ରାତି ପାହିଲେ ବିଜେପୁର ପରୀକ୍ଷା : କିଏ ହେବ ପାସ, ବିଜେଡି -ବିଜେପି ନା କଂଗ୍ରେସ?

- Advertisement -

ଭୁବନେଶ୍ୱର : ବାଜିରେ ଲାଗିଛି ବିଜେପୁର l ରାତି ପାହିଲେ ହେବ ଉପ-ନିର୍ବାଚନ । କାହା ସପକ୍ଷରେ ପଡିବ ଭୋଟ l ଆଜି ରାତିରେ କାହାକୁ ଭୋଟ ଦେବା ପାଇଁ ନିଷ୍ପତି ନେବେ ବିଜେପୁର ବାସୀ l ବିଜେଡି -ବିଜେପି -କଂଗ୍ରେସ କିଏ କେତେ ଭୋଟ ପାଇବ ତାହା ଏବେ ଚର୍ଚ୍ଚାର ବିଷୟ । ଏଥର ବିଜେଡି ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି l ସେହିପରି ବିଜେପି ପୁଣି ଥରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି l ହେଲେ କଂଗ୍ରେସ ଏଥର ନୂଆ ପ୍ରାର୍ଥୀ କରିଛି ଦିଲ୍ଲୀପ ପଣ୍ଡାଙ୍କୁ କରିଛି l
ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ ମାଗିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କର ଭରଷା ରହିଛି । ସେ ଯେଉଁ ବିକାଶର ପ୍ରତିଶ୍ରୁତି ବିଜେପୁରବାସୀଙ୍କୁ ଦେଇଥିଲେ ତାହା ପୂରଣ କରିଛନ୍ତି ବୋଲି ବିଜେଡି କହିଛି l ତେଣୁ ବିଜେପୁର ବାସୀ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବେ l 2019ରେ ମୁଖ୍ୟମନ୍ତ୍ରୀ ଏହି ଆସନରୁ ସର୍ବାଧିକ ୧ଲକ୍ଷ ୧୦ ହଜାର ୬୦୪ ଭୋଟ ପାଇଥିଲେ । ସମୁଦାୟ ଭୋଟର ୫୯.୭୮ ପ୍ରତିଶତ ତାଙ୍କୁ ମିଳିଥିଲା । ତେଣୁ ଉପ ନିର୍ବାଚନରେ ବିଜେଡି ଭଲ ଭୋଟ ପାଇବ ବୋଲି ବିଜେଡି ନେତାଏ ଯୁକ୍ତି ବାଢୁଛନ୍ତି l କାରଣ ଏଥର ଦୁଇଦିନ ସେଠାରେ ରହି ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିଲେ । ପ୍ରଚାରରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା l ସେହିପରି ବିଜେପି ବି ପ୍ରଚାର ଜୋରଦାର କରିଥିଲା l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2ଥର ପ୍ରଚାର କରିଥିଲେ l ଦଳର ଗତଥରର ପ୍ରାର୍ଥୀ ସନତ କୁମାର ଗଡ଼ତିଆ ଉପନିର୍ବାଚନରେ ପୁଣି ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସେ ୫୩ ହଜାର ୪୮୨ ଅର୍ଥାତ ମୋଟ ଭୋଟର ୨୮.୯୧ ପ୍ରତିଶତ ପାଇଥିଲେ । ତେଣୁ ଦଳ ଏହି ଉପ ନିର୍ବାଚନରେ ଭଲ କରିବ ବୋଲି କହିଛି l ହେଲେ ଦିଲ୍ଲୀ ନେତା କେହି ଆସିନଥିବାରୁ ବିଜେପି ଯେ ବିଜେପୁରରେ ଜୋରଦାର ଲଢ଼ୁଛି ସେ ବାର୍ତ୍ତା ଲୋକଙ୍କ ପାଖକୁ ସେତେଟା ଯାଇପାରିନାହିଁ l
ବିଜେପିର ସବୁନେତାମାନେ ଯାଇ ଜୋରଦାର ପ୍ରଚାର କରିଛନ୍ତି ତେଣୁ ବାଜି ଜିତିବା ପାଇଁ ଆଶା ରଖିଛି ଦଳ l ସେହିପରି କଂଗ୍ରେସ ଏଥର ପ୍ରାର୍ଥୀ ବଦଳାଇଛି ଦିଲ୍ଲୀପ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି । ଗତଥର କଂଗ୍ରେସ ମାତ୍ର ୧୪୩୪୪ ଭୋଟ ପାଇଥିଲା l ସମୁଦାୟ ଭୋଟର ୭.୭୫ ପ୍ରତିଶତ । ଏଥର କଂଗ୍ରେସ ଭଲ କରିବ ବୋଲି ଆଶା ରଖିଛି l ହେଲେ ନିର୍ବାଚନ ପୂର୍ଵରୁ ବିଧାୟକ ସୁର ରାଉତରାୟ କଂଗ୍ରେସ ଜିତିବେନି ବୋଲି କହିଦେଇଛନ୍ତି ଯାହା ଦଳ ପାଇଁ ବିଜେପୁରରେ ଅଡୁଆ l ହେଲେ ଏବେ ବି ଦଳ ଜୋରଦାର ଲାଗିପଡ଼ିଛି ବିଜେପୁର ବାଜି ଜିତିବା ପାଇଁ l
ତେବେ ଦେଖିବାର କଥା 24 ତାରିଖ ଦିନ ବିଜେପୁର ବାସୀ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles