ଜମିଲାଣି ପିକନିକ : କୁସୁମାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼….

- Advertisement -

iଯାଜପୁର : ରାଜ୍ୟ ପର୍ଯ୍ୟଟନରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି କୁସୁମା ହ୍ରଦ l ପିକନିକ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ଛୁଟିଆସୁଛନ୍ତି କୁସୁମା ପରିସରରେ ବୁଲି ପାର୍କରେ ମଜା ନେବା ଲାଗି l ସକାଳ 9ଟାରୁ ସଂନ୍ଧ୍ୟା 8ଯାଏ କୁସୁମାରେ ଜମୁଛି ପର୍ଯ୍ୟଟକ ଙ୍କ ଭିଡ l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱପ୍ନରେ କୁସୁମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ଦିନଠାରୁ କୁସୁମା ହ୍ରଦ କୁ ଦେଖିବା ପାଇଁ ପର୍ଯ୍ୟଟକ ଭିଡ଼ ଜମୁଛି l ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ କୁସୁମାର ସୌନ୍ଦର୍ଯ୍ୟକୁ ବୁଲିବୁଲି ଉପଭୋଗ କରୁଛନ୍ତି । ଯେପରି ଗୁଜୁରାଟର ବିକାଶର ମେଡ଼ଲ ସାବରବତୀ ଠିକ ସେହିପରି ଓଡ଼ିଶାର ବିକାଶର ଗୋଲାପି ଚିତ୍ରର ମୂଳଦୂଆ ସାଜିଛି କୁସୁମା l କୁସୁମା ପୋଖରୀ ସବୁଜିମା ବାର୍ତ୍ତା ବହନ କରିବା ସହ ଏହାର ସୌନ୍ଦର୍ୟ୍ୟକରଣ ଏବେ ସମସ୍ତଙ୍କୁ ଆକର୍ଷଣ କରିଛି । ଏହାର ଆଲୋକିକରଣ,ଲେଜର ଲାଇଟ ଶୋ,କୃତ୍ରିମ ଝରଣା,ଛୋଟଛୋଟ ପିଲାଙ୍କ ପାଇଁ ମିନି ପାର୍କ, ଓ ଦୋଳିର ବ୍ୟବସ୍ଥା କରାଯାଇଛି । ଏହାସହ କୁସୁମାର ପାରିପାଶ୍ୱରେ କଳା ଓ ସଂସ୍କୃତି ଝଲକ ପ୍ରଦର୍ଶୀତ କରାଯାଇଛି । କୁସୁମା ଭିତର ଯେତିକି ସୁନ୍ଦର କୁସୁମା ବାହାର ସେତିକି ସୁନ୍ଦର l
ବାହାରେ ଦର୍ଶକଙ୍କ ଲାଗି ଭ୍ୟୁ ପଏଣ୍ଟ କରାଯାଇଛି । ତେବେ କୁସୁମା ବୁଲିବା ପାଇଁ ଜଣେ ପର୍ଯ୍ୟଟକକୁ 30ଟଙ୍କା ଦେବାକୁ ପଡି଼ବ l ଯାଜପୁରକୁ ଆସୁଥିବା ପର୍ଯ୍ୟଟକ ମାନେ ମା ବିରଜା ଦର୍ଶନ ପରେ କୁସୁମା ବେଶ କିଛି ସମୟ କାଟୁଛନ୍ତି l ବିଶେଷ କରି କୁସୁମାର ସୌନ୍ଦଯ୍ୟକରଣ ସେଲ୍ଫି ନେବା ସଭିଙ୍କ ପ୍ରଥମ ପସନ୍ଦ ସାଜିଛି l ପର୍ଯ୍ୟଟକ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି l କୁସୁମା ଭିତରେ ଘରୋଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉଛି l

ପରିତ୍ୟକ୍ତ ପୋଖରୀରୁ ପର୍ଯ୍ୟଟନ ସ୍ଥଳି….
ବର୍ଷବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା କୁସୁମା ପୋଖରୀ । ଏହାର ପୁନରୁଦ୍ଧାର ଲାଗି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଅଣ୍ଟା ଭିଡ଼ିଥିଲେ । ସହରବାସୀ ଓ ଓଡ଼ିଶାର କିପରି କୁସୁମା ଆକର୍ଷଣ ହୋଇପାରିବ ସେନେଇ ସ୍ୱପ୍ନ ଦେଖିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଯାହାକି ଆଜି ସତ ହୋଇଛି । ପୁରୁଣା ରାଜଧାନୀରେ ନୂଆ ରାଜଧାନୀର ଅନୁଭୂିତ ଲାଗି ଯାଜପୁର ବିଧାୟକ ଏହି ସ୍ୱପ୍ନର କୁସୁମା ଆଜି ବାସ୍ତବରେ ପରିଣତ ହୋଇଛି । ଯାହାକୁ ସେ ଯାଜପୁର ଜିଲ୍ଲାବାସୀଙ୍କୁ ସମର୍ପିତ କରିଛନ୍ତି ଆମୋଦପ୍ରମୋଦ ଲାଗି । ଯାଜପୁର ବିଧାୟକଙ୍କ ଏପରି ବିକାଶମୂଳକ କାର୍ଯ୍ୟକ୍ରମ ଲାଗି ନୂତନ ଯାଜପୁର ଗଠନର ସେ ବିନ୍ଧାଣୀ ବୋଲି ଜିଲ୍ଲାବାସୀ କହିଛନ୍ତି । ଧୀରେ ଧୀରେ ଯାଜପୁର ପର୍ଯ୍ୟଟକ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ପହଂଚିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles