ନବୀନଙ୍କ ଆଦର୍ଶରେ କିଏ କରିବେ ରାଜନୀତି…..

  • ଭୁବନେଶ୍ୱର :ନବୀନ ପଟ୍ଟନାୟକ ଏବେ କେବଳ ଓଡ଼ିଶାରେ ନୁହେଁ ସାରାଦେଶରେ ଜଣେ ଚର୍ଚ୍ଚିତ ଓ ଲୋକପ୍ରିୟ ରାଜନେତା l ଦେଶର ରାଜନୀତି ରେ ଯେଉଁ ହାତଗଣତି କିଛି ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କ ଭିତରୁ ନବୀନ ଅନ୍ୟତମ l ଦୀର୍ଘ କୋଡିଏ ବର୍ଷ ଧରି ଲଗାତାର ଶାସନ ରେ ଥିବା ନବୀନ ଏବେ ବହୁ ଜଣଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି l କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ନବୀଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେଣି ନେତା, ଜନତା ଓ  ସାମ୍ବାଦିକ l ଦେଶର ସବୁଠାରୁ ଚର୍ଚ୍ଚିତ ସାମ୍ବାଦିକ ରାଜଦୀପ ସରଦେଶାଇ କହିଛନ୍ତି ଯେ, ସେ ଯଦି ରାଜନୀତି କୁ ଆସିବେ ତେବେ ନବୀନ ଙ୍କ ନୀତି ଆଦର୍ଶକୁ ନେଇ ଆସିବେ l ଇଂରାଜୀ କହିବା, ବଂଶଗତ ରାଜନୀତି ଖୁବ କମ ଲୋକଙ୍କ ସହ ମିଶିବା ଆଦି ଗୁଣ ଥିଲେ ମଧ୍ଯ ଜଣେ ରାଜନୀତି ରେ ସଫଳ ହେଇପାରିବ ତାହା ନବୀନ କରି ଦେଖାଇଛନ୍ତି l ନିଜ ବାପାଙ୍କ ପାଇଁ ନୁହେଁ ସେ  ନିଜେ ଏବେ ନିଜର ପରିଚୟ ସାଜିଛନ୍ତି l ଜନସାଧାରଣ ପାଇଁ ଲୋକାଭିମୁଖୀ ଯୋଜନା କରି ରାଜନୀତି ର ହିରୋ ସାଜିଛନ୍ତି ନବୀନ ପଟ୍ଟନାୟକ l ଯାହାଙ୍କ ଯାଦୁ ଆଗରେ ଆଉ କାହାର ଯାଦୁ ଚାଲେ ନାହିଁ l ତେଣୁ ଏପରି ଜଣେ ରାଜନେତାଙ୍କ ନୀତି ଆଦର୍ଶ କୁ ନେଇ ଦେଶର ସବୁଠାରୁ ଚର୍ଚ୍ଚିତ ଓ ବରିଷ୍ଠ ସାମ୍ବାଦିକ ରାଜଦୀପ ରାଜନୈତିକ ମୈଦାନ କୁ ଓଲ୍ଲହାଇ ବାକୁ ମନ ବଳାଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles