ସଭ୍ୟ ସଂଗ୍ରହରେ 1 ନମ୍ବର ଯାଜପୁର : ଧନ୍ୟବାଦ ଦେଲେ ନବୀନ

- Advertisement -

ଭୁବନେଶ୍ୱର : ସାରା ରାଜ୍ୟରେ ଟାର୍ଗେଟ ଥିଲା 1କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ l ଅକ୍ଟୋବର 31 ସୁଦ୍ଧା 45 ଲକ୍ଷ ସଭ୍ୟ ସଂଗ୍ରହ ହୋଇସାରିଛି l ଆଉ ଏହି ସଭ୍ୟ ସଂଗ୍ରହରେ 1 ନମ୍ବର ହୋଇଛି ଯାଜପୁର ନିର୍ବାଚନୀ ମଣ୍ଡଳୀ l ଯାଜପୁର ବିଧାନସଭା କ୍ଷେତ୍ରରେ ଏଯାଏଁ ସର୍ବାଧିକ ସଭ୍ୟ ସଂଗ୍ରହ କରାଯାଇଛି l ସଂଖ୍ୟାରେ ଏକ ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ କରିଛି ଯାଜପୁର ବିଧାନସଭା କ୍ଷେତ୍ର l ରାଜ୍ୟରେ ପୁରା ଜିଲ୍ଲା 4ଲକ୍ଷ 75 ହଜାର ସଭ୍ୟ ସଂଗ୍ରହ କରି ରେକର୍ଡ କରିଛି l ଏଥିଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବିଜେଡିକୁ ଧନ୍ୟବାଦ ଦେଇଛନ୍ତି l ତେବେ ଘରେ ଘରେ ଶଙ୍ଖ ପହଞ୍ଚାଇବାର ମଙ୍ଗ ଧରିଥିଲେ ନବୀନଙ୍କ 1ନମ୍ବର ବିଧାୟକ ପ୍ରଣବ ପ୍ରକାଶ ଦାସ l ପ୍ରତି ନିର୍ବାଚନ ମଣ୍ଡଳୀକୁ 60ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ନୂତନ ଯାଜପୁରର ବିନ୍ଧାଣୀ ପ୍ରଣବ ପ୍ରକାଶ ଦାସ (ବବି) ଯାଜପୁର ପାଇଁ ଯେଉଁ ବିକାଶ କରିଛନ୍ତି ସେଥିପାଇଁ ଯାଜପୁର ବିଜେଡି ଆଜି ଅଧିକ ଶକ୍ତିଶାଳୀ ହୋଇପାରିଛି l ଆଉ ବିକାଶ ହିଁ ଏହି ସଭ୍ୟ ସଂଗ୍ରହ ସହ ଅଧିକ ଲୋକ ଯୋଡିଛିl ଯାଜପୁର ବର୍ତ୍ତମାନ ସାରା ଓଡ଼ିଶାର ରୋଲ ମଡ଼େଲ ହୋଇଛି ବିକାଶ ପାଇଁ । ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ମେଡ଼ିକାଲ, ଆଦିର ବିକାଶ ସହ ଯାଜପୁରର ଐତିହ୍ୟ ଓ ପୁରୁଣା ମନ୍ଦିରମାନଙ୍କ ରକ୍ଷଣବେକ୍ଷଣ ସହ କୁସୁମା ପୋଖରୀର ପୁନଃଉଦ୍ଧାର । ତାହାସହ ସହରର ଆଲୋକୀକରଣ ବ୍ୟବସ୍ଥା, ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପୁରା ଯାଜପୁର ନିର୍ବାଚନୀ ମଣ୍ଡଳୀର ଚତୁର୍ଦିଗ ବିକାଶ, ବେକାରୀ ସମସ୍ୟା ଦୂର କରିବାକୁ ପ୍ରୟାସ, ଯାଜପୁର ଭାଇଚାରା kର ବଜାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଅବଦାନ ଆଜି କେବଳ ଯାଜପୁର ଜିଲ୍ଲାରେ ନୁହେଁ, ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ଯେଉଁଠି ପାଇଁ ଯାଜପୁର ଆଜି ସଭ୍ୟ ସଂଗ୍ରହରେ 1ନମ୍ବର ହୋଇଛି l ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପର୍ଯ୍ୟବେକ୍ଷକ ବୈଠକପରେ ଦଳର ଉପ ସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି l ସେପ୍ଟେମ୍ବର 1 ତାରିଖରୁ ରାଜ୍ୟବ୍ୟାପୀ ଯେଉଁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି ସେଥିରେ ଏବେ ଯାଜପୁୂର ବିଧାନସଭା କ୍ଷେତ୍ର ସାରା ଓଡ଼ିଶାରେ ୧ ନମ୍ବର ହୋଇଥିବା ବେଳେ ମୟୁରଭଞ୍ଜ ଦ୍ୱିତୀୟ ଓ ବାଲେଶ୍ୱର ତୃତୀୟ ସ୍ଥାନରେ ରହିଛି l
ତେବେ ଯେଉଁ ଜିଲ୍ଲାରେ ସଭ୍ୟ ସଂଗ୍ରହ ଅଭିଯାନରେ ପଛରେ ପଡିଛନ୍ତି ସେମାନେ ଏବେ ଯାଜପୁରକୁ ରୋଲ ମଡେଲ ଭାବେ ନେବେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles