ଫଟୋ ଦେଖାଇ ଫସିଲା ବିଜେପି : ଘେରିଲା କଂଗ୍ରେସ

- Advertisement -

ଭୁବନେଶ୍ୱର : ଧର୍ମଶାଳା ସ୍ମିତାରଣୀ ମୃତ୍ୟୁ ରହସ୍ୟ ନେଇ ଥମିବାରେ ନା ନେଉନାହିଁ ରାଜନୀତି l ଶନିବାର ଅଭିଯୁକ୍ତ ସହ ବିଜେଡି -ବିଜେପି ନେତାଙ୍କ ଫଟୋ ଭାଇରାଲ ହେବା ପରେ ଉଭୟଙ୍କୁ ଘେରିଛି କଂଗ୍ରେସ l ବିଜେପି ନେତା ତଥା ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଫଟୋ ଦେଖାଇ ବିଧାୟକଙ୍କୁ ଟାର୍ଗେଟ କରିବାର କେହି ଘଣ୍ଟା ଭିତରେ ବିଜେଡି ସୋସିଆଲ ଗ୍ରୁଫ ବିଜେପି ନେତା ସହ ଅଭିଯୁକ୍ତଙ୍କ ସହ ଫଟୋ ଭାଇରାଲ କରିଥିଲେ l ଯାହା ବିଜେଡି -ବିଜେପି ରାଜନୀତିକୁ ସରଗରମ କରିଛି l କହିବାକୁ ଗଲେ ଫଟୋ ଦେଖାଇ ବିଜେପି ନିଜ ଜାଲରେ ନିଜେ ପଡିଛି l ଏବେ ଏହାକୁ କଂଗ୍ରେସ ପ୍ରସଙ୍ଗ କରିଛି l ଉଭୟ ବିଜେଡ଼ି ହେଉ କି ବଜେପି ନେତାଙ୍କ ସହ ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ। ଦଳ କହିଛି ଯେ ଶୁଖିଲା ଘଟଣାରେ ରାଜନୀତି କରିବା ବିଜେପିର କାର୍ଯ୍ୟ। ଉଭୟ ବିଜେପି ଓ ବିଜେଡି ଦଳର ସୁରକ୍ଷା ବଳୟରେ ରହିଥିଲେ ସରପଞ୍ଚଙ୍କ ସ୍ୱାମୀ ତଥା ଅଭିଯୁକ୍ତ। ତେଣୁ ଏପରି ରାଜନୀତି ନକରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles