍ୟ ମନ୍ଦିର, ଗୋଶାଳା ପ୍ରଭୃତି ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ ସାରିଥିବା ସ୍ଥଳେ,ଆସନ୍ତା କାଲି ଶେଷ ଦିନରେ ଚାରିଆଖିଆ ଦେବୀ ମନ୍ଦିର ବସ୍ତିରେ ସଫେଇ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଧିରେନ୍ଦ୍ର କୁମାର ସାହୁ, ପରମେଶ୍ଵର ଜେନା,ଚନ୍ଦ୍ରକାନ୍ତ ଶର୍ମା, ଶ୍ରିନୁ ରାଜୁ,ସୁରେନ୍ଦ୍ର ସାମଲ,ବିବେକାନନ୍ଦ ଜେନା,କୃଷ୍ଣ ଜେନା, ଚିନ୍ତାମଣି ଜେନା ଓ ବହୁ ସଦସ୍ୟ ସ୍ବଚ୍ଛ ସମାଜ ଗଠନ କରିବାକୁ ପ୍ରୟାସ କରିଥିଲେ । ସଂଗଠନ ର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସିନେମା କିପରି ପ୍ରସ୍ତୁତ ହୁଏ କହିଲେ ସବ୍ୟସାଚୀ…

0

ଭୁବନେଶ୍ୱର : ଅକ୍ଟୋବର ୧୯ : ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି ।

ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ ଖର୍ଚ୍ଚ ରେ ଫିଲ୍ମଟିଏ ତିଆରି କରିବାକୁ ଭାବୁଥିଲେ ଓ ସେଥିପାଇଁ କଳାତ୍ମକ ଫିଲ୍ମ ଦିଗକୁ ଆସିଲେ । ସେହି ସମୟରେ ତାଙ୍କର ସମ୍ବଲପୁରୀ ଫିଲ୍ମ ‘ଭୁକା’ ଆସିଥିଲା ଯାହା ଦେଶବିଦେଶରେ ଚର୍ଚ୍ଚିତ ହୋଇଥିଲା, କିନ୍ତୁ ପ୍ରଯୁକ୍ତିପ୍ରୟୋଗ ଦୃଷ୍ଟିରୁ ନିମ୍ନ ଶୈଳୀର ଥିଲା ।

କାରଣ ଏହି ଫିଲ୍ମଟି ୧୬ଏ ମ ଏମ ରିଲରେ ପ୍ରସ୍ତୁତି ହେଇଥିଲା, ଯାହାକି ସେଟବେଳର୩୫ ଏମ ଏମ ରିଲ ତୁଳନାରେ ନିମ୍ନମନର ଥିଲା ।

ଏ ବିଷୟରେ ନିଜ ଯୁକ୍ତି ବାଢି ଶ୍ରୀ ମହାପାତ୍ର କହିଥିଲେ “ଫିଲ୍ମ ନିର୍ମାଣରେ କାହାଣୀ ଭଲ ହେଲେ, ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ପ୍ରାୟତଃ ସମସ୍ତେ ନଜର ଅନ୍ଦାଜ କରନ୍ତି । ‘ଭୁକା’ କୁ ଜାତୀୟ ପୁରସ୍କାର ମିଳିଲା ନାହିଁ ସତ, ହେଲେ ଦେଶବିଦେଶରେ ଏହା ଉଚ୍ଚ ପ୍ରଶଂସିତ ହେଇଥିଲା କାରଣ ଏହାର କାହାଣୀ ଉଚ୍ଚ ମାନର ଥିଲା ।“

ସମ୍ବଲପୁରୀ ଉପାଦାନ

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କର ଅନେକ ଚଳଚ୍ଚିତ୍ରରେ ସମ୍ବଲପୁରୀ ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ମହକ ଦେଖିବାକୁ ମିଳିଥାଏ । ତାଙ୍କର ଅନ୍ୟତମ ସିନେମା ‘ସୂର୍ଯ୍ୟମୁଖୀ’ରେ ମୁଖ୍ୟ ଚରିତ୍ରର ସମ୍ବଲପୁରୀର ବସ୍ତ୍ର ସମ୍ବନ୍ଧରେ ଭଲ ପାଇବା ଦେଖିବାକୁ ମିଳିଥିଲା ।

ତଥାପି ଏହିସବୁ ବିଷୟ ବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ବ୍ୟୟସାପେକ୍ଷ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ହୋଇପାରେ ।

ସେ କହିଥିଲେ “ କିଛି ଫିଲ୍ମ ନିର୍ମାତା ଏପରି ଫିଲ୍ମ ନିର୍ମାଣ କରିବାକୁ ଚାହାନ୍ତି , ଯେଉଁଥିରୁ ସେମାନେ ବ୍ୟବସାୟିକ ସଫଳତା ଆଶା କରନ୍ତି । ଆଉ କିଛି ନିର୍ମାତା କେବଳ ଭଲ ଫିଲ୍ମ ନିର୍ମାଣ ହେଉ ସେ ବିଷୟରେ ଆଗ୍ରହୀ । ମୋ କ୍ଷେତ୍ରରେ ବ୍ୟବସାୟିକ ସଫଳତା ପାଇବାର ଇଚ୍ଛା ଗୌଣ, ଭଲ ଚଳଚ୍ଚିତ୍ର ନିର୍ମାଣର ପ୍ରାଥମିକତା ଅଧିକ।“

ଏହି ଅବସରରେ ଅନେକ ଦର୍ଶକ ଶ୍ରୀ ମହାପାତ୍ରଙ୍କ ସହିତ ବାର୍ତ୍ତାଳାପ କରିବାର ଓ ତାଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଶେଷରେ ଶ୍ରୀ ମହାପାତ୍ରଙ୍କୁ କେଏଲ ଏଫ କର୍ଣ୍ଣର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଖରସ୍ରୋତାରେ କୁମ୍ଭୀର….

0

ଭୁବନେଶ୍ୱର : ଯାଜପୁର ଖରସ୍ରୋତା ନଦୀରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । ଆଜି ସକାଳେ ମାଛ ଧରିବା ପାଇଁ ନଦୀରେ ଲଗେଇଥିବା ବଂଶୀରେ ଏକ ୩ ଫୁଟ ଲମ୍ବର କୁମ୍ଭୀର ଲାଗିଥିଲା। ସେଠାରୁ ମାଛ ଧରୁଥିବା ଲୋକମାନେ ଧରି ଆଣି ଥିଲେ । ନଦୀ ପାଖ ପୋଲ ନିକଟରେ ଥିବା ଏକ ଗଡ଼ିଆରେ କୁମ୍ଭୀରଟିକୁ ରଖାଯାଇଛି । କୁମ୍ଭୀରକୁ ଦେଖିବାକୁ ଲୋକମାନଙ୍କ ଭିଡ ମଧ୍ୟ ଲାଗି ରହିଛି । ସେପଟେ ଫରେଷ୍ଟ ଟିମ ଘଟଣା ସ୍ଥଳରେ ପହଁଚି କୁମ୍ଭୀରକୁ ପାଣିରୁ ଉଦ୍ଧାର କରି ନେଇଛନ୍ତି। ଘଟଣା ସ୍ଥଳରେ ଯାଜପୁର ସଦର ପୋଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଟିଲା । ଲୋକମାନଙ୍କର ମନରେ ପ୍ରଶ୍ନ ଉଟୁଛି କିପରି ଏହି ନଦୀରେ କୁମ୍ଭୀର ଆସିଲା କାହିଁକି ବନ ବିଭାଗ ଏହା ଉପରେ ପଦକ୍ଷପ ନେଉନାହିଁ ।

ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ : ଘର ଛାଡ..

0

ଭୁବନେଶ୍ୱର : 26 ପୂର୍ବତନ ବିଧାୟକମାନଙ୍କୁ ଘର ଛାଡ଼ିବାକୁ ଗତ ସେପ୍ଟମ୍ବର 16ରେ ନୋଟିସ୍ ଜାରି କରିଥିଲେ ବାଚସ୍ପତି। ପୂର୍ବତନ ବିଧାୟକଙ୍କ କ୍ୱାର୍ଟରରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବିଧାୟକମାନେ କିଏ ନଜର ପକାନ୍ତୁ…..
୨୬ପୂର୍ବତନ ବିଧାୟକ
1-ଝିନ୍ନ ହିକ୍କକା
2-ସରୋଜିନୀ ହେମ୍ବ୍ରମ
3-ବସନ୍ତ ପଣ୍ଡା
4- ସଞ୍ଜୀବ ସାହୁ
5-ସରୋଜ ସାମଲ
6- ସଞ୍ଜୟ ଦାସବର୍ମା
7-ରମେଶ ମାଝୀ
8- କିଶୋର ତରାଇ
9-ପୁଷ୍ପେନ୍ଦ୍ର ସିଂହଦେଓ
10-ରବି ନାରାୟଣ ନାଏକ
11-ନୀତେଶ ଗଙ୍ଗଦେବ
12-ନନ୍ଦିନୀ ଦେବୀ
13- ମହେଶ ସାହୁ
14-ଦାମୋଦର ରାଉତ
15-ଦେବାଶିଷ ନାୟକ
16-ସାନନ୍ଦ ମାରାର୍ଣ୍ଡି
17-ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
18- ଗୋଲକ ବିହାରୀ ନାଏକ
19-ବିଜୟଶ୍ରୀ ରାଉତରାୟ
20-ଧନେଶ୍ୱର ମାଝୀ
21-ବିଭୂତି ଭୂଷଣ ହରିଚନ୍ଦନ
22-ପ୍ରଭାତ ତ୍ରିପାଠୀ
23-ଭୂଜବଳ ମାଝୀ
24-ଯୁଗଳ କିଶୋର ପଟ୍ଟନାୟକ
25-ସ୍ୱର୍ଗତ ସୁବଳ ସାହୁ
26-ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ
ତେବେ ସରକାରୀ କ୍ୱାର୍ଟର ରଖିଥିବା ପୂର୍ବତନ ବିଧାୟକଙ୍କୁ 3 ଦିନ ମଧ୍ୟରେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର l 3 ଦିନ ମଧ୍ୟରେ ଘର ନଛାଡିଲେ ଏହି ବିଧାୟକମାନଙ୍କ ବିରୋଧରେ FIR ଦାୟର ହେବ ବୋଲି ବାଚସ୍ପତି କହିଛନ୍ତି l ବିଧାୟକ କ୍ୱାଟର୍ସ ଭଙ୍ଗା ହୋଇ ବହୁତଳ କୋଠା ନିର୍ମାଣ ହେବ l

ସରକାରୀ ସ୍କୁଲ ଖାଦ୍ୟ ରନ୍ଧାରେ ବିଧାୟକ ରାନ୍ଧାରୀ ନାଖୁସ…

0

ଭୁବନେଶ୍ୱର : ସ୍କୁଲରେ ହଠାତ ପହଁଚିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ l ଦେଖିଲେ ମଧ୍ୟାନ ଭୋଜନରେ ତାଙ୍କ ନିର୍ବାଚନ ମଣ୍ଡଳିର ଏକ ସ୍କୁଲରେ ପିଲାଙ୍କୁ ଖାଲି ଭାତ ଖାଇବାକୁ ଦିଆଯାଉଛି l ବାସ ତାହା ଦେଖି ବିଧାୟକ ରାଗିଗଲେ l ତଳେ ବାସୀ ପଡି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କୁ କାହିଁକି ପିଲାଙ୍କୁ ଖାଲି ଭାତ ଦିଆଯାଉଛି ବୋଲି ପ୍ରଶ୍ନ କରି ରାଗିଗଲେ l ପଚାରିଲେ ଆପଣଙ୍କ ପିଲା ହୋଇଥିଲେ ଏପରି କହିବାକୁ ଦେଇଥାନ୍ତେ l ଏହା ପରେ ପିଲାଙ୍କୁ ଡାଲମା କରାଯାଇ ଖାଇବାକୁ ଦିଆଯିବା ସହ ଆଉ ଯେପରି ଏପରି ଭୂଲ ନହୁଏ ସେ ନେଇ ବିଧାୟକ ସ୍କୁଲ ଶିକ୍ଷକ ମନଙ୍କୁ ତାଗିତ କରି ଆସିଥିଲେ l.

Follow us

20,832FansLike
0FollowersFollow
14,700SubscribersSubscribe

Latest news