ଖରସ୍ରୋତାରେ କୁମ୍ଭୀର….

- Advertisement -

ଭୁବନେଶ୍ୱର : ଯାଜପୁର ଖରସ୍ରୋତା ନଦୀରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । ଆଜି ସକାଳେ ମାଛ ଧରିବା ପାଇଁ ନଦୀରେ ଲଗେଇଥିବା ବଂଶୀରେ ଏକ ୩ ଫୁଟ ଲମ୍ବର କୁମ୍ଭୀର ଲାଗିଥିଲା। ସେଠାରୁ ମାଛ ଧରୁଥିବା ଲୋକମାନେ ଧରି ଆଣି ଥିଲେ । ନଦୀ ପାଖ ପୋଲ ନିକଟରେ ଥିବା ଏକ ଗଡ଼ିଆରେ କୁମ୍ଭୀରଟିକୁ ରଖାଯାଇଛି । କୁମ୍ଭୀରକୁ ଦେଖିବାକୁ ଲୋକମାନଙ୍କ ଭିଡ ମଧ୍ୟ ଲାଗି ରହିଛି । ସେପଟେ ଫରେଷ୍ଟ ଟିମ ଘଟଣା ସ୍ଥଳରେ ପହଁଚି କୁମ୍ଭୀରକୁ ପାଣିରୁ ଉଦ୍ଧାର କରି ନେଇଛନ୍ତି। ଘଟଣା ସ୍ଥଳରେ ଯାଜପୁର ସଦର ପୋଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଟିଲା । ଲୋକମାନଙ୍କର ମନରେ ପ୍ରଶ୍ନ ଉଟୁଛି କିପରି ଏହି ନଦୀରେ କୁମ୍ଭୀର ଆସିଲା କାହିଁକି ବନ ବିଭାଗ ଏହା ଉପରେ ପଦକ୍ଷପ ନେଉନାହିଁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles