ସାନ ସିନା କାମ ତ ମହାନ ””’

- Advertisement -

ଭୁବନେଶ୍ୱର: ୨୦୦୯ ମସିହା । ଯାଜପୁର ରାଜନୀତିରେ ଏଣ୍ଟ୍ରି କଲେ ଅଶୋକ ନନ୍ଦନ ପ୍ରଣବ ପ୍ରକାଶ ଦାସ । ସାଲିସବୀହିନ ସମ୍ରାଟ ଜନତାଦଳର ସେତେବେଳର ଚାଣକ୍ୟ ସ୍ୱର୍ଗତ ଅଶୋକ ଦାସ ବଡ଼ପୁଅ ପ୍ରଣବ ବିଳମ୍ବରେ ରାଜନୀତିକୁ ଅାସିଲେ । ସେତେବେଳେ ତାଙ୍କୁ ୩୫ ବର୍ଷ ହୋଇଥାଏ । ପିତାଙ୍କ ଦେହାନ୍ତ ପରେ ସେ ବିଜେଡ଼ିରେ ସାମିଲ ହେଲେ । ସ୍ୱର୍ଗତ ଅଶୋକ ଦାସ ଓ ନବୀନଙ୍କ ଲୋକପ୍ରିୟତାକୁ ନେଇ ଯାଜପୁର ବିଧାନସଭା ଅାସନରୁ ପ୍ରଥମଥର ବିଧାୟକ ହେଲେ ପ୍ରଣବ ପ୍ରକାଶ ଦାସ । ଏହାପରେ ୨୦୧୪ରେ ଦ୍ୱିତୀୟ ଥର ନିବାର୍ଚନ ଲଢି ବିଜୟ ହେଲେ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶକ୍ତିମନ୍ତ୍ରୀ ମନ୍ତ୍ରୀ ହେଲେ ଓ ଅାଉ ୨୦୧୫ରୁ ବିଜେଡ଼ିର ଶକ୍ତିଶାଳୀ ବିଧାୟକ ହୋଇଗଲେ ପ୍ରଣବ । ଅନ୍ୟ ନେତାଙ୍କ ପରି ମିଡ଼ିଅା ଅାଗକୁ ଅାସନ୍ତିନି , ହେଳେ ମିଡ଼ିଅା ପ୍ରତିନିଧିଙ୍କ ସୁଚିନ୍ତକ ପାଲଟିଛନ୍ତି । ବିଜେଡ଼ିରେ ଅନେକ ନେତା ଥିଲେ , ଯାହାକୁ ସୁପ୍ରିମୋ କ୍ଷମତାକେନ୍ଦ୍ର କରିପାରିଥାନ୍ତେ । ହେଲେ ମୁଖିଅା କିନ୍ତୁ ପ୍ରଣବଙ୍କ ଭିତରେ ଥିବା ସାଂଗଠନିକ ଦକ୍ଷତା ମାପିପାରିଥିଲେ । ବିଜେଡ଼ିର ଅନେକ ନେତା ଦଳୀୟ ସାଂଗଠନିକ ବିଶୃଙ୍ଖଳା ଘଟଣା ପଦାକୁ ଅାସିଛି ତ ଅାଉ କାହାର ଗଣମାଧ୍ୟମ ସହ ୩୬କା ଅାଖାଡ଼ା । ଅାଉ ବାକି ଅଭିଜ୍ଞମାନେ ପୁରୁଣା ରାଜନୈତିକ ପୃଷ୍ଠରୁ ବାହାରି ପାରୁନାହାନ୍ତି । ଏହି ୩ ସମନ୍ୱୟ ରକ୍ଷା କରିପାରୁଥିବାରୁ ବବିଙ୍କୁ ଶେଷରେ ସଂଗଠନ ସମ୍ପାଦକ ବାଛିଥିଲେ ନବୀନ । ପୁରୁଣାଙ୍କୁ ସମ୍ମାନ,ଯୁବକଙ୍କ ମାର୍ଗଦର୍ଶକ ଓ ଗଣମାଧ୍ୟମର ପ୍ରିୟବନ୍ଧୁ ଭାବେ ନିଜର ଛବି ଗଢିଛନ୍ତି ବବି । ବିଧାନସଭା ହେଉ ଅବା ମୟୁରଭଞ୍ଜ କି ରାଜଧାନୀ ଭୁବନେଶ୍ୱରର ସବୁଠି ଦଳର କ୍ରାଇସିସ୍ ମ୍ୟାନେଜର ଭାବେ ପ୍ରଣବ ଉଭା ହୁଅନ୍ତି । କେବଳ ଶାସକ ଦଳର ନେତାଙ୍କ ସହ ନୁହେଁ, ବିରୋଧୀ ଦଳ ନେତାଙ୍କ ସହ ଉତ୍ତମ ବୁଝାମଣା ରଖନ୍ତି ପ୍ରଣବ । ସବୁଠାରୁ ବଡ଼ କଥା ହେଉଛି ଦଳ ପାଇଁ ୨୪ ଘଣ୍ଟା କାମ କରିବାକୁ ସେ ଯେମିତି ପଣ କରିଛନ୍ତି । ନବୀନଙ୍କ ନିର୍ଦ୍ଦେଶ ଅକ୍ଷର ଅକ୍ଷର ପାଳନ କରି ସବୁ ସମସ୍ୟା ଦୂର କରନ୍ତି ସେ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଅାଗରେ ବଖାଣିଛନ୍ତି । ୨୦୧୪,୨୦୧୯, ବିଜେପୁର ଓ ପାଟକୁରା ଉପନିବାର୍ଚନରେ ପ୍ରଣବଙ୍କ ପରିଶ୍ରମକୁ ପ୍ରଶଂସା କରିଛନ୍ତି ନବୀନ । ଖାସ ସେଥିଲାଗି ପ୍ରଥମଥର ପାଇଁ ବିଜେଡ଼ି ସଂଗଠନ ସମ୍ପାଦକ ପଦବୀ ସୃଷ୍ଟି କରି ପ୍ରଣବଙ୍କୁ ଏହାର ମଙ୍ଗ ଧରାଇଛନ୍ତି । ବିଜେଡ଼ିର ଦ୍ୱିତୀୟ ନେତା ଏବେ ପାଲଟିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି) । ତାଙ୍କ ପରିଶ୍ରମ ହିଁ ତାଙ୍କୁ ଏହି ସଫଳତା ଦେଇଛି ।
ପାଓ୍ୱାର କରିଡ଼ରୁ ଓଡ଼ିଶାର ନିପଟ ଗାଁ ଚା ଖଟିରେ ଏବେ ଗୋଟେ କଥା ସାନ ସିନା କାମ ତା ମହାନ । ୨୩ବର୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ଉପଯୁକ୍ତ ଲୋକଙ୍କୁ ଉପଯୁକ୍ତ ସ୍ଥାନରେ ବସାଇଛନ୍ତି । ତାହା ପୁଣି ପ୍ରଣବଙ୍କ କ୍ଷେତ୍ରରେ ଘଟିଛି । ଏବେ ପ୍ରଶ୍ନ ମାତ୍ର ୧୧ବର୍ଷରେ ପ୍ରଣବଙ୍କୁ କାହିକିଁ ନବୀନ ଏପରି ଗୁରୁଦାୟିତ୍ୱ ଦେଲେ । ଭାରତବର୍ଷର ରାଜନୀତିକୁ ଯଦି ତର୍ଜମା କରାଯାଏ ମାତ୍ର ୪୦ବର୍ଷ ବୟସରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ , ସେହିପରି ଏବେ ଅାନ୍ଦ୍ରର ଜଗନରେଡ଼ି ଏବେ ମୁଖ୍ୟମନ୍ତ୍ରୀ , ଯୁବନେତା ଅଖିଳେଶ ଯାଦବ ବି ଉତ୍ତର ପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ମହାରାଷ୍ଟ୍ରର ଦେବେନ୍ଦ୍ର ଫଣ୍ଡନାଭିସ । ତେଣୁ ସେସବୁକୁ ବିଚାରକୁ ନେଲେ ପ୍ରଣବଙ୍କୁ ନବୀନ ଗୁରୁଦାୟିତ୍ୱ ଦେବା ନେଇ ପ୍ରଶ୍ନ ଉଠିନପାରେ । ସବୁଠାରୁ ବଡ଼କଥା ହେଉଛି ବିଜେଡ଼ିର ସବୁ ଛାମୁଅା ସଂଗଠନର ନେତାଙ୍କ ସହ ପ୍ରଣବଙ୍କ ସୁସମ୍ପର୍କ ରହିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles