ମନ୍ତ୍ରୀ ଅରୁଣ କହିଲେ ଚିକେନ ଖାଅ..

- Advertisement -

ଭୁବନେଶ୍ୱର : ଭୟ ନୁହେଁ, ସଚେତନ ରହିଲେ କରୋନାକୁ ମୁକାବିଲା କରିହେବ । କରୋନା ଭୟ ଏବେ ସଭିଁଙ୍କୁ ଘାରିଛି । ଯାହା ସିଧାସଳଖ ଅାମ ଜୀବନଶୈଳୀରେ ପ୍ରଭାବ ପକାଇଛି । କରୋନାକୁ ନେଇ ସୋସିୖଅାଲ ମିଡ଼ିଅାରେ ନାଁ ଭୟ ସୃଷ୍ଟି କରାଯାଉଛି । ଯେଉଁମାନେ ଭୟ ସୃଷ୍ଟଔି କରୁଚନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଯାଏ ଓଡ଼ିଶାରେ କୌଣସି ବ୍ୟକ୍ତି ଠାରେ କରୋନା ଚିହ୍ନଟ ହୋଇନଥବା ବେଳେ ଏହାକୁ ନେଇ ଅଯଥାରେ ଭୟବିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କରୋନା ପ୍ରଭାବ ଅାମିଶ ବଜାରକୁ ପୁରା ଦୋହଲାଇଦେଇଛି । କରୋନା ଭୟରେ ଲୋକମାନେ କୁକୁଡ଼ା ମାଂସ, ଅଣ୍ଡା,ମାଛ ଖାଇବା ଛାଡ଼ି ଦେଲେଣୀ । ଯାହାର ପ୍ରଭାବରେ ବହୁ କୁକୁଡ଼ା ଓ ମାଛ ଚାଷୀ ତଳିତଳାନ୍ତ ହୋଇଗଲେଣୀ । କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରଣାଳୟ କହିଛନ୍ତି । କୁକୁଡ଼ା,ଅଣ୍ଡା, ମାଛ ଖାଇଲେ କରୋନା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଗୁଜବକୁ ବିଶ୍ୱାସ ନକରି ଯେମିତି କୁକୁଡ଼ା ଅଣ୍ଡା ଖାଉଛନ୍ତି ସେପରି ଖାଅାନ୍ତୁ । କାରଣ କୁକୁଡ଼ା , ଅଣ୍ଡା,ମାଛ ନଖାଇଲେ ପେ୍ରାଟିନ କମିଯିବ ।

ତେବେ ମୋବାଇଲରେ କିଛି ଦୃବୃତ୍ତ କୁକୁଡ଼ା ଖାଇଲେ କରୋନା ହେବ ଏପରି ଗୁଜବ ଖବର ପ୍ରସାରଣ କରିଛନ୍ତି । କିଛି ବ୍ୟବସାୟୀ କହୁଛନ୍ତି ଯେ ଅନେକ ସମୟରେ କେତେକ ବିଶେଷଜ୍ଞମାନେ କୁକୁଡ଼ା ମାଂସକୁ ଅଧକ ସିଝାଇ ଖାଅାନ୍ତୁ ବୋଲି କହିବା ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଇଛି । ତେବେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଲୋକମାନଙ୍କୁ ସଚେତନ କରି କହିଛନ୍ତି ଯେ କୁକୁଡ଼ା ,ଅଣ୍ଡା, ମାଛ ଖାଇଲେ କୌଣସି ଅସୁବିଧା ହେବ ନାହିଁ । ତେଣୁ ସାଧାରଣ ଲୋକମାନେ ଅାଗକୁ ଯେପର କୁକୁଡ଼ା,ଅଣ୍ଡା, ମାଛ ଖାଉଥଲେ ଏବେ ସେପରି ଖାଇଲେ କିଛି ଅସୁବିଧା ନାହିଁ । ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ସୁରକ୍ଷତି , ସ୍ୱଚ୍ଛ ଓ ସଚେତନ ରୁହନ୍ତୁ ।

ସେହିପରି ରାଜ୍ୟ ମନ୍ତ୍ରୀ ଅରୁଣ ସାହୁ ଚକେନ ଖାଇବାକୁ ଅନୁରୋଧ କରିଛନ୍ତି l ଗୁଜବକୁ ବିଶ୍ୱାସ ନକରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l  କୁକୁଡ଼ା, ଅଣ୍ଡା ଖାଇଲେ କରୋନା ହୁଏନାହିଁ ବୋଲି ସେ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles