ସେବା ଫର୍ଦ୍ଦ ସହ ଯୋଡ଼ିହେଲା ସ୍ବଚ୍ଛତା ।

- Advertisement -

ବ୍ୟାସନଗର: ମାନବ ସେବା ହିଁ ମାଧବ ସେବା,ଏହି ସ୍ଲୋଗାନକୁ ପାଥେୟ କରି ବର୍ଷ ବର୍ଷ ଧରି ସମାଜର ହିତକାର୍ଯ୍ୟ କରିଆସୁଛି ସତ୍ଯସାଇ ସେବା ସଂଗଠନ । ଗତ ଗାନ୍ଧୀ ଜୟନ୍ତୀ ଦିନରୁ ସେବା ସହିତ ଯୋଡି ହୋଇ ଯାଇଛି ସ୍ବଚ୍ଛତା । ସ୍ଥାନୀୟ ଅଞ୍ଚଳରେ ଥିବା ସତ୍ଯସାଇ ସେବା ସଂଗଠନ ପକ୍ଷରୁ ଅକ୍ଟୋବର ମାସ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ସ୍ବଚ୍ଛ ଅଭିଯାନ ଆଜି ୧୮ଦିନରେ ପହଞ୍ଚିଛି । ଏହି ସଂଗଠନ ପକ୍ଷରୁ ବିଭିନ୍ନ ଅଞ୍ଚଳର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦଣ୍ଡିକିରି ସ୍ଥିତ ଶିବମନ୍ଦିର ପରିସରରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି ।ବିଗତ ଦିନ ମାନଙ୍କରେ ସାଇମନ୍ଦିର,ବସଷ୍ଟାଣ୍ଡ୍,ସରକାରୀ ମେଡିକାଲ, ଗୁରୁଦ୍ବାରା,ପନାସିଆ,ପାଟୁଳି,ବୀରମଣିପୁର,ଗୋପବନ୍ଧୁ ଛକ,ଝାଟିଆ ସାହି, କୁଷ୍ଠାଶ୍ରମ,ଉମାପଦା,ଚାନ୍ଦମା,ସୂର୍ଯ୍ୟ ମନ୍ଦିର, ଗୋଶାଳା ପ୍ରଭୃତି ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ ସାରିଥିବା ସ୍ଥଳେ,ଆସନ୍ତା କାଲି ଶେଷ ଦିନରେ ଚାରିଆଖିଆ ଦେବୀ ମନ୍ଦିର ବସ୍ତିରେ ସଫେଇ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଧିରେନ୍ଦ୍ର କୁମାର ସାହୁ, ପରମେଶ୍ଵର ଜେନା,ଚନ୍ଦ୍ରକାନ୍ତ ଶର୍ମା, ଶ୍ରିନୁ ରାଜୁ,ସୁରେନ୍ଦ୍ର ସାମଲ,ବିବେକାନନ୍ଦ ଜେନା,କୃଷ୍ଣ ଜେନା, ଚିନ୍ତାମଣି ଜେନା ଓ ବହୁ ସଦସ୍ୟ ସ୍ବଚ୍ଛ ସମାଜ ଗଠନ କରିବାକୁ ପ୍ରୟାସ କରିଥିଲେ । ସଂଗଠନ ର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles