ଜମିଲାଣି ପିକନିକ : କୁସୁମାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼….

iଯାଜପୁର : ରାଜ୍ୟ ପର୍ଯ୍ୟଟନରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି କୁସୁମା ହ୍ରଦ l ପିକନିକ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ଛୁଟିଆସୁଛନ୍ତି କୁସୁମା ପରିସରରେ ବୁଲି ପାର୍କରେ ମଜା ନେବା ଲାଗି l ସକାଳ 9ଟାରୁ ସଂନ୍ଧ୍ୟା 8ଯାଏ କୁସୁମାରେ ଜମୁଛି ପର୍ଯ୍ୟଟକ ଙ୍କ ଭିଡ l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱପ୍ନରେ କୁସୁମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ଦିନଠାରୁ କୁସୁମା ହ୍ରଦ କୁ ଦେଖିବା ପାଇଁ ପର୍ଯ୍ୟଟକ ଭିଡ଼ ଜମୁଛି l ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ କୁସୁମାର ସୌନ୍ଦର୍ଯ୍ୟକୁ ବୁଲିବୁଲି ଉପଭୋଗ କରୁଛନ୍ତି । ଯେପରି ଗୁଜୁରାଟର ବିକାଶର ମେଡ଼ଲ ସାବରବତୀ ଠିକ ସେହିପରି ଓଡ଼ିଶାର ବିକାଶର ଗୋଲାପି ଚିତ୍ରର ମୂଳଦୂଆ ସାଜିଛି କୁସୁମା l କୁସୁମା ପୋଖରୀ ସବୁଜିମା ବାର୍ତ୍ତା ବହନ କରିବା ସହ ଏହାର ସୌନ୍ଦର୍ୟ୍ୟକରଣ ଏବେ ସମସ୍ତଙ୍କୁ ଆକର୍ଷଣ କରିଛି । ଏହାର ଆଲୋକିକରଣ,ଲେଜର ଲାଇଟ ଶୋ,କୃତ୍ରିମ ଝରଣା,ଛୋଟଛୋଟ ପିଲାଙ୍କ ପାଇଁ ମିନି ପାର୍କ, ଓ ଦୋଳିର ବ୍ୟବସ୍ଥା କରାଯାଇଛି । ଏହାସହ କୁସୁମାର ପାରିପାଶ୍ୱରେ କଳା ଓ ସଂସ୍କୃତି ଝଲକ ପ୍ରଦର୍ଶୀତ କରାଯାଇଛି । କୁସୁମା ଭିତର ଯେତିକି ସୁନ୍ଦର କୁସୁମା ବାହାର ସେତିକି ସୁନ୍ଦର l
ବାହାରେ ଦର୍ଶକଙ୍କ ଲାଗି ଭ୍ୟୁ ପଏଣ୍ଟ କରାଯାଇଛି । ତେବେ କୁସୁମା ବୁଲିବା ପାଇଁ ଜଣେ ପର୍ଯ୍ୟଟକକୁ 30ଟଙ୍କା ଦେବାକୁ ପଡି଼ବ l ଯାଜପୁରକୁ ଆସୁଥିବା ପର୍ଯ୍ୟଟକ ମାନେ ମା ବିରଜା ଦର୍ଶନ ପରେ କୁସୁମା ବେଶ କିଛି ସମୟ କାଟୁଛନ୍ତି l ବିଶେଷ କରି କୁସୁମାର ସୌନ୍ଦଯ୍ୟକରଣ ସେଲ୍ଫି ନେବା ସଭିଙ୍କ ପ୍ରଥମ ପସନ୍ଦ ସାଜିଛି l ପର୍ଯ୍ୟଟକ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି l କୁସୁମା ଭିତରେ ଘରୋଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉଛି l

ପରିତ୍ୟକ୍ତ ପୋଖରୀରୁ ପର୍ଯ୍ୟଟନ ସ୍ଥଳି….
ବର୍ଷବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା କୁସୁମା ପୋଖରୀ । ଏହାର ପୁନରୁଦ୍ଧାର ଲାଗି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଅଣ୍ଟା ଭିଡ଼ିଥିଲେ । ସହରବାସୀ ଓ ଓଡ଼ିଶାର କିପରି କୁସୁମା ଆକର୍ଷଣ ହୋଇପାରିବ ସେନେଇ ସ୍ୱପ୍ନ ଦେଖିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଯାହାକି ଆଜି ସତ ହୋଇଛି । ପୁରୁଣା ରାଜଧାନୀରେ ନୂଆ ରାଜଧାନୀର ଅନୁଭୂିତ ଲାଗି ଯାଜପୁର ବିଧାୟକ ଏହି ସ୍ୱପ୍ନର କୁସୁମା ଆଜି ବାସ୍ତବରେ ପରିଣତ ହୋଇଛି । ଯାହାକୁ ସେ ଯାଜପୁର ଜିଲ୍ଲାବାସୀଙ୍କୁ ସମର୍ପିତ କରିଛନ୍ତି ଆମୋଦପ୍ରମୋଦ ଲାଗି । ଯାଜପୁର ବିଧାୟକଙ୍କ ଏପରି ବିକାଶମୂଳକ କାର୍ଯ୍ୟକ୍ରମ ଲାଗି ନୂତନ ଯାଜପୁର ଗଠନର ସେ ବିନ୍ଧାଣୀ ବୋଲି ଜିଲ୍ଲାବାସୀ କହିଛନ୍ତି । ଧୀରେ ଧୀରେ ଯାଜପୁର ପର୍ଯ୍ୟଟକ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ପହଂଚିଛି l

ନୁଆଁ ବର୍ଷ ଭୋଜିରେ ପିଆଜ ବାଧକ..

ଭୁବନେଶ୍ୱର : ନୂଆବର୍ଷକୁ ପିଆଜ ଚିନ୍ତା। ଏବେ ଚାରିଆଡେ ଭୋଜିର ମାହୋଲ। ହେଲେ ପିଆଜର ଦରବୃଦ୍ଧି ଲୋକଙ୍କ ଭୋଜିକୁ ଟିକେ ଫିକା କରିଦେଉଛି। କାରଣ ମାଛ ମାଂସ ଦାମ ସହ ସମାନ ହୋଇଯାଉଛି ପିଆଜ ଦର।
ନୂଆ ବର୍ଷ ଆସିଲେ ଚାରିଆଡେ ଭୋଜିର ମହଲ। ଗାଁରୁ ସହର ସବୁ ପିକନିକ ସ୍ପଟରେ ଭିଡ। ଭୋଜିରେ ରୋଷେଇ ପାଇଁ ପିଆଜ ହେଉଛି ନିହାତି ଆବଶ୍ୟକ ଜିନିଷ। ମଟନ୍,ଚିକେନ୍ ,ମାଛ ,ଠାରୁ ଆରମ୍ଭ କରି ଯାବତୀୟ ରୋଷେଇ ପାଇଁ ପିଆଜ ଦରକାର ହୋଇଥାଏ। ହେଲେ ପିଆଜ ଦର ଦେଖି ଅନେକ ଲୋକ ଭୋଜି କରିବାକୁ ଡ଼ରୁଛନ୍ତି। କାରଣ ପିଆଜ ଦାମ ଏବେ ଶହେ ଉପରେ ଅଛି। ଯାହା କି ସମସ୍ତଙ୍କ ପକ୍ଷେ କିଣିବା ସମ୍ଭବ ହେଉନାହିଁ। ଯେଉଁଠି ଦୁଇ କିଲୋ ପିଆଜ ଦରକାର ସେଠି ଲୋକଙ୍କୁ କିଲେ ପିଆଜରେ ଚଳେଇବାକୁ ପଡୁଛି।
ଗରିବ ଶ୍ରେଣୀର ଲୋକଙ୍କ ଭୋଜି ମଧ୍ୟରେ ତ ପିଆଜ ଦର କାନ୍ଥ ପରିକା ଛିଡା ହୋଇଛି। କାରଣ ଚିକେନ୍ ଦାମକୁ ଟପିଯାଇଛି ପିଆଜ ଦର। ପିଆଜ କିଣିବେ କି ଆମିଶ କିଣିବେ ସେମାନଙ୍କୁ ଚିନ୍ତା କରିବାକୁ ପଡୁଛି। କାରଣ ପିଆଜ ଦରବୃଦ୍ଧି ସିଧାସଳଖ ଆମିଷ ବଜାର ଉପରେ ମଧ୍ୟ ପଡିଛି ।
ନବ କିଶୋର… ଆଇଆଇଏମସି..

ଅଗ୍ନି ପରୀକ୍ଷାରେ ପାସ ପରେ ଅଗ୍ନି ଲିଭାଇବା ଚିନ୍ତାରେ ସରକାର

ଭୁବନେଶ୍ୱର : ବହୁ ତର୍କ ବିତର୍କ ପରେ ରାଜ୍ୟସଭାରେ ପାସ୍ ହେଲା ନାଗରିକ ସଂଶୋଧନ ବିଲ୍ । ହେଲେ ପୂର୍ଵ ଉତ୍ତର ଭାରତରେ ଜନ ଅସନ୍ତଷ ଉଗ୍ର ଆନ୍ଦୋଳନର ରୂପ ନେଲାଣି।ଯାହାକି ସରକାରଙ୍କ ଚିନ୍ତାର କାରଣ ପାଲଟିଛି।
ଆଜି ଦିନ ତମାମ ନାଗରିକ ସଂଶୋଧନ ବିଲ୍ କୁ ନେଇ ଆସାମରେ ଲୋକମାନେ ରାସ୍ତା ଉପରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିଲ୍ ପାସ୍ ହେଲା ପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ସେଥିପାଇଁ ସରକାର ଅନେକ ସ୍ଥାନରେ କର୍ଫ୍ୟୁ କରିଛନ୍ତି।ଏବଂ ୧୦ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବାପାଇଁ ସରକାର ଆଦେଶ ଦେଇଛନ୍ତି। ବିଲ୍ କୁ ବିରୋଧ କରି ରାସ୍ତାରେ ଟାୟାର ଜାଳି ଲୋକେ ପ୍ରତିବାଦ କରୁଛନ୍ତି।
ବହୁ ତର୍କ ବିତର୍କ ପରେ ରାଜ୍ୟ ସଭାରେ ନାଗରିକ ସଂଶୋଧନ ବିଲ୍ ପାସ୍ ହୋଇଛି। ଏହି ବିଲ୍ ସପକ୍ଷରେ ୧୨୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ୧୦୫ ଖଣ୍ଡ ଭୋଟ୍ ପଡିଥିଲା। ଏହା ପାସ୍ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଦିନକୁ ଭାରତ ଇତିହାସରେ କଳା ଦିବସ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଏହା ଏକ ଐତିହାସିକ ଦିବସ ବୋଲି ବିଜେପି କହିଛି।

ଭୁବନେଶ୍ୱରରେ ଶୁକ୍ରବାର ସାଇକେଲରେ ଅଫିସ…

ଭୁବନେଶ୍ୱର : ଫେରିବ ସାଇକେଲ ଜମାନା l ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି l ଏଣିକି ପ୍ରତି ଶୁକ୍ରବାର ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କର୍ମଚାରୀମାନେ ସାଇକେଲ୍‌ରେ କିମ୍ବା ଚାଲି ଚାଲି ଅଫିସ୍‌ ଆସିବେ । ଆସନ୍ତା ଶୁକ୍ରବାରଠାରୁ କଡ଼ାକଡ଼ି ଲାଗୁ ହେବ। ଏହି ତିନିଟି ସଂସ୍ଥାର ସମସ୍ତ ନିୟମିତ କର୍ମଚାରୀ ଓ ଆଉଟ୍‌ସୋର୍ସିଂ କର୍ମଚାରୀ ବି ଏହି ନିୟମ ମାନିବେ । ଏହି ନିଷ୍ପତି ପରେ ଏବେ ଏହାକୁ ନେଇ ବଡ ବିତର୍କ ଛିଡା ହୋଇଛି l

ବାରବାଟୀ ପାଇଁ ଟିକେଟ କିଣିଲେ ନବୀନ…..

ଭୁବନେଶ୍ୱର : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା 22 ତାରିଖରେ ବାରବାଟୀରେ ଖେଳାଯିବ ତୃତୀୟ ଦିନିକିଆ। ଏହି ମ୍ୟାଚ ପାଇଁ ଅଫ ଲାଇନରେ ଆସନ୍ତା 19 ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି। ମୁଖ୍ୟମନ୍ତ୍ରୀ 708 ଟଙ୍କା ଦେଇ ନିଜ ପାଇଁ ଗୋଟିଏ ଟିକେଟ୍ କିଣିଛନ୍ତି। ଓସିଏ କର୍ତ୍ତୁପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ 1000 ଟଙ୍କା ଦେଇଥିବା ବେଳେ ଟିକେଟ୍ ବାବଦେ 708 ଟଙ୍କା ରଖି 292 ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ଦିଆଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ଟିକେଟ୍ ଓସିଏ କର୍ତ୍ତୁପକ୍ଷଙ୍କ ଠାରୁ କିଣିଥିଲେ। ଏହି ଅବସରରେ ଓସିଏ ସଭାପତି ପଙ୍କଜ ମହାନ୍ତି, ବାରବାଟୀ ମ୍ୟାଚ ଅର୍ଗାନାଇଜିଂ କମିଟି ଚ୍ୟାର ମ୍ୟାନ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

ଭଦ୍ରକରେ 5ଟି ସଚିବ….

ଭୁବନେଶ୍ୱର : ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ପାଣ୍ଡିଆନଙ୍କ ସହ ୩ ଜଣିଆ ଟିମ ଅଚାନକ ଗ୍ରସ୍ତ କରିଛନ୍ତି । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଛନ୍ତି । ପଣ୍ଡିଆନ ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସୁବିଧା ସମ୍ୱନ୍ଧରେ ପଚାରି ବୁଝିଛନ୍ତି ।

ମାତ୍ର ଅଚାନକ ପାଣ୍ଡିଆନଙ୍କ ଗସ୍ତକୁ ନେଇ ମେଡିକାଲ କର୍ମଚାରୀ ଛାନିଆ ହୋଇଯାଇଥିଲେ । ମୋ ସରକାର ଓ ୫ ଟି ଲାଗୁହେବା ପରେ ଏହା ମେଡିକାଲକୁ ୫ଟି ସଚିବଙ୍କ ପ୍ରଥମ ଗସ୍ତ । ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ସଚିବ । ବିଭିନ୍ନ ୱାର୍ଡରେ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ସହ କଥା ହେବା ସହ ମେଡିକାଲରେ ଥିବା ସମସ୍ୟା ଗୁଡିକ ବିଷୟରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ଓ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସଚିବଙ୍କ ସହ ସ୍ୱାସ୍ଥ୍ୟ ସଚିବ, ଭାରପ୍ରାପ୍ତ ଜ଼ିଲ୍ଲାପାଳ, ସିଡିଏମଓ ଉପସ୍ଥିତ ରହି ମେଡିକାଲର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଶିଶୁ ଯତ୍ନ କେନ୍ଦ୍ର ସିଆର.ଏସ.ଆର କୁ ଯାଇ ପିଲାମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେମାନଙ୍କ ସହ ଭୋଜନ କରିଥିଲେ ।

୨୪ଘଣ୍ଟା ନପୁରୁଣୁ ପୁଣି ଏକ ଆତ୍ମହତ୍ୟା ଘଟଣା ।

0

କୋରାପୁଟ: ସ୍ଥାନୀୟ ସେମିଳିଗୁଡାର ସରସ୍ବତୀ ନଗରରେ ରୁହନ୍ତି ୨୮ ବର୍ଷୀୟ ବାଦଲ କୁମାର ବେହେରା । ସେ କିଛି ଦିନ ଆଗରୁ ଜଣେ ଅନ୍ୟ ଜାତିର ଯୁବତୀ ସହ ପ୍ରେମ ବିବାହ କରିଥିଲେ । ଯେଉଁ ବିବାହକୁ ନେଇ ଯୁବତୀଙ୍କ ପରିବାର ତରଫରୁ ବିରୋଧର ସମ୍ମୁଖିନ ହୋଇଥିଲେ । କିନ୍ତୁ ସେ ସବୁକୁ ଖାତିର ନକରି ଯୁବତୀଙ୍କ ସହ ବୈବାହିକ ଜୀବନ ଆରମ୍ଭ କରିଥିଲେ । କିଛି ଦିନ ହେବ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ଯ ଦେଖାଦେଇଥିଲା । ସେହି କାରଣରୁ ଉଭୟେ ଅଲଗା ଅଲଗା ରହୁଥିବା ବେଳେ ଯୁବକ ଜଣକ ମାନସିକ ଚାପରେ ରହୁଥିଲେ । ଆଜି ହଠାତ୍ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ବାଦଲ ସାତପୃଷ୍ଠା ବିଶିଷ୍ଟ ଏକ ଚିଠି ଲେଖି ଯାଇଛି । ଯେଉଁ ଚିଠିରେ ସେ ତା ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଉଲ୍ଲେଖ କରିଥିବା ବେଳେ ନିଜର ଶେଷ ଇଚ୍ଛା, ନିଜ ସ୍ତ୍ରୀ ବାଦଲର ମୃତଦେହକୁ ଆସି ଦେଖିଲେ ତା ଆତ୍ମାକୁ ଶାନ୍ତି ମିଳିବ ବୋଲି ଅନୁରୋଧ କରିଛି । ସ୍ଥାନୀୟ ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ଯବେଚ୍ଛଦ ପାଇଁ ପଠାଇବା ସହ ତଦନ୍ତ ଚାଲୁରଖିଛି ।

ସୁଇସାଇଡାଲ୍ ନୋଟ୍ ରେ ଶିକ୍ଷା ଅଧିକାରୀ ବାବୁଙ୍କ ସହ ସାମ୍ବାଦିକଙ୍କ ନାଁ

0

କୋରାପୁଟ: ଗତ କାଲି ଦଶମନ୍ତପୁରର ଏକ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହ ର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ଏହି ଘଟଣାର ତଦନ୍ତ ସମୟରେ ସ୍ଥାନୀୟ ପୋଲିସ୍ ହାତରେ ଲାଗିଛି ଏକ ସୁଇସାଇଡାଲ୍ ନୋଟ୍ । ଯେଉଁଥିରେ ଅତି ପ୍ରାଞ୍ଜଳ ଭାବେ ମୃତକ ଜଣଙ୍କ ବରିଷ୍ଠ ଶିକ୍ଷା ଅଧିକାରୀ, ସହକର୍ମୀ ଓ ଏକ ନିର୍ଦ୍ଦିଷ୍ଟ ଖବରକାଗଜର ସାମ୍ବାଦିକଙ୍କ ନାମ ଉଲ୍ଲେଖ କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ସୁଇସାଇଡାଲ୍ ନୋଟ୍ ରେ ଉଲ୍ଲେଖ ଅଛି ମୋ ମୃତ୍ୟୁର କାରଣ ଲିଖିତ ଥିବା ବ୍ୟକ୍ତିବିଶେଷଙ୍କ ମାନସିକ ଯନ୍ତ୍ରଣା । ବିଭିନ୍ନ ସମୟରେ ଚିଠିରେ ଲେଖା ଥିବା ବ୍ୟକ୍ତିବିଶେଷ ମାନସିକ ଚାପ ଦେଉଥିଲେ ।ସ୍କୁଲ୍ ର ପିଅନ ସହାୟତାରେ କୁଚକ୍ରି ଗୋଷ୍ଠୀ ମିଶି ଚିତ୍ତରଞ୍ଜନଙ୍କ ବିଭିନ୍ନ ସରକାରୀ କାଗଜପତ୍ର ହରଣଚାଳ କରିବା ସହ ତାଙ୍କୁ ମାନସିକ ଚାପ ଦେଉଥିଲେ । ଧିରେ ଧିରେ ଚାପର ପ୍ରଭାବ ବଢିବାରୁ ସହ୍ଯ କରି ନପାରି ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଯାହା ବର୍ତ୍ତମାନ ତଦନ୍ତ ପରିସର ମଧ୍ୟରେ ଥିବା ଜଣାପଡିଛି । ହସ୍ତଗତ ହୋଇଥିବା ଚିଠିଟି ଚିତ୍ତରଞ୍ଜନଙ୍କ ଦ୍ବାରା ଲିଖିତ ବା ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଥିବା ପ୍ରାପ୍ତ ଖବରରୁ ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ହାଇସ୍କୁଲ ସମେତ ଶିକ୍ଷା ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ଘଟଣା ଏବେ ସମଗ୍ର କୋରାପୁଟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଗା ଶରଣରେ ବଲିଉଡ ଷ୍ଟାର ଗୋବିନ୍ଦା….

ଭୁବନେଶ୍ୱର : ଲୋକପ୍ରିୟ ବଲିଉଡର ଅଭିନେତା ଗୋବିନ୍ଦା ଆହୁଜା ଓ ତାଙ୍କର ସ୍ତ୍ରୀ ସୁନୀତା ଆହୁଜା ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି l ରାତ୍ର ୯.୩୦ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଉଭୟ l ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଓ ଆନନ୍ଦିତ ହେଲେ ବୋଲି କହିଛନ୍ତି ବଲିଉଡ ଷ୍ଟାର ଗୋବିନ୍ଦା l

ଜଗା ମିଶନକୁ ବିଶ୍ୱସ୍ତରୀୟ ମାନ୍ୟତା : ନବୀନଙ୍କ ପାଇଁ ଟ୍ଵିଟକରି ଗର୍ଵ ଅନୁଭବ କଲେ ପ୍ରଣବ

ଭୁବନେଶ୍ୱର ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବା ରାଜ୍ୟ ସରକାରଙ୍କ ଜାଗା ମିଶନକୁ ମିଳିଛି ବିଶ୍ବସ୍ତରୀୟ ମାନ୍ୟତା । ଓଡିଶାର ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ୱାର୍ଲଡ ହାବିଟାଟ ଓ ୟୁନ-ହାବିଟାଟ ପକ୍ଷରୁ ମିଳିତ ଭାବେ ତାମ୍ର ପଦକ ମିଳିଛି । ବିଶ୍ବସ୍ତରରେ ଅଭିନବ ବାସଗୃହ ଯୋଜନା ବା କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଏହିଭଳି ପୁରସ୍କାର ମିଳିଥାଏ । ଚଳିତ ବର୍ଷ ଓଡିଶାକୁ ପ୍ରଥମ ଥର ପାଇଁ ଏହି ମାନ୍ୟତା ମିଳିଛି । ଏହି ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଗର୍ଵ ଅନୁଭବ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ଜାଗା ମିଶନକୁ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଦିଗରେ ବିଶ୍ବର ସର୍ବବୃହତ ଯୋଜନା ଭାବେ ସ୍ବୀକୃତି ମିଳିଛି । ଏହି ଯୋଜନାରେ ବସ୍ତିରେ ରହୁଥିବା ଲକ୍ଷାଧିକ ସହରୀ ଗରିବଙ୍କୁ ସାମାଜିକ ସୁରକ୍ଷା ଦିଆଯିବ । ତେଣୁ ନବୀନଙ୍କ ସରକାରରେ ପ୍ରଣବ ଅଂଶ ହୋଇଥିବାରୁ ନିଜେ ଗର୍ଵ ଅନୁଭବ କରୁଛନ୍ତି ବୋଲି ଟ୍ୱଟିରେ ଲେଖିଛନ୍ତି l
2018 ମେ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଟାଟା ଟ୍ରଷ୍ଟ ଓ ନର୍ମାନ ଫାଉଣ୍ଡେସନ ଦ୍ବାରା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ସହରାଞ୍ଚଳର ସବୁ ବସ୍ତିକୁ ରହିବା ଉପଯୋଗୀ ବାସଗୃହରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଜାଗା ମିଶନରେ 52ହଜାର 682 ପରିବାରକୁ ଜମି ଅଧିକାର ମିଳିସାରିଛି । 1725ଟି ବସ୍ତିକୁ ଡ୍ରୋନ ଓ ଜିଆଇଏସ ଜ୍ଞାନକୌଶଳରେ ସର୍ଭେ କରାଯାଇଛି । ନିଜସ୍ବ ଜ୍ଞାନକୌଶଳରେ ଗୋଷ୍ଠି ସହଯୋଗରେ ବିନା ବାଦବିବାଦରେ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏବେ 255ଟି ବସ୍ତିକୁ ରହିବା ଉପଯୋଗୀ ବାସସ୍ଥଳୀରେ ରୂପାନ୍ତରିତ କରାଯାଉଛି ।

ଏହି ପୁରସ୍କାର ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଟ୍ରଷ୍ଟ ଏବଂ ନର୍ମାନ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହ 17 ଲକ୍ଷ ସହରୀ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।

ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୂରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ୱାର୍ଲଡ ହାବିଟାଟ ପୁରସ୍କାର ଦ୍ବାରା ସହରୀ ଗରିବଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତିବଦ୍ଧତାକୁ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଏହି ମହତ ଅଭିଯାନରେ ସାମିଲ ହୋଇଥିବାରୁ ଟାଟା ଟ୍ରଷ୍ଟ ନିଜକୁ ଗୌରବାନ୍ବିତ ମନେକରୁଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news