ରୋଲ ମଡେଲ ଅନୁଭବ..

- Advertisement -

ଭୁବନେଶ୍ୱର : ଓଲିଉଡ୍‌ ଜଗତରେ ଏକ ନମ୍ବର ଷ୍ଟାର ହେବା ପରେ ରାଜନୈତିକ ଜୀବନରେ ବି ବେଶ୍‌ ସଫଳ ହୋଇ ପାରିଛନ୍ତି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି। କେବଳ ନିଜ ନିବାର୍ଚନମଣ୍ଡଳୀ ଭୋଟରଙ୍କୁ ନୁହେଁ, ନିବାର୍ଚନମଣ୍ଡଳୀ ବାହର ଲୋକଙ୍କୁ ବି ସେ ସେ୍ନହ ଦେଉଛନ୍ତି। ଗତ ମାଚ୍ର୍ଚ ପହିଲାରେ ପ୍ରିୟ ପ୍ରୀତମ ମହାନ୍ତି ନାମକ ଜଣେ ଯୁବ ସାମ୍ବାଦିକଙ୍କ ପତ୍ନୀ ସମ୍ବ୍ରିତା ମହାନ୍ତିଙ୍କ ଜନ୍ମଦିନ ଥିଲା। ସମ୍ବ୍ରିତା ହେଉଛନ୍ତି ଅନୁଭବଙ୍କ ଜବରଦସ୍ତ ଫ୍ୟାନ। ଅବଶ୍ୟ ଅନୁଭବ ଓ ପ୍ରିୟ ପ୍ରୀତମ ବି ପରସ୍ପରକୁ ଜାଣନ୍ତି। ସେ ଦିନ ଏକ ସାମାଜିକ କାଯ୍ର୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ବାହାରକୁ ଯାଇଥିଲେ ପ୍ରିୟ ପ୍ରୀତମ। ହେଲେ ମନରେ ଥାଏ ଯେ ପତ୍ନୀଙ୍କୁ ଜନ୍ମଦିନରେ କଣ ଉପହାର ଦେବେ! ହଠାତ୍‌ ତାଙ୍କ ମନକୁ ଅାସିଲା ଅନୁଭବଙ୍କ କଥା। ଅନୁଭବଙ୍କୁ ହ୍ୱାଟସ୍‌ ଅାପରେ ମେସେଜ କଲେ ପ୍ରିୟ ପ୍ରୀତମ। ଅନୁଭବ ଜାଣିବାକୁ ପାଇଲେ ଯେ ସମ୍ବ୍ରିତାଙ୍କ ଜନ୍ମଦିନ।
ରାତି ସରିବା ପୂର୍ବରୁ ଅନୁଭବଙ୍କ ଅଡିଓ ମେସେଜ ଅାସିଲା ଯେଉଁଥିରେ ସମ୍ବ୍ରିତାଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛାବାତ୍ତାର୍ ଥିଲା। ତୁରନ୍ତ ପ୍ରିୟ ପ୍ରୀତମ ତାଙ୍କ ପତ୍ନୀଙ୍କୁ ଏହି ଅଡିଓ ମେସେଜ ଫରଓ୍ୱାର୍ଡ କଲେ। ସମ୍ବ୍ରିତାଙ୍କ ପାଇଁ ଏହା କୌଣସି ସରପ୍ରାଇଜ୍‌ଠାରୁ କମ୍‌ ନଥିଲା। ଜୀବନର ଶେ୍ରଷ୍ଠ ଗିଫଟ ଦେଇଥିବାରୁ ସ୍ୱୀମୀଙ୍କୁ ଧନ୍ୟବାଦ ଜଣାଇଲେ ସମ୍ବ୍ରିତା। ପ୍ରିୟ ପ୍ରୀତମଙ୍କ କହିବା କଥା, ସବୁ ଶେ୍ରୟ ଅନୁଭବ ଭାଇଙ୍କ। ଏତେ ବ୍ୟସ୍ତ ଲାଇଫରୁ ସମୟ ବାହାର କରି ଜନ୍ମଦିନ ଓ୍ୱିସ୍‌ କରିବା ଅନୁଭବଙ୍କ ବିଶାଳ ହୃଦୟର ପରିଚୟ ଦେଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles