ଏମାନେ ବି ସଫଳ ….

- Advertisement -

ଭୁବନେଶ୍ୱର : ନାରୀର ପ୍ରଗତି ଦେଶର ଉନ୍ମତି I ସେ କେତେବେଳେ ଧରଣୀ ରୁପି ମା’ ତ କେତେବେଳେ ନାରାୟଣୀ I ତାଭିତରେ ରହିଛି ସହନ ଶୀଳତା ,ସାହାସିକତା , ଆତ୍ମନିର୍ଭରଶୀଳତା I ସେ ସୃଷ୍ଟି ,ସେ ପୁଣି ସଂହାରକର୍ତ୍ତା  I କେତେବେଳେ କାହା ପାଇଁ ଦେବୀ ତ କେତେବେଳେ କାହାର ମା’ ଓ କାହାର ଭଉଣୀ I ନାରୀ ଆଉ ଆଜି ଦୁର୍ବଳ ନାହିଁ ସେ ସବଳ I ସମାଜ ପାଇଁ ପ୍ରେରଣା ଦାୟକ I ବିଶ୍ୱ ମହିଳା ଦିବସ ଅବସରରେ ୫ ଜଣ ସ୍ୱୟଂ ସିଦ୍ଧା ମହିଳାଙ୍କ ଉପରେ ଏହି ରିପୋର୍ଟ I ନା ଏମାନେ ଚର୍ଚ୍ଚିତ ବ୍ୟକ୍ତି ନା କେବେ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରିଛନ୍ତି I ନିଜ କର୍ମକୁ ଆଦରି ଆଜି ଏମାନେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି I
୧. ଶୁଭଦର୍ଶିନୀ ମିଶ୍ର (ସୋଆ ଲୋକସମ୍ପର୍କ ଅଧିକାରୀ) : ଓଡ଼ିଶାରେ ଯେଉଁ କେତେ ଜଣ କ୍ରାଇମ ରିପୋର୍ଟର ଅଛନ୍ତି ସେମାନଙ୍କ ଭିତରୁ ଶୁଭଦର୍ଶିନୀ ମିଶ୍ର ଜଣେ ଚର୍ଚ୍ଚିତ ସାମ୍ବାଦିକା I ୨୦୦୦ ମସିହାରୁ ୨୦୧୮ ଯାଏଁ ଦୀର୍ଘ ୧୮ ବର୍ଷ ଧରି ସାମ୍ବାଦିକତା ବୃତ୍ତିରେ ନିଜକୁ ନିୟୋଜିତ କରିଥିଲେ I ଜଣେ ମହିଳା ହୋଇ ମଧ୍ୟ ସେ ଆରମ୍ଭରୁ ଅପରାଧ ସମ୍ପର୍କିତ ଖବର ପ୍ରକଶ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ I ଅପରାଧ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯେତେବେଳେ ପୁରୁଷ ସାମ୍ବାଦିକମାନେ ସହଜରେ ସାହସ ଜୁଟାନ୍ତି ନାହିଁ ସେତେବେଳେ ଶୁଭଦର୍ଶିନୀ ଏହି କ୍ଷେତ୍ରରେ ସୁନାମ ଅର୍ଜନ କରିବା ପାଇଁ ଆଗଭର ହୁଅନ୍ତି I ବିଜେବି କଲେଜରେ ପାଠ ପଢୁଥିଵା ସମୟରେ ବରିଷ୍ଠ ସାମ୍ବାଦିକ ନଳିନୀ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସାମ୍ବାଦିକତା ବୃତ୍ତି କୁ ଆସିଥିଲେ I ପ୍ରଥମେ ଏକ ୱେବରେ ୨୦୦୪ ରୁ ୨୦୦୮ ଯାଏଁ ଇଟିଭି  ର କ୍ରାଇମ ଫାଇଲ , ୨୦୦୮- ୨୦୧୫ ନକ୍ଷେତ୍ର ନ୍ୟୁଜରେ ରିପୋର୍ଟରଙ୍କ ମୁଖ୍ୟ ଉପସ୍ଥାପକ ଦାୟିତ୍ୱ ତୁଲାଇଛନ୍ତି I ଏହାପରେ ୨୦୧୫ ରେ ଫୋକସ ଓଡିଶା ପରେ ପରେ ନ୍ୟୁଜ ୱାର୍ଲଡରେ ୨୦୧୮ ପର୍ଯ୍ୟନ୍ତ ଅପରାଧ ଠାରୁ ଆରମ୍ଭ କରି ରାଜନୀତି ପରି ବିଭିନ୍ନ ବିଭାଗରେ ସାମ୍ବାଦିକତା କରିଛନ୍ତି I ଏବେ ସେ ସୋଆ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଅଛନ୍ତି I ତାଙ୍କ ମତରେ ମହିଳାମାନେ କେବେ ଦୁର୍ବଳ ନୁହନ୍ତି I ମହିଳା ସବୁବେଳେ ସବଳ ଓ ସ୍ୱାଭିମାନୀ I ସବୁବେଳେ ମହିଳାମାନେ ସାମ୍ମନାର ସହ ବଞ୍ଚିବାକୁ ଚାହାନ୍ତି I ଆଜି ସେ ଯେଉଁଠି ପହଞ୍ଚିଛନ୍ତି ତାଙ୍କ ପରିବାରର ସହଯୋଗ ,ସାଙ୍ଗ ସାଥୀଙ୍କ ଭଲପାଇବା କୁ ସେ ଶ୍ରେୟ ଦେଇଛନ୍ତି I
୨. ଭିନା ପଣ୍ଡା (ଡାକ୍ତର ସିନିଅର ଗାଇନୋଲୋଜିଷ୍ଟ) : ଏହି ମହିଳା ଜଣକ ଅଜାକୁ ୩୦ ବର୍ଷ ଧରି ଡାକ୍ତରୀ ସେବାରେ ନିୟୋଜିତ I ରୋଗୀ ସେବାକୁ ମାଧବ ସେବା ଭାବି ସେ କାମ କରୁଛନ୍ତି I ରାୟପୁରରେ ସ୍କୁଲ ଓ ଇଂଲଣ୍ଡରେ ପାଠ ପଢି ସେ ଏବେ ଡାକ୍ତରୀ ବୃତ୍ତି ରେ ରହିଛନ୍ତି I ମହିଳା ମାନଙ୍କ ପାଇଁ ସେ ଏକ ଉଦାହରଣ ସାଜିଛନ୍ତି I ବିଶ୍ୱ ମହିଳା ଦିବସ ଅବସର ରେ ତାଙ୍କ ମତ ହେଉଛି ନାରୀ କୌଣସି ଗୁଣରେ କମ ନୁହେଁ , ଯଦି ସେ ଡାକ୍ତର ନହୋଇଥାନ୍ତେ ତେବେ ଘରୋଣୀ ହୋଇଥାନ୍ତେ ବୋଲି କହିଛନ୍ତି I ନିଷ୍ଠା ଓ ଆଗ୍ରହ ରହିଲେ ପ୍ରତେକ ମହିଳା ନିଜର ଲକ୍ଷ ପୂରଣ କରିପାରିବ ବୋଲି ସେ କହିଛନ୍ତି I

୩.ଅନୁପମା ବିଶ୍ୱାଳ(ଶିକ୍ଷୟତ୍ରୀ ) : ଅନୂଆପମ ବିଶ୍ୱାଳ ,ଘର ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ I ବୃତ୍ତି ରେ ସେ ଜଣେ ଶିକ୍ଷୟତ୍ରୀ I ଅଜାକୁ ମାତ୍ର ୪ ବର୍ଷ ହେବ ସେ ଶିକ୍ଷୟତ୍ରୀ ସାଜିଛନ୍ତି I ନିଜ ଶାଶୁ ସ୍ୱର୍ଗତ ଶାନ୍ତି ବିଶ୍ୱାଳଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଶିକ୍ଷୟତ୍ରୀ ବୃତ୍ତିକୁ ଆପଣାଇଛନ୍ତି I ଗ୍ରାଜୁଏସନ ପାସ କରିଥିବା ଏହି ମହିଳା ଜଣକ ଶିକ୍ଷୟତ୍ରୀ ବୃତ୍ତିରେ ଅଧିକ ସଫଳତା ହାସଲ କରିବା ପାଇଁ ଏବେ ଅଧୟନ କରୁଛନ୍ତି I ୨୦୧୩ ମସିହାରେ ରାଜନୀତି ନିର୍ବାଚନରେ ଛିଡାହୋଇ ପରାଜୟ ହୋଇ ମଧ୍ୟ ନିରାଶ ହୋଇ ନଥିଲେ I ଏହା ପରେ ସେ ଶିକ୍ଷୟତ୍ରୀ ବୃତ୍ତିକୁ ବାଛି ନେଇଥିଲେ I ଜଣେ ଉଚ୍ଚ ଶିକ୍ଷିତ ମହିଳା ଘରର ଚାରି କାନ୍ଥ ଭିତରେ ନରହି ଆଗାମୀ ଭବିଷ୍ୟତଙ୍କୁ କିପରି ଉଚିତ ମାର୍ଗରେ ଗଢି ତୋଳି ହେବ ସେଥିପାଇଁ ସେ ଶିକ୍ଷୟତ୍ରୀ ବୃତ୍ତିକୁ ଆପଣାଇଥିଲେ I ବିଶ୍ୱ ମହିଳା ଦିବସରେ ସେ ଆହ୍ୱାନ କରିଛନ୍ତି ଯେ ଶିକ୍ଷିତ ମହିଳାମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ନରହି ସମାଜ ଗଢିବାରେ ଏକ ଅଙ୍ଗ ହେବା ଉଚିତ ବୋଲି ସେ କହିଛନ୍ତି I
୪.ସମ୍ବ୍ରିତା ମହାନ୍ତି  (ଓଡିଶୀ ନୃତ୍ୟଶିଳ୍ପୀ ) : ପିଲାବେଳେ ପାଠପଢା ସହ ଅନ୍ୟାନ୍ୟ କ୍ଷେତ୍ରରେ ରୁଚି ରଖିଥିବା ମହିଳା ହେଉଛନ୍ତି ସମ୍ବ୍ରିତା ମହାନ୍ତି I ତୁଳସୀ ଦୁଇ ପତ୍ରରୁ ବସିଲା ପରି ପିଲା ଦିନୁ ତାଙ୍କ ଭିତରେ କଳା ଲୁଚି ରହିଥିଲା , ତାହା ସ୍କୁଲ ଜୀବନରେ ତାଙ୍କ ଶିକ୍ଷକ ଜାଣି ପାରିଥିଲେ I ସମ୍ରିତାଙ୍କ ପିତାମାତାଙ୍କ ସହ କଥା ହୋଇ ତାଙ୍କୁ ଓଡିଶୀ ନୃତ୍ୟ ଶିଖିବା ପାଇଁ ପରାମର୍ଶ ଦେଇଥିଲେ I ଆଉ ସେହି ଦିନଠାରୁ ଓଡିଶୀ ନୃତ୍ୟ ପରିବେଷଣ କରିଆସୁଛନ୍ତି ସମ୍ରିତା I ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ସମ୍ବ୍ରିତା ଉଚ୍ଚ ଶିକ୍ଷିତା ମଧ୍ୟ I ୨୦୧୩ ମସିହାରେ ସେ ସାମ୍ବାଦିକତା ଦୁନିଆରେ ପାଦ ଦେଇଥିଲେ I ହେଲେ ବେଶୀ ଦିନ ସେ ଏ ବୃତ୍ତିରେ କାମ କରି ପାରିନଥିଲେ I ନିଜ ଭିତରେ ଥିବା କଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ସେ ଓଡିଶୀ ନୃତ୍ୟ କୁ ଅଧିକ ଫୋକସ କରିଥିଲେ I ଯାହା ତାଙ୍କୁ ଆଜି ଏକ ସଫଳ ଓଡିଶୀ ନୃତ୍ୟଶିଳ୍ପ କରି ପାରିଛି I ପରିବାର ଲୋକଙ୍କ ଭଲପାଇବା , ସ୍ୱାମୀଙ୍କ ସମର୍ଥନରେ ସେ ନିଜକୁ ଜଣେ ସଫଳ ନାରୀ ଭାବେ ଗଢି ତୋଳିଛନ୍ତି I ଜଣେ ଉପସ୍ଥାପକ ହେବା ପାଇଁ ଦିନେ ଆଶା ରଖିଥିଲେ ସେ I ହେଲେ ଓଡିଶୀ ନୃତ୍ୟରେ ଯେଉଁ ଶାନ୍ତି ମିଳେ ସେଥିପାଇଁ ସେ ଓଡିଶୀ ନୃତ୍ୟ ପ୍ରେମରେ ପଡି ଯାଇଥିଲେ I ମହିଳା ଦିବସରେ ସେ କହିଛନ୍ତିଯେ , ଇଛା ଶକ୍ତି ଓ ଦୃଢ ମନୋବଳ ଥିଲେ ଜଣେ ନାରୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ I

୫. ସ୍ଵାଗତିକା ସାମଲ (ସାମ୍ବାଦିକା) : ଯାଜପୁର ରଘୁନାଥପୁରର ଏହି ମହିଳା ଜଣକ ଏବେ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକା I ପିଲାବେଳୁ ଡାକ୍ତର ହେବା ପାଇଁ ଇଚ୍ଛା ପ୍ରକାଶ କରିଥିବା ସ୍ଵାଗତିକା ଯେ କେବେ ସାମ୍ବାଦିକା ହେବେ ତାହା ଭାବି ନଥିଲେ I ସମାଜ ପରିବର୍ତ୍ତନ ଓ ନାରୀ ଦ୍ୱାରା ସବୁ ସମ୍ଭବ ଏହାକୁ ପାଥେୟ କରି ସେ ସାମ୍ବାଦିକା ବୃତ୍ତିକୁ ଆପଣାଇଛନ୍ତି ବୋଲି ସେ କହିଛନ୍ତି I ବହୁ ବାଧାବିଘ୍ନ ସତ୍ଵେ ଭିନ୍ନ ଧରଣର ଲେଖା ଲେଖି ସମାଜକୁ ନୂତନ ବାର୍ତ୍ତା ଦେବା ପାଇଁ ଏହି ସାମ୍ବାଦିକ ଜଣକ ପ୍ରୟାସ କରିଛନ୍ତି I ସମ୍ବାଦ ଜଗତରେ ମହିଳାମାନେ ପୁରୁଷ ମାନଙ୍କଠାରୁ କିଛି କମ ନୁହନ୍ତି ବୋଲି ସେ ବିଶ୍ୱ ମହିଳା ଦିବସରେ କହିଛନ୍ତି I ମଧ୍ୟବିତ୍ତ ପରିବାରରୁ ଆସିଥିବା ସ୍ଵାଗତିକା ପରିବାର ର ବୋଝ ଭୁଲି ସବୁବେଳେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଂଚିବାକୁ ଚେଷ୍ଟା କରିଛନ୍ତି l ସେଥିପାଇଁ ଆଜିବି ସେ କଟକରୁ ଭୁବନେଶ୍ୱର ବସ କିମ୍ବା ଟ୍ରେନ ରେ ଆସି ନିଜ କର୍ମ କୁ ବଜାଇ ରଖିଛନ୍ତି l ଯାହା ଅନ୍ୟ ନାରୀ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ବାର୍ତ୍ତା l

କେବଳ ଏହି ୫ ଜଣ ମହିଳା ନୁହନ୍ତି, ସମାଜରେ ଏପରି ନାରୀ ଅଛନ୍ତି ଯେଉଁମାନେ ସଂଘର୍ଷ ରୁ ଜୀବନ ଆରମ୍ଭ କରି ସଫଳତାର ଶିର୍ଷରେ ପହଞ୍ଚିଛନ୍ତି ଓ ନିଜକୁ ସମାଜରେ ପ୍ରତିଷ୍ଠିତ ମଧ୍ୟ କରିପାରିଛନ୍ତି I ମହିଳା ଦିବସ ଅବସରରେ ଓଡିଶା ପରିବାର ତରଫରୁ ଅଭିନନ୍ଦନ ଏବଂ ଶୁଭକାମନା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles