ଅନାଥର ନାଥ ସାଜିଲେ ପ୍ରଣବ : ଦୀପାବଳିରେ ବାଣ୍ଟିଲେ ଖୁସି

- Advertisement -

ଯାଜପୁର : ପୁରା ଯାଜପୁର ଜିଲ୍ଲା ଦୀପାବଳୀ ପାଇଁ ଉତ୍ସବ ମୁଖର l କିଏ ବାଣ କିଣିକି ନେଇ ଘରେ ଦୀପାବଳୀ ପାଳନ କରୁଛି ପରିବାର ସହ ତ କିଏ ସାଙ୍ଗ ସାଥି ସହ ଦୀପାବଳୀ ପାଳନ କରୁଛି l ସବୁଠି ଖୁସିର ମାହୋଲ l ଆଉ ଏହି ଖୁସିରୁ ଯେପରି ଅନାଥ ପିଲାମାନେ ବଞ୍ଚିତ ନହୁଅନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ, ମନ୍ତ୍ରୀ ଓ ପ୍ରଶାଶକଙ୍କୁ ନିର୍ଦେଶ ଦେଲେ ଜିଲ୍ଲାରେ ଥିବା ଅନାଥ ଆଶ୍ରମରେ ଦୀପାବଳୀ ପାଳନ କରିବାକୁ l ବାସ ନବୀନ ଏହି ନିର୍ଦେଶକୁ ଅକ୍ଷରଅକ୍ଷରେ ପାଳନ କରିଛନ୍ତି ବିଧାୟକ ଓ ପ୍ରଶାଶକମାନେ l କାରଣ କଥାରେ ଅଛି ଯାହାର କେହି ନାହିଁନ୍ତି ତାହାର ଭଗବାନ ଅଛନ୍ତି l ସବୁବେଳେ ନିଜ ନିର୍ବାଚନ ମଣ୍ଡଳିର ପ୍ରତ୍ୟେକ ବ୍ୟକ୍ତିଙ୍କ ସୁଖଦୁଃଖର ସାଥି ହୋଇଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ଏଥିରୁ ବାଦ ପଡ଼ିଥାନ୍ତେ କିପରି l ସଂନ୍ଧ୍ୟା ହେବା କ୍ଷଣି ବିଧାୟକ ପହଁଚିଗଲେ ଯାଜପୁର ବାଳଶ୍ରମରେ l ଆଉ
ଆଲୋକର ପର୍ବ ଦୀପାବଳୀକୁ ନିଆରା ଢଙ୍ଗରେ ପାଳିଲେ ଯାଜପୁର ବିଧାୟକ l ସଂନ୍ଧ୍ୟାରେ ଶହ ଶହ ପିଲାଙ୍କ ଗ୍ରହଣରେ ଦୀପ, ଫୁଲଝରି, ଓ ପିଲାଙ୍କୁ ମିଠା ଖୁଆଇ ବିଧାୟକ ପିଲାଙ୍କ ମନରେ ଖୁସି ବାଣ୍ଟିଥିଲେ l କିଛି ପିଲାକୁ କୋଳରେ ଧରି କିଛି କଥାବାର୍ତ୍ତା ହୋଇଥିଲେ ବିଧାୟକ l ସବୁବେଳେ ନିଜ ନିଆରା କାର୍ଯ୍ୟକ୍ରମ ପାଇଁ ବିଧାୟକ ଚର୍ଚ୍ଚାରେ ରୁହନ୍ତି l ବେଶ କିଛି ସମୟ ଅନାଥ ପିଲାଙ୍କ ନାଥ ସାଜିଥିଲେ ବବି l ପିଲାଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ବିଧାୟକ l ଏହାସହ ବାଳଶ୍ରମରେ ଯେଉଁ ଅସୁବିଧା ଅଛି ତାହାର ତୁରନ୍ତ ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ l ବାଳଶ୍ରମରେ ବିଧାୟକ ଦୀପାବଳି ପାଳନ ଛାତ୍ରଛାତ୍ରୀମାନେ ବେଶ ଆନନ୍ଦ ମଜାନେଇଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles