ଜଗା ମିଶନକୁ ବିଶ୍ୱସ୍ତରୀୟ ମାନ୍ୟତା : ନବୀନଙ୍କ ପାଇଁ ଟ୍ଵିଟକରି ଗର୍ଵ ଅନୁଭବ କଲେ ପ୍ରଣବ

- Advertisement -

ଭୁବନେଶ୍ୱର ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବା ରାଜ୍ୟ ସରକାରଙ୍କ ଜାଗା ମିଶନକୁ ମିଳିଛି ବିଶ୍ବସ୍ତରୀୟ ମାନ୍ୟତା । ଓଡିଶାର ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ୱାର୍ଲଡ ହାବିଟାଟ ଓ ୟୁନ-ହାବିଟାଟ ପକ୍ଷରୁ ମିଳିତ ଭାବେ ତାମ୍ର ପଦକ ମିଳିଛି । ବିଶ୍ବସ୍ତରରେ ଅଭିନବ ବାସଗୃହ ଯୋଜନା ବା କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଏହିଭଳି ପୁରସ୍କାର ମିଳିଥାଏ । ଚଳିତ ବର୍ଷ ଓଡିଶାକୁ ପ୍ରଥମ ଥର ପାଇଁ ଏହି ମାନ୍ୟତା ମିଳିଛି । ଏହି ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଗର୍ଵ ଅନୁଭବ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ଜାଗା ମିଶନକୁ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଦିଗରେ ବିଶ୍ବର ସର୍ବବୃହତ ଯୋଜନା ଭାବେ ସ୍ବୀକୃତି ମିଳିଛି । ଏହି ଯୋଜନାରେ ବସ୍ତିରେ ରହୁଥିବା ଲକ୍ଷାଧିକ ସହରୀ ଗରିବଙ୍କୁ ସାମାଜିକ ସୁରକ୍ଷା ଦିଆଯିବ । ତେଣୁ ନବୀନଙ୍କ ସରକାରରେ ପ୍ରଣବ ଅଂଶ ହୋଇଥିବାରୁ ନିଜେ ଗର୍ଵ ଅନୁଭବ କରୁଛନ୍ତି ବୋଲି ଟ୍ୱଟିରେ ଲେଖିଛନ୍ତି l
2018 ମେ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଟାଟା ଟ୍ରଷ୍ଟ ଓ ନର୍ମାନ ଫାଉଣ୍ଡେସନ ଦ୍ବାରା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ସହରାଞ୍ଚଳର ସବୁ ବସ୍ତିକୁ ରହିବା ଉପଯୋଗୀ ବାସଗୃହରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଜାଗା ମିଶନରେ 52ହଜାର 682 ପରିବାରକୁ ଜମି ଅଧିକାର ମିଳିସାରିଛି । 1725ଟି ବସ୍ତିକୁ ଡ୍ରୋନ ଓ ଜିଆଇଏସ ଜ୍ଞାନକୌଶଳରେ ସର୍ଭେ କରାଯାଇଛି । ନିଜସ୍ବ ଜ୍ଞାନକୌଶଳରେ ଗୋଷ୍ଠି ସହଯୋଗରେ ବିନା ବାଦବିବାଦରେ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏବେ 255ଟି ବସ୍ତିକୁ ରହିବା ଉପଯୋଗୀ ବାସସ୍ଥଳୀରେ ରୂପାନ୍ତରିତ କରାଯାଉଛି ।

ଏହି ପୁରସ୍କାର ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଟ୍ରଷ୍ଟ ଏବଂ ନର୍ମାନ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହ 17 ଲକ୍ଷ ସହରୀ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।

ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୂରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ୱାର୍ଲଡ ହାବିଟାଟ ପୁରସ୍କାର ଦ୍ବାରା ସହରୀ ଗରିବଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତିବଦ୍ଧତାକୁ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଏହି ମହତ ଅଭିଯାନରେ ସାମିଲ ହୋଇଥିବାରୁ ଟାଟା ଟ୍ରଷ୍ଟ ନିଜକୁ ଗୌରବାନ୍ବିତ ମନେକରୁଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles