କଳିଙ୍ଗନଗର: କଳିଙ୍ଗନଗର ସ୍ଥିତ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ଯୋଗ ନୀଳାଚଳ ଇସ୍ପାତ ନିଗମରେ କିଛିମାସ ହେବ ଚାଲିଥିବା ଅଚଳାବସ୍ଥାକୁ ବିରୋଧ କରି ଆଜି ଶତାଧିକ କର୍ମଚାରୀ କାରଖାନାର ପ୍ରଶାସନିକ ଅଧିକାରୀଙ୍କୁ ଘେରିଥିଲେ । ବିଭିନ୍ନ ସମସ୍ୟାର ଆଳ ଦେଖାଇ କାରଖାନା କର୍ତ୍ତୃପକ୍ଷ ଶ୍ରମିକ ମାରଣ ନୀତି ଚଳାଇଥିଲେ ।ସେହି କାରଣରୁ କର୍ମଚାରୀମାନେ ଦୁଇ ମାସର ଦରମା ପାଇ ନାହାନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପରିଚାଳନା ଗତ ତୃଟି କରଣରୁ କାରଖାନା ବହୁ କ୍ଷତିଗ୍ରସ୍ତ ହେଉଛି । ଯେଉଁଠାରେ ଘରୋଇ ଶିଳ୍ପସଂସ୍ଥା ଦିନକୁଦିନ ଉନ୍ନତି କରୁଥିବା ସ୍ଥଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବୋଲାଉଥିବା ନୀଳାଚଳ ନିମ୍ନଗାମୀ ହେବାରେ ଲାଗିଛି । ବର୍ତ୍ତମାନ ପାର୍ବଣର ସମୟରେ ଦୁଇ ମାସର ଦରମା ନ ପାଇ କର୍ମଚାରୀ ମହଲରେ ଏକ ପ୍ରକାର ଅଶୋନ୍ତଷ ଦୀର୍ଘ ଦିନ ଧରି ଲାଗିରହିଥିଲା । ବିଭିନ୍ନ ସମସ୍ୟାରେ ଅତିଷ୍ଠ ଥିବା କର୍ମଚାରୀଙ୍କ ଧର୍ଯ୍ଯର ବନ୍ଧ ଆଜି ଭାଙ୍ଗିଯାଇଥିଲା । ଶେଷରେ କର୍ମଚାରୀମାନେ ଦଳଗତ ହୋଇ ପ୍ରଶାସନିକ ଅଧିକାରୀଙ୍କୁ ଘେରି ନିଜର ଦାବି ଉପସ୍ଥାପନ କରିଥିଲେ । କର୍ମଚାରୀମାନେ ତାଙ୍କ ନ୍ୟାର୍ଯ୍ୟ ଦାବି ସହ ଧାରଣା ଦେଇଥିଲେ । କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଧାରଣାରେ ବସିଥିବା ବେଳେ,କାରଖାନା ଅଧିକାରୀ ପୁଲିସ୍ ର ସହାୟତା ଲୋଡିଥିଲେ । ପୋଲିସର ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ଦୋରାଙ୍କ ସମେତ କଳିଙ୍ଗନଗର ଥାନା ଅଧିକାରୀ ଓ ସହକର୍ମୀ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କର୍ମଚାରୀଙ୍କ ଅନୁରୋଧ କ୍ରମେ ଶ୍ରୀ ଦୋରା କାରଖାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ କାରଖାନାର ଉପ-ମହାପ୍ରବନ୍ଧକ ଏସ୍.ବି.ଜଗଦଲେ, ଅର୍ଥ ବିଭାଗର ନିର୍ଦ୍ଦେଶକ ଏସ୍ .ଭି.ସାହି ଓ କାରଖାନାର ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଶ୍ରୀ ଦୋରା ମିଳିତ ଭାବେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । କର୍ମଚାରୀଙ୍କ ଦାବିଥିଲା ୧.ଦୀର୍ଘ ଦିନରୁ ବନ୍ଦ ଥିବା ବ୍ଲାଷ୍ଟ୍ ଫରନେସ୍ କୁ ଯଥାଶୀଘ୍ର ଚାଲୁ କରିବା ।୨.ନିର୍ଦ୍ଧାରିତ ସମୟରେ କର୍ମଚାରୀଙ୍କ ଦରମା ପ୍ରଦାନ ।୩.ବକେୟା ଥିବା ୨ମାସର ଦରମା,ମେଡିକାଲ ଟଙ୍କା,ଟିଉସନ୍ ଫି,ଦୁର୍ଗାପୂଜା ବୋନସ୍ ପ୍ରଦାନ ଇତ୍ୟାଦି । କର୍ମଚାରୀଙ୍କ ଯଥୋଚିତ ଦାବିକୁ ଶେଷରେ କର୍ତ୍ତୃପକ୍ଷ ମାନିବାକୁ ବାଧ୍ୟ ହୋଇଥିଲେ ଓ ଯଥାଶୀଘ୍ର କାରଖାନା କାର୍ଯ୍ୟକ୍ଷମ ହେବାର ପ୍ରତିଶୃତି ଦେବାପରେ କର୍ମଚାରୀମାନେ ଧାରଣ ପ୍ରତ୍ଯାହୃତ କରିଥିଲେ ।
ସଭ୍ୟ ସଂଗ୍ରହରେ 1 ନମ୍ବର ଯାଜପୁର : ଧନ୍ୟବାଦ ଦେଲେ ନବୀନ
ଭୁବନେଶ୍ୱର : ସାରା ରାଜ୍ୟରେ ଟାର୍ଗେଟ ଥିଲା 1କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ l ଅକ୍ଟୋବର 31 ସୁଦ୍ଧା 45 ଲକ୍ଷ ସଭ୍ୟ ସଂଗ୍ରହ ହୋଇସାରିଛି l ଆଉ ଏହି ସଭ୍ୟ ସଂଗ୍ରହରେ 1 ନମ୍ବର ହୋଇଛି ଯାଜପୁର ନିର୍ବାଚନୀ ମଣ୍ଡଳୀ l ଯାଜପୁର ବିଧାନସଭା କ୍ଷେତ୍ରରେ ଏଯାଏଁ ସର୍ବାଧିକ ସଭ୍ୟ ସଂଗ୍ରହ କରାଯାଇଛି l ସଂଖ୍ୟାରେ ଏକ ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ କରିଛି ଯାଜପୁର ବିଧାନସଭା କ୍ଷେତ୍ର l ରାଜ୍ୟରେ ପୁରା ଜିଲ୍ଲା 4ଲକ୍ଷ 75 ହଜାର ସଭ୍ୟ ସଂଗ୍ରହ କରି ରେକର୍ଡ କରିଛି l ଏଥିଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବିଜେଡିକୁ ଧନ୍ୟବାଦ ଦେଇଛନ୍ତି l ତେବେ ଘରେ ଘରେ ଶଙ୍ଖ ପହଞ୍ଚାଇବାର ମଙ୍ଗ ଧରିଥିଲେ ନବୀନଙ୍କ 1ନମ୍ବର ବିଧାୟକ ପ୍ରଣବ ପ୍ରକାଶ ଦାସ l ପ୍ରତି ନିର୍ବାଚନ ମଣ୍ଡଳୀକୁ 60ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ନୂତନ ଯାଜପୁରର ବିନ୍ଧାଣୀ ପ୍ରଣବ ପ୍ରକାଶ ଦାସ (ବବି) ଯାଜପୁର ପାଇଁ ଯେଉଁ ବିକାଶ କରିଛନ୍ତି ସେଥିପାଇଁ ଯାଜପୁର ବିଜେଡି ଆଜି ଅଧିକ ଶକ୍ତିଶାଳୀ ହୋଇପାରିଛି l ଆଉ ବିକାଶ ହିଁ ଏହି ସଭ୍ୟ ସଂଗ୍ରହ ସହ ଅଧିକ ଲୋକ ଯୋଡିଛିl ଯାଜପୁର ବର୍ତ୍ତମାନ ସାରା ଓଡ଼ିଶାର ରୋଲ ମଡ଼େଲ ହୋଇଛି ବିକାଶ ପାଇଁ । ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ମେଡ଼ିକାଲ, ଆଦିର ବିକାଶ ସହ ଯାଜପୁରର ଐତିହ୍ୟ ଓ ପୁରୁଣା ମନ୍ଦିରମାନଙ୍କ ରକ୍ଷଣବେକ୍ଷଣ ସହ କୁସୁମା ପୋଖରୀର ପୁନଃଉଦ୍ଧାର । ତାହାସହ ସହରର ଆଲୋକୀକରଣ ବ୍ୟବସ୍ଥା, ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପୁରା ଯାଜପୁର ନିର୍ବାଚନୀ ମଣ୍ଡଳୀର ଚତୁର୍ଦିଗ ବିକାଶ, ବେକାରୀ ସମସ୍ୟା ଦୂର କରିବାକୁ ପ୍ରୟାସ, ଯାଜପୁର ଭାଇଚାରା
kର ବଜାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଅବଦାନ ଆଜି କେବଳ ଯାଜପୁର ଜିଲ୍ଲାରେ ନୁହେଁ, ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ଯେଉଁଠି ପାଇଁ ଯାଜପୁର ଆଜି ସଭ୍ୟ ସଂଗ୍ରହରେ 1ନମ୍ବର ହୋଇଛି l ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପର୍ଯ୍ୟବେକ୍ଷକ ବୈଠକପରେ ଦଳର ଉପ ସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି l ସେପ୍ଟେମ୍ବର 1 ତାରିଖରୁ ରାଜ୍ୟବ୍ୟାପୀ ଯେଉଁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି ସେଥିରେ ଏବେ ଯାଜପୁୂର ବିଧାନସଭା କ୍ଷେତ୍ର ସାରା ଓଡ଼ିଶାରେ ୧ ନମ୍ବର ହୋଇଥିବା ବେଳେ ମୟୁରଭଞ୍ଜ ଦ୍ୱିତୀୟ ଓ ବାଲେଶ୍ୱର ତୃତୀୟ ସ୍ଥାନରେ ରହିଛି l
ତେବେ ଯେଉଁ ଜିଲ୍ଲାରେ ସଭ୍ୟ ସଂଗ୍ରହ ଅଭିଯାନରେ ପଛରେ ପଡିଛନ୍ତି ସେମାନେ ଏବେ ଯାଜପୁରକୁ ରୋଲ ମଡେଲ ଭାବେ ନେବେ l
ଅନାଥର ନାଥ ସାଜିଲେ ପ୍ରଣବ : ଦୀପାବଳିରେ ବାଣ୍ଟିଲେ ଖୁସି
ଯାଜପୁର : ପୁରା ଯାଜପୁର ଜିଲ୍ଲା ଦୀପାବଳୀ ପାଇଁ ଉତ୍ସବ ମୁଖର l କିଏ ବାଣ କିଣିକି ନେଇ ଘରେ ଦୀପାବଳୀ ପାଳନ କରୁଛି ପରିବାର ସହ ତ କିଏ ସାଙ୍ଗ ସାଥି ସହ ଦୀପାବଳୀ ପାଳନ କରୁଛି l ସବୁଠି ଖୁସିର ମାହୋଲ l ଆଉ ଏହି ଖୁସିରୁ ଯେପରି ଅନାଥ ପିଲାମାନେ ବଞ୍ଚିତ ନହୁଅନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ, ମନ୍ତ୍ରୀ ଓ ପ୍ରଶାଶକଙ୍କୁ ନିର୍ଦେଶ ଦେଲେ ଜିଲ୍ଲାରେ ଥିବା ଅନାଥ ଆଶ୍ରମରେ ଦୀପାବଳୀ ପାଳନ କରିବାକୁ l ବାସ ନବୀନ ଏହି ନିର୍ଦେଶକୁ ଅକ୍ଷରଅକ୍ଷରେ ପାଳନ କରିଛନ୍ତି ବିଧାୟକ ଓ ପ୍ରଶାଶକମାନେ l କାରଣ କଥାରେ ଅଛି ଯାହାର କେହି ନାହିଁନ୍ତି ତାହାର ଭଗବାନ ଅଛନ୍ତି l ସବୁବେଳେ ନିଜ ନିର୍ବାଚନ ମଣ୍ଡଳିର ପ୍ରତ୍ୟେକ ବ୍ୟକ୍ତିଙ୍କ ସୁଖଦୁଃଖର ସାଥି ହୋଇଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ଏଥିରୁ ବାଦ ପଡ଼ିଥାନ୍ତେ କିପରି l ସଂନ୍ଧ୍ୟା ହେବା କ୍ଷଣି ବିଧାୟକ ପହଁଚିଗଲେ ଯାଜପୁର ବାଳଶ୍ରମରେ
l ଆଉ
ଆଲୋକର ପର୍ବ ଦୀପାବଳୀକୁ ନିଆରା ଢଙ୍ଗରେ ପାଳିଲେ ଯାଜପୁର ବିଧାୟକ l ସଂନ୍ଧ୍ୟାରେ ଶହ ଶହ ପିଲାଙ୍କ ଗ୍ରହଣରେ ଦୀପ, ଫୁଲଝରି, ଓ ପିଲାଙ୍କୁ ମିଠା ଖୁଆଇ ବିଧାୟକ ପିଲାଙ୍କ ମନରେ ଖୁସି ବାଣ୍ଟିଥିଲେ l କିଛି ପିଲାକୁ କୋଳରେ ଧରି କିଛି କଥାବାର୍ତ୍ତା ହୋଇଥିଲେ ବିଧାୟକ l ସବୁବେଳେ ନିଜ ନିଆରା କାର୍ଯ୍ୟକ୍ରମ ପାଇଁ ବିଧାୟକ ଚର୍ଚ୍ଚାରେ ରୁହନ୍ତି l ବେଶ କିଛି ସମୟ ଅନାଥ ପିଲାଙ୍କ ନାଥ ସାଜିଥିଲେ ବବି l ପିଲାଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ବିଧାୟକ l ଏହାସହ ବାଳଶ୍ରମରେ ଯେଉଁ ଅସୁବିଧା ଅଛି ତାହାର ତୁରନ୍ତ ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ l ବାଳଶ୍ରମରେ ବିଧାୟକ ଦୀପାବଳି ପାଳନ ଛାତ୍ରଛାତ୍ରୀମାନେ ବେଶ ଆନନ୍ଦ ମଜାନେଇଥିଲେ l
ଦୀପାବଳି ପାଇଁ ଯାଜପୁର ବିଧାୟକ ପ୍ରଣବଙ୍କ ଶୁଭେଚ୍ଛା
ଯାଜପୁର : ଆଲୋକର ପର୍ବ ଦୀପାବଳି l ଏହି ଅବସରରେ ଓଡିଶା ତଥା ଯାଜପୁରବାସୀଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) ଶୁଭେଚ୍ଛା ଜଣାଇଛନ୍ତି l ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଓ ସମୃଦ୍ଧି ଆଣିଦେଉ ବୋଲି ପ୍ରଣବ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ନିକଟରେ କାମନା କରିଛନ୍ତି l ଦୀପାବଳିରେ ସମସ୍ତେ ସଚେତନ ହୋଇ ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି l
ଏହା ସହ ଯାଜପୁରର ଗଣ ପର୍ବ କାଳୀପୂଜା ଦେଖିବା ପାଇଁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି ବିଧାୟକ l ଶାନ୍ତି ଶୁଙ୍ଖଳାରେ ଯାଜପୁର ଗଣ ପର୍ବ ଉପଭୋଗ କରିବାକୁ ସେ ନିବେଦନ କରିଛନ୍ତି l
କୋମାରେ ବିରୋଧୀ…
ଭୁବନେଶ୍ୱର :2000ରୁ 2019 l ଏହାରି ଭିତରେ ଆସିଛି ବହୁ ନିର୍ବାଚନ l ସବୁଥିରେ 1 ନମ୍ବର ବିଜେଡି l କାରଣ ନବୀନଙ୍କ ଲୋକପ୍ରିୟତା ପାଖ ମାଡିପାରୁନାହାନ୍ତି ବିରୋଧୀ l ପଂଚାୟତ ନିର୍ବାଚନ, ପୌରନିର୍ବାଚନ, ଉପ ନିର୍ବାଚନ, ସାଧାରଣ ନିର୍ବାଚନ ସବୁଥିରେ ଲୋକଙ୍କ ପ୍ରଥମ ପସନ୍ଦ ବିଜେଡି l ତେଣୁ ଓଡ଼ିଶାର ରାଜନୀତିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ବିରୋଧୀ ଦଳ ଏବେ କୋମାକୁ ଚାଲିଯାଇଛନ୍ତି । ବିଧାନସଭାରେ ବି ଆଉ ବିରୋଧୀଙ୍କ ଶାଣିତ ସ୍ୱର ଶୁଣିବାକୁ ମିଳୁନାହିଁ । ସିଧାସଳଖ କହିବାକୁ ଗଲେ ନବୀନ ପଟ୍ଟନାୟକ ଏଠି ନିରଙ୍କୁଶ ଶାସକ। ଯାହାକି ଗଣତନ୍ତ୍ର ପାଇଁ ବିପଦ। ଯେଉଁଠି ବିରୋଧ ରହିବ ନାହିଁ ।ସେହିଠି ଗଣତନ୍ତ୍ର ସାର୍ଥକ ହୋଇପାରିବ ନାହିଁ।
ବିରୋଧୀ ତାର ଯେଉଁ ଭୂମିକା ନିର୍ବାହ କରିବା କଥା ସେଥିରେ ବିଫଳ ହୋଇଛନ୍ତି ଦୁଇ ବିରୋଧୀ ଦଳ। ପୂର୍ବରୁ କଂଗ୍ରେସକୁ ବିଜେଡିର ବି ଟିମ କହି ସମାଲୋଚନା କରୁଥିବା ବିଜେପି ଏବେ ଚୁପ। ଯେମିତି କଂଗ୍ରେସ ନୁହେଁ ବିଜେପି ବିଜେଡିର ବି ଟିମ ପାଲଟି ଯାଇଛି। ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବାରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି କହିଲେ ଭୁଲ ହେବ ନାହିଁ।
ବିଜେପୁର ଉପନିର୍ବାଚନରେ ଲାଗୁଥିଲା ଯେମିତି ବିଜେଡି ଏକମାତ୍ର ଦଳ ସେଠି ନିର୍ବାଚନ ଲଢ଼ୁଛି। କାରଣ ସେଠି ବିଜେପି କିମ୍ବା କଂଗ୍ରେସ କେହି ପ୍ରତିଦ୍ୱନ୍ଦିତା କଲାପରି ଜଣା ପଡୁନଥିଲା। ଏକଥା ଦୁଇ ଦଳର ନେତା କହୁଛନ୍ତି l ବିଜେପି ତରଫରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ,ଜୟ ପଣ୍ଡାଙ୍କୁ ପ୍ରଚାର କରିଥିଲେ ସତ। କିନ୍ତୁ ତାଙ୍କ ସ୍ୱର ସେତିକି ଶାଣିତ ନଥିଲା। ଷ୍ଟାର ପ୍ରଚାରକର ୪୦ ଜଣିଆ ଲମ୍ବା ତାଲିକାରୁ କେହି ଜଣେ ହେଲେ କେନ୍ଦ୍ରମନ୍ତ୍ରୀ ବିଜେପୁରକୁ ଆସିନଥିଲେ। କଂଗ୍ରେସ ଅଭିଯୋଗ ଅନୁସାରେ ବିଜେଡି ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ବିଜେପି ପାଇଁ ବିଜେଡି ବିଜେପୁର ଜିତିଲା l ଏହାକୁ ମଧ୍ୟ ଭୁଲ ବୋଲି କହିପାରିବାନି । କାରଣ ବିଜେପିର ସ୍ୱର ପୂର୍ବ ଅପେକ୍ଷା ଏବେ ଶିଥିଳ ପଡିଯାଇଛି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଥିଲା।ଯାହା ସାରା ରାଜ୍ୟବାସୀଙ୍କୁ ଚକିତ କରିଥିଲା । ମାଳ ମାଳ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କିଛି ପ୍ରଭାବ ପକାଇ ପାରିନଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ଉପରେ। ନବୀନ ଯେ ଅପରାଜୟୀ ତା ସବୁ ନିର୍ବାଚନre ପ୍ରମାଣିତ ହେଉଛି l ଆଉ ଏବେ ବିଜେପୁର ନିର୍ବାଚନରେ ଯେଉଁ ଫଳାଫଳ ଆସିଲା ଓ ବିରୋଧୀ ଯେପରି ନିଜ ଭୋଟ ବି ରଖିପାରିଲେଣି ସେଥିରୁ ସ୍ଫଷ୍ଟ ଯେ ଓଡିଶା ବିରୋଧୀ ଶୂନ୍ୟ ହୋଇଗଲା ପରି ଅନୁଭବ ହେଉଛି ଓ ବିରୋଧୀ ଦଳ ଗୁଡିକ କୋମାକୁ ଚାଲିଗଲେଣି l
ନବକିଶୋର ସାହୁ
Iimc
ଧନ୍ୟବାଦ ରକ୍ତଦାତା…
ଯାଜପୁର: ରକ୍ତ ଦାନ ମହା ପୂଣ୍ୟ। ଯାହାକୁ ସାର୍ଥକ କରିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ କରିଥିଲେ। ଏହି ମହାନ କାର୍ଯ୍ୟର ଆରମ୍ଭ ପରେ ସଫଳତା ମିଳିଛି। ଯାହାର ଶ୍ରେୟ ବିଧାୟକ ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଦେଇ ଅାସିଛନ୍ତି। ଏହି ଅବସରରେ ଆଜି ଏକ ଧନ୍ୟବାଦ ରକ୍ତଦାତା କାର୍ଯ୍ୟକ୍ରମ ସହରସ୍ଥ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଂଜନ କୁମାର ଦାସ, ପୂର୍ବତନ ପୌରାଧ୍ୟକ୍ଷ ଯଯାତୀ କେଶରୀ ଦାସ , ପୂର୍ଣ୍ଣଚନ୍ଦ୍ର ଦେଓ , କଣ୍ଣାଟକେଶରୀ ଦାସ, ବ୍କକ ଅଧ୍ୟକ୍ଷ ପ୍ରଦୀପ ନାୟକ, ରମଣିରଂଜନ ରାଉତରାୟଙ୍କ ସମେତ ୫ ଟି ପଂଚାୟତ ପଣସା, ମାଳ ଆନନ୍ଦପୁର,ବିଚିତ୍ରପୁର,ଭୁବନେଶ୍ବରପୁର ଓ ମହେଶ୍ବରପୁରର କର୍ମକର୍ତା ଓ ରକ୍ତଦାତା ଉପସ୍ଥିତ ରହିଥିଲେ। ୫ ପଂଚାୟତରୁ ୫ ଟି ଶିବିରରେ ୨୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥଲା। ଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ ମଲିକଙ୍କ ଦ୍ବାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜୀବନ ଯୁଦ୍ଧରେ ହାରିଗଲେ ବିଜୟ….
ଯାଜପୁର : ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତିଙ୍କ ପରଲୋକ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ଵତନ ଅଧକ୍ଷ ଭବ ପ୍ରସାଦ ଦାସ, ଯାଜପୁର ପୌର ପରିଷଦ ପୂର୍ଵତନ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସ୍ୱଗତ ବିଜୟ ମହାନ୍ତି ଅତ୍ୟନ୍ତ ମିଳାପି ବ୍ୟକ୍ତି ଥିଲେ l
ଓଡିଶା ମୋ ପରିବାର : ଓଡିଶାବାସୀ ଭଲ ପାଇବା ଆଉ ବିଜୁଙ୍କୁ ମନେପକାଇଲେ ନବୀନ
ଭୁବନେଶ୍ବର () ଓଡିଶା ମୋ ପରିବାର l ଓଡ଼ିଶାବାସୀ ଯେଉଁ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ ଋଣୀ l ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶୀର୍ବାଦରେ ଓଡିଶାର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ବାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ।
ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଆମେ ଦାବି କରିଆସୁଛୁ । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ, ତାଙ୍କର 150ତମ ଜୟନ୍ତୀରେ ବିଜୁ ଜନତା ଦଳ “ଓଡିଶା-ମୋ ପରିବାର” କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବେ ସର୍ବଦା କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ, ବିଜୁ ବାବୁ ଆମର ଆଦର୍ଶ । ସେ ଓଡିଆ ଜାତିକୁ ବହୁତ ଭଲ ପାଉଥିଲେ ଓ ଓଡିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ । ସେ ଥିଲେ ବିଶାଳ ହୃଦୟର ଅଧିକାରୀ । ଗରିବ, ଦୁଃଖୀ ରଙ୍କି ତଥା ବିପଦରେ ପଡିଥିବା ଲୋକଙ୍କୁ ସେ ହିଁ ପ୍ରଥମେ ସହାୟତାର ହାତ ବଢାଉଥିଲେ । ଓଡିଶା ମୋ ପରିବାର କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ।
ଓଡିଶାବାସୀ ସବୁବେଳେ ବିଜୁ ଜନତା ଦଳର ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମକୁ ଦୃଢ ଭାବରେ ସମର୍ଥନ କରିଆସିଛନ୍ତି । ଓଡିଶାବାସୀଙ୍କ ଭଲ ପାଇବା ମୋତେ ସବୁଦିନ ପାଇଁ ଋଣୀ କରିଛି । ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରୁଛି । ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ “ଓଡିଶା- ମୋ ପରିବାର” କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ତିନୋଟି ବିଷୟ ଉପରେ ଗୁରୁତ୍ବ ଦେବ । 1. ପରିବେଶ ସୁରକ୍ଷା । ଏଥିପାଇଁ ଆମର ବିଜେଡି କର୍ମୀ ଭାଇ ଭଉଣୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ଏଦିଗରେ ଲୋକଙ୍କୁ ସଚେତନ କରାଇବେ । 2. ରକ୍ତଦାନ ସେବା ଓ କଲ୍ୟାଣ । ଆମର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ବେଶ ସଫଳତାର ସହ ଚାଲିଛି । ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ମୋର ଲକ୍ଷ୍ୟ । ଏହାକୁ ଏକ ପବିତ୍ର ଦାୟିତ୍ବ ଭାବରେ ଗ୍ରହଣ କରି ସମସ୍ତେ ଆଗେଇ ଆସିବା ଉଚିତ । 3. ବିପନ୍ନ ଓଡିଆଙ୍କୁ ସହାୟତା । ଦେଶ ତଥା ବିଦେଶରେ କାମ କରୁଥିବା ଓଡିଶାବାସୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଆମ ଦଳର କର୍ମୀମାନେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ପାଇଁ ଅରୁପ ପଟ୍ଟନାୟଙ୍କୁ ଆବାହକ ଓ ସାଂସଦ ପିନିକୀ ମିଶ୍ର, ଡକ୍ଟର ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା ନଳୀନିକାନ୍ତ ପ୍ରଧାନଙ୍କୁ ସହ-ଆବାହକ ଏବଂ ବିଧାୟକ ମନୋହର ରାନ୍ଧାରୀ, ଅନନ୍ତ ନାରାୟଣ ଜେନା, ସୁଧିର ସାମଲ, ସୁଶାନ୍ତ ରାଉତ, ସଂଜିବ ମଲ୍ଲିକ, ଲତିକା ପ୍ରଧାନ, ବିଜେଡି ନେତ୍ରୀ ରିତା ତରାଇ, ଭାରତୀ ସିଂହ, ସୁନିତା ବିଶ୍ବାଳ, ସନ୍ଧ୍ୟା କୁମାରୀ ନାୟକ, ଡେଜାଲିନ ମହାପାତ୍ର, ଗୌରହରୀ ମିଶ୍ରଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ।













