ପ୍ରଣବଙ୍କୁ ଦାୟିତ୍ୱ ମିଳିଲା ପରେ ପ୍ରଶଂସକ ପୂଜାର୍ଚନା

- Advertisement -

ଯାଜପୁର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମାନ୍ୟବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ସଂପାଦକ ଦାୟିତ୍ବ ଦେଇଛନ୍ତି। ଏହି ଅବସରରେ ଆଜି ମା ବିରଜାଙ୍କ ପାଖରେ ସଂନ୍ଧ୍ୟାରେ ପୂଜାର୍ଚନା କରାଯାଇଛି। ତାଙ୍କ ଜୀବନରେ ରାଜନୈତିକ ଜୀବନର ସଫଳତା ସହିତ ଦୀର୍ଘାୟୁ କାମନା କରାଯାଇଥିଲା। ପୁରା ଯାଜପୁରବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି l ଏହି ଅବସରରେ ମୁକ୍ତି ମଣ୍ଡପ ସେବାୟତ ପରିଷଦ ଓ ସ୍ଥାନୀୟଦଳୀୟ କର୍ମକର୍ତାଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁକ୍ତି ମଣ୍ଡପ ସେବାୟତ ସଭାପତି ଦେବୀ ପ୍ରସାଦ ପାଣି, ଶୁକାନ୍ତ ପାଣି, ଦିଗାମ୍ବର ପାଣି, କୃପାସିନ୍ଧୁ ପାଣିଗ୍ରାହୀ, ନାରାୟଣ ପାଣି, ଅଭିମନ୍ୟୁ ପାଣି, ଗୁଡୁନ ପାଣି, ବଳରାମ ପାଣି, ଜଗନ୍ନାଥ ପାଣି, ଦିଲୁ ପାଣି, ରଂଜନ ପାଣିଙ୍କ ସହ ପୂର୍ବତନ କାଉନସିଲର ସୁରେନ୍ଦ୍ର କୁମାର ରଣା, ବିଜେଡି ନେତା ତପନ ମହାନ୍ତି, ଜୌତିମୟୀ ନାଥଶର୍ମା, ସରପଂଚ ସୁଧାଂଶୁ ଶେଖର ଆଚାର୍ଯ୍ୟ, ,ଅଜୟ କୁମାର ରଣାଙ୍କ ସମେତ ଜିପିସି କ୍ଲବର ସମସ୍ତ ଯୁବ ସଦସ୍ୟ ମାଙ୍କ ପାଖରେ ଦୀପ ଜାଳି ପ୍ରଣବଙ୍କ ଦୀର୍ଘାୟୁ ସଫଳତା କାମନା କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles