ଜଗା ଘରେ କରୋନା କଟକଣା…

0

ପୁରୀ : ଜଗତର ନାଥ ଜଗନ୍ନାଥ l ଯେ ସାରା ବିଶ୍ୱକୁ ଚଳାଉଛି l ତାର ବିନା ନିର୍ଦ୍ଧେଶ ରେ ପତ୍ରଟିଏ ବି ହଲେନି l ବିଶ୍ୱର 132 ଟି ଦେଶରେ କରୋନା ତାର କାୟା ବିସ୍ତାର କରିଛି l ଶ୍ରୀକ୍ଷେତ୍ର ଧାମ ରେ ଯେପରି କରୋନା ର ପ୍ରଭାବ ପଡିବ ନାହିଁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ସମସ୍ତ ସେବାୟତ, ପୂଜା ପଣ୍ଡା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଜଗା ର ଘରେ ଅନେକ ଗୁଡ଼ାଏ କଟକଣା ଲଗେଇଛନ୍ତି l କେତେକ ମୁଖ୍ୟ କଟକଣା ଉପରେ ନଜର ପକେଇବା :-

1. ଜଗମୋହନ ଭିତରେ ଜନସମାଗମ ମନା

2. ପୂଜା ବେଳେ ମାସ୍କ ପିନ୍ଧିବେ ସେବାୟତ

3. ଗରୁଡ଼ ସ୍ତମ୍ଭ ଓ ଅରୁଣ ସ୍ତମ୍ଭ ଛୁଇଁବା ମନା

4. ଦେବା ଦେବୀଙ୍କୁ ଛୁଇଁ ପାରିବେନି ଭକ୍ତ

5.ଆନନ୍ଦ ବଜ଼ାରରେ ପ୍ରସାଦ ସେବନ କୁ ନିୟନ୍ତ୍ରଣ

କେବଳ ସେତିକି ନୁହେଁ, ଆଜି ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି l ଏହି ସମସ୍ତ ନିଷ୍ପତି ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଜାରି ରହିବ l

ନବୀନଙ୍କ ଆଦର୍ଶରେ କିଏ କରିବେ ରାଜନୀତି…..

  • ଭୁବନେଶ୍ୱର :ନବୀନ ପଟ୍ଟନାୟକ ଏବେ କେବଳ ଓଡ଼ିଶାରେ ନୁହେଁ ସାରାଦେଶରେ ଜଣେ ଚର୍ଚ୍ଚିତ ଓ ଲୋକପ୍ରିୟ ରାଜନେତା l ଦେଶର ରାଜନୀତି ରେ ଯେଉଁ ହାତଗଣତି କିଛି ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କ ଭିତରୁ ନବୀନ ଅନ୍ୟତମ l ଦୀର୍ଘ କୋଡିଏ ବର୍ଷ ଧରି ଲଗାତାର ଶାସନ ରେ ଥିବା ନବୀନ ଏବେ ବହୁ ଜଣଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି l କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ନବୀଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେଣି ନେତା, ଜନତା ଓ  ସାମ୍ବାଦିକ l ଦେଶର ସବୁଠାରୁ ଚର୍ଚ୍ଚିତ ସାମ୍ବାଦିକ ରାଜଦୀପ ସରଦେଶାଇ କହିଛନ୍ତି ଯେ, ସେ ଯଦି ରାଜନୀତି କୁ ଆସିବେ ତେବେ ନବୀନ ଙ୍କ ନୀତି ଆଦର୍ଶକୁ ନେଇ ଆସିବେ l ଇଂରାଜୀ କହିବା, ବଂଶଗତ ରାଜନୀତି ଖୁବ କମ ଲୋକଙ୍କ ସହ ମିଶିବା ଆଦି ଗୁଣ ଥିଲେ ମଧ୍ଯ ଜଣେ ରାଜନୀତି ରେ ସଫଳ ହେଇପାରିବ ତାହା ନବୀନ କରି ଦେଖାଇଛନ୍ତି l ନିଜ ବାପାଙ୍କ ପାଇଁ ନୁହେଁ ସେ  ନିଜେ ଏବେ ନିଜର ପରିଚୟ ସାଜିଛନ୍ତି l ଜନସାଧାରଣ ପାଇଁ ଲୋକାଭିମୁଖୀ ଯୋଜନା କରି ରାଜନୀତି ର ହିରୋ ସାଜିଛନ୍ତି ନବୀନ ପଟ୍ଟନାୟକ l ଯାହାଙ୍କ ଯାଦୁ ଆଗରେ ଆଉ କାହାର ଯାଦୁ ଚାଲେ ନାହିଁ l ତେଣୁ ଏପରି ଜଣେ ରାଜନେତାଙ୍କ ନୀତି ଆଦର୍ଶ କୁ ନେଇ ଦେଶର ସବୁଠାରୁ ଚର୍ଚ୍ଚିତ ଓ ବରିଷ୍ଠ ସାମ୍ବାଦିକ ରାଜଦୀପ ରାଜନୈତିକ ମୈଦାନ କୁ ଓଲ୍ଲହାଇ ବାକୁ ମନ ବଳାଇଛନ୍ତି l

ମନ୍ତ୍ରୀ ଅରୁଣ କହିଲେ ଚିକେନ ଖାଅ..

ଭୁବନେଶ୍ୱର : ଭୟ ନୁହେଁ, ସଚେତନ ରହିଲେ କରୋନାକୁ ମୁକାବିଲା କରିହେବ । କରୋନା ଭୟ ଏବେ ସଭିଁଙ୍କୁ ଘାରିଛି । ଯାହା ସିଧାସଳଖ ଅାମ ଜୀବନଶୈଳୀରେ ପ୍ରଭାବ ପକାଇଛି । କରୋନାକୁ ନେଇ ସୋସିୖଅାଲ ମିଡ଼ିଅାରେ ନାଁ ଭୟ ସୃଷ୍ଟି କରାଯାଉଛି । ଯେଉଁମାନେ ଭୟ ସୃଷ୍ଟଔି କରୁଚନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଯାଏ ଓଡ଼ିଶାରେ କୌଣସି ବ୍ୟକ୍ତି ଠାରେ କରୋନା ଚିହ୍ନଟ ହୋଇନଥବା ବେଳେ ଏହାକୁ ନେଇ ଅଯଥାରେ ଭୟବିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କରୋନା ପ୍ରଭାବ ଅାମିଶ ବଜାରକୁ ପୁରା ଦୋହଲାଇଦେଇଛି । କରୋନା ଭୟରେ ଲୋକମାନେ କୁକୁଡ଼ା ମାଂସ, ଅଣ୍ଡା,ମାଛ ଖାଇବା ଛାଡ଼ି ଦେଲେଣୀ । ଯାହାର ପ୍ରଭାବରେ ବହୁ କୁକୁଡ଼ା ଓ ମାଛ ଚାଷୀ ତଳିତଳାନ୍ତ ହୋଇଗଲେଣୀ । କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରଣାଳୟ କହିଛନ୍ତି । କୁକୁଡ଼ା,ଅଣ୍ଡା, ମାଛ ଖାଇଲେ କରୋନା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଗୁଜବକୁ ବିଶ୍ୱାସ ନକରି ଯେମିତି କୁକୁଡ଼ା ଅଣ୍ଡା ଖାଉଛନ୍ତି ସେପରି ଖାଅାନ୍ତୁ । କାରଣ କୁକୁଡ଼ା , ଅଣ୍ଡା,ମାଛ ନଖାଇଲେ ପେ୍ରାଟିନ କମିଯିବ ।

ତେବେ ମୋବାଇଲରେ କିଛି ଦୃବୃତ୍ତ କୁକୁଡ଼ା ଖାଇଲେ କରୋନା ହେବ ଏପରି ଗୁଜବ ଖବର ପ୍ରସାରଣ କରିଛନ୍ତି । କିଛି ବ୍ୟବସାୟୀ କହୁଛନ୍ତି ଯେ ଅନେକ ସମୟରେ କେତେକ ବିଶେଷଜ୍ଞମାନେ କୁକୁଡ଼ା ମାଂସକୁ ଅଧକ ସିଝାଇ ଖାଅାନ୍ତୁ ବୋଲି କହିବା ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଇଛି । ତେବେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଲୋକମାନଙ୍କୁ ସଚେତନ କରି କହିଛନ୍ତି ଯେ କୁକୁଡ଼ା ,ଅଣ୍ଡା, ମାଛ ଖାଇଲେ କୌଣସି ଅସୁବିଧା ହେବ ନାହିଁ । ତେଣୁ ସାଧାରଣ ଲୋକମାନେ ଅାଗକୁ ଯେପର କୁକୁଡ଼ା,ଅଣ୍ଡା, ମାଛ ଖାଉଥଲେ ଏବେ ସେପରି ଖାଇଲେ କିଛି ଅସୁବିଧା ନାହିଁ । ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ସୁରକ୍ଷତି , ସ୍ୱଚ୍ଛ ଓ ସଚେତନ ରୁହନ୍ତୁ ।

ସେହିପରି ରାଜ୍ୟ ମନ୍ତ୍ରୀ ଅରୁଣ ସାହୁ ଚକେନ ଖାଇବାକୁ ଅନୁରୋଧ କରିଛନ୍ତି l ଗୁଜବକୁ ବିଶ୍ୱାସ ନକରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l  କୁକୁଡ଼ା, ଅଣ୍ଡା ଖାଇଲେ କରୋନା ହୁଏନାହିଁ ବୋଲି ସେ କହିଛନ୍ତି l

ରୋଲ ମଡେଲ ଅନୁଭବ..

ଭୁବନେଶ୍ୱର : ଓଲିଉଡ୍‌ ଜଗତରେ ଏକ ନମ୍ବର ଷ୍ଟାର ହେବା ପରେ ରାଜନୈତିକ ଜୀବନରେ ବି ବେଶ୍‌ ସଫଳ ହୋଇ ପାରିଛନ୍ତି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି। କେବଳ ନିଜ ନିବାର୍ଚନମଣ୍ଡଳୀ ଭୋଟରଙ୍କୁ ନୁହେଁ, ନିବାର୍ଚନମଣ୍ଡଳୀ ବାହର ଲୋକଙ୍କୁ ବି ସେ ସେ୍ନହ ଦେଉଛନ୍ତି। ଗତ ମାଚ୍ର୍ଚ ପହିଲାରେ ପ୍ରିୟ ପ୍ରୀତମ ମହାନ୍ତି ନାମକ ଜଣେ ଯୁବ ସାମ୍ବାଦିକଙ୍କ ପତ୍ନୀ ସମ୍ବ୍ରିତା ମହାନ୍ତିଙ୍କ ଜନ୍ମଦିନ ଥିଲା। ସମ୍ବ୍ରିତା ହେଉଛନ୍ତି ଅନୁଭବଙ୍କ ଜବରଦସ୍ତ ଫ୍ୟାନ। ଅବଶ୍ୟ ଅନୁଭବ ଓ ପ୍ରିୟ ପ୍ରୀତମ ବି ପରସ୍ପରକୁ ଜାଣନ୍ତି। ସେ ଦିନ ଏକ ସାମାଜିକ କାଯ୍ର୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ବାହାରକୁ ଯାଇଥିଲେ ପ୍ରିୟ ପ୍ରୀତମ। ହେଲେ ମନରେ ଥାଏ ଯେ ପତ୍ନୀଙ୍କୁ ଜନ୍ମଦିନରେ କଣ ଉପହାର ଦେବେ! ହଠାତ୍‌ ତାଙ୍କ ମନକୁ ଅାସିଲା ଅନୁଭବଙ୍କ କଥା। ଅନୁଭବଙ୍କୁ ହ୍ୱାଟସ୍‌ ଅାପରେ ମେସେଜ କଲେ ପ୍ରିୟ ପ୍ରୀତମ। ଅନୁଭବ ଜାଣିବାକୁ ପାଇଲେ ଯେ ସମ୍ବ୍ରିତାଙ୍କ ଜନ୍ମଦିନ।
ରାତି ସରିବା ପୂର୍ବରୁ ଅନୁଭବଙ୍କ ଅଡିଓ ମେସେଜ ଅାସିଲା ଯେଉଁଥିରେ ସମ୍ବ୍ରିତାଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛାବାତ୍ତାର୍ ଥିଲା। ତୁରନ୍ତ ପ୍ରିୟ ପ୍ରୀତମ ତାଙ୍କ ପତ୍ନୀଙ୍କୁ ଏହି ଅଡିଓ ମେସେଜ ଫରଓ୍ୱାର୍ଡ କଲେ। ସମ୍ବ୍ରିତାଙ୍କ ପାଇଁ ଏହା କୌଣସି ସରପ୍ରାଇଜ୍‌ଠାରୁ କମ୍‌ ନଥିଲା। ଜୀବନର ଶେ୍ରଷ୍ଠ ଗିଫଟ ଦେଇଥିବାରୁ ସ୍ୱୀମୀଙ୍କୁ ଧନ୍ୟବାଦ ଜଣାଇଲେ ସମ୍ବ୍ରିତା। ପ୍ରିୟ ପ୍ରୀତମଙ୍କ କହିବା କଥା, ସବୁ ଶେ୍ରୟ ଅନୁଭବ ଭାଇଙ୍କ। ଏତେ ବ୍ୟସ୍ତ ଲାଇଫରୁ ସମୟ ବାହାର କରି ଜନ୍ମଦିନ ଓ୍ୱିସ୍‌ କରିବା ଅନୁଭବଙ୍କ ବିଶାଳ ହୃଦୟର ପରିଚୟ ଦେଇଛି।

ମୁଁ ଯେମିତି ଥିଲି, ସେମିତି ରହିବି…

ଭୁବନେଶ୍ୱର : ନା କୌଣସି ସମ୍ରାନ୍ତ ଘର ପରିବାରରୁ ଅାସିଛନ୍ତି ନା ତାଙ୍କ ବାପା ଜଣେ ପୂର୍ବତନ ମନ୍ତ୍ରୀ କି ରାଜନେତା । ନିଜେ ସଂଘର୍ଷ କରି ସେ ଅାଜି ଓଡ଼ିଶା ରାଜନୀତିରେ ଯୁବ ଅାଇକନ ସାଜିଛନ୍ତି । ନବୀନଙ୍କ ଗୁଡ଼ବୁକରେ ଯେଉଁ କେତେଜଣ ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଛାତ୍ର ଜୀବନରୁ ରାଜନୀତି ଅାରମ୍ଭ କରି ଅାଜି ସେ ପାଲଟିଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ଚଚ୍ଚତ କ୍ୟାବିନେଟ ମନ୍ତ୍ରୀ । କୃଷି, ମତ୍ସ୍ୟ, ପଶୁସମ୍ପଦ, ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂଣ୍ର୍ଣ ବିଭାଗ ରହିଛି ତାଙ୍କ ଅଧୀନରେ । ସବୁ ସ୍ତରରେ ସେ ଲୋକପ୍ରିୟ। ବାଙ୍କୀ କଲେଜ ଛାତ୍ରସଂସଦ ନିବାର୍ଚନରେ ଜିତି ସଭାପତି ହେବାଠାରୁ ୧୯୮୯ରେ ବାଣୀବିହାର ଛାତ୍ର ସଂସଦ ସଭାପତିରୁ ଅାଜି ପଯ୍ର୍ୟନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ସେ କେବେ ପଛକୁ ଚାହିଁ ନାହାନ୍ତି । ସେ ହେଉଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳର ଯୁବମନ୍ତ୍ରୀ ଡ଼କ୍ଟର ଅରୁଣ ସାହୁ । ସବୁବେଳେ ସରଳ ଜୀବନ ବିତାଇବାକୁ ଭଲ ପାଉଥବା ଅରୁଣ ଯେ ସତରେ ଜଣେ ସାଧାରଣ ବ୍ୟକ୍ତି ତାହା ତାଙ୍କର ଦୈନିକ କାର୍ଯ୍ୟକ୍ରମରୁ ଯେ କେହି ବାରିପାରିବ । ଏହାର ଗୋଟିଏ ଉଦାହରଣ ହେଉଛି ଯେବେଠାରୁ ଭୁବନେଶ୍ୱରରୁ ନୟାଗଡ଼ ରେଳଚଳାଚଳ ହୋଇଛି। ସେବେଠାରୁ ଜଣେ ସାଧାରଣ ଯାତ୍ରୀ ଭାବେ ସପ୍ତାହର ଅଧକାଂଶ ଦିନ ଅରୁଣ ଟେ୍ରନରେ ଯାତ୍ରା କରୁଛନ୍ତି । ଟେ୍ରନ ଯାତ୍ରା ସମୟରେ ସେ କବିତା ଓ ଗଳ୍ପ ଲେଖାରେ ଏମିତି ଜମିଯାଅାନ୍ତି ଯେ କେତେବେଳେ ସେ ନୟାଗଡ଼ ଷେ୍ଟସନରେ ପହଞ୍ଚିଯାଅାନ୍ତି ତାହା ଜାଣି ପାରିନ୍ତିନି । ଏହାସହ ସେ ବିଭିନ୍ନ ସଭାରେ ସବୁବେଳେ କହନ୍ତି ମୁଁ ମନ୍ତ୍ରୀ ନୁହେଁ, ଜଣେ ସାଧାରଣ ଲୋକ ପରି ବଂଚିବାକୁ ଚାହେ । ସେ ବିଧାନସଭା ହେଉ ଅବା ଲୋକସେବା ଭବନ । ଅରୁଣ କିନ୍ତୁ ସଭିଁଙ୍କ ପ୍ରିୟ । ତାଙ୍କର ମେଳାପି ଗୁଣ ସହ ସମସ୍ତ ଶେ୍ରହ୍ନ ଓ ଅାଦର ପାଇଁ ସେ ସଭିଁଙ୍କ ପ୍ରି୍ରୟ ପାତ୍ର ସାଜିଛନ୍ତି । କ୍ଷମତା ପାଇଁ ସେ କେବେ ଲାଳାୟତ ନୁହନ୍ତି, ତାହା ସେ ବହୁ ସମୟରେ ପ୍ରମାଣ ଦେଇଛନ୍ତି । ୨୦୧୮ ମସିହାରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ଦଳର ଅନ୍ୟ କିଛି ଯୁବମନ୍ତ୍ରୀଙ୍କ ସହ ସେ ବି ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥଲେ । ତା ପରଠାରୁ ସେ ଦଳର ସଂଗଠନ କିପରି ମଜବୁତ ହେବ ସେ କାମରେ ଲାଗିପଡ଼ିଲେ। କେବଳ ସେତିକି ନୁହେଁ, ବିଳମ୍ବରେ ହୋଇଥିବା ପାଟକୁର ନିବାର୍ଚନ ଓ ବିଜେପୁର ଉପନିବାର୍ଚନରେ ଦଳର ଯୁବନେତା ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମିଶି ଚତୁର ରଣନୀତି ପ୍ରସ୍ତତ କରି ଦଳକୁ ବିପୁଳ ବିଜୟୀ ମଧ୍ୟ କରିଥଲେ । ତାଙ୍କର ମେଳାପି ଗୁଣ ଯୋଗୁଁ ଅନେକ ସମୟରେ ସେ ହଇରାଣ ବି ହୋଇଛନ୍ତି । ବ୍ରହ୍ମ ବିଭ୍ରାଟ ସମୟରେ ଦଇତାପତିଙ୍କ ପାଖରେ ଶୋଇବାର ଫଟୋ ଭାରରାଲ ହେବାରୁ ତାଙ୍କ ରାଜନୈତିକ ଜୀବନରେ କଳା ଦାଗ ଲଗାଇଥିଲା । ତଥାପି ଅରୁଣ ତାଙ୍କର ମେଳାପି ରହିବାକୁ ପସନ୍ଦ କଲେ। ଗଣମାଧ୍ୟମ ପ୍ରତିନିଧଙ୍କ ମଧ୍ୟ ସେ ଅାଜି ବି ପ୍ରିୟପାତ୍ର । ମଧୁର କଥା କହି ସଭିଙ୍କ ମନ ଜିଣିବାରେ ସେ ସିଦ୍ଧହସ୍ତ । ଜୀବନ ଶୈଳୀକୁ ସମୟ ସହ ତାଳ ଦେବା ପାଇଁ ଅରୁଣ ସବୁବେଳେ ଅନ୍ୟକୁ ସଚେତନର ବାତ୍ତାର୍ ଦେଇଥାନ୍ତି । ନିଜ ସରକାରୀ ବାସଭବନରେ ସକାଳୁ ଉଠିବା ଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ସେ କଣ କରିବେ ତାହାର ସୂଚିପତ୍ର ଲେଖଥାନ୍ତି । ମନ୍ତ୍ରୀ ହେଲେ ମଧ୍ୟ ସାହିତ୍ୟ ଓ କଳା ପ୍ରତି ତାଙ୍କର ବହୁତ ଦୁର୍ବଳତା । ପ୍ରତି ଥର ନୂଅା ବର୍ଷରେ ଅରୁଣଙ୍କ କବିତାର କାର୍ଡ଼ ଚଚ୍ଚାର୍ରେ ରୁହେ । କବିତା ମାଧ୍ୟମରେ ସେ ସମାଜ ପାଇଁ ବହୁତ ବାତ୍ତାର୍ ବି ଦେଇଥାନ୍ତି ।
ଯୁବ ଓ ଛାତ୍ର ମାନେ କିପରି ଅାଗକୁ ବଢିବେ, ସେଥଲାଗି ସମସ୍ତଙ୍କୁ ସେ ଉତ୍ସାହିତ କରି

ବିଜେଡି ରାଜନୀତି : ଭଣଜା ପାଇଁ ମାମୁଁ..

ଭୁବନେଶ୍ୱର :ଭୁବନେଶ୍ୱର : ପ୍ରଦୀପ ମହାରଥୀ ପିପିଲି ଟାଇଗର l ପୂର୍ବତନ ମନ୍ତ୍ରୀ ସାତ ଥର ବିଧାୟକ l କହିବାକୁ ଗଲେ ରାଜନୀତି ର ଜଣେ ପୋଖତ ଖିଲାଡି l ଯେତେବେଳେ ସେ ମୁହଁ ଖୋଲନ୍ତି କହିବାରେ ତାଙ୍କର କୌଣସି ବାଡବତା ନଥାଏ l କାରଣ କହୁ କହୁ ସେ କହିବାର ସୀମାରେଖା ପାର କରିଦିଅନ୍ତି l ମୁହଁରେ ବାଡବତା ରଖୁନଥିବା ମହାରଥୀ ଏବେ ଦଳୀୟ ଶୃଙ୍ଖଳା ଓ ଦାୟିତ୍ୱବୋଧ ମୁହଁରେ ଜପୁଛନ୍ତି l ବିଧାନସଭା ହୋଉ କି ବିଧାନସଭା ବାହାରେ ଯାତ୍ରା ଡାଇଲଗ ପରି ବୟାନ ବାଜି କରନ୍ତି l ଯାହା ବୋହୁ ସମୟରେ ବିଜେଡି ଦଳକୁ ଅଡୁଆରେ ପକାଏ ଓ ବିରୋଧୀ ବେଶ ତାରି ଫାଇଦା ନିଅନ୍ତି l ମାର୍ଚ୍ଚ 5 ତାରିଖ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ସଂଗଠନ ସମ୍ପାଦକ ଦାୟିତ୍ୱ ଦେଲାପରେ  ବିଜେଡି ଦଳ ଓ ରାଜ୍ୟ ତାକୁ ଗ୍ରହଣ କରିଛି l ପ୍ରଣବ ଙ୍କ ସାଙ୍ଗଠନିକ ଦକ୍ଷତା ଓ ସଭିଙ୍କୁ ସାଥିରେ ନେଇ ଚାଲିବା ଗୁଣ ପାଇଁ ସେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଶ୍ୱସ୍ତ ଭାବେ ବିବେଚିତ ହୋଇଛନ୍ତି l ଆଉ ଏଇ ବିଶ୍ୱାସ ନେତାଙ୍କ ମନରେ ଆତ୍ମବିସ୍ୱାସ ସୃଷ୍ଟି କରିଛି ତାହା ଆଜି ବିଧାନସଭା ରେ ପିପିଲି ବିଧାୟକ ବିବୃତି ରୁ ସ୍ପଷ୍ଟ ହେଇଛି l ପ୍ରଦୀପ ମହାରଥୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକ ଯୋଗୁଁ ସେ ଶୃଙ୍ଖଳିତ ଭାବରେ ଗୃହରେ ତାଙ୍କର ବିବୃତି ରଖୁଛନ୍ତି l ଏକଥା ପୁଣି ସେ ବିଜେପି ବିଷ୍ଣୁ ସେଠୀଙ୍କୁ ବୁଝାଇଥିଲେ l

ରଙ୍ଗ ଲାଗିଲା ପୂର୍ବରୁ ମନ ହେଲା ରଙ୍ଗୀନ..

ଭୁବନେଶ୍ୱର : ହୋଲି । ଆନନ୍ଦ, ଉଲ୍ଲାସ,ପ୍ରେମ, ଭାଇଚାରା ଓ ସଦଭାବନାର ପର୍ବ । ରଙ୍ଗର ରଙ୍ଗୀନରେ ସଭିଁଏ ମସଗୁଲ । କାହିଁ କେଉଁ କାଳରୁ ପରମ୍ପରା ଅନୁସାରେ ଭାରତ ବର୍ଷରେ ରଙ୍ଗ ପର୍ବ ହୋଲି ଓ ଦୋଳପୂର୍ଣ୍ଣିମା ପାଳନ କରାଯାଇଛି । ୩୬୫ ଦିନରୁ ଏହି ଗୋଟିଏ ସମସ୍ତଙ୍କୁ ପ୍ରେମ ବନ୍ଧନରେ ବାନ୍ଧିଦିଏ । ଭଗବାନ , ଭକ୍ତ ଠାରୁ ଆରମ୍ଭ କରି ମାନବସମାଜ ଏହି ଦିନ ସମସ୍ତେ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ପୁରାଣରେ ଅଛି ଭଗବାନ କୃଷ୍ଣ ତାଙ୍କର ପ୍ରିୟତମା ରାଧାଙ୍କୁ ଏହି ଦିନ ପ୍ରେମ ନିବେଦନ କରିଥିଲେ । ଯେଉଁଥି ପାଇଁ ପ୍ରେମର ପ୍ରତୀକ ଭାବେ ଅନେକ ମାସଟିଏ ଧରି ବିଭିନ୍ନି ସ୍ଥାନରେ ରଙ୍ଗର ପର୍ବ ହୋଲି ପାଳନ ହୁଏ । କେବଳ ଭାରତ ବର୍ଷରେ ନୁହେଁ, ବିଦେଶରେ ମଧ୍ୟ ହୋଲିପର୍ବ ପାଳନ କରାଯାଏ । ଅାମେରିକାର ହ୍ୱାଇଟ ହାଉସରେ ବି ହୋଲି ପର୍ବ ପାଳନ କରାଯାଏ । ହୋଲି ହେଲା ଏକ ଅଦିନିଆ ପ୍ରେମର ପର୍ବ । କେବଳ ପ୍ରେମିକା ଓ ପ୍ରେମିକ ନୁହନ୍ତି, ପୁରା ସମାଜ ଏହି  ଦିନ ପ୍ରେମରେ ଉବୁଟୁବୁ ହୁଏ । ଭୋଜିଭାତ, ନାଚ ଗୀତ, ଭାଙ୍ଗ,ଗଞେ୍ଜଇ, ମଦିରା ପାନ ସହ ଦହିବରା ଅାଳୁଦମ, ଦହିପାଣି, ଅାଦି ଦିନ ତମାମ ନିଜ ନିଜ ଢଙ୍ଗରେ ସଭିଁଏ ରଙ୍ଗ ପର୍ବକୁ ଉପଭୋଗ କରନ୍ତି । ଏହି ଦିନ ନଥାଏ ଧନୀ, ଗରିବ, ଜାତି ଅଜାତି, ସାନ ବଡ଼ ଓ ପୁରୁଷ-ନାରୀ ପାର୍ଥକ୍ୟ । ଅାଉ ଥାଏ କେବଳ ପ୍ରେମ ହିଁ ପ୍ରେମ । ସେଥି ପାଇଁ ବର୍ଷର ୩୬୪ ଦିନ ଦୋଳପପୂର୍ଣିମା ପାଳନ ହେବା ଅାବଶ୍ୟକ ବୋଲି ଅନେକ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତି ।
ହୋଲି ପର୍ବ କାହା ପାଇଁ କେମିତି ତାହା ତ ଭିନ୍ନ କଥା । ହେଲେ ମୋ ପାଇଁ ତ ଟିକେ ନିଆରା । ଅାନନ୍ଦରେ ରହିବାକୁ ଭଲ ପାଉ ଥିବା ଛୋଟିଅା ମଣିଷଟିଏ ମୁଁ । ସବୁଦିନ ଠାରୁ ହୋଲି ପର୍ବ ମୋ ମନରେ ଅାଣେ ଅନେକ ଅାନନ୍ଦ । ସକାଳ ହେବା କ୍ଷଣି ଦେହରେ ରଙ୍ଗ ଲାଗିବା ପୂର୍ବରୁ ଅବା କିଏ ହୋଲିର ଅଭିନନ୍ଦନ ଜଣାଇବା ପୂର୍ବରୁ ମୁଁ ରଙ୍ଗୀନ ହୋଇଯାଏ । କେମିତି ରଙ୍ଗୀନ ହୁଏ ତାହା ଅାଜିଯାଏ ମୁଁ ବୁଝିପାରେ ନାହିଁ । ଅାକାଶରେ ଉଡ଼ିବା ବେଳେ ପକ୍ଷୀ ତାର ଉଚ୍ଚତା ଯେମିତି  ନପାରେ  ଯେମିତି ପାଣିର ଗଭୀରତା ମାପିପାରେନପାରେ l ଠିକ ସେହିପରି ରଙ୍ଗର ପର୍ବ ହୋଲିରେ ମୁଁ କେମିତି ରଙ୍ଗ ଲାଗିବା ପୂର୍ବରୁ ରଙ୍ଗୀନ ହୋଇଯାଏ ତାହା ଜାଣେ ନାହିଁ । କେବଳ ଏମିତି ଜାଣେ ଏହି ଦିନ ଏକ ନିଆରା ସ୍ୱାଦ ଆଣେ ମୋ ପାଇଁ । ଘର ଓ ଆତ୍ମିୟତା ଙ୍କ ଠାରୁ ଦୂରରେ ରହି ଏହି ଦିନ ଯେ ସଭିଁଏ ମତେ ନିଜ ଆତ୍ମିୟତା ଓ ଭଲ ପାଇବାରେ ବାନ୍ଧି ଦିଅନ୍ତି ତାହା ମୁଁ ଅନୁଭବ କରେ ରାଜଧାନୀରେ । ଗୋଟେ କଥା ବିଚିତ୍ର ମୋ ପାଇଁ ଯେ ଦୁନିଅାରେ ଯେଉଁଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ ମୋ ସହର ଯାଜପୁରରେ କିନ୍ତୁ ଦିନକ ପୂର୍ବରୁ ରଙ୍ଗ ଖେଳ ହୁଏ । ମୁଁ ନିଜକୁ ଭାଗ୍ୟବାନ ଭାବେ ଯେ ମୁଁ ପୁରାତନ ରାଜଧାନୀରୁ ସ୍କୁଲ,କଲେଜ ସାରି ଏବେ ମୋ କର୍ମଭୂମି ସାଜିଛି ନୂଅା ରାଜଧାନୀ । ଯାହା କଟକ ପରି ହଜାର ବର୍ଷର ସହର ହୋଇନପାରେ, ହେଲେ କମ ବୟସର ଏହି ସହରରେ ଖୁବକମ ଲୋକଙ୍କ ପାଇଁ ମୁଁ ଅାନନ୍ଦରେ ଏଠାରେ ରହୁଛି । ତାହା ଭିତରେ ମୋ ବାପା-ମାଅା ଓ ପରିବାର ତା ଛାଡ଼ା ଅାଉ କିଛି ମତେ ଭଲପାଉଥବା ମୋ ସାଙ୍ଗସାଥ,ବଡ଼ ଭାଇ, ଅାମୀୟ ମାନେ । ତେବେ ରଙ୍ଗ ଲାଗିଲା ପୂର୍ବରୁ ମନ କିପରି ରଙ୍ଗୀନ ହୋଇଯାଇଛି ତାହା ରାଜଧାନୀରେ ରହି ମୁଁ ଅନୁଭବ କରିଛି । ହୋଲିର ଦିନକୁ ପୂର୍ବରୁ ଯେଉଁଠାରେ ମୋର ଜନ୍ମ ସେଠାରୁ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ ବାତ୍ତାର୍ ଅାସିବା ପିଲାଦିନ ସହରରୁ ମୋ ସହରରୁ ଆସିଥିବା ଫଟୋ ଓ ଭାବନା ହିଁ ମୋତେ ରଙ୍ଗୀନ କରିଛି । ମନେ ପଡ଼େ ପିଲାଦିନର ହୋଲି ଖେଳରେ ବାପା-ମାଅା ବଡ଼ଭାଇ ଓ ଉଉଣୀ ରଙ୍ଗ ନଖେଳିବାକୁ ପରାମର୍ଶ । ଦେହରେ ତେଲ ମାରି , କେଉଁ ବୁଜୁଳାରେ ବନ୍ଧା ଯାଇଥବା ଚିରା ଜମାଓ ପ୍ୟାଣ୍ଟ କଥା । କାରଣ ହୋଲି ଖେଳିବା ପାଇଁ ହେଲେ ଏସବୁର ଅାବଶ୍ୟକ ଅତ୍ୟନ୍ତ ଅାବଶ୍ୟକ । ମାତ୍ର ୫ଟଙ୍କାରେ ରଙ୍ଗ କିଣି ଓ ଅାଉ ୫ଟଙ୍କାରେ ପାନ , ଝାଟ ଖାଇ ଗ୍ରୀଷ୍ମଅାରମ୍ଭ ଖରାରେ ରଙ୍ଗ ଦେହରେ ବୁଲିବା ଓ ଦିନକୁ ଅଦିନିଅାର ଭୂତ ରୂପନେବା ସତରେ କେତେ ନିଅାରା । ତା ସାଙ୍ଗକୁ ଇଚ୍ଛା ନଥିଲେ ବି  ୧୨ଟା ଭିତରେ ଘରେ ଅାସି ପହଞ୍ଚି ଗାଧେଇବା ବଡ଼ କଷ୍ଟ । କାରଣ ଅାମେ ଛୋଟପିଲାମାନେ ସିନା ଘରକୁ ଅାସିଲେ ବାପା,ଦାଦା ତାଙ୍କ ସାଙ୍ଗ ମାନଙ୍କ ସହ ରଙ୍ଗ ଖେଳିବେ । ରଙ୍ଗ ଖେଳିବାର ଅସଲ ମଜା ଅାସେ ଯେତେବେଳେ ଗାଧେଇବା ଅାରମ୍ଭ ହୁଏ । ମୁଣ୍ଡଫଟା ରଙ୍ଗ ଦେହ ଓ ମୁଣ୍ଡରୁ ନଛାଡ଼ିବା ଓ ଦେହକୁ ଗାମୁଛା ଓ ନିମ୍ବ ନିମ୍ଵଛେଲିରେ ଘଷିଘଷିୀ ବେଦମ ହେବାର ମଜା ଟିକେ ନିଅାରା । କେବଳ ଏତିକି ନୁହେଁ, ସବୁ ସରିବା ପରେ ଘରେ ଯେମିତି ମୁଁ ଅାଉ ଥରେ ରଙ୍ଗ ନଖେଳେ ସେଥଲାଗି ଅାଗପଟୁ କବାଟ ଦେଇଦେବା କଥା ଅାଜି ବି ମନେ ପଡ଼େ । ଏତେସବୁ ଘଟଣା କେବଳ ଏହି ହୋଲି ପର୍ବରେ ହିଁ ଘଟିଥାଏ । ଯାହା ଅାଜି ମନେ ପଡ଼ିଲେ ବିନା ରଙ୍ଗରେ ମନ ରଙ୍ଗୀନ ହୋଇଯାଏ । ବାସ…….

ହାତ ଟେକିଦେଲା ବିଜେପି : ରାଜ୍ୟସଭା ପ୍ରାଥୀ ଦେବନି

ଭୁବନେଶ୍ୱର : ରାଜ୍ୟସଭା ରେସରୁ ଓହରିଲା ବିଜେପି l ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ବିଜେପି ପାଖରେ ରାଜ୍ୟ ସଭା ଆସନ ଜିତିବାକୁ ସଂଖ୍ୟା ନାହିଁ, ଆମେ ପ୍ରାର୍ଥୀ ଦେଲେ ବିଜୟୀ ହୋଇପାରିବୁ ନାହିଁ, ତେଣୁ ଏଥର ପ୍ରାର୍ଥୀ ଦେବୁନାହିଁ।ପାର୍ଥିପତ୍ର ଦାଖଲ କରିବାର ଯଦି ଥାନ୍ତା ତେବେ ଏତେବେଳକୁ କରିସରନ୍ତାନି। ରାଜ୍ୟସଭା ନିର୍ବାଚନରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ।

ଏମାନେ ବି ସଫଳ ….

ଭୁବନେଶ୍ୱର : ନାରୀର ପ୍ରଗତି ଦେଶର ଉନ୍ମତି I ସେ କେତେବେଳେ ଧରଣୀ ରୁପି ମା’ ତ କେତେବେଳେ ନାରାୟଣୀ I ତାଭିତରେ ରହିଛି ସହନ ଶୀଳତା ,ସାହାସିକତା , ଆତ୍ମନିର୍ଭରଶୀଳତା I ସେ ସୃଷ୍ଟି ,ସେ ପୁଣି ସଂହାରକର୍ତ୍ତା  I କେତେବେଳେ କାହା ପାଇଁ ଦେବୀ ତ କେତେବେଳେ କାହାର ମା’ ଓ କାହାର ଭଉଣୀ I ନାରୀ ଆଉ ଆଜି ଦୁର୍ବଳ ନାହିଁ ସେ ସବଳ I ସମାଜ ପାଇଁ ପ୍ରେରଣା ଦାୟକ I ବିଶ୍ୱ ମହିଳା ଦିବସ ଅବସରରେ ୫ ଜଣ ସ୍ୱୟଂ ସିଦ୍ଧା ମହିଳାଙ୍କ ଉପରେ ଏହି ରିପୋର୍ଟ I ନା ଏମାନେ ଚର୍ଚ୍ଚିତ ବ୍ୟକ୍ତି ନା କେବେ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରିଛନ୍ତି I ନିଜ କର୍ମକୁ ଆଦରି ଆଜି ଏମାନେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି I
୧. ଶୁଭଦର୍ଶିନୀ ମିଶ୍ର (ସୋଆ ଲୋକସମ୍ପର୍କ ଅଧିକାରୀ) : ଓଡ଼ିଶାରେ ଯେଉଁ କେତେ ଜଣ କ୍ରାଇମ ରିପୋର୍ଟର ଅଛନ୍ତି ସେମାନଙ୍କ ଭିତରୁ ଶୁଭଦର୍ଶିନୀ ମିଶ୍ର ଜଣେ ଚର୍ଚ୍ଚିତ ସାମ୍ବାଦିକା I ୨୦୦୦ ମସିହାରୁ ୨୦୧୮ ଯାଏଁ ଦୀର୍ଘ ୧୮ ବର୍ଷ ଧରି ସାମ୍ବାଦିକତା ବୃତ୍ତିରେ ନିଜକୁ ନିୟୋଜିତ କରିଥିଲେ I ଜଣେ ମହିଳା ହୋଇ ମଧ୍ୟ ସେ ଆରମ୍ଭରୁ ଅପରାଧ ସମ୍ପର୍କିତ ଖବର ପ୍ରକଶ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ I ଅପରାଧ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯେତେବେଳେ ପୁରୁଷ ସାମ୍ବାଦିକମାନେ ସହଜରେ ସାହସ ଜୁଟାନ୍ତି ନାହିଁ ସେତେବେଳେ ଶୁଭଦର୍ଶିନୀ ଏହି କ୍ଷେତ୍ରରେ ସୁନାମ ଅର୍ଜନ କରିବା ପାଇଁ ଆଗଭର ହୁଅନ୍ତି I ବିଜେବି କଲେଜରେ ପାଠ ପଢୁଥିଵା ସମୟରେ ବରିଷ୍ଠ ସାମ୍ବାଦିକ ନଳିନୀ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସାମ୍ବାଦିକତା ବୃତ୍ତି କୁ ଆସିଥିଲେ I ପ୍ରଥମେ ଏକ ୱେବରେ ୨୦୦୪ ରୁ ୨୦୦୮ ଯାଏଁ ଇଟିଭି  ର କ୍ରାଇମ ଫାଇଲ , ୨୦୦୮- ୨୦୧୫ ନକ୍ଷେତ୍ର ନ୍ୟୁଜରେ ରିପୋର୍ଟରଙ୍କ ମୁଖ୍ୟ ଉପସ୍ଥାପକ ଦାୟିତ୍ୱ ତୁଲାଇଛନ୍ତି I ଏହାପରେ ୨୦୧୫ ରେ ଫୋକସ ଓଡିଶା ପରେ ପରେ ନ୍ୟୁଜ ୱାର୍ଲଡରେ ୨୦୧୮ ପର୍ଯ୍ୟନ୍ତ ଅପରାଧ ଠାରୁ ଆରମ୍ଭ କରି ରାଜନୀତି ପରି ବିଭିନ୍ନ ବିଭାଗରେ ସାମ୍ବାଦିକତା କରିଛନ୍ତି I ଏବେ ସେ ସୋଆ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଅଛନ୍ତି I ତାଙ୍କ ମତରେ ମହିଳାମାନେ କେବେ ଦୁର୍ବଳ ନୁହନ୍ତି I ମହିଳା ସବୁବେଳେ ସବଳ ଓ ସ୍ୱାଭିମାନୀ I ସବୁବେଳେ ମହିଳାମାନେ ସାମ୍ମନାର ସହ ବଞ୍ଚିବାକୁ ଚାହାନ୍ତି I ଆଜି ସେ ଯେଉଁଠି ପହଞ୍ଚିଛନ୍ତି ତାଙ୍କ ପରିବାରର ସହଯୋଗ ,ସାଙ୍ଗ ସାଥୀଙ୍କ ଭଲପାଇବା କୁ ସେ ଶ୍ରେୟ ଦେଇଛନ୍ତି I
୨. ଭିନା ପଣ୍ଡା (ଡାକ୍ତର ସିନିଅର ଗାଇନୋଲୋଜିଷ୍ଟ) : ଏହି ମହିଳା ଜଣକ ଅଜାକୁ ୩୦ ବର୍ଷ ଧରି ଡାକ୍ତରୀ ସେବାରେ ନିୟୋଜିତ I ରୋଗୀ ସେବାକୁ ମାଧବ ସେବା ଭାବି ସେ କାମ କରୁଛନ୍ତି I ରାୟପୁରରେ ସ୍କୁଲ ଓ ଇଂଲଣ୍ଡରେ ପାଠ ପଢି ସେ ଏବେ ଡାକ୍ତରୀ ବୃତ୍ତି ରେ ରହିଛନ୍ତି I ମହିଳା ମାନଙ୍କ ପାଇଁ ସେ ଏକ ଉଦାହରଣ ସାଜିଛନ୍ତି I ବିଶ୍ୱ ମହିଳା ଦିବସ ଅବସର ରେ ତାଙ୍କ ମତ ହେଉଛି ନାରୀ କୌଣସି ଗୁଣରେ କମ ନୁହେଁ , ଯଦି ସେ ଡାକ୍ତର ନହୋଇଥାନ୍ତେ ତେବେ ଘରୋଣୀ ହୋଇଥାନ୍ତେ ବୋଲି କହିଛନ୍ତି I ନିଷ୍ଠା ଓ ଆଗ୍ରହ ରହିଲେ ପ୍ରତେକ ମହିଳା ନିଜର ଲକ୍ଷ ପୂରଣ କରିପାରିବ ବୋଲି ସେ କହିଛନ୍ତି I

୩.ଅନୁପମା ବିଶ୍ୱାଳ(ଶିକ୍ଷୟତ୍ରୀ ) : ଅନୂଆପମ ବିଶ୍ୱାଳ ,ଘର ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ I ବୃତ୍ତି ରେ ସେ ଜଣେ ଶିକ୍ଷୟତ୍ରୀ I ଅଜାକୁ ମାତ୍ର ୪ ବର୍ଷ ହେବ ସେ ଶିକ୍ଷୟତ୍ରୀ ସାଜିଛନ୍ତି I ନିଜ ଶାଶୁ ସ୍ୱର୍ଗତ ଶାନ୍ତି ବିଶ୍ୱାଳଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଶିକ୍ଷୟତ୍ରୀ ବୃତ୍ତିକୁ ଆପଣାଇଛନ୍ତି I ଗ୍ରାଜୁଏସନ ପାସ କରିଥିବା ଏହି ମହିଳା ଜଣକ ଶିକ୍ଷୟତ୍ରୀ ବୃତ୍ତିରେ ଅଧିକ ସଫଳତା ହାସଲ କରିବା ପାଇଁ ଏବେ ଅଧୟନ କରୁଛନ୍ତି I ୨୦୧୩ ମସିହାରେ ରାଜନୀତି ନିର୍ବାଚନରେ ଛିଡାହୋଇ ପରାଜୟ ହୋଇ ମଧ୍ୟ ନିରାଶ ହୋଇ ନଥିଲେ I ଏହା ପରେ ସେ ଶିକ୍ଷୟତ୍ରୀ ବୃତ୍ତିକୁ ବାଛି ନେଇଥିଲେ I ଜଣେ ଉଚ୍ଚ ଶିକ୍ଷିତ ମହିଳା ଘରର ଚାରି କାନ୍ଥ ଭିତରେ ନରହି ଆଗାମୀ ଭବିଷ୍ୟତଙ୍କୁ କିପରି ଉଚିତ ମାର୍ଗରେ ଗଢି ତୋଳି ହେବ ସେଥିପାଇଁ ସେ ଶିକ୍ଷୟତ୍ରୀ ବୃତ୍ତିକୁ ଆପଣାଇଥିଲେ I ବିଶ୍ୱ ମହିଳା ଦିବସରେ ସେ ଆହ୍ୱାନ କରିଛନ୍ତି ଯେ ଶିକ୍ଷିତ ମହିଳାମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ନରହି ସମାଜ ଗଢିବାରେ ଏକ ଅଙ୍ଗ ହେବା ଉଚିତ ବୋଲି ସେ କହିଛନ୍ତି I
୪.ସମ୍ବ୍ରିତା ମହାନ୍ତି  (ଓଡିଶୀ ନୃତ୍ୟଶିଳ୍ପୀ ) : ପିଲାବେଳେ ପାଠପଢା ସହ ଅନ୍ୟାନ୍ୟ କ୍ଷେତ୍ରରେ ରୁଚି ରଖିଥିବା ମହିଳା ହେଉଛନ୍ତି ସମ୍ବ୍ରିତା ମହାନ୍ତି I ତୁଳସୀ ଦୁଇ ପତ୍ରରୁ ବସିଲା ପରି ପିଲା ଦିନୁ ତାଙ୍କ ଭିତରେ କଳା ଲୁଚି ରହିଥିଲା , ତାହା ସ୍କୁଲ ଜୀବନରେ ତାଙ୍କ ଶିକ୍ଷକ ଜାଣି ପାରିଥିଲେ I ସମ୍ରିତାଙ୍କ ପିତାମାତାଙ୍କ ସହ କଥା ହୋଇ ତାଙ୍କୁ ଓଡିଶୀ ନୃତ୍ୟ ଶିଖିବା ପାଇଁ ପରାମର୍ଶ ଦେଇଥିଲେ I ଆଉ ସେହି ଦିନଠାରୁ ଓଡିଶୀ ନୃତ୍ୟ ପରିବେଷଣ କରିଆସୁଛନ୍ତି ସମ୍ରିତା I ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ସମ୍ବ୍ରିତା ଉଚ୍ଚ ଶିକ୍ଷିତା ମଧ୍ୟ I ୨୦୧୩ ମସିହାରେ ସେ ସାମ୍ବାଦିକତା ଦୁନିଆରେ ପାଦ ଦେଇଥିଲେ I ହେଲେ ବେଶୀ ଦିନ ସେ ଏ ବୃତ୍ତିରେ କାମ କରି ପାରିନଥିଲେ I ନିଜ ଭିତରେ ଥିବା କଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ସେ ଓଡିଶୀ ନୃତ୍ୟ କୁ ଅଧିକ ଫୋକସ କରିଥିଲେ I ଯାହା ତାଙ୍କୁ ଆଜି ଏକ ସଫଳ ଓଡିଶୀ ନୃତ୍ୟଶିଳ୍ପ କରି ପାରିଛି I ପରିବାର ଲୋକଙ୍କ ଭଲପାଇବା , ସ୍ୱାମୀଙ୍କ ସମର୍ଥନରେ ସେ ନିଜକୁ ଜଣେ ସଫଳ ନାରୀ ଭାବେ ଗଢି ତୋଳିଛନ୍ତି I ଜଣେ ଉପସ୍ଥାପକ ହେବା ପାଇଁ ଦିନେ ଆଶା ରଖିଥିଲେ ସେ I ହେଲେ ଓଡିଶୀ ନୃତ୍ୟରେ ଯେଉଁ ଶାନ୍ତି ମିଳେ ସେଥିପାଇଁ ସେ ଓଡିଶୀ ନୃତ୍ୟ ପ୍ରେମରେ ପଡି ଯାଇଥିଲେ I ମହିଳା ଦିବସରେ ସେ କହିଛନ୍ତିଯେ , ଇଛା ଶକ୍ତି ଓ ଦୃଢ ମନୋବଳ ଥିଲେ ଜଣେ ନାରୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ I

୫. ସ୍ଵାଗତିକା ସାମଲ (ସାମ୍ବାଦିକା) : ଯାଜପୁର ରଘୁନାଥପୁରର ଏହି ମହିଳା ଜଣକ ଏବେ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକା I ପିଲାବେଳୁ ଡାକ୍ତର ହେବା ପାଇଁ ଇଚ୍ଛା ପ୍ରକାଶ କରିଥିବା ସ୍ଵାଗତିକା ଯେ କେବେ ସାମ୍ବାଦିକା ହେବେ ତାହା ଭାବି ନଥିଲେ I ସମାଜ ପରିବର୍ତ୍ତନ ଓ ନାରୀ ଦ୍ୱାରା ସବୁ ସମ୍ଭବ ଏହାକୁ ପାଥେୟ କରି ସେ ସାମ୍ବାଦିକା ବୃତ୍ତିକୁ ଆପଣାଇଛନ୍ତି ବୋଲି ସେ କହିଛନ୍ତି I ବହୁ ବାଧାବିଘ୍ନ ସତ୍ଵେ ଭିନ୍ନ ଧରଣର ଲେଖା ଲେଖି ସମାଜକୁ ନୂତନ ବାର୍ତ୍ତା ଦେବା ପାଇଁ ଏହି ସାମ୍ବାଦିକ ଜଣକ ପ୍ରୟାସ କରିଛନ୍ତି I ସମ୍ବାଦ ଜଗତରେ ମହିଳାମାନେ ପୁରୁଷ ମାନଙ୍କଠାରୁ କିଛି କମ ନୁହନ୍ତି ବୋଲି ସେ ବିଶ୍ୱ ମହିଳା ଦିବସରେ କହିଛନ୍ତି I ମଧ୍ୟବିତ୍ତ ପରିବାରରୁ ଆସିଥିବା ସ୍ଵାଗତିକା ପରିବାର ର ବୋଝ ଭୁଲି ସବୁବେଳେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଂଚିବାକୁ ଚେଷ୍ଟା କରିଛନ୍ତି l ସେଥିପାଇଁ ଆଜିବି ସେ କଟକରୁ ଭୁବନେଶ୍ୱର ବସ କିମ୍ବା ଟ୍ରେନ ରେ ଆସି ନିଜ କର୍ମ କୁ ବଜାଇ ରଖିଛନ୍ତି l ଯାହା ଅନ୍ୟ ନାରୀ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ବାର୍ତ୍ତା l

କେବଳ ଏହି ୫ ଜଣ ମହିଳା ନୁହନ୍ତି, ସମାଜରେ ଏପରି ନାରୀ ଅଛନ୍ତି ଯେଉଁମାନେ ସଂଘର୍ଷ ରୁ ଜୀବନ ଆରମ୍ଭ କରି ସଫଳତାର ଶିର୍ଷରେ ପହଞ୍ଚିଛନ୍ତି ଓ ନିଜକୁ ସମାଜରେ ପ୍ରତିଷ୍ଠିତ ମଧ୍ୟ କରିପାରିଛନ୍ତି I ମହିଳା ଦିବସ ଅବସରରେ ଓଡିଶା ପରିବାର ତରଫରୁ ଅଭିନନ୍ଦନ ଏବଂ ଶୁଭକାମନା l

ନବୀନ ଗଢ଼ିଛନ୍ତି ନୂଆ ବିଜେଡି : ମଙ୍ଗୁଆଳ ସାଜିଲେ ୟଙ୍ଗ ବ୍ରିଗେଡର… :

 

ଭୁବନେଶ୍ୱର :ବିଜେଡି ଗଠନକୁ ବାଇଶି ପୁରି ତେଇଶ ଚାଲିଛି l ଦଳ ଏବେ ନୂଆ ଡାଞ୍ଚା ଓ ନୀତିକୁ ଆପଣେଇଛି l ପୁରୁଖା ନେତା ଦଳରେ ସାଜିଛନ୍ତି ମାର୍ଗଦର୍ଶକ ଓ ଯୁବନେତାଙ୍କ ହାତରେ ଦଳର ସଂଗଠନ ଓ ସରକାରର ଗୁରୁଦାୟିତ୍ୱ ରହିଛି l ପ୍ରଥମଥର ପାଇଁ ନବୀନ ଦଳରେ ଯୁବ ଗୋଷ୍ଟିଙ୍କୁ ଗୁରୁତ୍ୱ ପୂର୍ଣ୍ଣ ପଦ ପଦବୀ ଦେଇଛନ୍ତି l ବିଜେଡି କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଥମଥର ସଙ୍ଗଠନ ସମ୍ପାଦକ ଓ ସଂଗଠନ ସମ୍ପାଦକ ମୁଖ୍ୟ କାର୍ଯ୍ୟାଳୟ ପଦ ସୃଷ୍ଟିକରି ଦଳର ଦୁଇ ହେବୀ ୱେଟ ଯୁବ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି l ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ହାତରେ ନ୍ୟସ୍ତ କରିଥିବାବେଳେ, ସଂଗଠନ ସମ୍ପାଦକ ମୁଖ୍ୟକାର୍ଯ୍ୟଳୟ ଦାୟିତ୍ୱ ସଞ୍ଜୟ ଦାସବର୍ମା ଙ୍କୁ ନ୍ୟସ୍ତ କରିଛନ୍ତି l ସେହିପରି ଜିଲ୍ଲା ସଭାପତି ଦାୟିତ୍ୱ ରେ ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ମୁଦୁଲି, ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂ, ମହୀଧର ରଣା, ରାମଞ୍ଚ ବିଶ୍ୱାଳ ପରି ଯୁବ ନେତାଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି l ସେହିପରି ପଞ୍ଚମ ପାଳିରେ ନବୀନ ମନ୍ତ୍ରିମଣ୍ଡଳରେ ଯୁବ ଗୋଷ୍ଟିଙ୍କୁ ଗୁରୁତ୍ୱ ଦେଇଛନ୍ତି l ନିଜ ମନ୍ତ୍ରୀମଣ୍ଡଳର ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଗୁରୁଦାୟିତ୍ୱ ଯୁବ ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ନବୀନ l

ପ୍ରଥମ ଥର ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ଯୁବନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ଦାୟିତ୍ୱ ଦେଇଥିବା ବେଳେ  କୃଷି ମନ୍ତ୍ରୀ ର ଗୁରୁଦାୟିତ୍ୱ ଯୁବ ନେତା ଅରୁଣ ସାହୁ ଙ୍କ ଉପରେ ନ୍ୟସ୍ତ କରିଛନ୍ତି l ସେହିପରି ମନ୍ତ୍ରିମଣ୍ଡଳରେ ଯୁବନେତା ଜଗନ୍ନାଥ ସାରକା, ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀ, ପ୍ରତାପ ଜେନା, ସମୀର ଦାସ ପ୍ରମୁଖଙ୍କୁ ମନ୍ତ୍ରୀମଣ୍ଡଳ ରେ ସ୍ଥାନିତ କରିଛନ୍ତି ନବୀନ l ବିଧାନସଭା ପରିଚାଳନା ରେ ଯୁବକଙ୍କୁ ଗୁରୁତ୍ୱ ଦେଇଛନ୍ତି l ବିଧାୟକ ଟିକେଟ ବଣ୍ଟନ ପ୍ରକ୍ରିୟାରେ ମଧ୍ଯ ଗୁରୁତ୍ୱ ଦେଇଛନ୍ତି l ରାଜ୍ୟସଭା ଚୟନରେ ସସ୍ମିତ ପାତ୍ର ଓ ସୁଜିତ କୁମାରଙ୍କୁ ଚୟନ କରିଛନ୍ତି ନବୀନ l ମୋଟାମୋଟି ଭାବେ ଦେଖିଲେ ବିଜେଡି ସଂଗଠନ ଓ ବିଜେଡି ସରକାର ରେ ଯୁବଗୋଷ୍ଠିଙ୍କ ଦବଦବା ବଢ଼ିବାରେ ଲାଗିଛି l ରାଜନୀତି ରେ ସବୁବେଳେ ଭିନ୍ନ ଦୃଷ୍ଟି ଏବଂ ଭିନ୍ନ ଢ଼ଙ୍ଗରେ ଗୋଟି ଚାଳନା କରୁଥିବା କୋଡିଏ ବର୍ଷ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଟିଙ୍କ ଦ୍ୱାରା ବିଜେଡ଼ିକୁ ଧୀରେ ଧୀରେ ଏକ କେଡ଼ର ଭିତ୍ତିକ ଦଳରେ ପରିଣତ କଲେଣି l ଦଳର ସର୍ବମାନ୍ୟ ନେତା  ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ଯୁବ ବ୍ରିଗେଡିର ମାନଙ୍କୁ ଦାୟିତ୍ୱ ଦେଇ ଦଳ ଓ ସରକାର ଚଳାଉଛନ୍ତି l ଏହି ଯୁବ ନେତା ମାନେ ମଧ୍ଯ ନିଜ ଦାୟିତ୍ୱ କୁ ସଠିକ ଭାବରେ ତୁଲାଇ ନବୀନ ଙ୍କ ମନ ଜିଣିଛନ୍ତି l ଓଡିଶା ରାଜନୀତିରେ ନବୀନ ଙ୍କ ଏହି ୟୁଥ କାର୍ଡ ବିରୋଧୀଙ୍କୁ ଟେନସନ ଦେଇଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news