ବରିଷ୍ଠ ସାମ୍ବାଦିକ ପ୍ରସ୍ନନ ମହାନ୍ତିଙ୍କୁ ଜାତୀୟସ୍ତରରେ ଗୁରୁ ଦାୟିତ୍ୱ…

ଭୁବନେଶ୍ୱର :

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ସର୍ବଭାରତୀୟ ସାମ୍ବାଦିକ ସଂଗଠନ ଏନ ୟୁ ଜେ  (ଆଇ)ର ସେକ୍ରେଟାରୀ  ଜେନେରାଲ ରୂପେ ନିର୍ବାଚିତ

  1. ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି  ଜାତୀୟ ସାମ୍ବାଦିକ ୟୁନିୟନ (ଆଇ)ର ସେକ୍ରେଟାରୀ ଜେନେରାଲ ରୂପେ ନିର୍ବାଚିତ ହୋଇଥିବାରୁ ଓଡିଶା ସାମ୍ବାଦିକ ୟୁନିୟନ ପକ୍ଷରୁ  ସ୍ୱାଗତ କରାଯାଇଛି। ରାଜ୍ୟର ସାମ୍ବାଦିକ ମାନଙ୍କର ବିଭିନ୍ନ  ସମସ୍ୟା ଉପରେ ଶ୍ରୀ ମହାନ୍ତି ଜାତୀୟ ସ୍ତରରେ  ସ୍ୱର ଉତ୍ତୋଲନ କରିବା ପାଇଁ  ଏକ ସୁଯୋଗ ମିଳିବ । ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନି, ସାମ୍ବାଦିକ ମାନଙ୍କ  ପାଇଁ ପେନସନ ଯୋଜନା ଲାଗିକରିବା, ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା ରାଶି ୫ଲକ୍ଷକୁ ବୃଦ୍ଧି କରିବା ସହ ବାପା ମା ଙ୍କୁ ସ୍ୱାସ୍ଥ୍ୟ ବୀମା ରେ ଅନ୍ତର୍ଭୂକ୍ତ କରିବା, ସାମ୍ବାଦିକ ଙ୍କୁ ଟୋଲ ଗେଟ ମାନଙ୍କରେ  ଟୋଲଟ୍ୟାକ୍ସ  ଛାଡ଼ କରବା  ଆଦି ଉପରେ ରାଜ୍ୟ  ତଥା କେନ୍ଦ୍ର ସରକାର ଙ୍କ ନିକଟରେ ବଳିଷ୍ଠ ଭାବେ ଦାବି ଉପସ୍ଥାପନ କରି ପ୍ରସନ୍ନ ମହାନ୍ତି ବହୁଦିନର ସାମ୍ବାଦିକ ମାନଙ୍କ ଦାବି ହାସଲ କରିବାରେ ସକ୍ଷମ ହେବେ ।   ପ୍ରସନ୍ନ ମହାନ୍ତି ଜାତୀୟ ସ୍ତରରେ  ସେକ୍ରେଟାରୀ ଜେନେରାଲ ରୂପେ ନିର୍ବାଚିତ ହେବାପରେ ଜାତୀୟ ସ୍ତରରେ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ଘଟିଛି। ଏହାଦ୍ୱାରା କାର୍ଯ୍ୟରତ ସାମ୍ବାଦିକ ଙ୍କ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ କରିବରେ ସକ୍ଷମ ହେବେବୋଲି ଓଡିଶା ସାମ୍ବାଦିକ ୟୁନିୟନ ର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ  ନନ୍ଦ ପ୍ରକାଶ କରିଛନ୍ତି।

ମୟୁରଭଞ୍ଜ ପାଇଁ ପ୍ରଣବଙ୍କ ମାସିକିଆ ଟ୍ୟାକ୍ସ….

ଭୁବନେଶ୍ୱର :ବିଜେଡ଼ି ଫୋକସରେ ମୟୁରଭଞ୍ଜ । ମୟୁରଭଞ୍ଜରେ ସାଂଗଠନିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡ଼ି । ପ୍ରଥମେ ଜିଲ୍ଳାକୁ ସାଂଠିନିକ ଦୃଷ୍ଟିରେ ଦୁଇଭାଗ କରାଗଲା । ଏହାପରେ ୨ଜଣ ଜିଲ୍ଲାସଭାପତି ନିଯୁକ୍ତ କରାଗଲା । ଜିଲ୍ଳାରେ ଗୋଷ୍ଠୀକନ୍ଦଳକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୁଇଜଣ ପୂର୍ବତନ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାକୁ ସାଙ୍ଗରେ ନେଇ ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଖୋଲାମଂଚରେ ଜିଲ୍ଲୀର ନେତୃତ୍ୱ ନେଉଥିବା ନେତା ଓ କର୍ମୀଙ୍କୁ ଖୋଲାଖୋଲି ଜଣାଇଦେଲେ । ଏହାପରେ ଦଳ ବିରୋଧୀ କାମ ପାଇଁ ନେତାଙ୍କ ଉପରେ ଅାକନ୍ସ ମଧ୍ୟ ଅାରମ୍ଭ ହୋଇଗଲା । ଭୁବନେଶ୍ୱର -ମୟୁରଭଞ୍ଜକୁ ଘନଘନ ଗସ୍ତ କରି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା କଲେ । ସଂଗଠନରେ ସୁଧାର ମଧ୍ୟ ଅାସିଲା । ଏବେ ପ୍ରଣବଙ୍କ ଲକ୍ଷ ପୁରା ମୟୁୂରଭଞ୍ଜକୁ ଶଙ୍ଖମୟ କରିବା । ଖାସ ସେଥିଲାଗି ଦିନରାତି ଏକ କରି ପ୍ରବଣ ସାଂଗଠନିକ ସ୍ଥିତର ଟିକନିକ ସମୀକ୍ଷା କରିବା ସହ ଯୁବ, ମହିଳା,ଛାତ୍ର, ଓ ବରିଷ୍ଠଙ୍କ ଏକାଠି ହୋଇ ଦଳ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଳରେ ଗୋଷ୍ଠି କନ୍ଦଳକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ନେତା ଓ କମୀର୍ଙ୍କୁ ଶୁଣାଇଛନ୍ତି । ଦଳରେ କେହି ସର୍ବେସର୍ବା ନୁହନ୍ତି , କି କୌଣସି ଗୋଷ୍ଠୀ ନାହିଁ । ନବୀନ ହେଉଛନ୍ତି ନେତା ଓ ତାଙ୍କ ନିର୍ଦ୍ଦେଶରେ ଅାମେମାନେ ଏକାଠି ହୋଇ ଦଳକୁ ଜିଲ୍ଲାରେ ମଜବୁତ କରି ଲୋକଙ୍କ ସେବା କରିବା ପାଇଁ ପ୍ରଣବ ନେତା ଓ କର୍ମୀଙ୍କୁ ଅାହ୍ୱାନ ଦେଇଛନ୍ତି ।

