ବିଜେପୁର ହିରୋ କିଏ ?

0

ଭୁବନେଶ୍ୱର : ଇତିହାସ ରଚିଛନ୍ତି ବିଜେଡି ବିଧାୟିକା ରୀତା ସାହୁ I ବିଜେପୁରରେ ବିଜେପି ବିଧାୟକ ପ୍ରାଥୀ ସନତ ଗଡ଼ତିଆ ଓ କଂଗ୍ରେସ ବିଧାୟକ ପ୍ରାଥୀ ଦିଲ୍ଲୀପ ପଣ୍ଡାଙ୍କୁ ୯୭,୯୯୦ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ବିଧାୟିକା ରୀତା ସାହୁ I କେବଳ ଏ ଦୁଇ ବିରୋଧୀଙ୍କୁ ପରାସ୍ତ ନୁହେଁ, ବିଜେପି ଓ କଂଗ୍ରେସର ଭୋଟ ହାର ଯଥେଷ୍ଟ କମାଇଛନ୍ତି ରୀତା I ଯାହା ଏବେ ଚାରିଆଡେ ଚର୍ଚ୍ଚା I ରୀତାଙ୍କର ଏହି ବଡ ବିଜୟର ହିରୋ କିଏ ? ତାକୁ ନେଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଆଲୋଚନା କରୁଛନ୍ତି I ବିଜେପୁରବାସି ରୀତା ନୁହେଁ ବରଂ ବିଜେଡିକୁ ଅଧିକ ଭରଷା କରିଛନ୍ତି ତାହା ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ରୀତାଙ୍କୁ ଜିତାଇ ପ୍ରମାଣିତ କରିଛନ୍ତି I ରୀତା ସାହୁ ବିଶ୍ୱଭୂଷଣ , ନବୀନ ପଟ୍ଟନାୟକ , ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପଛରେ ପକାଇଛନ୍ତି I ଏହାର ମୁଖ୍ୟ କାରଣ ହେଉଛି ନବୀନଙ୍କ ଲୋକପ୍ରିୟତା ଓ ବିଜେପୁର ପାଇଁ ନବୀନ କରିଥିବା ବିକାଶ I ତେଣୁ ରୀତା ସାହୁର ନୁହେଁ ବିଜେପୁରରେ ନବୀନଙ୍କର ବିଜୟ ହୋଇଛି ବୋଲି ଚାରିଆଡେ ଚର୍ଚ୍ଚା I କାରଣ ପୋୖର ନିର୍ବାଚନ ପୂର୍ବରୁ ବିଜେପୁରରେ ଧର୍ମେନ୍ଦ୍ର , ନିରଞ୍ଜନ ଓ ନବୀନଙ୍କ ମଧ୍ୟରେ ସିଧା ସଳଖ ଟକ୍କର ହେଉଥିଲା I ଆଉ ଏହି ଟକ୍କରରେ ବାଜି ମାରି ନେଇଥିଲେ ନବୀନ I ନବୀନଙ୍କର ଲୋକପ୍ରିୟତ ଏତେ ଶୀର୍ଷରେ ପହଁଚିଛି ଯେ , ଏହାକୁ ଭେଦ କରିପାରୁନାହାନ୍ତି ଧର୍ମେନ୍ଦ୍ର କି ନିରଞ୍ଜନ I

ତେବେ ବିଜେପୁରର ଏପରି ବଡ ବିଜୟର ହିରୋ କିଏ ..? ତାକୁ ନେଇ ଏବେ ଘମାଘୋଟ ଆଲୋଚନା I ବିଜେପୁରରେ ବିଜେଡିର ହିରୋ ହେଉଛନ୍ତି ଏକ ମାତ୍ର ନବୀନ I ଦୁଇଦିନ ବିଜେପୁରରେ ନବୀନ ମାରାଥନ ପ୍ରଚାର କରିବା , ରାତିରେ ବିଜେପୁରରେ ରହିବା ଓ ବିଜେପି-କଂଗ୍ରେସର ଅସନ୍ତୋଷ ନେତାଙ୍କୁ ମନାଇବା ଏବଂ ଦାୟିତ୍ୱରେ ଥିବା ନେତାଙ୍କୁ ସଠିକ ଭାବରେ ପରିଚାଳନା କରିବା ବିଜେପୁରରେ ଏହି ବଡ ବିଜୟର କାରଣ I ଯାହାର ମଙ୍ଗ ଧରିଥିଲେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଆଉ ନବୀନ ହିଁ ହେଉଛନ୍ତି ବିଜେପୁରର ହିରୋ I ହେଲେ ନବୀନଙ୍କୁ ତୃତୀୟ ଥର ପାଇଁ ସୁପରଷ୍ଟାର କରାଇଥିଲେ ବିଜେଡିର ଯୁବ ଓ ବରିଷ୍ଠ ନେତାମାନେ I ତିନି ଯୁବ ନେତା ଅରୁଣ ସାହୁ , ସୁଶାନ୍ତ ସିଂ ଓ ପ୍ରଣବ ପ୍ରକାଶ ଦାସ ନବୀନଙ୍କୁ ବିଜେପୁରରେ ସୁପରଷ୍ଟାର କରାଇବାରେ ଓ ନବୀନଙ୍କ ନିର୍ଦେଶ କ୍ରମେ ୧ ମାସ ରୁ ଅଧିକ ସମୟ ଧରି ବିଜେପୁରରେ ପଡି ରହିଥିଲେ I ସେହିପରି ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ, ପ୍ରସନ୍ନ ଆଚାର୍ଯ୍ୟ , ରାଜା ସ୍ୱାଇଁ , ପ୍ରଣୟ ସାହୁ , କିଶୋରେ ମହାନ୍ତି , ନବ ଦାସ ଙ୍କ ଭୂମିକା ବି କିଛି କମ ନଥିଲା I ମୋଟାମୋଟି କହିବାକୁ ଗଲେ ବିଜେପୁରରେ ବିଜେଡି ର ସୁପର ଷ୍ଟାର ଥିଲେ ନବୀନ ଓ ସାଇଡ ହିରୋ ଥିଲେ ଏହି ଯୁବ ଓ ବରିଷ୍ଠ ନେତାମାନେ I ତେଣୁ ରୀତାଙ୍କର ନୁହେଁ ନବୀନଙ୍କର ପ୍ରକୃତରେ ବିଜୟ ହୋଇଛି ବିଜେପୁରରେ I

ବାତ୍ୟା ଖବର ମିଛ : ପ୍ରଦୀପ ଜେନା

0

ଭୁବନେଶ୍ୱର :ଓଡ଼ିଶାରେ ବର୍ତମାନ ସୁଦ୍ଧା ବାତ୍ୟା ହେବାର କୌଣସି ସମ୍ଭାବନ ନାହିଁ I ଏହି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା I ତେଣୁ ସୋସିଆଲ ମିଡିଆରେ ଯେଉଁ ଖବର ପ୍ରଚାରିତ ହେଉଛି , ସେ ଖବରର ସତ୍ୟତା ନାହିଁ I ତେଣୁ ଲୋକମାନେ ଭୟବିତ୍ତ ହେବାର କୌଣସି କାରଣ ନାହିଁ ବୋଲି SRC ସୂଚନା ଦେଇଛନ୍ତି I ଏହା ସହ ଆସନ୍ତା କାଲିଠାରୁ ପାଗ ଭଲ ରହିବ , ବର୍ଷର ପରିମାଣ କମିବ I ତେଣୁ ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ I ଏହିପରି ଏକ ନିର୍ଦେଶନାମା ଜାରି କରିଛନ୍ତି SRC l
ସେପଟେ ଆହୁରୀ ୨୪ ଘଣ୍ଟା ବର୍ଷା ଲାଗି ରହିବ । ଲଘୁଚାପ ଯୋଗୁଁ ୧୧ଟି ଜିଲ୍ଳାକୁ ସର୍ତକ ସୂଚନା ଜାରୀ କରିଛି ପାଣିପାଗ ବିଭାଗ । ବର୍ଷା ଲାଗି ରହିଥିବାରୁ ୧୦ଟି ଜିଲ୍ଲାରେ ସ୍କୁଲ ଓ ଅନଙ୍ଗମବାଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ଆଲୋକର ପର୍ବ ଦୀପାବଳୀରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କ୍ରିଷନ କୁମାରଙ୍କ ତାଗିତ : ଅଦାଲତ ଅବମାନନା ମାମଲା ବୋଝ ହ୍ରାସକର

0

ଭୁବନେଶ୍ୱର : ପୃର୍ତ୍ତ ବିଭାଗ ନାଁରେ ଯେପରି କୌଣସି ଅଦାଲତ ଅବମାନତା ମାମଲା ନରୁଏ ସେନେଇ ଅଣ୍ଟା ଭିଡ଼ିଛନ୍ତି ବିଭାଗୀୟ ସଚିବ କ୍ରିଷନ କୁମାର । ବିଭାଗ ନାଁରେ ମାମଲା ସଂଖ୍ୟ୍ୟା ଶୂନ କରିବା ପାଇଁ କର୍ମଚାରୀମାନଙ୍କୁ ଦିଆଯାଇଛି ଏଲଏମଏସ ତାଲିମ । ମାମଲା ବୋଝ ହ୍ରାସ ପାଇଁ ପୂର୍ତ୍ତ ବିଭାଗରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଅଦାଲତ ଅବମାନନା ମାମଲାର ଉତ୍ତର ଦାଖଲ ପାଇଁ ବିଭାଗୀୟ ଶାସନ ସଚିବ ଡକ୍ଟର କ୍ରିଷନ କୁମାର ନିର୍ଦ୍ଦେଶ ଦେଇଛନ୍ତି ।ବିଭାଗରେ ପଡିଥିବା ମାମଲାର ସମୀକ୍ଷା ଅବସରରେ ଡକ୍ଟର କୁମାର ବିଭାଗୀୟ ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗରେ ଏବେ ୬୮୦୦ ମାମଲା ଥିବାବେଳେ ଅଦାଲତ ଅବମାନନା ମାମଲା ସଂଖ୍ୟା ହେଉଛି ୭୪ । ତେଣୁ ସମସ୍ତ ଅଦାଲତ ଅବମାନନା ମାମଲାର କାରଣ ଦର୍ଶାଅ ଉତ୍ତର ଚଳିତମାସ ୩୧ ତାରିଖ ସୁଦ୍ଧା ଅଦାଲତରେ ଦାଖଲ ପାଇଁ କୁହାଯାଇଛି ।ସେହିଭଳି ମାମଲା ପରିଚାଳନା ପ୍ରକ୍ରିୟା ଯେଭଳି ତ୍ୱରାନ୍ୱିତ ହେବ ସେଥିପାଇଁ ବିଭିନ୍ନ ଶାଖାର ଅଧିକାରୀ ମାନଙ୍କର ଏଲ୍ଏୁମ୍ଏଦସ୍‍ ତାଲିମ କାର‌୍ୟ୍ୟ ଆରମ୍ଭ କରାଯାଇଛି । ତେବେ ଅନ୍ୟ ବିଭାଗ ବିଶେଷକରି ବିଦ୍ୟାଳୟ ଓ ଗଣଶିକ୍ଷା, ଜଳସମ୍ପଦ, ଅର୍ଥ ବିଭାଗରେ ଥିବା ମାମଲା ବୋଝ କିଭଳି ହ୍ରାସ ପାଇଲା ତାହାକୁ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ବିଭାଗୀୟ ସଚିବ କହିଛନ୍ତି । ଆଡଭୋକେଟ ଜେନେରାଲଙ୍କ ସହିତ ପରାମର୍ଶ କ୍ରମେ ସ୍ୱତନ୍ତ୍ର ପଦକ୍ଷେପ ନେଇ ମାମଲା ଗୁଡିକ ଯେଭଳି ଶୀଘ୍ର ଫଏସଲା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବିଭାଗ ଉପରେ ଯେଭଳି ଆଉ ମାମଲା ବୋଝ ନବଢେ କିମ୍ବା ବିଭାଗୀୟ ଅଧିକାରୀମାନେ ମାମଲା ପାଇଁ ବିଭିନ୍ନ ଅଦାଲତକୁ ବାରମ୍ବାର ନଦଉଡନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଡକ୍ଟର କୁମାର ସ୍ପଷ୍ଟ ଭାବେ କହିଛନ୍ତି ।
ଉଲ୍ଲେଖନୀୟ ଯେ ମାମଲା ଚାପ ଯୋଗୁଁ ପୂର୍ତ୍ତ ବିଭାଗରେ ଏବେ ଅଦାଲତି କାମ ବଢିବାରେ ଲାଗିଛି । ବିଶେଷକରି ଅଦାଲତ ଅବମାନନା ମାମଲା ଯୋଗୁଁ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି । କାରଣ ଠିକଣା ସମୟରେ ଅଦାଲତରେ ପକ୍ଷ ନରଖିଲେ ବରିଷ୍ଠ ଅଧିକାରୀମାନଙ୍କୁ କାଠଗଡାରେ ଛିଡା ହେବାକୁ ପଡିବ । ଦୀର୍ଘଦିନ ଧରି ମାମଲା ଫଏସଲା ଉପରେ ଗୁରୁତ୍ୱ ଦିଆଯାଉନଥିବା ବେଳେ ଡକ୍ଟର କୁମାର କିନ୍ତୁ ଏହାକୁ ଅଗ୍ରାଧିକାର ଦେବା ସହିତ ବିଭାଗ କିଭଳି ମାମଲା ବୋଝରୁ ମୁକ୍ତ ହେବ ସେଥିନେଇ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି ।

ବଡ ବିଜୟର ବଡ ରହସ୍ୟ…….

0

ଭୁବନେଶ୍ୱର : ବିଜେପୁରରେ ବଡ ବିଜୟ କରିଛି ବିଜେଡି l ରୀତା ସାହୁ ନିର୍ବାଚନ ଜିତିବାର ରେକର୍ଡ କରିଛନ୍ତି l ବିଜେପୁର ଫଳାଫଳ ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି l ସାଧାରଣ ନିର୍ବାଚନ ପରେ ଉପ ନିର୍ବାଚନରେ ଓଡ଼ିଶାରେ ବିରୋଧୀ ଶୂନ୍ୟ ହୋଇଛି ତାହାର ସଂକେତ ଦେଇଛି ବିଜେପୁର l 97ହଜାର 990ଭୋଟରେ ଜିତିଲେ ରୀତା l ଦୁଇ ଦଶନ୍ଧି ପରେ ବି ନବୀନଙ୍କ ଲୋକପ୍ରିୟତାରେ ଟିକେ ବି ଆଞ୍ଚ ଆସିନାହିଁ l ବରଂ ସାରା ଓଡିଶା ଦିନକୁ ଦିନ ନବୀନମୟ ହେବାରେ ଲାଗିଛି l ବିଜେଡିର ଏହି ବଡ ବିଜୟ ପଛରେ ରହସ୍ୟ କଣ? କିପରି ସମ୍ଭବ ହେଲା l ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟିମ ୱାର୍କ ନୀତି ବେଶ କାମ ଦେଇଛି ବିଜେପୁରରେ l ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳିକୁ ଶଙ୍ଖମୟ କରିବା ପାଇଁ ଉପ ନିର୍ବାଚନରେ ବିଜେଡି ସଭାପତି ଚତୁର ଗୋଟି ଚାଳନ କରିଥିଲେ l ଯାହାକୁ ଗ୍ରାଉଣ୍ଡରେ ପୁରା ପରିଚାଳନା କରିଥିଲେ ନବୀନ ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) l ଫଳରେ ବିଜେଡି ପ୍ରାର୍ଥୀ ରୀତା ସାହୁ 74 ପ୍ରତିଶୋତ ଭୋଟ ପାଇଲା l କେବଳ ସେତିକି ନୁହେଁ ବିଜେଡି ଭୋଟ ହାର 14 ପ୍ରତିଶୋତ ବୃଦ୍ଧି ପାଇଲା l

ତେବେ ବିଜେପୁର ବଡ ରହସ୍ୟ ହେଉଛି କଠିନ ପରିଶ୍ରମ l ଗଡ଼ ବଜାୟ ରଖିବା ପାଇଁ ନବୀନ ଯେଉଁ ରଣନୀତି କରିଥିଲେ ତାହାକୁ ବାସ୍ତବ ରୂପ ଦେଲେ ପ୍ରଣବ ଆଉ ସୁଶାନ୍ତ l ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଉପ ନିର୍ବାଚନରେ ନବୀନଙ୍କ ନିର୍ଦେଶକୁ କିପରି ଅକ୍ଷର ଅକ୍ଷରରେ ପାଳନ କରାଯାଇ ରୀତା ସାହୁଙ୍କୁ ବିଜୟ କରାଯିବ ତାହାର ଗୋଟି ଚାଳନ କରିଥିଲେ ବବି l ତାହାସହ ସାଙ୍ଗରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସିଂ , ଦେବୀ ପ୍ରସାଦ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ ଓ ଛାମୁଆ ଛାତ୍ର, ମହିଳା ସଂଗଠନର ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରତି ଘରୁ କିପରି ଅଧିକ ପରିମାଣରେ ବିଜେଡି ନାଁରେ ଭୋଟ ପଡିବ ସେନେଇ ବବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ l ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗାଏସିଲଟ , ବିଜେପୁର , ବରପାଲି ସହିତ ଦୁଇଟି ଏନଏସି ର ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଅଫିସ ଯାଇ ବବି ପ୍ରତ୍ୟେକ ଦିନ ପ୍ରଚାରର ସମୀକ୍ଷା କରିଥିଲେ l ଆଜି ସେହି ପରିଶ୍ରମର ଫଳ ପାଇଛି ବିଜେଡି l ସବୁଠାରୁ ବଡ କଥା ହେଉଛି ଅଢେଇ ବର୍ଷ ରେ ତୃତୀୟ ଥର ପାଇଁ ବିଜେପୁର ବାସୀ ବିଜେଡି କୁ ଆଶୀର୍ବାଦ କରିଛନ୍ତି ଓ ବିରୋଧୀଙ୍କ ଉପରୁ ବିଶ୍ୱାସ ହରେଇଛନ୍ତି l ଯୋଉଁଥି ପାଇଁ ବିଜେପି ଓ କଂଗ୍ରେସ ର ଭୋଟ ପ୍ରତିଶତ କମିଛି l ଏହା ସହ ନବୀନ ଙ୍କ ଲୋକପ୍ରିୟତା ଆଗରେ ବିରଧୀ ଯେ ତୁଚ୍ଛ ତାହା ବିଜେପୁର ନିର୍ବାଚନ ରେ ବିଜେଡି ପ୍ରମାଣିତ କରିଛି l କୋଡିଏ ବର୍ଷ ପରେ ବି ନବୀନ ଙ୍କ ଲୋକପ୍ରିୟତା ସେଇପରି ବଜାଇ ରହିଛି ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି l ବିଜେପୁର ର ବଡ ବିଜୟ ପାଇଁ ବିଜେପୁର ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ l କେବଳ ସେତିକି ନୁହେଁ ଦଳର ଟିମ ୱାର୍କ ଓ ବିଜେଡି ଲୋକଙ୍କ ସରକାର, ତାହା ବିଜେପୁର ବାସୀଙ୍କୁ ବୁଝାଇବାରେ ସକ୍ଷମ ହେଇଛି ଶାସକ ଦଳ l

ବିଜେପୁରରେ ଗଡ଼ିଲା ନବୀନଙ୍କ ବିଜୟ ରଥ : ରୀତା 97ହଜାର 994 ଭୋଟରେ ବିଜୟ

0

ଭୁବନେଶ୍ୱର : ବିଜେପୁର ବାଜି ଜିତିଲା ବିଜେଡି l ରେକର୍ଡ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ l 97ହଜାର 994 ଭୋଟରେ ଜିତିଲେ l ବିଜେପୁରରେ ବଡ ବିଜୟ ବ୍ୟବଧାନରେ ରୀତା ଜିତିବା ପରେ ନବୀନ ରିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସାଧାରଣ ନିର୍ବାଚନ ପରେ ବିଜେପୁର ନିର୍ବାଚନ ହେଉଥିଲା I ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ହେଉଥିଲା I ଏହି ତିନି ରାଜନେତାଙ୍କର ଲୋକପ୍ରିୟତା ନିର୍ବାଚନ ପରେ କେତେ ରହିଛି ତାହା ମାପୁ ଥିଲେ ବିଜେପୁରବାସି I ତିନି ରାଜନେତା ମଧ୍ୟ ନିଜ ଦଳୀୟ ପ୍ରାଥୀଙ୍କୁ ଜିତାଇବା ପାଇଁ ବିଜେପୁରରେ ଜୋରଦାର ପ୍ରଚାର କରୁଥିଲେ I ଲୋକମାନଙ୍କୁ ବିଭିର୍ନ ପ୍ରକାର ପ୍ରତିଶୃତି ଦେଉଥିଲେ I ସାରା ଓଡିଶା ଦେଖୁଥିଲା ବିଜେପୁରର ଏହି ହାଇ ଭୋଲ୍ଟେଜ ଉପ ନିର୍ବାଚନକୁ I ଲଢେଇ ହେଉଥିଲା ନବୀନ – ଧର୍ମେନ୍ଦ୍ର ଓ ନିରଞ୍ଜନଙ୍କ ମଧ୍ୟରେ I ଆଉ ସବୁ ଲଢେଇ ପରି ବିଜେପୁର ଉପନିର୍ବାଚନ ଲଢେଇରେ ପୁଣି ଚାଲିଲା ନବୀନଙ୍କ ଯାଦୁ I ଆଉ ବଡ ବିଜୟ କଲା ବିଜେଡି l ଯେତେ ଯାହା କଲେ ମଧ୍ୟ ଓଡିଶାବାସୀଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି ତାପୁଣି ବିଜେପୁରରେ ପ୍ରମାଣିତ ହେବାକୁ ଯାଉଛି I ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଫେଲ ହୋଇଛନ୍ତି ନବୀନଙ୍କ ପାଖରେ I ଆଉ ପୌର ନିର୍ବାଚନର ପୂର୍ବରୁ ବିଜେପୁର ଏସିଡ ଟେଷ୍ଟରେ ବାଜି ମାରିଚି ବିଜେଡି l ବିଜେଡିର ଏହି ବଡ ବିଜୟ ନବୀନ ଲୋକପ୍ରିୟତାକୁ ପୁଣି ପ୍ରମାଣ କରିଛି l

ବିଜେପୁର ଶଙ୍ଖମୟ : ଲୋକପ୍ରିୟତା ଶୀର୍ଷରେ ନବୀନ

0

ଭୁବନେଶ୍ୱର : 2000ରୁ ଆଜି ଯାଏ ନବୀନ ସ୍ଥିତି ଯାହା ଥିଲା ତାହା ଆଜି ବି ଅତୁଟ ରହିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ଏପରି ବଢୁଛି ଯେ ବିରୋଧୀ ନବୀନଙ୍କ ସହ ପ୍ରତିଯୋଗିତା କରିବେ କଣ ପାଖ ବି ମାଡିପାରୁନାହାନ୍ତି l ଓଡିଶା ରାଜନୀତିରେ ନବୀନ ପାହାଡ ପରି ଛିଡା ହୋଇଛନ୍ତି l ବିରୋଧୀ ଯେତେ ଚେଷ୍ଟା ଓ ନବୀନଙ୍କ ବିରୋଧରେ ଯେତେ ଅଭିଯୋଗ କଲେ ବି ତାହାର ପ୍ରଭାବ ନବୀନଙ୍କ ଉପରେ ଜମା ପଡୁନାହିଁ l ଯାହା ସବୁ ନିର୍ବାଚନରେ ପ୍ରତିଫଳିତ ହେଉଛି l ସବୁ ନିର୍ବାଚନକୁ ନବୀନ ଗୁରୁତ୍ୱର ସହ ନବୀନ ନିଅନ୍ତି l ନିଜର ଚତୁର ରାଜନୈତିକ ଗୋଟି ଚାଳନରେ ବିରୋଧୀଙ୍କୁ ଘାଇଲା କରନ୍ତି ସେ l ନବୀନଙ୍କ ଯୁବ ବ୍ରିଗେଡିୟର ଦିନରାତି ଏକ କରି ଲାଗିପଡନ୍ତି କାମରେ l ବିଜେଡିକୁ ବିଜୟଟିପା ପିନ୍ଧନ୍ତି l 2019 ପରେ ବିଜେପୁର ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି l ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ନବୀନଙ୍କୁ ବାରମ୍ବାର ଓଡିଶା ବାସୀ ବିଜୟ କରାଉଛନ୍ତି l ଅଢେଇ ବର୍ଷରେ ବିଜେପୁରବାସୀ ନବୀନଙ୍କୁ 3ଥର ପାଇଁ ବିଜୟୀ ଟିପା ପିନ୍ଧାଇଛନ୍ତି l
ବିଜେପୁରରେ ବିଜେଡି 11 ରାଉଣ୍ଡ ସୁଦ୍ଧା 56,126 ଭୋଟରେ ଆଗୁଆ । ବିଜେଡି 77ହଜାର 359 ଭୋଟ ପାଇଥିବା ବେଳେ ବିଜେପି 21ହଜାର 233 ଓ କଂଗ୍ରେସ 3074 ଭୋଟ ପାଇଛି l
୧୫ତମ ରାଉଣ୍ଡ ଫଳାଫଳ ।
ବିଜେଡି (ରୀତା ସାହୁ) ୬୫୭୪ – ୧୦୩୩୧୮
ବିଜେପି (ସନତ ଗଡତିଆ) ୧୧୮୬ – ୨୮୦୭୧
କଂଗ୍ରେସ (ଦିଲ୍ଲୀପ ପଣ୍ଡା) – ୨୦୬ – ୪୨୮୭
ନୋଟା ୧୫୨୮
୭୫୨୪୭ ଭୋଟରେ ଆଗୁଆ ବିଜେଡି

ସଂଘର୍ଷ ପରେ ଆନନ୍ଦ : ଟ୍ରେନରେ ଯାତ୍ରା କଲେ ଅରୁଣ

0

ଭୁବନେଶ୍ୱର : ବୌଦ୍ଧ, ସୋନପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା ଏପରି 6 ଜିଲ୍ଲାକୁ ନାହିଁ ରେଳ ସଂଯୋଗ l ଦୀର୍ଘ ଦିନ ନୟାଗଡ଼ ବି ଏହି ତାଲିକାରେ ଥିଲା l ଛାତ୍ର ଜୀବନରୁ ନୟାଗଡକୁ କିପରି ରେଳ ସଂଯୋଗ ହେବ ସେ ନେଇ ସଂଘର୍ଷ ଜାରିରଖିଥିଲେ ଅରୁଣ ସାହୁ l ସେ ବାଣୀବିହାରର ସଭାପତି ଭାବେ ହେଉ ଅବା ବିଧାୟକ ଭାବେ l ସବୁବେଳେ ସେ ନୟାଗଡକୁ କିପରି ଟ୍ରେନ ଗଡିବ ସେ ନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରି ଆସୁଥିଲେ l ବହୁବାର ନୟାଗଡବାସୀଙ୍କ ସହ ଟ୍ରେନ ସଂଯୋଗ ପାଇଁ ଆନ୍ଦୋଳନ କରିଛନ୍ତି l ହେଲେ ଦାବି ପୂରଣ ହେଉନଥିଲା l 20ବର୍ଷର ସଂଘର୍ଷ ପରେ ପୂରଣ ହୋଇଛି ସ୍ୱପ୍ନ l ନୟାଗଡକୁ ଗଡିଛି ଟ୍ରେନ l ସଂଘର୍ଷ ପରେ ଆନନ୍ଦ ନେବା ପାଇଁ ରାଜଧାନୀ ଭୁବନେଶ୍ବରରୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ ପାସେଞ୍ଜର ଟ୍ରେନରେ ସାଧାରଣ ଲୋକଙ୍କ ଭଳି ଟିକେଟ କାଉଣ୍ଟରରୁ ଟିକେଟ କରି ସନ୍ଧ୍ୟା ୬ ଟା ୪୦ ମିନିଟ ରେ ଚଢ଼ିଥିଲେ ଟ୍ରେନରେ ।
ଏହାସହ ଭୁବନେଶ୍ୱର ରେଳ ଚାଲିବ ମୁଁ ନିଶ୍ଚିତ ଟ୍ରେନରେ ଯିବା-ଆସିବା କରିବି ବୋଲି ଉଦଘାଟନ ଦିନ କହିଥିବା କଥାକୁ ବି ଆଜି ପୂରଣ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ l ସାଧାରଣ ଜୀବନ ଯାପନ କରି ଲୋକଙ୍କ ସୁଖ ଦୁଃଖର ସାଥି ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ସବୁବେଳେ ମାନିଛନ୍ତି ସେ l ଅରୁଣ ଏପରି ଟ୍ରେନ ଯାତ୍ରା ରାଜଧାନୀରୁ ନୟାଗଡ଼ ଯାଏ ଚର୍ଚ୍ଚା l

ସରପ୍ରାଇଜ ହେବ ବିଜେପୁର ଫଳାଫଳ : ବିଜେଡି

0

ଭୁବନେଶ୍ୱର : କାଲି ଖୋଲିବ ବିଜେପୁର ପେଡି l ଏଥର ବିଜେପୁରବାସୀ କାହାକୁ ବିଧାୟକ ବାଛିଛନ୍ତି ତାହା ବି କାଲି ଓଡିଶାବାସୀ ଜାଣିବେ l ବିଜେପୁର ଫଳାଫଳକୁ ନେଇ ରାଜଧାନୀରୁ ବିଜେପୁର ଯାଏ ଜୋରଦାର ଚର୍ଚ୍ଚା l ତେବେ ବିଜେପୁର ନିର୍ବାଚନ ଫଳାଫଳ ସରପ୍ରାଇଜ ହେବ ବୋଲି ବିଜେଡି ନେତାଏ କହିଛନ୍ତି l ବିଜେପୁର ରେଜଲ୍ଟ କାହିଁକି ହେବ ସରପ୍ରାଇଜ l କାରଣ ଏଥର ବିଜେପୁରରେ 79:17 ମତଦାତା ତାଙ୍କର ମତ ସାବ୍ୟସ୍ତ କରିଛନ୍ତି l ବିଜେଡିର ୟଙ୍ଗବିଗ୍ରେଡିୟ ଦିନରାତି ଏକ କରି ରୀତା ସାହୁ ଜିତିବା ପାଇଁ ଲାଗିପଡ଼ିଥିଲେ l ନବୀନଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଜେଡିକୁ ଏହି ସଫଳତା ଦେବ ବୋଲି ବିଜେଡି କହିଛି l
ବିଜେପୁରରେ ଏଥର ବିଜେଡିର ଯୁବ ନେତାମାନେ ଯେପରି ନିର୍ବାଚନ ପରିଚାଳନା କଲେ ତାହା ବିଜେଡିକୁ ବଡ ବ୍ୟବଧାନରେ ଜିତାଇବ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ଦେଇଛନ୍ତି l 2018 ଉପ ନିର୍ବାଚନରେ ରୀତା ସାହୁ 41 ହଜାର ବୋଟରେ ବିଜୟ ଲାଭ କରିଥିଲେ l ଏଥର ଏହି ବ୍ୟବଧାନ କେତେ ହେଉଛି ତାହା ଚର୍ଚ୍ଚା l

ଶଙ୍ଖମୟ ଯାଜପୁର : ସଭ୍ୟସଂଗ୍ରହରେ ସାରା ଓଡ଼ିଶାରେ 1 ନମ୍ବର..

0

ଭୁବନେଶ୍ୱର : ବିକାଶ ପଥେ ଯାଜପୁର । ନୂତନ ଯାଜପୁରର ବିନ୍ଧାଣୀ ପ୍ରଣବ ପ୍ରକାଶ ଦାସ (ବବି) ଯାଜପୁର ବିଧାୟକ ହେବା ପରେ ଯାଜପୁର ରୂପରେଖ ବଦଳିଯାଇଛି । ଯାଜପୁର ବର୍ତ୍ତମାନ ସାରା ଓଡ଼ିଶାର ରୋଲ ମଡ଼େଲ ହୋଇଛି ବିକାଶ ପାଇଁ । ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ମେଡ଼ିକାଲ, ଆଦିର ବିକାଶ ସହ ଯାଜପୁରର ଐତିହ ଓ ପୁରୁଣା ମନ୍ଦିର ମାନଙ୍କ ରକ୍ଷଣବେକ୍ଷକ ସହ କୁସୁମା ପୋଖରୀର ପୁନଃଉଦ୍ଦାର । ତାହାସହ ସହରର ଆଲୋକିକରଣ ବ୍ୟବସ୍ଥା, ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପୁରା ଯାଜପୁର ନିର୍ବାଚନୀ ମଣ୍ଡଳୀର ଚତୁଦିଗ ବିକାଶ, ବେକାରୀ ସମସ୍ୟା ଦୂର କରିବାକୁ ପ୍ରୟାସ, ଯାଜପୁର ଭାଇଚାର ବଜାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଅବଦାନ ଆଜି କେବଳ ଯାଜପୁର ଜିଲ୍ଲାରେ ନୁହେଁ, ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ବିଧାୟକ ସବୁବେଳେ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ନୂତନ ଯାଜପୁର ଗଠନ ଲାଗି କେବଳ ସେ ନୁହେଁ, ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସାରଥି ବୋଲି ବବି ତାଙ୍କ ଭାଷଣରେ କହିନ୍ତି ସବୁବେଳେ । ବିଧାୟକଭାବେ ବବିଙ୍କ କାର୍ଯ୍ୟକୁ ଯାଜପୁରବାସୀ ବେଶ ପସନ୍ଦ କରିଛନ୍ତି । ଯେଉଁଥିପାଇଁ ୩ଥର ତାଙ୍କୁ ବିପୁଳ ବ୍ୟବଧାନରେ ବିଜୟ କରାଇଛନ୍ତି ଯାଜପୁର ବାସୀ । ବବି ବି ଯେଉଁ ପ୍ରତିଶ୍ରୃତି ଦେଇଛନ୍ତି ତାହାକୁ ପୂରଣ କରିଛନ୍ତି । ଯେଉଁ ଆଖି ଦୃଶିଆ ବିକାଶ ସେ ଯାଜପୁର ପାଇଁ କରିଛନ୍ତି ସେଥିପାଇଁ ଆଜି ପୁରା ଯାଜପୁର ଶଙ୍ଖମୟ ହୋଇଛି । ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଯେଉଁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି ସେଥିରେ ଏବେ ଯାଜପୁୂର ବିଧାନସଭା କ୍ଷେତ୍ର ସାରା ଓଡ଼ିଶାରେ ୧ ନମ୍ବର ହୋଇଛି ଏଯାଏ । ଲୋକେ ବିଜେଡ଼ି ସହ ଆପେ ଆପେ ଯୋଡ଼ି ହେଉଛନ୍ତି । କେବଳ ବିଧାୟକଙ୍କ ବିକାଶ ଏଜେଣ୍ଡାରେ ନିଜରକୁ ସାମିଲ କରିବା ପାଇଁ । ସଭ୍ୟ ହେବା ପାଇଁ ପ୍ରତ୍ୟେକ ସଭ୍ୟକୁ ୫ଟଙ୍କା ଦେବାକୁ ପଡ଼ୁଥିଲେ ମଧ୍ୟ ଯାଜପୁର ନିର୍ବାଚନୀ ମଣ୍ଡଳୀର ଲୋକମାନେ ଆଗ୍ରହର ସହ ବିଜେଡ଼ିର ସଭ୍ୟ ହେଉଛନ୍ତି । ଏପରି ଯାଜପୁର ବିଧାନସଭା କ୍ଷେତ୍ରର ୨ଟି ବ୍ଲକ ଦଶରଥପୁୂର, ଯାଜପୁର ଓ ଯାଜପୁର ପୌର ପରିଷଦରେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଜୋରଦାର ହୋଇଛି । ବର୍ତ୍ତମାନ ଯାଜପୁରରେ ସଭ୍ୟ ସଂଗ୍ରହ ୮୨ହଜାର ୭୯୮ରେ ପହଞ୍ଚଛି । ଯାହାକି ସାରା ଓଡ଼ିଶାରେ ୧ନମ୍ବର । କେବଳ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ନୁହେଁ, ଜିଲ୍ଲା ଅନ୍ୟ ୬ଟି ବିଧାନସଭା କ୍ଷେତ୍ରରେ କିପରି ସଭ୍ୟ ସଂଗ୍ରହ ଅଧିକ ହେବ ନବୀନଙ୍କ ନିର୍ଦ୍ଦେଶରେ ଜିଲ୍ଳାର ସମସ୍ତ ବିଧାୟକଙ୍କୁ ନେଇ ପ୍ରଣବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଯାଜପୁର ବିଧାନସଭା ପଛକୁ ରହିଛି ଧର୍ମଶାଳା ବିଧାନସଭା କ୍ଷେତ୍ର ବର୍ତ୍ତମାନ ସୁଦ୍ଧା ଧର୍ମଶାଳାରେ ୭୬ହଜାର ୧୬ ,ସୁକିନ୍ଦାରେ ୬୮ହଜାର୧୪୦, ମୟୁୂରଭଞ୍ଜରର ମୋରଡ଼ା ୬୨ହଜାର ୧୨୨, ଯାଜପୁର ବିଞ୍ଝାରପୁର ରେ ୫୬ହଜାର୫୨୯, ମୟୁୂରଭଞ୍ଜରର ଜଶୀପୁରରେ ୫୩ହଜାର ୧୦,ନୟାଗଡ଼ରେ ୫୨ହଜାର୭୨୮, ବାଲେଶ୍ୱରର ଭୋଗରାଇରେ ୫୧ହଜାର୯୪୦,ସୋରରେ ୫୦ହଜାର୮୩୦, କଟକ ଆଠଗଡ଼ରେ ଳ୫୦ହଜାର୫୦୨ ଜଣ ସଭ୍ୟ ସଂଗ୍ରହ କରାଯାଇଛି ।

ବର୍ଷିଲେ ତାରା : ବିଜେପିର ଯାଜପୁର ବନ୍ଦ

0

ଭୁବନେଶ୍ୱର : ସ୍ମିତାରାଣୀ ମୃତ୍ୟୁ ମାମଲା ନେଇ ପୁଣି ବର୍ଷିଛି କଂଗ୍ରେସ l କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅଭିଯୋଗ କରିଛନ୍ତି ଯେ ପ୍ରମାଣ ନଷ୍ଟ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଚରିତ୍ର ସଂହାର କରିବା କାହାର ଅଧିକାର ନାହିଁ। ପ୍ରଶାସନ କେମିତି ଜାଣିଲା କାହା ସହ କାହାର କେମିତି ସମ୍ପର୍କ ଥିଲା। ଏଥିରେ ଯିଏ ପାପ କରିଛି ସିଏ ଶାସ୍ତି ପାଇବ। ତାଙ୍କ ନିଶ୍ୱାସରେ ଦୁଇଟି ଦଳ ଧ୍ୱଂସ ହେବ। ବିଜେପି ଏହାକୁ ନେଇ ରାଜନୀତି ନ କରୁ। ଏ ଘଟଣାରେ ପ୍ରମାଣ ନଷ୍ଟ ହୋଇଛି। ସିସିଟିଭି ରେ ପ୍ରମାଣ ଥାଇପାରେ। ରଙ୍ଗଶାଳାରେ ରଙ୍ଗ ହେଉଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି l ସେପଟେ ଏହି ଘଟଣାକୁ ନେଇ ଯାଜପୁର ବନ୍ଦ କରିଛି ବିଜେପି l

Follow us

20,832FansLike
0FollowersFollow
14,700SubscribersSubscribe

Latest news