ରମେଶଙ୍କ ଅଗଣାରେ ବ୍ରହ୍ମକମଳ ଫୁଲ….

- Advertisement -

ଭୁବନେଶ୍ୱର : ବ୍ରହ୍ମକମଳ । ଜଗତର ନାଥ ଜଗନ୍ନାଥଙ୍କ ପ୍ରିୟଫୁଲ । ଯାହା ମହାପ୍ରଭୃଙ୍କ ଆଦେଶରେ ଫୁଟେ । ତାହା ପୁଣି ସଂନ୍ଧ୍ୟାରେ । ଏହି ଦୁଲର୍ଭ ଫୁଲ ଜଗନ୍ନାଥଙ୍କ ଭକ୍ତର ବଗିଚାରେ ଫୁଟେ । କାରଣ ଭାବରେ ଯିଏ ଜଗାକୁ ଡ଼ାକେ ସେ ଭାବବିନୋଦିଆ କଳାଠାକୁର ଭକ୍ତର ମନକଥା ବୁଝି । ଅକ୍ଟୋବର ୧୬ତାରିଖରେ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀଙ୍କ ଘର ବଗିଚାରେ ସନ୍ଧ୍ୟାସମୟରେ ଚାରୋଟି ବ୍ରହ୍ମକମଳ ଏକ ସଙ୍ଗରେ ଫୁଟିଥିଲା ଓ ଶ୍ରଦ୍ଧାର ସହିତ ଶ୍ରୀ ଶତପଥୀ ଏହି ବିରଳ ତଥା ଦୁର୍ଲଭ ଫୁଲକୁ ଇସ୍କନ ମନ୍ଦିର, ନୟାପଲ୍ଲୀ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଓ ନିଜ ଠାକୁର ଘରେ ଥିବା ଜଗନ୍ନାଥ ଙ୍କ ନିକଟରେ ଅର୍ପଣ କରିଥିଲେ ।

ଏହି ଅବସରରେ ଶ୍ରୀ ଶତପଥି ନିଜର ଭାଗ୍ୟବାନ ବୋଲି କହିବାସହ ମହାପ୍ରଭୃଙ୍କ କୃପାରୁ ଜଗନ୍ନାଥଙ୍କ ପ୍ରିୟଫୁଲ ବ୍ରହ୍ମକମଳ ମୋ ବଗିଚାରେ ଫୁଟେ । ମହାପ୍ରଭୃଙ୍କ ଏହି ଋଣ ମୁଁ କେବେ ସୁଜିପାରିବି ନାହିଁ ବୋଲି ଭାବବିହ୍ୱଳ ଓ ଛଳଛଳ ଆଖିରେ କହିଥିଲେ ରମେଶ ଶତପଥି । ନିଜ ଧର୍ମପତ୍ନ ଓ କର୍ମଚାରୀଙ୍କୁ ସାଙ୍ଗରେ ଧରି ସେ ଏହି ଦୁଲର୍ଭ ଫୁଲଟିକୁ ଜଗନ୍ନାଥ, ମହାଲକ୍ଷ୍ମୀଙ୍କ ପାଖରେ ଅର୍ପଣ କରିଛନ୍ତି । ତେବେ ବିଗତ ୪ ବର୍ଷ ଧରି ଏହି ବିରଳ ଫୁଲ ଶ୍ରୀଯୁକ୍ତ ଶତପଥୀ ଙ୍କ ଘରେ ଫୁଟିଆସୁଛି । ଏହାର ବିଶେଷତ୍ୱ ହେଉଛି ଏହା ପତ୍ରରୁ ଫୁଟିଥାଏ ଏବଂ ସନ୍ଧ୍ୟାସମୟରେ ଫୁଟିଥାଏ ,ରାତ୍ରିର ନିଶବ୍ଦ ରେ ମହକି ପାହାନ୍ତା ପହରରେ ମଉଳି ଯାଇଥାଏ । ପୂର୍ବରୁ ଏହା ହିମାଳୟ ଅଂଚଳର ପାହାଡିଆ ଅଂଚଳରେ ଅଧିକ ପରିମାଣରେ ଦେଖାଯାଉଥିଲା କ୍ରମଶଃ ଏହା ଲୋପ ପାଇ ବିରଳ ପ୍ରଜାତିରେ ସ୍ଥାନ ପାଇଛି । ଶାସ୍ତ୍ର କୁହେ ଏହି ଫୁଲ ଫୁଟୁଥିବା ସମୟରେ ଯଦି ଏହାକୁ ଆପଣ ଦର୍ଶନ କରନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ ।

ତେବେ ବ୍ରହ୍ମକମଳ େଇ କଣ ରହିଛି ପୌରାଣିକ ତଥ୍ୟ ଟିକେ ନଜର ପକାନ୍ତୁ ବ୍ରହ୍ମକମଳ ହେଉଛି ଜଗନ୍ନାଥଙ୍କ ପ୍ରିୟ ଫୁଲ । ଶାସ୍ତ୍ର ଅନୁଯାଇ ଯେତେବେଳେ ଗଣେଶଙ୍କ ମସ୍ତକ ରେ ହାତୀ ର ମସ୍ତକ ସ୍ଥାପନ କରାଗଲା ସେତେବେଳେ ମା ପାର୍ବତୀ ଙ୍କ ଅନୁରୋଧ କ୍ରମେ ସୃଷ୍ଟି କର୍ତା ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏବଂ ବ୍ରହ୍ମକମଳ ଫୁଲରେ ଗଣେଶଙ୍କ ଉପରେ ପାଣି ସିଞ୍ଚନ ଦ୍ୱାରା ଗଣେଶ ଜୀବଦାନ ପାଇଥିଲେ । ଯେହେତୁ ସ୍ୱୟଂ ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏହି କାରଣରୁ ଏହାକୁ ବ୍ରହ୍ମକମଳ ଫୁଲ ଭାବରେ ନାମିତ କରାଯାଇଥିଲା ଓ ଏହା ଦୁର୍ଲଭ ହୋଇଥିବାରୁ ଏହି ବ୍ରହ୍ମକମଳ ଫୁଲ ଉତ୍ତରାଖଣ୍ଡ ର ଜାତୀୟ ଫୁଲ ଭାବେ ଘୋଷଣା କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles