ଭୁବନେଶ୍ୱର : ଏହି ଫୋଟୋ ହେଉଛି ବିଜେଡି କାର୍ଯ୍ୟାଳୟରେ ପାଳନ ହେଉଥିବା ଦରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମାଲିକଙ୍କ ଜନ୍ମଦିନର। ହେଲେ ପଛ ପଟେ ଥିବା ବ୍ୟାନର କିଛି ଭିନ୍ନ କଥା ବୟାନ କଲା। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦ ମିଲବାରୁ ଦଳୀୟ ସମ୍ବର୍ଦ୍ଧନା ସମୟର ପୋଷ୍ଟର। ତେବେ ଏଠି ବି ନବୀନ ପଟ୍ଟନାୟକଙ୍କ ଫୋଟୋ ନାହିଁ। ଏଥିରୁ ଜଣାପଡୁଛି କି ଦଳରେ ଏବେ ଫୋଟୋ ରାଜନୀତି ଚାଲିଛି। ଏହାର ଦୁଇଟି ଦିଗ ହୋଇପାରେ-
ପ୍ରଥମ, ଆଗ ଧାଡ଼ି ନେତାଙ୍କୁ ଷଡଯନ୍ତ୍ରର ମାୟା ଜାଲରେ ଛନ୍ଦିବା। ନବୀନଙ୍କ ଫୋଟୋ ନ ଦେଇ ହାଏ କମାଣ୍ଡଙ୍କ ଆଗରେ ବଦନାମ କରିବାର ଏହା ଚାଲ ହୋଇପାରେ।
ଦ୍ବିତୀୟ, ପ୍ରଚାର ପ୍ରସାରଠାରୁ ଦୂରରେ ରହିବାକୁ ପସନ୍ଦ କରୁଥିବା ନବୀନ ହୁଏତ ନିଜେ ଚାହୁଁନଥିବେ ସବୁ କାର୍ଯ୍ୟରେ ତାଙ୍କ ଫୋଟୋକୁ ଲୋଗୋ ଭାବେ ବ୍ୟବହାର କରିବା ପାଇଁ। ତାଙ୍କ ନାଁ ନ ନେଇ ନେତାମାନେ ନିଜେ ଆଗକୁ ବଢ଼ନ୍ତୁ ଓ ଆଞ୍ଚଳିକ ଦଳ ବିଜେଡିକୁ ତାଙ୍କ ପରେ ବି ଶକ୍ତିଶାଳୀ ରଖିବା।
ଯଦି ପୋଷ୍ଟରକୁ ଏହି କଥା ସବୁ ଆସୁଛି, ତାହେଲେ ବିବାଦ କରାଉଥିବା ବ୍ୟକ୍ତଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ଦେଖାଦେଇଛି। ଚର୍ଚ୍ଚାରେ ଥିବା ବୈଜୟନ୍ତଙ୍କ ଷଡଯନ୍ତ୍ରରେ ବିଜେଡି ଭିତର ଗୁପ୍ତଚରକୁ ଧରିଲେ, ସବୁ ଠିକ ହୋଇଯିବ। କାରଣ ବୈଜୟନ୍ତଙ୍କ ବିଜେଡି ସହ କିଛି ନାହିଁ। ହେଲେ ଯେଉଁ ଢଙ୍ଗରେ ଅନ୍ୟ ନେତାଙ୍କୁ ବିଜେଡି ବିରୋଧରେ ବ୍ୟବହାର କରୁଛନ୍ତି, ତାହାର ପର୍ଦାଫାସ କରିବାକୁ ଅଣ୍ଟା ଭିଡ଼ିଲେଣି ଅଶୋକ ନନ୍ଦନ ପ୍ରଣବ ପ୍ରକାଶ ଦାସ। ଦଳ ଭିତର ମନ୍ଥରା ହେଉ କି ସକୁନି, ତାକୁ ଏବେ ଭଗବାନ ଭରସା।








ଶକ୍ତିବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେ ହେଲେ ମନ୍ତ୍ରୀ । ହେଲେ ଦଳରେ ପ୍ରଣବ ସାମିଲ ହେବା ଠାରୁ ତାଙ୍କ ଭିତରେ ତାଙ୍କ ବାପା ଅଶୋକଙ୍କ ପରି ଦଳ ପ୍ରତି ଅାନୁଗତ୍ୟ ଓ ସାଂଗଠନିକ ଦକ୍ଷତା ବି ପ୍ରଣବଙ୍କ ପାଖରେ ଥିବା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅନୁଭବ କଲେ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସାଂଗଠନିକ ଦାୟିତ୍ୱ ବୁଝିବା ପାଇଁ ପ୍ରଣବଙ୍କୁ ନବୀନ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପାଙ୍କ ଭଲ ପାଉଥିବା ପ୍ରଣବ ସଙ୍ଗେ ସଙ୍ଗେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳର ସାଂଗଠନିକ ଦାୟିତ୍ୱ ବୁଛିଲେ । ନବୀନଙ୍କ ନିର୍ଦ୍ଦେଶ ବିଜେଡ଼ି କିପରି ଶକ୍ତିଶାଳୀ ହେବ ସେ କାମରେ ଲାଗିଗଲେ ପ୍ରଣବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ବିଜେଡ଼ିର ସଂଗଠନ କିପରି ଏକା ସାଙ୍ଗରେ ଘରେଘରେ ପହଞ୍ଚିବ ସେ ନେଇ ପ୍ରଣବ ନବୀନଙ୍କ ନିର୍ଦ୍ଦେଶ ଅନୁସାରେ କାମ କଲେ । ପ୍ରଥମେ କୋରାପୁଟ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ନେଲେ ପ୍ରଣବ । ତାଙ୍କୁ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କରାଗଲା । କଂଗେ୍ରସ ଦବଦବା ଥିବା କୋରାପୁଟ ଜିଲ୍ଲାରେ ବିଜେଡ଼ି ସଂଗଠନଙ୍କୁ ନବୀନ ପ୍ଲାନ ଅନୁସାରେ ପ୍ରଣବ ସଂଗଠନକୁ ଜିଲ୍ଲାରେ ଅଧିକ ସଂଗଠନ କଲେ । ଦଳର ଗୋଷ୍ଠୀ କନ୍ଦଳ ତୁଟାଇ ସଭିଁଙ୍କୁ ଏକଜୁଟ କଲେ । ସଂଗଠନ ସଠିକ ଭାବେ ଚାଲିଲା ।ଏବଂ ଏହାପରେ ଅାସିଲା ବିଜେପୁର ଉପ ନିବାଚନ । ୩ମାସ କାଳ ପ୍ରଣବ ଯାଜପୁର,ଭୁବନେଶ୍ୱର ଭୂଲି ବିଜେପିର ଏକ ପଡ଼ାରେ ଦଳର ସଂଗଠନ ମଜବୁତ କରିବା ପାଇଁ ରହିଲେ । ଭୂଲିଗଲେ ଘର ଓସମ୍ପର୍କୀୟଙ୍କୁ। ବିଜେପି ଉପନିବାର୍ଚନ କିପରି ବିଜେଡ଼ି ବିପୁଳ ଭୋଟରେ ବିଜୟ କରିବ ସେନେଇ ପ୍ରଣବ ନବୀନଙ୍କ ନିର୍ଦ୍ଦେଶରେ କାମ ଅାରମ୍ଭ କରିଦେଲେ । ପୁରା ପଶ୍ଚିମ ଓଡ଼ିଶାର ନେତାଙ୍କୁ ଏକାଠି କରି ଦଳର ସଂଗଠନକୁ ମଜବୁତ କଲେ । ଏହାସହ ବିଜେପୁରବାସୀ କଣ ଚାହୁଛନ୍ତି ସେନେଇ ବିଜେପୁର ପ୍ରତେକ ଗାଁରେ ଲୋକଙ୍କ ସହ ସିଧାସଳଖ ଅାଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଅାକର୍ଷଣ କଲେ ।
ମୁଖ୍ୟମନ୍ତ୍ରୀ ପ୍ରଣବଙ୍କ ଦେଇଥିବା ପ୍ରସ୍ତାବକୁ ତର୍ଜମା କରି ସଙ୍ଗେ ସଙ୍ଗେ ଏହାକୁ କାର୍ଯ୍ୟକାରୀ କଲେ । ବିଜେପୁରରେ ହାଇଭୋଲଟେଜ ଉପନିବାର୍ଚନରେ ବିଜେପି ଓ କଂଗ୍ରେସ ବି ବିଜୟ ପାଇଁ ଲାଗି ପଡ଼ିଲେ । ହେଲେ ନବୀନଙ୍କ ନିର୍ଦ୍ଦେଶ ପ୍ରଣବ ଏପରି ଗୋଟି ଚାଳନ କଲେ । ବିରୋଧୀ କିଛି ବୁଝିପାରିଲେ ନାହିଁ । ଯାହା ଫଳରେ ବିଜେଡ଼ି ବିଧାୟିକ ପ୍ରାର୍ଥୀ ରୀତା ସାହୁ ବିପୁଳ ୪୩ହଜାର ଭୋଟର ବିଜୟ କଲେ । ଏହାପରେ ୨୦୧୯ ସାଧାରଣ ନିବାର୍ଚନ ହେଲା । ବିଜେପି ମିଶନ ୧୨୦ ପ୍କସର ନାରା ଦାଲା । ନବୀନଙ୍କ ନିଦେ୍ର୍ଦଶରେ ପ୍ରଣବ ବରିଷ୍ଠ ଓ ଯୁବନେତାଙ୍କୁ ଏକାଠି କରି ଜିଲ୍ଲାଜିଲ୍ଲା ଗସ୍ତ କରି ସଂଗଠନ ମଜବୁତ କରିବା ସହ ବିଜୟ ପାଇଁ ବିଜେଡ଼ି ସୁପ୍ରିମୋ ଦେଇଥିବା ଗୁରୁମନ୍ତ୍ରୀଙ୍କୁ ବିଜେଡ଼ି ନେତା ଓ କର୍ମୀଙ୍କୁ ବୁଝାଇଲେ । ବିଜେଡ଼ି ଟିକେଟ ପାଇଁ ବହୁ ଅାଶାୟୀ ଓ ବିଜେଡ଼ିର ଅସନ୍ତୋଷ ମଧ୍ୟ ସେ ତାଙ୍କର ଚତୁର ବୃଦ୍ଧି ପ୍ରତିହତ କରି ସୁପ୍ରିମୋଙ୍କ ଖୁସି କରାଯାଇଥିଲେ । ବିଜେଡ଼ିକୁ ଜିତାଇବା ପାଇଁ ଦିନରାତି ଏକ କରି ପ୍ରଣବ ନିଷ୍ଠାର ସହ କାମ କଲେ । ଏପରିକି ନିଜ ନିବାର୍ଚନୀ ମଣ୍ଡଳୀରେ ୨୦୧୯ ସାଧାରଣ ନିବାର୍ଚନରେ ଯେପରି ପ୍ରଚାର କରିବା କଥା ତାହା ବି ସେକଲେ ନାହିଁ। ବିଜେଡ଼ି କିପରି ଅଧିକ ଅାସନରେ ବିଜୟ କରିବ ସେଚିନ୍ତା ଘାରିଥିଲା ତାଙ୍କୁ । ନବୀନଙ୍କ ପ୍ରତେକ ସଭାକୁ କିପରି ସଫଳ କରାଯିବ ସେଥିଲାଗି ଦିନରାତି ଏକ କରି କେତେବେଳେ କୋରାପୁଟରେ ତ କେତେବେଳେ ମୟୁରଭଞ୍ଜ , କେତେବେଳେ କେନ୍ଦ୍ରପଡ଼ା ତ କେତେବେଳେ ତାଳଚେର ,ବ୍ରହ୍ମପୁର ଓ ଭଦ୍ରକରେ ପ୍ରଣବ ରାତି କଟାଉଥଲେ । ନିଜ ନିବାର୍ଚନୀ ମଣ୍ଡଳୀକୁ ମଧ୍ୟ ସମୟ ଦେଉପାରୁନଥିଲେ ନିଜ ପାଇଁ ପ୍ରଚାର କରିନଥିଲେ । ଏପରିକି ପ୍ରଚାରର ଶେଷ ଦିନରେ ପ୍ରଣବ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ଥିବା କେନ୍ଦ୍ରପଡ଼ା ଜିଲ୍ଳାରେ ରହିଛି । ନବୀନଙ୍କ ଲୋକପ୍ରିୟତା, ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିଜେଡ଼ିର ନେତା ଓ କର୍ମୀଙ୍କ ପରିଶ୍ରମ ଯୋଗୁଁ ବିଜେଡ଼ି ୨୦୧୯ ନିବାର୍ଚନରେ ୧୧୨ ଅାସନରେ ବିଜୟ କଲା । ୧୨ ଜଣ ସାଂସଦ ମଧ୍ୟ ଜିତିଲେ ବିଜେଡ଼ିର । ଏସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯିବା ନିଶ୍ଚିତ । ହେଲେ ପ୍ରଣବ ନିବାର୍ଚନ ବୈତରଣୀ ପାର କରିବା ପାଇଁ ଯେଉଁ ପରିଶ୍ରମ କରିଛନ୍ତି ତାହା ନବୀନ ହିଁ ବୁଝିଥଲେ ଓ ମନେ ରଖିନଥିଲେ। ସେହିପରି ଓଡ଼ିଶାର ବଡ଼ ଜିଲ୍ଲା ମୟୁରଭଞ୍ଜରେ ଦଳର ସଂଗଠନ ମଜବୁତ କରିବା ପାଇଁ ନବୀନ ପ୍ରଣବଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଯେତେବେଳେ ପଂଚମ ପାଳିରେ ନବୀନ ସରକାର ଗଠନ କଲେ । ଅାଶା କରାଯାଉଥିଲା ପ୍ରଣବ ପରିଶ୍ରମ ପାଇଁ ପୁରସ୍କାର ମିଳିବ । କ୍ୟାବିନେଟ ମନ୍ତ୍ରୀ ସହ ନବୀନ ତାଙ୍କୁ ମନ୍ତ୍ରୀମଣ୍ଡଳର ଗୁରୁଦ୍ରିତ୍ୱ ଦେବେ । ହେଲେ ପ୍ରଣବ ନିଜ ପିତାଙ୍କ ପରି ଦଳକୁ ଅାଗେ ଦେଖି କ୍ଷମତା ଲୋଭରୁ ନିଜକୁ ଦୂରେଇ ଗଲେ । ମନ୍ତ୍ରୀ ହେଲେ ଦଳ ପାଇଁ କାମ କରିବାକୁ କାଳେ ଅସୁବିଧା ହେବ ସେଥିଲାଗି ସେ ମନ୍ତ୍ରୀ ହେବାକୁ ଚାହିଲେ ନାହିଁ କି ପୂର୍ବରୁ ସେ କେତେମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି । ଓଡ଼ିଶାର ୧ ନମ୍ବର ମନ୍ତ୍ରୀ ହେବା ପରେ ବି ସେ ଦଳର ସଂଗଠନ ସଜାଡ଼ିବା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଅାସିଲା ପାଟକୁରା ଉପ ନିବାର୍ଚନ । ବିଜେପିର ପ୍ରାର୍ଥୀ ହେଲେ ବିଜୟ ମହାପାତ୍ର । ବିଜେଡ଼ି ପାଇଁ ମଧ୍ୟ ଏହି ଉପ ନିବାର୍ଚନ ସମ୍ମାନର ପ୍ରଶ୍ନ ଥିଲା । ନବୀନ ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲକୁ ପ୍ରାର୍ଥୀ କଲୋ। ଅଶୀ ଦଶକର ରାଜନୀତିର ଚାଣକ୍ୟ ପାଇଁ ରାଜ୍ୟ ବିଜେପି ଠାରୁ କେନ୍ଦ୍ର ବିଜେପି ନେତା ଲାଗିପଡ଼ିଲେ । ହେଲେ ଓଡ଼ିଶା ରାଜନୀତିର ଅସଲୀ ଚାଣକ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ରଣନୀତି । ଯାହାର ସେନାପତି କଲେ ପ୍ରଣବ ପ୍ରକାଶ ଦାସଙ୍କୁ । ଯାହା ଫଳରେ ବିଜୟ ମହାପାତ୍ର ବିଧାନସଭା ବାଟ ବନ୍ଦ ହେଲା । ବିଜୁଙ୍କ ଗଡ଼ରେ ପୁଣି ଉପ ନିବାର୍ଚନରେ ବିଜେଡ଼ିର ବାନା ଉଡ଼ିଲା ।





