ଭଦ୍ରକରେ 5ଟି ସଚିବ….

- Advertisement -

ଭୁବନେଶ୍ୱର : ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ପାଣ୍ଡିଆନଙ୍କ ସହ ୩ ଜଣିଆ ଟିମ ଅଚାନକ ଗ୍ରସ୍ତ କରିଛନ୍ତି । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଛନ୍ତି । ପଣ୍ଡିଆନ ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସୁବିଧା ସମ୍ୱନ୍ଧରେ ପଚାରି ବୁଝିଛନ୍ତି ।

ମାତ୍ର ଅଚାନକ ପାଣ୍ଡିଆନଙ୍କ ଗସ୍ତକୁ ନେଇ ମେଡିକାଲ କର୍ମଚାରୀ ଛାନିଆ ହୋଇଯାଇଥିଲେ । ମୋ ସରକାର ଓ ୫ ଟି ଲାଗୁହେବା ପରେ ଏହା ମେଡିକାଲକୁ ୫ଟି ସଚିବଙ୍କ ପ୍ରଥମ ଗସ୍ତ । ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ସଚିବ । ବିଭିନ୍ନ ୱାର୍ଡରେ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ସହ କଥା ହେବା ସହ ମେଡିକାଲରେ ଥିବା ସମସ୍ୟା ଗୁଡିକ ବିଷୟରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ଓ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସଚିବଙ୍କ ସହ ସ୍ୱାସ୍ଥ୍ୟ ସଚିବ, ଭାରପ୍ରାପ୍ତ ଜ଼ିଲ୍ଲାପାଳ, ସିଡିଏମଓ ଉପସ୍ଥିତ ରହି ମେଡିକାଲର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଶିଶୁ ଯତ୍ନ କେନ୍ଦ୍ର ସିଆର.ଏସ.ଆର କୁ ଯାଇ ପିଲାମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେମାନଙ୍କ ସହ ଭୋଜନ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles