ଫୋଟୋ ବିବାଦର ଖଳନାୟକ ଖୋଜା?

- Advertisement -

 


ଭୁବନେଶ୍ୱର : ଏହି ଫୋଟୋ ହେଉଛି ବିଜେଡି କାର୍ଯ୍ୟାଳୟରେ ପାଳନ ହେଉଥିବା ଦରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମାଲିକଙ୍କ ଜନ୍ମଦିନର। ହେଲେ ପଛ ପଟେ ଥିବା ବ୍ୟାନର କିଛି ଭିନ୍ନ କଥା ବୟାନ କଲା। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦ ମିଲବାରୁ ଦଳୀୟ ସମ୍ବର୍ଦ୍ଧନା ସମୟର ପୋଷ୍ଟର। ତେବେ ଏଠି ବି ନବୀନ ପଟ୍ଟନାୟକଙ୍କ ଫୋଟୋ ନାହିଁ। ଏଥିରୁ ଜଣାପଡୁଛି କି ଦଳରେ ଏବେ ଫୋଟୋ ରାଜନୀତି ଚାଲିଛି। ଏହାର ଦୁଇଟି ଦିଗ ହୋଇପାରେ-
ପ୍ରଥମ, ଆଗ ଧାଡ଼ି ନେତାଙ୍କୁ ଷଡଯନ୍ତ୍ରର ମାୟା ଜାଲରେ ଛନ୍ଦିବା। ନବୀନଙ୍କ ଫୋଟୋ ନ ଦେଇ ହାଏ କମାଣ୍ଡଙ୍କ ଆଗରେ ବଦନାମ କରିବାର ଏହା ଚାଲ ହୋଇପାରେ।
ଦ୍ବିତୀୟ, ପ୍ରଚାର ପ୍ରସାରଠାରୁ ଦୂରରେ ରହିବାକୁ ପସନ୍ଦ କରୁଥିବା ନବୀନ ହୁଏତ ନିଜେ ଚାହୁଁନଥିବେ ସବୁ କାର୍ଯ୍ୟରେ ତାଙ୍କ ଫୋଟୋକୁ ଲୋଗୋ ଭାବେ ବ୍ୟବହାର କରିବା ପାଇଁ। ତାଙ୍କ ନାଁ ନ ନେଇ ନେତାମାନେ ନିଜେ ଆଗକୁ ବଢ଼ନ୍ତୁ ଓ ଆଞ୍ଚଳିକ ଦଳ ବିଜେଡିକୁ ତାଙ୍କ ପରେ ବି ଶକ୍ତିଶାଳୀ ରଖିବା।
ଯଦି ପୋଷ୍ଟରକୁ ଏହି କଥା ସବୁ ଆସୁଛି, ତାହେଲେ ବିବାଦ କରାଉଥିବା ବ୍ୟକ୍ତଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ଦେଖାଦେଇଛି। ଚର୍ଚ୍ଚାରେ ଥିବା ବୈଜୟନ୍ତଙ୍କ ଷଡଯନ୍ତ୍ରରେ ବିଜେଡି ଭିତର ଗୁପ୍ତଚରକୁ ଧରିଲେ, ସବୁ ଠିକ ହୋଇଯିବ। କାରଣ ବୈଜୟନ୍ତଙ୍କ ବିଜେଡି ସହ କିଛି ନାହିଁ। ହେଲେ ଯେଉଁ ଢଙ୍ଗରେ ଅନ୍ୟ ନେତାଙ୍କୁ ବିଜେଡି ବିରୋଧରେ ବ୍ୟବହାର କରୁଛନ୍ତି, ତାହାର ପର୍ଦାଫାସ କରିବାକୁ ଅଣ୍ଟା ଭିଡ଼ିଲେଣି ଅଶୋକ ନନ୍ଦନ ପ୍ରଣବ ପ୍ରକାଶ ଦାସ। ଦଳ ଭିତର ମନ୍ଥରା ହେଉ କି ସକୁନି, ତାକୁ ଏବେ ଭଗବାନ ଭରସା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles