ପଂଚାୟତ ଵ୍ୟବସ୍ଥା ନେଇ ବିଜେପି ଟାର୍ଗେଟରେ ବିଜେଡିକୁ

- Advertisement -

 

ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସ ପାଳନ ଅବସରରେ
କ୍ଷମତା ବିକେନ୍ଦ୍ରୀକରଣ ହେବା ବଦଳରେ ସଚିବାଳୟରେ କେନ୍ଦ୍ରୀଭୂତ ହେଉଛି । ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶରେ ରାଜ୍ୟର ୭୦୦୦ ପଞ୍ଚାୟତକୁ ୪୦ ହଜାରରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା କେନ୍ଦ୍ର ସରକାର ଦେଇଥିଲେ । ଗାଁର ବିକାଶ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ କରାଯାଏ । କିନ୍ତୁ ୨୦୧୮ ଜୁଲାଇ ମାସ ୭ ତାରିଖରୁ ଏହା ବନ୍ଦ କରାଗଲା । ଫେବୃଆରୀ ୧୭ତାରିଖ ୨୦୧୯ରେ ପଞ୍ଚାୟତ ଖର୍ଚ୍ଚ କରିବାକୁ ସକ୍ଷମ ନଥିବା ଦର୍ଶାଇ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ କ୍ଷମତା ହସ୍ତାନ୍ତର କଲେ । ନିଜ ଅପାରଗତାକୁ ଲୁଚାଇ ପଞ୍ଚାୟତର ଦୋଷ ଦେଉଛନ୍ତି ରାଜ୍ୟ ସରକାର । ପିଇବା ପାଣି ବ୍ୟବସ୍ଥା ପାଇଁ ମଧ୍ୟ ସରପଞ୍ଚ ମାନଙ୍କୁ ଟଙ୍କା ଡିପୋଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ଭୁଷୁଡି ପଡିଛି । ନିର୍ବାଚିତ ନେତା ମାନଙ୍କର କ୍ଷମତା ସଙ୍କୁଚିତ କରାଯାଇଛି । ଯେଉଁ ଟଙ୍କା ଲୋକଙ୍କ ପାଇଁ ଆସୁଛି ତାକୁ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉ । ୯୪ ଶତକଡା କେନ୍ଦ୍ର ଓ ୬ ଶତକଡା ରାଜ୍ୟ ଦେଉଛି । ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କ ଜୀବନ ଧାରଣ ମାନ ଉନ୍ନତି କରିବା ପାଇଁ ଟଙ୍କା ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ସମସ୍ତ କ୍ଷମତା ସଚିବାଳୟରେ କେନ୍ଦ୍ରୀଭୂତ କରି ଲୋକଙ୍କ ସହ ପ୍ରତାରଣା କରୁଛନ୍ତି l

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles