ବିଜେଡିରେ ବୈଜୟନ୍ତଙ୍କ ଦୂତ କିଏ?

- Advertisement -

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସହଜରେ ହଜମ କରି ପାରୁନାହାନ୍ତି ଦଳୀୟ ନେତା। କାରଣ ଜଣେ ଯୁବ ବିଧାୟକଙ୍କ ନାଁ ନେଇ ପ୍ରଶଂସା କରିବା ହୁଏତ ନବୀନଙ୍କ କ୍ଷେତ୍ରରେ ନୂଆ, ବିରଳ ଓ ପ୍ରଥମ। ମୁଖିଆ ଭୟରେ ସିନା କେହି ପାଟି କରୁନାହାନ୍ତି, ହେଲେ ଦଳ ବାହାରେ ଚର୍ଚ୍ଚା ଚଳାଇଛନ୍ତି। କାହାକୁ ସାହାରା ନ ପାଇ, ଆଉ ଜଣେ ବିଦାୟୀ ନେତା ବୈଜୟନ୍ତ ପଣ୍ଡାଙ୍କ କବାଟ କିଛି ବିଜେଡ଼ି ନେତା ବାଡେଇଥିବା ଖବର ମିଳିଛି। ବୈଜୟନ୍ତ ବି ବହୁ ଆଗରୁ ନବୀନଙ୍କ ପାଖ ଲୋକଙ୍କୁ ବିରୋଧ କରି ବିଜେଡିରୁ ବିଦା ହୋଇଥିଲେ। ଯାହା ତାଙ୍କ ଅସହିଷ୍ଣୁ ମନୋଭାବକୁ ସୂଚାଏ। ତେଣୁ ବିଜେଡିରେ ଥାଇ ଅସନ୍ତୋଷ କିଛି ନେତା ବୈଜୟନ୍ତଙ୍କ ପରିବାରର ମାଳିକାନାରେଥିବା ଗଣମାଧ୍ୟମର ସାହାରା ନେଇଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ନୂତନ ଦାୟିତ୍ୱ ପାଇଁ ବବିଙ୍କୁ ଉଭୟ ଛାତ୍ର ଓ ଯୁବ ସଂଗଠନ ସମ୍ବର୍ଦ୍ଧିତ କରିଥିଲେ। ହେଲେ କାର୍ଯ୍ୟକ୍ରମ ପୂର୍ବରୁ ହି ବୈଜୟନ୍ତଙ୍କ ପରିବାରର ଡିଜିଟାଲ ମିଡିଆରେ ପୋଷ୍ଟର ଭାଇରାଲ ହେଲା। ପୋଷ୍ଟରରେ କେବଳ ବବିଙ୍କ ଫୋଟୋ ହି ଥିଲା। ନବୀନ ନଥିଲେ ଫୋଟୋରେ। ଏ କଥା ବବିଙ୍କୁ ଅଜଣା ଥିଲା। ରୁମକୁ ଯିବା ମାତ୍ରେ, ବବି ସବୁ ଜାଣିପାରିଲେ। ତାଙ୍କୁ ବି ଷଡଯନ୍ତ୍ରର ଗନ୍ଧ ହେଲା। ସେଠାରେ ଚାହିଁଥିଲେ, ଉଠି ପଳାଇଥାନ୍ତେ ବବି। ହେଲେ ଏପରି କରିଥିଲେ, ତାଙ୍କୁ ହୃଦୟରୁ ଭଲ ପାଉଥିବା କିଛି ନେତାଙ୍କ ମନୋବଳ ଭାଙ୍ଗିଯାଇଥାନ୍ତା। ଫୋଟୋ କି ମିଡ଼ିଆ ଆଗରେ ବାଇଟ ବବି କେବେ ଦିଅନ୍ତି ନାହିଁ। କାରଣ ସେ ସବୁବେଳେ କୁହନ୍ତି ଯେ ଆଜି ତାଙ୍କ ଉନ୍ନତିର ଶ୍ରେୟ ନବୀନ ବାବୁ ଓ ଦିବଙ୍ଗତ ପିତା ଅଶୋକ ଦାସଙ୍କ।
ଅନ୍ୟପଟେ ବୈଜୟନ୍ତ ବି ବବିଙ୍କୁ ଦଳରେ ଥିବା ସମୟରୁ ହି ବିରୋଧ କରି ଆସିଥିବାର ନଜିର ରହିଛି। ବାରମ୍ବାର ବବିଙ୍କ ବିରୋଧରେ ଖବର ପ୍ରସାରଣ ବି କରିଥିଲେ। ହେଲେ ନିଜ ନେତା ନବୀନଙ୍କ ପରି ଚୁପ ରହିବାକୁ ପସନ୍ଦ କଲେ ବବି। ବବିଙ୍କୁ ଦଳ ପାଇଁ କଠିନ ପରିଶ୍ରମ ଯୋଗୁ ବଡ଼ ଦାୟିତ୍ୱ ମିଳିଥିବା ଖୋଦ ନବୀନ କହିଛନ୍ତି। ଏବେ କିଛି ଅସହିଷ୍ଣୁ ବିଜେଡି ନେତା ବୈଜୟନ୍ତଙ୍କୁ ଢାଲ କରିଥିବା ଖବର ଆସିଛି। କିଛି ବଡ଼ ନାଁ ଥିବା ବିଜେଡି ନେତା ଭାବୁଛନ୍ତି, ବବିଙ୍କ ପଦୋନ୍ନତି ପାଇଁ ସେମାନକୁ ଦଳୀୟ କାର୍ଯ୍ୟାଳୟରେ ମଉଜ ମଜଲିସ କରିବାକୁ ଆଉ ସୁଯୋଗ ମିଳିବ ନାହିଁ। କିଛି ନେତା ତ ଗତ ନିର୍ବାଚନରେ ବିଜେପି ଟିକେଟରେ ଲଢ଼ିଥିବା ନିଜ ସମ୍ପର୍କୀୟ ନେତାଙ୍କୁ ସମର୍ଥନ କରିଥିବା ଖବର ବିଜେଡି ପାୱାର କରିଡ଼ରରେ ପହଂଚିଛି। କ୍ଷମତା ପାଇବା ପରେ ଏପରି ଦଳୀୟ ବିଶୃଙ୍ଖଳା ବିରୋଧରେ ବବି ଆହୁରି କଠୋର ହୋଇ ଠିଆ ହେବାର ଭୟରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ଆରମ୍ଭ ହୋଇଛି। ହେଲେ ସମସ୍ତଙ୍କୁ ନେଇ ସାଥିରେ ଯିବାର କଳା ଜାଣିଥିବା ବବି ଯେ ପୁଣି ଅସନ୍ତୋଷମାନଙ୍କୁ କୋଳେଇ ନେବେ, ସେଥିରେ ସନ୍ଦେହ ନାହିଁ। ସେ ସମୟରେ ବିଦ୍ରୋହୀ ବଡ଼ ନେତାମାନଙ୍କ ଭବିଷ୍ୟ କଣ ହେବ, ସମସ୍ତେ ଜାଣନ୍ତି। ପ୍ରଶ୍ନ ଉଠୁଛି, ଦଳ ବିରୋଧୀଙ୍କୁ ବୈଜୟନ୍ତ ସରଣ ଦେଇପାରିବେ ତ? କାରଣ ଆଜି ବି ବିଜେପିରେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି ବୈଜୟନ୍ତ ବାବୁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles