ଓଡିଶା ମୋ ପରିବାର : ଓଡିଶାବାସୀ ଭଲ ପାଇବା ଆଉ ବିଜୁଙ୍କୁ ମନେପକାଇଲେ ନବୀନ

- Advertisement -

ଭୁବନେଶ୍ବର () ଓଡିଶା ମୋ ପରିବାର l ଓଡ଼ିଶାବାସୀ ଯେଉଁ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ ଋଣୀ l ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶୀର୍ବାଦରେ ଓଡିଶାର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ବାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ।
ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଆମେ ଦାବି କରିଆସୁଛୁ । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ, ତାଙ୍କର 150ତମ ଜୟନ୍ତୀରେ ବିଜୁ ଜନତା ଦଳ “ଓଡିଶା-ମୋ ପରିବାର” କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବେ ସର୍ବଦା କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ, ବିଜୁ ବାବୁ ଆମର ଆଦର୍ଶ । ସେ ଓଡିଆ ଜାତିକୁ ବହୁତ ଭଲ ପାଉଥିଲେ ଓ ଓଡିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ । ସେ ଥିଲେ ବିଶାଳ ହୃଦୟର ଅଧିକାରୀ । ଗରିବ, ଦୁଃଖୀ ରଙ୍କି ତଥା ବିପଦରେ ପଡିଥିବା ଲୋକଙ୍କୁ ସେ ହିଁ ପ୍ରଥମେ ସହାୟତାର ହାତ ବଢାଉଥିଲେ । ଓଡିଶା ମୋ ପରିବାର କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ।
ଓଡିଶାବାସୀ ସବୁବେଳେ ବିଜୁ ଜନତା ଦଳର ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମକୁ ଦୃଢ ଭାବରେ ସମର୍ଥନ କରିଆସିଛନ୍ତି । ଓଡିଶାବାସୀଙ୍କ ଭଲ ପାଇବା ମୋତେ ସବୁଦିନ ପାଇଁ ଋଣୀ କରିଛି । ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରୁଛି । ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ “ଓଡିଶା- ମୋ ପରିବାର” କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ତିନୋଟି ବିଷୟ ଉପରେ ଗୁରୁତ୍ବ ଦେବ । 1. ପରିବେଶ ସୁରକ୍ଷା । ଏଥିପାଇଁ ଆମର ବିଜେଡି କର୍ମୀ ଭାଇ ଭଉଣୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ଏଦିଗରେ ଲୋକଙ୍କୁ ସଚେତନ କରାଇବେ । 2. ରକ୍ତଦାନ ସେବା ଓ କଲ୍ୟାଣ । ଆମର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ବେଶ ସଫଳତାର ସହ ଚାଲିଛି । ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ମୋର ଲକ୍ଷ୍ୟ । ଏହାକୁ ଏକ ପବିତ୍ର ଦାୟିତ୍ବ ଭାବରେ ଗ୍ରହଣ କରି ସମସ୍ତେ ଆଗେଇ ଆସିବା ଉଚିତ । 3. ବିପନ୍ନ ଓଡିଆଙ୍କୁ ସହାୟତା । ଦେଶ ତଥା ବିଦେଶରେ କାମ କରୁଥିବା ଓଡିଶାବାସୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଆମ ଦଳର କର୍ମୀମାନେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ପାଇଁ ଅରୁପ ପଟ୍ଟନାୟଙ୍କୁ ଆବାହକ ଓ ସାଂସଦ ପିନିକୀ ମିଶ୍ର, ଡକ୍ଟର ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା ନଳୀନିକାନ୍ତ ପ୍ରଧାନଙ୍କୁ ସହ-ଆବାହକ ଏବଂ ବିଧାୟକ ମନୋହର ରାନ୍ଧାରୀ, ଅନନ୍ତ ନାରାୟଣ ଜେନା, ସୁଧିର ସାମଲ, ସୁଶାନ୍ତ ରାଉତ, ସଂଜିବ ମଲ୍ଲିକ, ଲତିକା ପ୍ରଧାନ, ବିଜେଡି ନେତ୍ରୀ ରିତା ତରାଇ, ଭାରତୀ ସିଂହ, ସୁନିତା ବିଶ୍ବାଳ, ସନ୍ଧ୍ୟା କୁମାରୀ ନାୟକ, ଡେଜାଲିନ ମହାପାତ୍ର, ଗୌରହରୀ ମିଶ୍ରଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles