ନିରଞ୍ଜନଙ୍କୁ ଭେଟିଲେ ଜୁଏଲ : କାହିଁକି ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ l ବେଶ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି l ତେବେ ନିଜ ଝିଅ ବାହାଘର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ ସାଂସଦ ଜୁଏଲ ଓରାମ ବୋଲି ଜଣାପଡିଛି l ଏହି ଭେଟଘାଟ ସମୟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ l

ଫେବୃୟାରୀରେ ମାଟ୍ରିକ ପରୀକ୍ଷା…..

ଭୁବନେଶ୍ୱର : ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ଶେଷ ନିଷ୍ପତ୍ତି ବୋର୍ଡ ନେବ। ଗତ ବର୍ଷର ବିବାଦୀୟ ପରୀକ୍ଷା ସେଣ୍ଟରକୁ ସମୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ସେ ସେଣ୍ଟରଗୁଡିକ ବାଦ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ। ଗତ ବର୍ଷ ଯୋଉ ସୋସିଆଲ ମେଡ଼ିଆରେ ପ୍ରଶ୍ନ ଭାଇରାଲ ହୋଇଥିଲା, ନିହାତି କେହି ନା କେହି ମୋବାଇଲ ଫୋନ ନେଇଥିବେ। ହେଲେ ତାହା ପ୍ରମାଣିତ ହୋଇପାରିଲା ନାହିଁ।

ଯାଜପୁରରେ ନକଲି ଅଟା…..

ଯାଜପୁର : ଯାଜପୁର ଟାଉନ ପୁଲିସ ପକ୍ଷରୁ ଏକ ନକଲି “ପରିବାର” ନାଁ ଥିବା ଅନ୍ୟ ଏକ କମ୍ପାନୀର ଲୋଗୋ ପ୍ୟାକେଟକୁ ଡୁପ୍ଲିକେଟକରି ଅଟା ପ୍ୟାକିଙ୍ଗ କରି କାରଖାନା ଚଳାଉଥିବା ଖବର କଲିକତାର ଏକ ଡିଟେକ୍ଟିଭ ଟିମ ଯାଜପୁର ପୋଲିସର ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମିଶ୍ରିତ ଅଟା ଜବତ କରିଛି । ସୂଚନା ଅନୁସାରେ ଯାଜପୁର ସହର ଦେବୀଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣିଙ୍କର ଏକ ଅଟାକଳ ରହିଛି। ସେଠାରେ ସେ ଘରୋଇ ଲୋକଙ୍କ ଗହମ ପେସାଇ ଅଟା ପ୍ରସ୍ତୁତ କରି ଆସୁଥିଲେ। ତେବେ କିଛି ମାସ ହେବ ‘ପରିବାର’ ଅଟା କମ୍ପାନୀ ନାମରେ ନକଲି ଅଟା ପ୍ୟାକେଟ କରି ବଜାରକୁ ଛାଡୁଥିଲା । ଯାହାର ଖବର ପାଇବାକୁ ସକ୍ଷମ ହୋଇଥିଲେ କଲିକତାର ପରିବାର ଅଟା କମ୍ପାନୀ ଓ ସେ ସ୍ଥାନୀୟ ଏକ ଡିଟେକ୍ଟିଭ ସଂସ୍ଥା ଯୋଗେ ଆଜି ଏହି ପରିବାର ଅଟା ନାମକୁ ଡୁପ୍ଲିଟେକ କରି ବିକୁଥିବା ଅଟାକଳ ମାଲିକଙ୍କୁ ଧରିବାରେ ସକ୍ଷମ ହୋଇଛି । ତେବେ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି କୋଲକାତାର ଟିମ । ଯାଜପୁର ପୋଲିସ ସଂଗେ ସଂଗେ ଅଟାକଳ ଉପରେ ଚଡାଉ କରିବା ସହ ମାଲିକଙ୍କୁ ମଧ୍ୟ ଗିରଫ କରିଛି ।ସେଠାରୁ ମଧ୍ୟ ଆଶ୍ରିବାଦ କମ୍ପାନୀର ପ୍ୟାକେଟ ମଧ୍ୟ ଜବତ କରିଛି। ‘ପରିବାର‘ କମ୍ପାନୀ ପ୍ୟାକେଟରେ ୧ କେଜି ବିଶିଷ୍ଟ ୫୦ ପ୍ୟାକେଟ , ୨୨୦ ପିସ ଖୋଲା ପ୍ୟାକେଟ, ଅର୍ଶୀବାଦ କମ୍ପାନୀ ନାଁରେ ୨୮୦ ପ୍ୟାକେଟର ୧କେଜିଆ ନକଲି ଅଟା, ୬୫ ପ୍ୟାକେଟ ୫ କେଜିଆ ପ୍ୟାକେଟ ଅଟା ସହ ପ୍ୟାକେଟ କରୁଥିବା ମେସିନ ଜବତ କରାଯାଇଛି। ପୁଲିସ ମାଲିକ କେଶବ ଚନ୍ଦ୍ର ପାଣିଙ୍କୁ ଅଟକ ରଖାଯାଇଛି।

ବଡ ହୃଦୟ ପରିଚୟ ପୁଣି ଦେଲେ ନବୀନ…

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ôଥକ ଦୂରାବସ୍ଥାରେ ରହୁଥିବା ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏହିପରିସ୍ଥଳେ ବୋଝ ଉପରେ ଲଳିତା ବିଡା ପରି ତାଙ୍କର ବଡ ପୁଅ(୫
ବର୍ଷ) ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଛି । ଗୋଟିଏ ପକ୍ଷରେ ଆର୍ôଥକ ସ୍ଥିତି ଭଲ ନଥିଲା ବେଳେ ଅନ୍ୟପଟେ ପୁଅର ଏହି ଦୁର୍ଦ୍ଦଶା ନକୁଳ ପେଣ୍ଠିଆଙ୍କର ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା । ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ ।
ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ । ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ କାହାଣୀ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିଲା । ସୌଭାଗ୍ୟକ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖବର ପଢିଥିଲେ । ବିଷ୍ଣୁଙ୍କର ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ତାଙ୍କର ତୁରନ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗ୍ରାମକୁ ଯାଇଥିଲେ । ସେହି ସମୟରେ ବିଷ୍ଣୁଙ୍କ ବାପା, ମା’ ମୁଲ ଲାଗିବାକୁ ବାହାରକୁ ଯାଇଥିଲେ । ସେମାନେ ଆସିବା ପର୍ଯ୍ୟନ୍ତ ଅଧିକାରୀମାନେ ଅପେକ୍ଷା କରିବା ସହ ବିଷ୍ଣୁଙ୍କ ବାପା ମା’ଙ୍କ ସହ ଆଲୋଚନା କରି ତା’ର ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ । ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ
ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା । ଆଜି ବିଷ୍ଣୁ ନିଜ ବାପା, ମା’ ଏବଂ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଥିଲା । ବିଭାଗୀୟ ମୁଖ୍ୟ ଡଃ ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

ବ୍ୟାସନଗର ପ୍ରେସ୍ ଫୋରମ୍ ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

0

ବ୍ୟାସନଗର: ଯାଜପୁର ଜିଲ୍ଲା ତଥା ଜିଲ୍ଲା ବାହାରେ ଖ୍ଯାତି ଅର୍ଜନ କରିଥିବା ଗଣମାଧ୍ୟମ ସଂଗଠନ ବ୍ୟାସନଗର ପ୍ରେସ୍ ଫୋରମ୍ ଦ୍ୱାରା ଷଷ୍ଠ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ ଥିବା ୧୫ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଦଳାଠାରେ ଥିବା ଗ୍ଲୋରିୟଶ୍ ଇଂଲିସ୍ ମିଡିଅମ୍ ସ୍କୁଲ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ଫୋରମ୍ ର ସଭାପତି ଅଭୟ ପତି ସଭାପତିତ୍ବ କରିଥିଲେ । ଯାଜପୁର ରୋଡ ଥାନା ଅଧିକାରୀ ଅନିଲ୍ କୁମାର ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସ୍କୁଲ୍ ର ପ୍ରିନ୍ସିପାଲ୍ କଳ୍ପତରୁ ସାହୁ ଯୋଗ ଦେଇଥିଲେ । ଫୋରମ୍ ର କାର୍ଯ୍ୟକାରୀ ସଭାପତି ପ୍ରକାଶ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ,ସମ୍ପାଦକ ଉଦୟନାଥ ଖଣ୍ଡାଇ ସ୍ବାଗତ ଭାଷଣ ଦେଇଥିଲେ । ବିଭିନ୍ନ ସମୟରେ ସମାଜରେ ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ଏହି ସଂଗଠନ ଛାତ୍ର ଛାତ୍ରୀଙ୍କ ଜ୍ଞାନ ଓ ଅନ୍ତର୍ନିହିତ କଳାର ବିକାଶ ପାଇଁ ଆଜିକୁ ଛଅ ବର୍ଷ ପୂର୍ବେ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ,ସାଧାରଣଜ୍ଞାନ ଓ ନୃତ୍ୟ ହେଉଥିବା ବେଳେ ଗୃହିଣୀ ମାନଙ୍କୁ ନେଇ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା ହୁଏ । ଏହି କ୍ରମରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସାଧାରଣଜ୍ଞାନ ରେ ମୋନାଲି ପଣ୍ଡା(ଏନ୍ ସି ହାଇସ୍କୁଲ)ପ୍ରଥମ, ସୌମ୍ଯରଞ୍ଜନ ପରିଡା (କ୍ରୋମନଗର ବିଦ୍ଯାପୀଠ)ଓ ପ୍ରିୟାଂଶୁ ପ୍ରିୟଦର୍ଶନ (ସେଣ୍ଟ ଜାଭିଅର)ଯୁଗ୍ମ ଦ୍ବିତୀୟ ଏବଂ ସ୍ବେତାଲିନ୍ ଓଝା (ଏନ୍ ସି ହାଇସ୍କୁଲ୍)ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନରେ ସ୍ବପ୍ନା ସାଗରିକା ଧଳ(ଜେମ୍ସ୍),ସେଣ୍ଟ ଜାଭିଅର ସ୍କୁଲ୍ ର ଋତୁପର୍ଣ୍ଣା ମହାନ୍ତି ଓ ସତ୍ୟଦର୍ଶି ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହି ସ୍କୁଲର ପ୍ରାଣେନ୍ଦୁ ବିକାଶ ଖୁଣ୍ଟିଆ,ସୁଶ୍ରୀ ସୋହାନି ଧିର,ସତ୍ୟଦର୍ଶି ରାଉତ ଦ୍ବିତୀୟ ତଥା ବୈଷ୍ଣବୀ ତିହ୍ବାରୀ,ଚିନ୍ମୟୀ ସାମନ୍ତରାୟ ଓ ସୁଲଗ୍ନା ଶୁଭଦର୍ଶିନି ତୃତୀୟ ସ୍ଥାନ ହାସଲ କରିଛନ୍ତି । ନୃତ୍ୟ ବିଭାଗକୁ ପାଞ୍ଚୋଟି ସ୍ତରରେ ଭାଗ କରାଯାଇଥିଲା । ଓଡ଼ିଶୀ ବିଭାଗରେ ଜେମ୍ସ୍ ସ୍କୁଲର ସିମରନ୍ ସାହୁ ପ୍ରଥମ ଓ ସ୍ବର୍ଣ୍ଣଲକ୍ଷ୍ମୀ ମିଶ୍ର ଦ୍ବିତୀୟ ହୋଇଥିବା ସ୍ଥଳେ ମନିସ୍ ରଞ୍ଜନ ମଲ୍ଲିକ(ସେଣ୍ଟ ଜାଭିଅର)ତୃତୀୟ ହୋଇଛନ୍ତି । ସବ୍ ଜୁନିୟର ବିଭାଗରେ ବ୍ଯାଶଶ୍ରୀ କଳା ନିକେତନର ତେଜସ୍ଵୀନି ରାଉତ ପ୍ରଥମ,ଶୁଭଲକ୍ଷ୍ମୀ ଖୁଣ୍ଟିଆ ଦ୍ବିତୀୟ ଓ ରାଣୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜୁନିୟର ବିଭାଗରେ ଜେମ୍ସ୍ ସ୍କୁଲର ଭାବନା କୁମାରୀ ଓ ବୈଷ୍ଣବୀ ନାୟକ ପ୍ରଥମ ଓ ତୃତୀୟ ଏବଂ ବ୍ଯାଶଶ୍ରୀ କଳା ନିକେତନର ଅଭିଲିପସା ଦ୍ବିବେଦୀ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି ।ସେହିପରି ସିନିଅର ରେ ସେଣ୍ଟ ଜାଭିଅର ସ୍କୁଲ୍ ର ହର୍ଷିତା ଖଟୁଆ,ବିଶ୍ବଜିତା ମହାନ୍ତି ଓ ଅନନ୍ଯାରଶ୍ମି ରାଉତ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିବା ବେଳେ ଜୋତିର୍ମୟୀ ସ୍ବାଇଁ(ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମୁଣ୍ଡମାଳ)ଯୁଗ୍ମ ତୃତୀୟ ହୋଇଥିଲେ ।ଡୁଏଟ୍ ରେ ଗାୟତ୍ରୀ ବଳବନ୍ତରାୟ ଓ ଜାଜ୍ଞସେନି ନାୟକଙ୍କୁ ସ୍ବତନ୍ତ୍ର ପୁରସ୍କୃତ କରାଯିବ ।ନୃତ୍ୟ ପରିବେଷଣରେ ବିଚାରକ ଭାବେ ବିରଞ୍ଚି ମହାନ୍ତି ଓ ମନୋରଞ୍ଜନ ଦାସ ଯୋଗ ଦେଇଥିଲେ । ଗୃହିଣୀ ମାନଙ୍କୁ ନେଇ ଆୟୋଜିତ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତାରେ ରେସ୍ମା ସାଇଫି ଓ ଜଳ୍ପନା ପଣ୍ଡା ଯୁଗ୍ମ ପ୍ରଥମ, ମଧୁସ୍ମିତା ଲେଙ୍କାଙ୍କ ସମେତ ମାଧୁରି କାବ୍ରା ଯୁଗ୍ମ ଦ୍ବିତୀୟ ଏବଂ ସୁମନ୍ କାବ୍ରା, ନସ୍ରିନ୍ ବାନୁ,ସାଇଲି ଓସ୍ବାଲ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଗୃହିଣୀ ମାନଙ୍କ ଖାଦ୍ୟ ପ୍ରତିଯୋଗୀତାକୁ ସୂର୍ଯ୍ୟାଂସ ହୋଟେଲ୍ ର ବରିଷ୍ଠ ଶେଫ୍ ଦେବେନ୍ଦ୍ର ବେହେରା ବିଚାରକ ଭାବେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ର ଛାତ୍ରୀ ତଥା ଗୃହିଣୀ ମାନଙ୍କୁ ଆସନ୍ତା ଜାନୁଆରୀ ମାସ ୧୦ତାରିଖରେ ହେବାକୁ ଥିବା ଫୋରମ୍ ର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ । ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଯୋଗିତାକୁ ସଞ୍ଚାଳନରେ ଜେମ୍ସ୍ ସ୍କୁଲର ଶିକ୍ଷକ ଶିକ୍ଷତ୍ରୀ ମାନେ ସହାୟତା କରିଥିବା ବେଳେ ବ୍ୟାସନଗର ପ୍ରେସ୍ ଫୋରମ୍ ର ସମସ୍ତ ସଦସ୍ୟ ସହାୟତା କରିଥିଲେ ।

ବବିଙ୍କ ରଣନୀତିକୁ ଦେବୀଙ୍କ ସମର୍ଥନ : ନୂଆ ରୂପରେ ଗଠନ ହେବ ବିଜେଡି ସଂଗଠନ..

ଭୁବନେଶ୍ୱର : ବିଜେଡ଼ି ସଂଗଠନକୁ ରାଜ୍ୟରେ ଅଧିକ ଶକ୍ତିଶାଳୀ କରିବା ପାଇଁ ନୂଆ ଫର୍ମୁଲାକୁ ଆପଣାଇଛି ଦଳ । ମୟୁରଭଞ୍ଜରୁ ଏହି ନୁଆ ନୀତିକୁ ପ୍ରୟୋଗ କରି ତୃଣମୂଳ ସ୍ତରରୁ ଦଳକୁ ଅଧିକ ମଜବୁତ କରିବା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ । ବଡ଼ବଡ଼ ସାଂଗଠନିକ ଜିଲ୍ଳା ଓ ରାଉଲକେଲ , ବ୍ରହ୍ମପୁର, ଭୁବନେଶ୍ୱର ,ସମ୍ବଲପୁର , ଆଦି ସହରମାନଙ୍କରେ ଜିଲ୍ଲା ସଂଗଠନ ଓ ସଦର ସଂଗଠନ କରିବାକୁ ଦଳ ନିଷ୍ପତି ନେଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସଂଗଠନ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ନୀତିକୁ ଆପଣାଇଛନ୍ତି । ଆଉ ଯାହାକୁ ପୁର୍ଣ୍ଣ ସମର୍ଥନ କରିଛନ୍ତି ଦଳର ବରିଷ୍ଠ ଓ ଛାମୁଆ ନେତାମାନେ । ସାଂଗଠନିକ ଜିଲ୍ଳା ଭାବେ ସବୁଠାରୁ ବଡ଼ ଜିଲ୍ଲା ମୟୁରଭଞ୍ଜରେ ପ୍ରଣବ ଏହି ନୂଆ ରଣନୀତି ପ୍ରୟୋଗ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ । ବିଜେଡ଼ିକୁ କିପରି ଏକ କ୍ୟାଡ଼ରବେଷ୍ଟ ଦଳ ଭାବେ ତୃଣମୂଳ ସ୍ତରରୁ ମଜବୁତ କରାଯିବ ସେନେଇ ସୁପ୍ରିମୋ ନେତା ନୁହେଁ, ଦଳ ପାଇଁ କର୍ମୀ ବଡ଼ ବୋଲି ବାରମ୍ବାର ନବୀନ କହିଛନ୍ତି । ପ୍ରଣବ ମଧ୍ୟ ଏକଥାକୁ ଭଲଭାବରେ ବୁଝିଛନ୍ତି । ଯେଉଁଥି ପାଇଁ ସେ ନେତା ନୁହେଁ, ନିଜ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି ସବୁଠି ବିଜେଡ଼ିର ଶକ୍ତିଶାଳୀ କର୍ମୀ ସୃଷ୍ଟି କରିବାରେ ଲାଗିଛନ୍ତି । ୨୦୧୯ ନିର୍ବାଚନରେ ଯେଉଁଥି ଦଳର ଖରାପ ପ୍ରଦର୍ଶନ କରିଛି ଓ ସଂଗଠନ ଦୁର୍ବଳ ହୋଇଛି ସେଠି କିପରି ସଂଗଠନ ମଜବୁତ ହେବ ସେନେଇ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଫୋକସ କରିଛନ୍ତି । ନବୀନ ମଧ୍ୟ ଆବଶ୍ୟକ ଯେଉଁଠି ପ୍ରଣବଙ୍କୁ ସେଠାକୁ ପଠାନ୍ତି ସଂଗଠନ ମଜବୁତ କରିବାପାଇଁ ଓ ନିଜେ ସେହି ନିର୍ବାଚନୀ ମଣ୍ଡଳୀର ଟିକନିକ ଖବର ବୁଝନ୍ତି ।

ତେବେ ନଜର ପକାନ୍ତୁ କାହକିଁ ମୟୁରଭଞ୍ଜରେ ଦୁଇଟି ସଂଗଠନ ନୀତକୁ ଆପଣାଇଲେ ବବି

ମୟୁରଭଞ୍ଜ । ସାଂଗଠନିକ ଜିଲ୍ଳା ଭାବେ ବଡ଼ ଜିଲ୍ଲା । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ବିଜେଡ଼ି ସେଠାରେ ଖରାପ ପ୍ରଦର୍ଶନ କଲା । ଦଳର ଦୁଇ ଯୁବନେତା ବର୍ତ୍ତମାନର ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ନବୀନ ମୟୁରଭଞ୍ଜ ସଂଗଠନ ଦାୟିତ୍ୱ ଦେଲେ । ହେଲେ ଫଳ ସମାନ । ସଂଗଠନ ସେତେଟା ମଜବୁତ ହେଲା ନାହିଁ । ବରଂ ନିର୍ବାଚନ ୯ଟି ବିଧାନସଭା ଆସନରୁ ୬ଟି ଆସନ ବିଜେଡ଼ି ହାତରୁ ଯିବା ସହ ସଂସଦୀୟ କ୍ଷେତ୍ରରେ ମଧ୍ୟ ଚିଟପଟାଙ୍ଗ ମାରିଲା ଦଳ । ବିଜେପି ବାଜିମାରିନେଲା । ନବୀନଙ୍କ ଲୋକପ୍ରିୟତା କିନ୍ତୁ ସଂଗଠନର ଗୋଷ୍ଠୀ ବିବାଦ ପାଖରେ କାମ କଲାନାହିଁ । ଯାହାକୁ ନେଇ ବିଜେଡ଼ି ସୁପ୍ରିମୋ ଚିନ୍ତାରେ ପଡ଼ିଲେ । ଶେଷରେ ତାଙ୍କ ସବୁଠୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଞ୍ଜର ଦାୟିତ୍ୱ ଦେଲେ । ବସଙ୍କ ନିର୍ଦ୍ଦେଶ କ୍ରର୍ମେ ପ୍ରଣବ ମୟୁରଭଞ୍ଜ ସଂଗଠନ କିପରି ମଜବୁତ ହେବ ଓ ସଭିଁଙ୍କୁ ନେଇ କିପରି ଦଳ ମଜବୁତ ହେବ ସେହି କାମରେ ଲାଗିଲେ । ଘନଘନ ମୟୁରଭଞ୍ଜ ଗସ୍ତ କରି ସଂଗଠନର ସମୀକ୍ଷା କଲେ । ସାଙ୍ଗରେ ଅରୁଣ ଓ ସଂଜୟଙ୍କୁ ନେଲେ । ସିଧାସିଧା ଶୁଣାଇଲେ ଦଳରେ ବିଭୀଷଣ ରହିବେ ନାହିଁ । ଦଳ ଭିତରେ କୌଣସି ଗୋଷ୍ଠୀ ନାହିଁ, ଏଠି କେହି କାହା ଲୋକ ନୁହେଁ । ସବୁ ନବୀନଙ୍କ ଲୋକ । ଯିଏ ଏହି ନୀତିକୁ ଗ୍ରହଣ କରିବ ନାହିଁ ସେ ଦଳରୁ ବିଦା ହେବ । ବବିଙ୍କ ଏପରି ଚରମବାଣୀ ମୟୁରଭଞ୍ଜରେ ବିଜେଡ଼ି ଗୋଷ୍ଠୀ ବିବାଦର ରୋଗକୁ ଉପଶମ କରିବାକୁ ବେଶ କାମ କଲା । ଯାହା ଫଳ ସ୍ୱରୂପ ସଭ୍ୟ ସଂଗ୍ରହରେ ମୟୁରଭଞ୍ଜ ଜିଲ୍ଳା ରେକର୍ଡ଼ କଲା । ସଂଗଠନ ଏବେ ଧିୀରେଧୀରେ ମଜବୁତ ହେଉଛି । ଜିଲ୍ଳାର ସଂଗଠନକୁ ଆହୁରୀ ମଜବୁତ କରିବା ପାଇଁ ଏବେ ପ୍ରଣବ ନୂଆ ରଣନୀତି ପ୍ରଯୋଗ କରିଛନ୍ତି । ଜିଲ୍ଲାର ବାମନଘାଟିକୁ ସୀମାଭାବେ ଗ୍ରହଣ କରି ମୟୁରଭଞ୍ଜ ଓ ମୟୁରଭଞ୍ଜ ସଦର ଭାବେ ଦୁଇଟି ସଂଗଠନ ତିଆରି କରିଛନ୍ତି । ଏହି ସଂଗଠନକୁ ମଜମୁତ କରିବା ପାଇଁ ଭିନ୍ନଭିନ୍ନ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ପ୍ରଣବ । ଦଳର କ୍ରାଇସିସ ମ୍ୟାନେଜରଙ୍କ ଏହି ନୀତିକୁ ନେଇ ଏବେ ରାଜ୍ୟସାରା ଚର୍ଚ୍ଚା । ଏହାସହ ସହରର ସଂଗଠନକୁ ମଜବୁତ କରିବା ପାଇଁ ଏପରି ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଏହି ନୀତି ଆଧାରରେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ୱାଡ ସ୍ତରରୁ ଅଧିକ ମଜବୁତ ଓ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସଂଗଠନକୁ ଅଧିକ କ୍ରିୟାଶିଳ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ମେରିନ ଡ୍ରାଇଭ ଇକୋ ରି -ଟ୍ରିଟକୁ ଉଦଘାଟନ କଲେ ନବୀନ…

ପୁରୀ :ବେଳାଭୂମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମେରିନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ୍ କାର୍ଯ୍ୟକ୍ରମ ଉଦଘାଟନ କରି ପ୍ରଥମ ଦିନ ଏଠି ସମୟ କାଟିଛନ୍ତି । କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ପୂର୍ବଭାରତରେ ପ୍ରଥମ କରି ଆୟୋଜନ କରାଯାଇଥିବା ଏପରି ମେରିନ ଡ୍ରାଇଭ l ଦେଶ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ବୁଲି ଆସିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆମନ୍ତ୍ରଣ କରିଛନ୍ତି । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାଏ, ପ୍ରସାନ୍ତ ଜଗଦେବ, ଜଗତସିଂହପୁର ସାଂସଦ, ଓଟିଡିସି ଅଧ୍ୟକ୍ଷ, କେନ୍ଦ୍ରାଞ୍ଚଳ ଆରଡିସି, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ଆଇଜି, ପର୍ଯ୍ୟଟନ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । wଦୀର୍ଘ ଦେଢମାସ ଧରି ଅର୍ଥାତ ଚଳିତ ଆଜିଠାରୁ ୨୦୨୦ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ ଦିନ ପର୍ଯ୍ୟନ୍ତ ଉତ୍ସବ ମୁଖର ରହିବ ସ୍ୱର୍ଣ୍ଣିଭ ଚନ୍ଦ୍ରଭାଗା-ରାମଚଣ୍ଡୀ ବେଳାଭୂମି । କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ଉତ୍ସବ ସ୍ଥଳୀରେ ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ରହିଛି । ସିଫୁଡୁ,କ୍ରାଫ୍ଟ ଓ ମ୍ୟୁଜିକରେ ଝୁମିବେ ପର୍ଯ୍ୟଟକ ।

ଡିସେମ୍ବର ୧୪ ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ। ଗୁଜରାଟ ପରେ ଓଡ଼ିଶା ଦିତୀୟ ରାଜ୍ୟ ଯିଏ ଏଭଳି ବେଳାଭୂମି ମହୋତ୍ସବର ଆୟୋଜନ କରିଛି । ରାଜ୍ୟ ସରକାର ପକ୍ଷରୁ କରାଯାଇଥିବା ଏପରି ପ୍ରୟାସ କୁ ସବୁ ମହଲରେ ସ୍ୱାଗତ କରାଯାଇଛି l

ବିକାଶ ପାଇଁ ଖଣି ସଂରକ୍ଷଣ….

ଭୁବନେଶ୍ୱର : ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ଆବଶ୍ୟକ ଖଣ୍ଡୋଲାଇଟ ପଥର ପାଇଁ ଛଅଟି ଲଘୁ ଖଣିକୁ ସଂରକ୍ଷିତ ରଖାଯାଇଛି । ଓଡିଶା ଖଣି ନିଗମକୁ ଏହିସବୁ ଖଣି ଲିଜ ଦିଆଯାଇଥିବା ବେଳେ ଏଥିରୁ ଉତ୍ତୋଳିତ ଖଣ୍ଡୋଲାଇଟ ପଥର କେବଳ ପୁର୍ତ୍ତ ବିଭାଗକୁ ଦିଆଯିବ ଏବଂ ଏହା କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ ବ୍ୟବହାର କରାଯିବ ।

ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁରର ଛାଣ୍ଡି ବ୍ଲକ, ଶୁଖୁଆପାହାଡ଼ ଓ ତେଲିଗଡ଼, କଟକର ଗୋବିନ୍ଦପୁର, ଖୋର୍ଦ୍ଧାର କୁରୁମପଡା ଓ କୁଣ୍ଡାକୁଣ୍ଡି ପଥର ଖଣିକୁ ଓଏମସିକୁ ଲିଜ ସୂତ୍ରରେ ଦିଆଯାଇଛି । ଏହିସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର କେବଳ ପୂର୍ତ୍ତ ବିଭାଗ କିମ୍ବା ପୁର୍ତ୍ତ ବିଭାଗ ଦ୍ଵାରା ଅଧିକୃତ ସଂସ୍ଥାକୁ ଦିଆଯିବ । ଏହି ପଥର କେବଳ ପୁରୀର ରୂପାନ୍ତରଣ ପାଇଁ କାର୍ଯ୍ୟରେ ବ୍ୟବହାର ହେବ । ରୂପାନ୍ତରଣ ପାଇଁ ଆବଶ୍ୟକ ନଥିବା ପଥରକୁ ଓଏମସି, ପୁର୍ତ୍ତ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହମତିରେ ଅନ୍ୟତ୍ର ବିକ୍ରି କରାଯାଇପାରିବ ।

ରାସ୍ତା କାମ ନ ସରୁଣୁ ଉଠିଗଲାଣି ପିଚୁ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଘୋଟାଲା ।

0

କୋରାପୁଟ: ସେମିଳିଗୁଡା ବ୍ଳକ୍ ଅଧୀନରେ ଥିବା ନାଲକୋର ମାନିଆ ଛକ ଠାରୁ ଦଣ୍ଡାସି ଗୁଡା ପର୍ଯ୍ୟନ୍ତ ତେରଶହ ମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ୨୦୧୮ମସିହା ଜୁଲାଇ ମାସରେ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ବର୍ଷେରୁ ଅଧିକ ଦିନ ପରେ ସଂପୃକ୍ତ ଠିକାଦାର କାମ ଆରମ୍ଭ କରିଥିଲେ । ଠିକା ନେଇଥିବା ସତ୍ଯାନନ୍ଦ ସିଭ୍ରାଙ୍ଗି ବିଲ୍ଡକନ୍ ପ୍ରାଇଭେଟ ଲି. ଏଇ କେଇଦିନ ତଳେ ଆରମ୍ଭ କରିଥିବା ରାସ୍ତା କାମ ଏତେ ନିମ୍ନ ମାନର ଯେ,କାମ ସଂପୂର୍ଣ୍ଣ ହେବା ପୂର୍ବରୁ ରାସ୍ତାରୁ ପିଚୁ ଉଠି ମାଟି ଦେଖାଦେଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା କାମ ଏତେ ନିମ୍ନ ମାନର ଯେ ହାତରେ ଆମ୍ପୁଡିଦେଲେ ପିଚୁ ଉଠି ମାଟି ଦେଖାଯାଉଛି । ଏହି କାରଣରୁ କିଛି ଗ୍ରାମବାସୀ ଏକାଠି ହୋଇ ରାସ୍ତା କାମ ବନ୍ଦ କରିଦେଇଛନ୍ତି । ଏ ନେଇ ଗ୍ରାମବାସୀ ସେମିଳିଗୁଡାରେ ବ୍ଲକ ଅଧ୍ଯକ୍ଷ ଦିନେଶ ଖରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳ ସ୍ବରୂପ ନିଜେ ଅଧ୍ଯକ୍ଷ ସର୍ ଜମିନ୍ ତଦନ୍ତ କରି ସଂପୃକ୍ତ ଠିକାଦାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଅପରପକ୍ଷରେ ସଂପୃକ୍ତ ଠିକାଦାର ଗ୍ରାମବାସୀ ଙ୍କୁ ବିଭିନ୍ନ ଉପାୟରେ ଧମକାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାଦାରଙ୍କର ଉପର ମହଲ ପର୍ଯ୍ୟନ୍ତ ହାତଥିବା କହି ସଂପୃକ୍ତ ସରକାରୀ ବାବୁ ଓ ଗାଁ ଲୋକଙ୍କୁ ଚେତାବନୀ ଦେଉଥିବା ମଧ୍ୟ ଅଭିଯୋଗ ହେଉଥିବା ଏକ ବିଶେଷ ସୂତ୍ରରୁ ପ୍ରକାଶ । ଏ ନେଇ ଯଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛନ୍ତି । ତା’ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମଧ୍ୟ ସଜବାଜ ହେଉଥିବା କିଛି ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

କୋହଲିଙ୍କ ଫିଟନେସ ମନ୍ତ୍ର…

ଭୁବନେଶ୍ୱର : ବର୍ତ୍ତମାନ କ୍ରିକେଟ ଜଗତରେ ଜଣେ ସଫଳ ଖେଳାଳି ଭାବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବେଶ ପରିଚିତ। ଏହାର ମୁଖ୍ୟ କାରଣ ହେଉଛି ସେ ସକାହାରି । ସେ ସକାହାରି ହେଲା ଦିନ ଠାରୁ ତାଙ୍କ ଖେଳରେ ତାଙ୍କ ଖେଳରେ ନିୟମିତ ପ୍ରଦର୍ଶନ ବୃଦ୍ଧି ହେବାରେ ଲାଗିଛି।
ଏକ ସାକ୍ଷାତକାର ଅବସରରେ ‌କୋହଲି କହିଛନ୍ତି ଯେ ପୂର୍ବରୁ କେବେ ବି ମୁଁ ଏତେ ଖୁସି ଅନୁଭବ କରି ନଥିଲି। ଶାକାହାରୀ ହେବା ପରେ ହିଁ ଅନେକ କ୍ଷେତ୍ରରେ ମୋର ଉନ୍ନତି ହୋଇଛି।
ପ୍ରଥମ ଥରପାଇଁ ସେ ୧୦୧୬ ଆଇପିଏଲ୍ ସମୟରେ ଆମୀଶ ନଖାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ତାପରଠାରୁ ଖେଳରେ ତାଙ୍କର ଏକାଗ୍ରତା ବଢ଼ିବାରେ ଲାଗିଛି।
ଟ୍ରେନର ଶଙ୍କର ବାସୁ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାଂସ ଖାଇଲା ବେଳେ ମୁଁ ଟ୍ବେଣ୍ଟି-୨୦ ଭଲ ଖେଳୁଥିଲି। ହେଲେ ଟେଷ୍ଟ କ୍ରିକେଟର ଲମ୍ବା ପାଳି ପାଇଁ ଦରକାର ଶକ୍ତି ଓ ସାମର୍ଥ୍ୟର ଅଭାବ ରହୁଥିଲା। ଏବେ ଏହି ଅସୁବିଧା ଦୂର ହୋଇଛି। ମୁଁ ସମସ୍ତଙ୍କୁ ଶାକାହାର ଖାଦ୍ୟ ଖାଇବାକୁ ପରାମର୍ଶ ଦେବି।
ଗତକାଲି ଚତୁର୍ଥ ସ୍ଥାନରେ ଆସି ଭାରତୀୟ ଅଧିନାୟକ ବିରାଟ କୋହଲି (୭୦* ରନ୍, ୨୯ ବଲ୍, ୪ ଚୌକା, ୭ ଛକା) ବ୍ୟାଟିଂ କରିଥିଲେ। ମାତ୍ର ୨୧ ବଲ୍‌ରୁ ୨୪ତମ ଅର୍ଧଶତକ ଛୁଇଁଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news