ମୟୁରଭଞ୍ଜରେ ମୋଟି ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଅାସନରୁ ୨୦୧୯ ସାଧାରଣ ନିବାର୍ଚନରେ ବିଜେଡ଼ି ୩ଟି ବିଧାନସଭାରେ ଅାସନରେ ବିଜୟ ଲାଭ କରିଛି । ଲୋକସଭା ଅାସନ ସହ ୬ଟି ବିଧାନସଭା ଅାସନ ହରାଇଛି ଦଳ । ତେଣୁ ରାଜ୍ୟର ବଡ଼ଜିଲ୍ଲାରେ ଦଳ କିପରି ବଡ଼ ବିଜୟ କରିବ ଅାଗମୀ ଦିନରେ ସେ ଚିନ୍ତାରେ । ଖାସ ସେଥିଲାଗି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କ୍ରାଇସିସ୍ ମ୍ୟାନେଜର ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଞ୍ଜର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ନିଜର ସାଂଗଠନିକ ଦକ୍ଷତା ଓ ସମସ୍ତଙ୍କୁ ସାଥିରେ ନେଇ ଯିବାର କୌଶଳ ଜାଣିଥିବା ପ୍ରବଣ ଏବେ ମୟୁରଭଞ୍ଜରେ ବିଜେଡ଼ି ସଂଗଠନ ମଜବୁତ କରିବାରେ ବହୁମାତ୍ରାରେ ସଫଳ ହୋଇଛନ୍ତି । ହେଲେ ଶତ ପ୍ରତଶତ ସଫଳତା ପାଇଁ ପ୍ରଣବ ନବୀନଙ୍କ ନିର୍ଦ୍ଦେଶରେ ଚତୁର ରାଜନୈତିକ ଗୋଟି ଚଳାଇଛନ୍ତି । ଜିଲ୍ଳାର ୯ଟି ବିଧାନସଭା ଅାସନ ମଧ୍ୟରୁ କେବଳ ବାଙ୍ଗିରପୋଷକୁ ଛାଡ଼ି ୮ଟି ବିଧାନସଭା ଅାସନ ଲାଗି ୪ଜଣ ନେତାଙ୍କ ମୁଣ୍ଡରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ବିଜେଡ଼ିର ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ଭଦ୍ରକ ଜିଲ୍ଳାର ବିଜେଡ଼ି ବିଧାୟକଙ୍କୁ ବିଶ୍ୱାସକୁ ନେଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ । ଭଦ୍ରକ ଜିଲ୍ଳାର ବିଧାକୟ ସଂଞ୍ଜୀବ ମଲ୍ଲିକ, ବେ୍ୟାମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମୁଣ୍ଡଳଙ୍କୁ ମୟୁରଭଞ୍ଜ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଛନ୍ତି ପ୍ରଣବ । ତାଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ସବୁବେଳେ ଅସମ୍ଭବକୁ ସମ୍ଭବ କରୁଥିବା ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡ଼ି ସଭାପତି ନବୀନଙ୍କ ନିର୍ଦ୍ଦେଶରେ ମୟୁରଭଞ୍ଜ ଜିଲ୍ଲାପାଇଁ ଯେଉଁ ନୂଅା ରଣନୀତି ପ୍ରସ୍ତୁତ କରି ବିଜେଡ଼ି ସଂଗଠନନକୁ ଚଳଞ୍ଚଳ କରିଛନ୍ତି ତାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ୨୦୧୯ ସାଧାରଣ ନିବାର୍ଚନ ଫଳାଫଳ ୧ବର୍ଷ ହୋଇଥିଲେ ମଧ୍ୟ ମୟୁରଭଞ୍ଜରେ ଯେମିତି ଅାଗକୁ ନିବାର୍ଚନ ହେବାକୁ ଯାଉଛି ସେପରି ମାହୋଲ ସୃଷ୍ଟି ହୋଇଛି । ବିଜେଡ଼ି ସଂଗଠନ ଯେପରି ଦିନକୁ ଦିନ ଶକ୍ତିଶାଳୀ ହେଉଛି ତାର ସବୁ ମହଲରେ ଚଚ୍ଚାର୍ । ଏବେ ନେତା ଓ କର୍ମୀଙ୍କ ଅଧିକ ପରିଶ୍ରମ କରିବା ଓ ସଂଗଠନକୁ ଚଳଚଞ୍ଜଳ କରିବା ପାଇଁ ପ୍ରଣବ ମାସିକିଅା ଟ୍ୟାକ୍ସ ଦେଇଛନ୍ତି ।

ପୂର୍ବାଞ୍ଚଳ ପରିଷଦ ବୈଠକରେ କଣ ଦାବି ରଖିଲେ ନବୀନ…

ଭୁବନେଶ୍ୱର :ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ 4ଟି ପ୍ରସଙ୍ଗ ଉଠାଇ ଲେ ନବୀନ। ଜାତୀୟ ସଂହତି ଓ ରାଜ୍ୟ ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବ ଦରକାର। ତ
ଟେଲି ଯୋଗାଯୋଗ, ବ୍ୟାଙ୍କିନ ସେବା ଓ ରେଳ, ସଡକ ସଂଯୋହ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ। ପୂର୍ବାଞ୍ଚଳ ପରିଷଦରେ ଥିବା ଏହି 4 ରାଜ୍ୟ ଦେଶର ଖଣିଜ ସମ୍ପତ୍ତି ରେ ଅଧିକ ଅବଦାନ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଦରକାର। 2012ରୁ କୋଇଲା ରାୟଲୀଟି ସଂଶୋଧନ ହୋଇ ନାହିଁ। ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି। କ୍ଲିନ ଏନର୍ଜୀ ସେସ ରାଜ୍ୟଗୁଡିକୁ ଦେବା ଦରକାର। ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ। ଏହି 4 ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବି ଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି।
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଏହି ଭିତଇରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ। ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣା ରେ ସବ୍ସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର 50 ପ୍ରତିଶତ ଅନୁଦାନ ସହିତ ମାଗଣ ଜମି ଦେଉଥିଲେ ବି କାମ ଆଗଉ ନାହିଁ। ଏହି ସବୁ ପ୍ରସଙ୍ଗ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ।

ଚମତ୍କାର ଏ ରାଜନୀତି…….

ଭୁବନେଶ୍ୱର :ଚମତ୍କାରର ରାଜନୀତି..
୨୦୨୦, ଓଡ଼ିଶା ସାରା ଦେଶକୁ ଦେଖାଇଲା ଚମତ୍କାରର ରାଜନୀତି । ଯାହା ଏବେ ରାଜ୍ୟ ରାଜନୀତିର ସମୀକରଣ ବଦଳାଇବା ସହ ଦେଶର ରାଜନୀତିକୁ ହଲଚର କଲା । ଅାଉ ଏସବୁ ସମ୍ଭବ ହୋଇପାରିଛି ବିଚକ୍ଷଣ ରାଜନେତା ଓ ସବୁବେଳେ ଅାଚର୍ଯ୍ୟକରୀ ଘଟାଉଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ।
୧- ଶାହା-ମମତା ଏକାଠି କରିବା
୨- କଲିକତାରେ ମମତା ଗରମ , ଭୁବନେଶ୍ୱରରେ ନରମ
୩-ଅମିତ ଶାହାଙ୍କ ପରି ଫାୟରବ୍ରାଣ୍ଡ ନେତା ନବୀନଙ୍କ ବିରୋଧରେ ଚୁପ
୪-କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଭୋଜନ
୫-ନବୀନ ବି ପ୍ରଥମରୁ ଶେଷଯାଏ ମାପିଚୁପି ରହିବା ।
୬- ବିଜେପି-ବିଜେଡ଼ି ରାଜନୀତି ଭବିଷ୍ୟତ ବୈଠକ ଓ ଭୋଜିରେ ପ୍ରତିଫଳିତ
ଓଡ଼ିଶାରେ ଶାହା-ମମତା-ନବୀନ- ନୀତିଶଙ୍କ ଅପୂର୍ବ ମିଳିନ ପରେ ଏପରି କିଛି କଥା ଏବେ ଚଚ୍ଚାର୍କୁ ଅାସିଛି । ରାଜନୀତିର ପୋଖତ ଖେଳାଳି ନବୀନ ସାରା ଦେଶକୁ ଦେଇଛନ୍ତି ସଂଘୀୟ ବ୍ୟବସ୍ଥା ସମୃଦ୍ଧି କର ବାର୍ତା । ଲୋକସେବା ଓ ରାଜ୍ୟର ବିକାଶ ପାଇଁ କିପରି ଏକାଠି ହୋଇ କାମ କରିବାକୁ ପଡ଼େ ତାହାର ନେତୃତ୍ୱ ସେ ନେଇଛନ୍ତି । ଜାତୀୟ ସଂହତି ଓ ରାଜ୍ୟ କେନ୍ଦ୍ର ମଧ୍ୟରେ ସୁସ୍ମୃଦ୍ଧି କିପରି ଅଧିକ ମଜବୁତ ହେବ ତାହା ବି ନବୀନ ପୂର୍ବାଞ୍ଚଳ ବୈଠକରେ କହିଥିଲେ ।
କେବଳ ସେତିକି ନୁହେଁ, ରାଜନୀତି ଓ ବିକାଶ ଯେ ଦୁଇଟି ଭିନ୍ନ କଥା ସେ ବାତ୍ତାର୍ ବି ଦେଇଛନ୍ତି ସେ । ବିକାଶ ଅାଗରେ ସବୁ ତୁଚ୍ଛ ସେ କଥା ବି ଅାଜି ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛ ଏକାଠି ବନ୍ଧୁ,ଶତ୍ରୁ ସବୁ ଏକାଠି ହୋଇ ବିକାଶ ଚିନ୍ତା କରିଛନ୍ତି । ଯେତେବେଳେ ଦିଲ୍ଳୀ ସିଏଏକୁ ନେଇ ନେଇ ହିଂସା ଘଟୁଛି, ବିରୋଧୀ ଓ ଶାସକ ମୁହାମୁହିଁ ହୋଇଛନ୍ତି ସେତେବେଳେ ଦେଶ ଓ ରାଜ୍ୟ ପାଇଁ ବିରୋଧି ଓ ଶାସକଙ୍କୁ ଏକାଠି କରିଛନ୍ତି ନବୀନ ।
ବିଜେଡ଼ି-ବିଜେପି ସମ୍ପର୍କ
ସବୁଠାରୁ ଚମତ୍କାର ହେଉଛି । ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟରେ ଥିବା ବିଜେପି -ବିଜେଡ଼ି ପୁଣିଥରେ ନିକଟତର ହେଉଛନ୍ତି କି । ଏ ନିକଟତର ପୁରୁଣା ରାଜନୈତିକ ପ୍ରେମକୁ ତାଜା କରିବା ପାଇଁ ନାଁ ସମୟ ଉଭୟଙ୍କୁ ବାଧ୍ୟ କରିଛି ପରସ୍ପର ମାପିଚୁପି ଚାଲିବା ପାଇଁ । ଏକଥା କାହାକୁ ବି ବୁଝପଡୁନାହିଁ । ଯେଉଁ ଅମିତ ଶାହା ନବୀନଙ୍କୁ ଓପାଡ଼ିକି ସମୁଦ୍ରରେ ଫୋପାଡ଼ିଦିଅ , ପୋଡ଼ା ଟ୍ରାନ୍ସଫର୍ମର କହୁଥିଲେ ସେହି ଅମିତ ଶାହା ଅାଜି ନବୀନ ନିବାସରେ ବିଜେପିର ରାଜ୍ୟ ଚେହେରା କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଓ ନବୀନଙ୍କ ଶହ ଗୋଟିଏ ଟେବୁଲରେ ଓଡ଼ିଶା ଖାଦ୍ୟ ଖାଇ ହସଖୁସିରେ ମାତିଛନ୍ତି । ଅମିତ ଶାହା ଯେତେବେଳେ ବିଜେପିର ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ସେ ଦିନରକୁ ସେ ଓଡ଼ିଶାକୁ ଫୋକସ କରିଛନ୍ତି । ଓଡ଼ିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି । ୨୦୧୪ରୁ ୨୦୧୯ରେ ଅମିତ ଶାହା ୫୦ରୁ ଅଧିକ ଥର ଓଡ଼ିଶା ଗସ୍ତ କରିଛନ୍ତି । ସବୁ ସଭାରେ ନବୀନଙ୍କ ବିରୋଧରେ କଡ଼ା ଅାଭିମୁଖ୍ୟ ଗ୍ରହଣ କରିଛନ୍ତି । ୨୦୧୯ ଗୃହମନ୍ତ୍ରୀ ଭାବେ ପ୍ରଥମ ଓଡ଼ିଶା ଗସ୍ତ କରି ନବୀନଙ୍କ ସହ ଯେଉଁ ସମ୍ପର୍କ ବାନ୍ଧିଛନ୍ତି ତାହା ଏବେ ବିଜେଡ଼ି ନେତାଙ୍କୁ ଯେତିକି ଚକିତ କରିନାହିଁ ତା ଠାରୁ ଅଧିକ ଚିନ୍ତାରେ ପକାଇଛନ୍ତି ବିଜେପି ନେତାକୁ । ଜନତା ମଇଦାନରେ ବିଜେପିର ଏହି ଟାଇଗର ଅାଉ ନବୀନଙ୍କ ବିରୋଧରେ ଗର୍ଜନ କରିନାହାନ୍ତି , ବଂର ପୋଷା ମାନିଯାଇଛନ୍ତି । ହୁଏତ ଏହା ବିଜେଡ଼ି-ବିଜେପି ସମ୍ପର୍କ ଯୋଡ଼ିବାର ତାଜାବାତ୍ତା ହୋଇପାରେ ।
ରାଜ୍ୟସଭା ପାଇଁ ଅମିତ -ନବୀନଙ୍କ ଏ ନୁଅା ରୂପ ବୋଲି ଓଡ଼ିଶା ରାଜନୀତିରେ ଚଚ୍ଚାର୍ ହେଉଛି । ଡ଼ିଲ କରିବା ପାଇଁ ଶାହା କାଳେ ନବୀନ ନିବାସ ଯାଉଛନ୍ତି । ଏପରି ସମୀକରଣ ହେଉଛି । ହେଲେ ଅଶ୍ୱନୀ ବୈଷ୍ଣମ କଥାକୁ ଯଦି ବିଚାରକୁ ନିଅାଯାଏ ତେତେ ମୋଦି-ଶାହାଙ୍କ ଫୋନ କଲରେ ତ ସେ ରାଜ୍ୟସଭା ଗଲେ । ତେଣୁ ଶାହା କାହିକିଁ ନବୀନଙ୍କ ଫୋନ ନକରି ଡ଼ିଲ ପାଇଁ ନବୀନ ନିବାସ ଯିବେ । ତାହା ପୁଣି ମମତା ଓ ନୀତିଶଙ୍କ ସମ୍ମୁଖରେ । ଚଚ୍ଚାର୍ ହେଉଛି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଓ ନବୀନଙ୍କ ଏବେ ଗୋଟିଏ ତୁଠରେ ପାଣି ପିଉଛନ୍ତି । ତାହା ପ୍ରଭାବ ଅାଜି ଦେଖିବାକୁ ମିଳିଛି ।
ତେଣୁ ଅାଗକୁ ଓଡ଼ିଶା ରାଜନୀତି କେଉଁ
ବିଚିତ୍ର ଦିଗ ଦେଇଗତିକରିବ ତାହା କେହି ବି କରିପାରିବେ ନାହିଁ । ହେଲେ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା କି ଚମତ୍କାର ରାଜନୀତି ।

ଅସଦାଚରଣ ଅଭିଯୋଗରେ ବିବାହିତ ଗରଫ୍

0

ବ୍ୟାସନଗର  : ମାନ୍ୟବର ଉଚ୍ଚତମ ନ୍ଯାୟାଳୟରେ ଲୋମହର୍ଷଣକାରୀ ନିର୍ଭୟା ଗଣ ଦୂଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶି ଦଣ୍ଡ ବିଧାନ ପରେ ମଧ୍ୟ ସମାଜରେ ଏହାର ପ୍ରଭାବ ପଡୁନଥିବା ହୃଦବୋଧ ହେଉଛି । ଏହା ନିକଟରେ ହୋଇଥିବା ଏକ ଅଭିଯୋଗରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ପଦ୍ମପୁର ମୋଉଜା ସାପଗଡିଆରେ ରହୁଥିବା ଶ୍ରୀ ସାହୁ ନିଜ ନାବାଳିକା ଝିଅ (୧୧) କୁ ପଡୋଶୀ ଘରେ ରହୁଥିବା ଟୁକୁ ସିଂ ଙ୍କ ଘରକୁ ତରକାରୀ ଆଣିବା ପାଇଁ ପଠାଇଥିଲେ । ଅଭିଯୁକ୍ତ ଟୁକୁ ସିଂ ଝିଅଟିକୁ ଅସଦାଚରଣ କରିଥିଲେ । ଫଳରେ ଝିଅଟି ଘରେ ସବୁ କଥା କହିବା ପରେ , ତା ବାପା ଯାଜପୁର ରୋଡ ଥାନାରେ ଏତଲା ଦେଇଥିଲେ । ଯାଜପୁର ରୋଡ ଥାନା କେସ୍ ନଂ ୭୩/୨୬/୨/୨୦୨୦ ଧାରା ୩୫୪(କ) ,୩୨୪,୫୦୬,ଓ ପକ୍ସୋଆଇନ୍ ୧୦ ଅନୁଯାୟୀ ଅଭିଯୁକ୍ତକୁ  ଗିରଫ କରିଛି

ପରକୀୟା ପ୍ରିତି ପାଇଁ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

0

ବ୍ୟାସନଗର : ସ୍ଥାନୀୟ ନିଉ ମାର୍କେଟ ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଗାନ୍ଧୀଛକ ନିକଟରେ ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା କାରଣରୁ ଉତ୍ଯକ୍ତ ସ୍ବାମୀ ସ୍ତ୍ରୀକୁ ମାରିବାକୁ ଉଦ୍ୟମ ।ମିଳିଥିବା ସୂଚନା ଅନୁଯାୟୀ ଜନୈକ ବ୍ଯକ୍ତି ଅନ୍ଯ ଏକ ମହିଳା ସହ ସମ୍ପର୍କ ରଖିଥିଲେ । ଏହିକାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା । ଆଜି ବ୍ଯକ୍ତି ଜଣକ ଉକ୍ତ ମହିଳା ସହ ଫୋନ୍ ରେ କଥା ହେଉଥିବା ଦେଖି ବାରଣ କରିଥିଲେ । ଫଳରେ ବ୍ଯକ୍ତି ଜଣକ ଉତକ୍ଷିପ୍ତ ହୋଇ ସ୍ତ୍ରୀ କୁ ପିଟା ମରା କରିଥିଲେ । ପରେ ରାଗ ଏତେ ମାତ୍ରାରେ ବଢି ଯାଇଥିଲା ଶେଷରେ ଘରେ ଥିବା କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ମହିଳା ଜଣକ ପ୍ରାୟ ୮୦ଭାଗ ପୋଡିଯାଇଥିବା ବେଳେ ସ୍ଥାନୀୟ ଡାକ୍ତରଖାନା ରେ ପ୍ରାରମ୍ଭିକ ଚିକିତ୍ସା କରି ଗୁରୁତର ଅବସ୍ଥା କାରଣରୁ କଟକ ସ୍ଥାନାନ୍ତର କରିଛନ୍ତି । ଗୁରୁତର ଥିବା ମହିଳାଙ୍କ କହିବା ଅନୁଯାୟୀ ପ୍ରାୟ ସମୟରେ ସେହି କାରଣରୁ ଘରେ ଗଣ୍ଡଗୋଳ ହୋଇ ଆସୁଥିଲା । ସ୍ବାମୀଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରିବା ପରେ ବ୍ଯକ୍ତି ଜଣକ ମହିଳାଙ୍କୁ ନିସ୍ତୁକ ମାଡ଼ ମାରନ୍ତି ଓ ମହିଳା ଜଣଙ୍କ ନିଜ ବାପ ଘରକୁ ମଧ୍ୟ ପଳାଉଥିବା ପ୍ରକାଶ କରିଛନ୍ତି ।ଏ ନେଇ ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ଯାଜପୁର ରୋଡ ପୋଲିସ୍ ନିଜଆଡୁ ତଦନ୍ତ ଆରମ୍ଭ କରିଛି ।

ବାହାର ରାଜ୍ୟ ପାଇଁ ଓଡିଶାରେ ଅଣ୍ଡାଶିଳ୍ପ ପ୍ରଭାବିତ

 

ବାହାର ରାଜ୍ୟର ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ଯୋଗୁଁ ଓଡିଶାର ଅଣ୍ଡା-ଶିଳ୍ପ ପ୍ରଭାବିତ

କ୍ଷତି ଯୋଗୁଁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଲେୟାର ଫାର୍ମ ଆନ୍ଦୋଳନଓହ୍ଲାଇବାକୁ ସଜବାଜ ହେଉଛି AOLFA

ଆନ୍ତଃ ରାଜ୍ୟ ତନଖି ଫାଟକରେ ଓଡ଼ିଶା ଭିତରକୁ ବାହାର ରାଜ୍ୟର ବାସି ଅଣ୍ଡା ନଛାଡିବାକୁ ଚେତାବନୀ
ଭୁୁବନେଶ୍ୱର() ଓଡ଼ିଶା ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ( AOLFA ) । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମରସ୍ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚି ସାରିଲାଣି । ଆମ ରାଜ୍ୟର କୃଷି ଭିତ୍ତିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

କିନ୍ତୁ ଆଜିକୁ ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି । ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍‍ ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି । ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି କରିବାପାଇଁ ବାଧ୍ୟ କରୁଛନ୍ତି ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି ।

ସରକାରଙ୍କ ପରିଚାଳିତ ବିିଭିନ୍ନ କାର‌୍ୟ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବଣ୍ଟନ ଦ୍ୱାରା ନିରୀହ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି । କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି । ଏହି ଅସାଧୁ ବ୍ୟବସାୟୀମାନଙ୍କୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA ) ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ କର୍ଣ୍ଣପାତ କରୁନାହନାନ୍ତି ।
ଜାତୀୟ ଅଣ୍ଡା ସମନ୍ୱୟ କମିଟି (AOLFA ) ସଂସ୍ଥା ଦ୍ୱାରା ସର୍ବଭାରତୀୟ ସ୍ତରରେ ଅଣ୍ଡାର ଦର ପ୍ରତିଦିନ ଧାର‌୍ୟ୍ୟ ହୋଇଥାଏ । କିନ୍ତୁ ଏହି ସଂସ୍ଥାରେ ସଭ୍ୟ ଥିବା କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ନିଜର ସ୍ୱାର୍ଥ ପାଇଁ ଅଣ୍ଡା ଦରକୁ ନିଜର ନିୟନ୍ତ୍ରଣରେ ଏବଂ କମ୍‍ ଦରରେ ଧାର‌୍ୟ୍ୟ କରୁଛନ୍ତି ଯାହା ଦ୍ୱାରା ବର୍ତ୍ତମାନ ରାଜ୍ୟର କୁକୁଡା ଚାଷୀମାନେ ଅଣ୍ଡାର ସର୍ବନିମ୍ନ ଉତ୍ପାଦନ ମୂଲ୍ୟ ପାଇପାରୁ ନାହାନ୍ତି । ଏହି ଜାତୀୟ ସଂସ୍ଥା ଘଋଉଉକୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ହେଉନାହିଁ ।

ସରକାରଙ୍କ ଠାରେ ଆମର ବିନିତ ଅନୁରୋଧ ଯେ ରାଜ୍ୟ ସରକାର ଘଋଉଉ ର ମନମୁଖୀ କାର‌୍ୟ୍ୟ ଉପରେ କଟକଣା ଲଗାଇ କିଛି ପରିବର୍ତ୍ତନ ପାଇଁ ଚେଷ୍ଟା କରନ୍ତୁ ଏବଂ ଆମ ରାଜ୍ୟରୁ ଉତ୍ପାଦନ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ଓଡିଶାର ମହିଳା, ଶିଶୁ ଓ ସାଧାରଣ ଖାଉଟି ଯେମିତି ପାଇପାରିବେ ତାହା ଉପରେ ବିଶେଷ ନୀତି ନିର୍ଦ୍ଧାରଣ କରନ୍ତୁ । ଏହା ନହେଲେ ଆଗାମୀ କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋତ୍ସାହନରେ ଗଢି ଉଠିଥିବା ଅଣ୍ଡା ଶିଳ୍ପର ବିଲୋପ ହୋଇଯିବ ଏବଂ ଏଥିରେ ନିୟୋଜିତ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇଯିବେ ।
ଏଭଳି ସମସ୍ୟାର ନିରାକରଣ ପାଇଁ କୁକୁଡା ଚାଷୀମାନଙ୍କ ସଂଗଠନ (AOLFA )ତରଫରୁ ନିବେଦନ କରାଯାଇଛି ଯେ ସମସ୍ତ ଅଣ୍ଡା ବ୍ୟବସାୟୀ ଆମ ରାଜ୍ୟରୁ ଉତ୍ପାଦିତ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରନ୍ତୁ । ଅନ୍ୟ ରାଜ୍ୟରୁ ଆସୁଥିବା ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ବନ୍ଦ କରନ୍ତୁ । ନଚେତ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଖୁବଶୀଘ୍ର ରାଜ୍ୟର ସମସ୍ତ ଆନ୍ତଃରାଜ୍ୟ ତନଖି ଫାଟକରେ ଓଡିଶା ଭିତରକୁ ଅଣ୍ଡା ଆମଦାନୀକୁ ବନ୍ଦକରି ଦେବାକୁ ବାଧ୍ୟ ହେବେ । ଏହାଛଡା ସଂଗଠନ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ନିମ୍ନମାନର ଅଣ୍ଡା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ରାଜ୍ୟରୁ ଉତ୍ପାଦିତ ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରି ନିରୋଗ ଓ ସୁସ୍ଥ ରୁହନ୍ତୁ ।

ଦେବାଳିଆ ହେଲାଣି ଓପିଜିସି : ଗୃହରେ ଶକ୍ତିବିଭାଗକୁ ଘେରିଲେ ବିଧାୟକ

ଭୁବନେଶ୍ୱର : ଶୂନ୍ୟକାଳରେ ଓପିଜିସି ଝଡ l ଶକ୍ତିମନ୍ତ୍ରୀ ଉପସ୍ଥିତିରେ ବିଜୁଳି ବିଭାଗର ପୋଲ ଖୋଲିଛନ୍ତି ବିରୋଧୀ ଓ ଶାସକ l ଲାଭକାରୀ ସଂସ୍ଥା ତଥା ଓଡ଼ିଶାର ଏକମାତ୍ର ସମ୍ପତି ଓପିଜିସି ଏଵେ ଦେବାଳିଆ ହେଵାକୁ ଵସିଲାଣି। ଓପିଜିସିରେ ୫୧ ପ୍ରତିଶତ ମାଲିକାନା ଥାଇ ବି ଏଇଏସ ଭଳି ବାହାର କମ୍ପାନୀ ପ୍ରତି ଏତେ ମୋହ କାହିଁକି ବୋଲି ଗୃହରେ ଝଡ। ରାଜ୍ଯ ସରକାର ମାଲିକ ହୋଇ ବି ୪୯ ପ୍ରତିଶତ ଅଂଶଧନ ଥିବା ଏଇଏସକୁ ପରିଚାଳନା ଓ ପ୍ରଶାସନିକ କ୍ଷମତା ଦେଇଛନ୍ତି। ପରିଚାଳନାଗତ ତୃଟି ଲାଗି ବିଜୁଳି ଉତ୍ପାଦନ, କର୍ମଚାରୀଙ୍କ ସମସ୍ୟା ଉତ୍କଟ ହେଲାଣି। ଯାହାର ପରିଣତି ରାଜ୍ଯ ସରକାରଙ୍କୁ ସୁଧ ଗଣିବାକୁ ପଡିଵ। ଓଡିଶା ଅନ୍ଧାର ହୋଇଯିବାର ଆଶଙ୍କା ରହିଛି। ଏଇଏସ ଲୁଟିଛି। ଆଉ ଗଲା ୨୦ ବର୍ଷ ଧରି ଏହାକୁ ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟ କରିଛୁ। ଯଦି ସମ୍ଵିଧାନ ସଂଶୋଧନ ହୋଇପାରୁଛି, ତେବେ ଏଇଏସ ସହ ହୋଇଥିବା ଚୁକ୍ତିର କାହିଁକି ସଂଶୋଧନ ହୋଇପାରିବନି। ଇଵ ଥର୍ମାଲ ର ଚାରୋଟି ୟୁନିଟରୁ ଦୁଇଟିରୁ ଉତ୍ପାଦନ ବନ୍ଦ କରି ଚଞ୍ଚକତା କରିଛି ଏଇଏସ। ୪୯ ପ୍ରତିଶତ ଅଂଶଧନ ରହିଵି ହାକିମାତି ଦେଖାଉଛି ଏଇଏସ। ସେଵା ଦେବାକୁ ନିଯୁକ୍ତି ଦେଇଛୁ, ଶାସନ କରିବାକୁ ନୁହେଁ।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କିଶୋର ମହାନ୍ତି, ଅମର ଶତପଥୀ, ନରସିଂହ ମିଶ୍ର, ପ୍ରଦୀପ୍ତ ନାଏକ ପ୍ରମୁଖ ଉଦଵେଗ ପ୍ରକାଶ କଲେ ଗୃହରେ l

ନବୀନ ହେଲେ ସଭାପତି….

 

ଭୁବନେଶ୍ୱର : ଓଡିଶା ରେ ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ସାରା ଓଡିଶା ରେ ଏବେ ନବୀନ କ୍ରେଜ ବଢ଼ିବାରେ ଲାଗିଛି l ଓଡିଶା ରେ ନବୀନ ସରକାର ଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସାମ୍ନା ରେ ବିରୋଧୀ ଦଳ ମାନଙ୍କ ସବୁ ଷ୍ଟ୍ରାଟେଜି ଯେମିତି ଆକାମୀ ହୋଇପଡିଥିବାର ଦେଖିବାକୁ ମିଳୁଛି l ନବୀନ 8ମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି l


କେବଳ ସେତିକି ନୁହେଁ, ଇତିମଧ୍ୟରେ ବିଜେଡି ରାଜ୍ୟ ପରିଷଦ ଗଠନ ହୋଇସାରିଛି। ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମଧ୍ୟ ୮୦ଜଣ ପ୍ରାର୍ଥିପତ୍ର ନିର୍ବାଚିତ ହୋଇଛନ୍ତି l ଏହା ପୂର୍ବରୁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଘୋଷଣା କରାଯାଇଥିଲା।

୧୯୯୭ରେ ବିଜେଡି ଗଠନ ହେବା ପରଠାରୁ ନବୀନ ଦଳର ରାଜ୍ୟ ସଭାପତି ଭାବେ ରହି ଆସିଛନ୍ତି। ଏ ମଧ୍ୟରେ ଦଳ ସାମ୍ନା କରିଥିବା ସମସ୍ତ ପ୍ରମୁଖ ନିର୍ବାଚନରେ ତାଙ୍କୁ ସଫଳତା ମିଳିଛି। କେବଳ ସେତିକି ନୁହେଁ, ଦଳରେ ତାଙ୍କ ନେତୃତ୍ବ ବିରୋଧରେ କୌଣସି ଶକ୍ତି ଏଯାଏ ମୁଣ୍ଡ ଟେକିନାହାନ୍ତି। ବରଂ ତାଙ୍କ ଗ୍ରହଣୀୟତା ଦଳ ବାହାରେ ବଢ଼ିଛି ଓ ଦଳ ଭିତରେ ବି। ଦଳରୁ ଯେଉଁ ନେତାମାନେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଦା ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୌଣସି ବିକଳ୍ପ ନ ପାଇ ଫେରିଛନ୍ତି ଏବଂ ଆଉ କେତେଜଣ ରାଜ୍ୟ ରାଜନୀତିରେ ପ୍ରାସଙ୍ଗିକତା ହରାଇଛନ୍ତି। ନବୀନ 8ଥର ସଭାପତି ହେବା ପରେ ବିଜେଡି ନେତା ଓ କର୍ମୀମାନେ ବେଶ ଉତ୍ସାହିତ ହୋଇଛନ୍ତି l 8ମ ଥର ନବୀନ ନିର୍ବାଚିତ ହେବା ପରେ ଜୟ ରୁ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ l ଜଗନ୍ନାଥ। ମୁଁ4.5 କୋଟି ଓଡ଼ିଆଙ୍କୁ ନମସ୍କାର ଓ ଧନ୍ୟବାଦ। ବିଜେଡି ଭାଇ ଓ ଭଉଣୀଙ୍କୁ ନମସ୍କାର ଓ ଧନ୍ୟବାଦ। ଆମେ ନିର୍ବାଚନ ଜିତିବା ପାଇଁ ଆସିନୁ କି ସରକାର ଗଠନ କରିବାକୁ ଆସିନୁ। fight to love the people and serve them..

ରାଜ୍ୟସଭା ରେସ : ଲବିରେ ଆଗରେ କିଏ ପଢନ୍ତୁ

ଭୁବନେଶ୍ୱର : କିଏ ଯିବ ରାଜ୍ୟସଭା । କାହା ମୁଣ୍ଡରେ ହାଇକମାଣ୍ଡ ଢାଳିବେ ସୁନା କଳସ । ରାଜ୍ୟସଭା ପାଇଁ ି ବିଗୁଲ ବାଜିଲା ପରେ ଏହି ଚର୍ଚ୍ଚା ପାୱାର କରିଡ଼ର ଠାରୁ ଆରମ୍ଭ କରି ଚା ଖଟି ଯାଏ ଜୋରଦାର ହୋଇଛି । ଏପ୍ରିଲ ୨ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲିପଡ଼ୁଛି । ରାଜ୍ୟସଭା ସାଂସଦ ସରସ୍ୱତୀ ହ୍ରେମରମ,ନରେନ୍ଦ୍ର ସ୍ୱାଇଁ, ରଞ୍ଜୀବ ବିଶ୍ୱାଳ ଓ ଲୋକସଭା ନିର୍ବାତି ହେବା ପରେ ଅନୁଭବ ମହାନ୍ତିଙ୍କ ଆସନ । ଏହି ୪ଟି ଆସନରୁ ଓଡ଼ିଶାରୁ କିଏ ଯିବ । ତାହାକୁ ନେଇ କଳ୍ପନା ଜଳ୍ପନା ଜାରୀ ରହିଥିବା ବେଳେ ସାମ୍ନାକୁ ଆସିଛି ଲବିରେ ଆଗରେ ଥିବା କିଛି ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ । ରାଜ୍ୟସଭା ପାଇଁ ବରିଷ୍ଠ ବିଜେଡ଼ି ନେତା ଅରୂପ ପଟ୍ଟନାୟକଙ୍କୁ ପଠାଇବାକୁ ନିଷ୍ପତି ନେଇପାରେ । ମୁମ୍ବାଇ ପୋଲିସ କମିଶନ ଥିବା ବେଳେ ଅରୂପଙ୍କ ଦକ୍ଷତା ଓ ଏବେ ବିଜେଡ଼ିର ସାଂଗଠନିକ ଦାୟିତ୍ୱ ତୁଳାଉଥିବା ଅରୂପକୁ ନବୀନ ରାଜ୍ୟସଭା ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଶ୍ରୀମୟୀ ମିଶ୍ରଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେଡ଼ି ଚିନ୍ତା କରଉଛି । ଶ୍ରୀମୟୀଙ୍କୁ ରାଜ୍ୟସଭା ପଠାଇଳେ ୩୩ପ୍ରତିଶତ ମହିଳା ସଂରକ୍ଷଣ ଓ ରାଜ୍ୟସଭାରେ ବିଜେଡ଼ିର ମହିଳା ନେତୃତ୍ୱ ମିିଳିବ । ଶ୍ରୀମୟୀ ଏବେ ରାଜ୍ୟ ଓଟିଡ଼ିସିର ଅଧ୍ୟକ୍ଷ ଅଛନ୍ତି । ଏହାସହ ମହିଳା ସଂଗଠନକୁ ସଂଗଠିତ କରିବା ସହ ଦଳର ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ତାଙ୍କର ଭୂମିକା ରହିଛି । ଦିଲ୍ଲୀପ ରାୟ । ବିଜୁବାବୁଙ୍କ ଅତି ଘନିଷ୍ଠ । ଏଥର ନିର୍ବାଚନ ଲଢିନାହାନ୍ତି । ସେ ବିଜେପି ଓ ବିଜେଡ଼ି ମଧ୍ୟରେ ଏକ ସେତୁ ହେବେ ଯଦି ସେ ରାଜ୍ୟସଭା ଯାଆନ୍ତି । ତେଣୁ ବିଜେଡ଼ି ଦିଲ୍ଲୀପ ରାୟଙ୍କ ରାଜ୍ୟସଭା ପଠାଇବା ପାଇଁ ଚିନ୍ତା କରୁଛି । ଏହାସହ ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜାଙ୍କୁ ନବୀନ ରାଜ୍ୟସଭା ପଠାଇବାରର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ସିନେ ଅଭିନେତା ତଥା ବିଜେଡ଼ି ଯୁବନେତା ଅରିନ୍ଦମ ରାୟଙ୍କୁ ବିଜେଡ଼ି ଲଥର ରାଜ୍ୟସଭା ପଠାଇବାର ସମ୍ଭାବନା ରହିଛି । ବିଜେପୁର ଉପନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ , ବିଜେପୁର ଓ ପାଟକୁରା ନିର୍ବାଚନ ଓ କଟକରେ ଦଳର ସାଂଗଠନିକ ଶକ୍ତି ଭୂମିକାରେ ଅରିନ୍ଦମଙ୍କ ଭୂମିକା ବେଶ ଭଲ । ଯେଉଁଥି ପାଇଁ ନବୀନଙ୍କ ଗୁଡ଼ ବ୍‌ୁକରେ ସେ ଅଛନ୍ତି । ଓଡ଼ିଆ ସିନେ ଜଗତନର ଏହି ଅଭିନେତାଙ୍କୁ ନବୀନ ରାଜ୍ୟସଭା ପଠାଇ ତାଙ୍କର ଦଳ ପ୍ରତି ଥିବା ଆନୁଗତ୍ୟ ପାଇଁ ପୁରସ୍କାର ଦେବେ ବୋଲି ଚର୍ଚ୍ଚା ହେଉଛି । କାରଣ ଓଡ଼ିଅ ସିନେମା ଜଗତରେ ଆସିଥିବା ସବୁ ଅଭିନେତାଙ୍କୁ ନବୀନ ପୁରସ୍କାର ଦେଇଛନ୍ତି । ଅନୁଭବ ମହାନ୍ତିଙ୍କୁ ପ୍ରଥମେ ରାଜ୍ୟସଭା ଓ ପରେ ଲୋକସଭା , ଆକାଶ ଦାସଙ୍କୁ ବିଧାୟକ ହେବାର ସୁଯୋଗ, ସିଦ୍ଧାନ୍ତ ମହାପାତ୍ରଙ୍କୁ ୨ଥର ସାଂସଦ ସୁଯୋଗ , କୁନା ତ୍ରୀପାଠୀଙ୍କୁ ଚଳଚିତ୍ର ନିଗର ଅଧ୍ୟକ୍ଷ , ଏହାସହ ପପୁଙ୍କୁ ବିଧାୟକ ଟକେଟ ଦେଇଛନ୍ତି । ଏସବୁକୁ ଯଦି ବିଚାର କରାଯାଏ ତେବେ ଅରିନ୍ଦମଙ୍କୁ କୌଣସି ସୁଯୋଗ ଦେଇନାହାନ୍ତି ନବୀନ । ତେଣୁ ଏଥର ରାଜ୍ୟସଭା ପଠାଇ ଅରିନ୍ଦମଙ୍କୁ ନବୀନ ପୁରସ୍କାର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news