ନୁଆଁ ବର୍ଷ ଭୋଜିରେ ପିଆଜ ବାଧକ..

- Advertisement -

ଭୁବନେଶ୍ୱର : ନୂଆବର୍ଷକୁ ପିଆଜ ଚିନ୍ତା। ଏବେ ଚାରିଆଡେ ଭୋଜିର ମାହୋଲ। ହେଲେ ପିଆଜର ଦରବୃଦ୍ଧି ଲୋକଙ୍କ ଭୋଜିକୁ ଟିକେ ଫିକା କରିଦେଉଛି। କାରଣ ମାଛ ମାଂସ ଦାମ ସହ ସମାନ ହୋଇଯାଉଛି ପିଆଜ ଦର।
ନୂଆ ବର୍ଷ ଆସିଲେ ଚାରିଆଡେ ଭୋଜିର ମହଲ। ଗାଁରୁ ସହର ସବୁ ପିକନିକ ସ୍ପଟରେ ଭିଡ। ଭୋଜିରେ ରୋଷେଇ ପାଇଁ ପିଆଜ ହେଉଛି ନିହାତି ଆବଶ୍ୟକ ଜିନିଷ। ମଟନ୍,ଚିକେନ୍ ,ମାଛ ,ଠାରୁ ଆରମ୍ଭ କରି ଯାବତୀୟ ରୋଷେଇ ପାଇଁ ପିଆଜ ଦରକାର ହୋଇଥାଏ। ହେଲେ ପିଆଜ ଦର ଦେଖି ଅନେକ ଲୋକ ଭୋଜି କରିବାକୁ ଡ଼ରୁଛନ୍ତି। କାରଣ ପିଆଜ ଦାମ ଏବେ ଶହେ ଉପରେ ଅଛି। ଯାହା କି ସମସ୍ତଙ୍କ ପକ୍ଷେ କିଣିବା ସମ୍ଭବ ହେଉନାହିଁ। ଯେଉଁଠି ଦୁଇ କିଲୋ ପିଆଜ ଦରକାର ସେଠି ଲୋକଙ୍କୁ କିଲେ ପିଆଜରେ ଚଳେଇବାକୁ ପଡୁଛି।
ଗରିବ ଶ୍ରେଣୀର ଲୋକଙ୍କ ଭୋଜି ମଧ୍ୟରେ ତ ପିଆଜ ଦର କାନ୍ଥ ପରିକା ଛିଡା ହୋଇଛି। କାରଣ ଚିକେନ୍ ଦାମକୁ ଟପିଯାଇଛି ପିଆଜ ଦର। ପିଆଜ କିଣିବେ କି ଆମିଶ କିଣିବେ ସେମାନଙ୍କୁ ଚିନ୍ତା କରିବାକୁ ପଡୁଛି। କାରଣ ପିଆଜ ଦରବୃଦ୍ଧି ସିଧାସଳଖ ଆମିଷ ବଜାର ଉପରେ ମଧ୍ୟ ପଡିଛି ।
ନବ କିଶୋର… ଆଇଆଇଏମସି..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles