ଧନ୍ୟବାଦ ରକ୍ତଦାତା…

- Advertisement -

ଯାଜପୁର: ରକ୍ତ ଦାନ ମହା ପୂଣ୍ୟ। ଯାହାକୁ ସାର୍ଥକ କରିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ କରିଥିଲେ। ଏହି ମହାନ କାର୍ଯ୍ୟର ଆରମ୍ଭ ପରେ ସଫଳତା ମିଳିଛି। ଯାହାର ଶ୍ରେୟ ବିଧାୟକ ରକ୍ତଦ‍ାତା ମାନଙ୍କୁ ଶୁଭେଚ୍ଛା ଦେଇ ଅାସିଛନ୍ତି। ଏହି ଅବସରରେ ଆଜି ଏକ ଧନ୍ୟବାଦ ରକ୍ତଦାତା କାର୍ଯ୍ୟକ୍ରମ ସହରସ୍ଥ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଂଜନ କୁମାର ଦାସ, ପୂର୍ବତନ ପୌରାଧ୍ୟକ୍ଷ ଯଯାତୀ କେଶରୀ ଦାସ , ପୂର୍ଣ୍ଣଚନ୍ଦ୍ର ଦେଓ , କଣ୍ଣାଟକେଶରୀ ଦାସ, ବ୍କକ ଅଧ୍ୟକ୍ଷ ପ୍ରଦୀପ ନାୟକ, ରମଣିରଂଜନ ରାଉତରାୟଙ୍କ ସମେତ ୫ ଟି ପଂଚାୟତ ପଣସା, ମାଳ ଆନନ୍ଦପୁର,ବିଚିତ୍ରପୁର,ଭୁବନେଶ୍ବରପୁର ଓ ମହେଶ୍ବରପୁରର କର୍ମକର୍ତା ଓ ରକ୍ତଦାତା ଉପସ୍ଥିତ ରହିଥିଲେ। ୫ ପଂଚାୟତରୁ ୫ ଟି ଶିବିରରେ ୨୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥଲା। ଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ ମଲିକଙ୍କ ଦ୍ବାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles