ବିଜେଡି ସଂଗଠନ ସମ୍ପାଦକ ହେବା ପରେ ନବୀନଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଲେ ପ୍ରଣବ

- Advertisement -

ଭୁବନେଶ୍ୱର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମାନ୍ୟବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ସଂପାଦକ ଦାୟିତ୍ବ ଦେଇଛନ୍ତି। ଯାହାକି ବିଜେଡି ଇତିହାସରେ ପ୍ରଥମ। କାରଣ ସାଂଗଠନି ସମ୍ପାଦକ ପଦବୀ ହେଉଛି ନବୀନଙ୍କ ପରେ ଦଳର ଦ୍ୱିତୀୟ କ୍ଷମତା ସମ୍ପନ୍ନ ପଦବୀ । ଯାହା କି ଏବେ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ।
ପ୍ରଣବଙ୍କ ଉପରେ ମୁଖ୍ୟମନ୍ତ୍ରୀ ତଥା ଦଳ ଭରଷା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁବାବୁଙ୍କ ନୀତି ଆଦର୍ଶକୁ ଲୋକଙ୍କ ପାଖରେ ପହଞ୍ଚାଇ ଦଳକୁ ମଜଭୁତ କରିବା ତାଙ୍କର ପ୍ରଥମ ଲକ୍ଷ ବୋଲି ଟୁଇଟ କରି ସେ କହିଛନ୍ତି। ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଲା ପରେ ସେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ବବିଙ୍କୁ ଏହି ଦାୟିତ୍ୱ ମିଳିଲା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି। ଏପରି କି ତାଙ୍କ ନିର୍ବାଚନ ମଣ୍ଡଳୀ ଯାଜପୁରରେ ତାଙ୍କ ସମର୍ଥକ ମାନେ ବିରଜା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles