ବିଜେଡି ରାଜନୀତି : ଭଣଜା ପାଇଁ ମାମୁଁ..

- Advertisement -

ଭୁବନେଶ୍ୱର :ଭୁବନେଶ୍ୱର : ପ୍ରଦୀପ ମହାରଥୀ ପିପିଲି ଟାଇଗର l ପୂର୍ବତନ ମନ୍ତ୍ରୀ ସାତ ଥର ବିଧାୟକ l କହିବାକୁ ଗଲେ ରାଜନୀତି ର ଜଣେ ପୋଖତ ଖିଲାଡି l ଯେତେବେଳେ ସେ ମୁହଁ ଖୋଲନ୍ତି କହିବାରେ ତାଙ୍କର କୌଣସି ବାଡବତା ନଥାଏ l କାରଣ କହୁ କହୁ ସେ କହିବାର ସୀମାରେଖା ପାର କରିଦିଅନ୍ତି l ମୁହଁରେ ବାଡବତା ରଖୁନଥିବା ମହାରଥୀ ଏବେ ଦଳୀୟ ଶୃଙ୍ଖଳା ଓ ଦାୟିତ୍ୱବୋଧ ମୁହଁରେ ଜପୁଛନ୍ତି l ବିଧାନସଭା ହୋଉ କି ବିଧାନସଭା ବାହାରେ ଯାତ୍ରା ଡାଇଲଗ ପରି ବୟାନ ବାଜି କରନ୍ତି l ଯାହା ବୋହୁ ସମୟରେ ବିଜେଡି ଦଳକୁ ଅଡୁଆରେ ପକାଏ ଓ ବିରୋଧୀ ବେଶ ତାରି ଫାଇଦା ନିଅନ୍ତି l ମାର୍ଚ୍ଚ 5 ତାରିଖ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ସଂଗଠନ ସମ୍ପାଦକ ଦାୟିତ୍ୱ ଦେଲାପରେ  ବିଜେଡି ଦଳ ଓ ରାଜ୍ୟ ତାକୁ ଗ୍ରହଣ କରିଛି l ପ୍ରଣବ ଙ୍କ ସାଙ୍ଗଠନିକ ଦକ୍ଷତା ଓ ସଭିଙ୍କୁ ସାଥିରେ ନେଇ ଚାଲିବା ଗୁଣ ପାଇଁ ସେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଶ୍ୱସ୍ତ ଭାବେ ବିବେଚିତ ହୋଇଛନ୍ତି l ଆଉ ଏଇ ବିଶ୍ୱାସ ନେତାଙ୍କ ମନରେ ଆତ୍ମବିସ୍ୱାସ ସୃଷ୍ଟି କରିଛି ତାହା ଆଜି ବିଧାନସଭା ରେ ପିପିଲି ବିଧାୟକ ବିବୃତି ରୁ ସ୍ପଷ୍ଟ ହେଇଛି l ପ୍ରଦୀପ ମହାରଥୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକ ଯୋଗୁଁ ସେ ଶୃଙ୍ଖଳିତ ଭାବରେ ଗୃହରେ ତାଙ୍କର ବିବୃତି ରଖୁଛନ୍ତି l ଏକଥା ପୁଣି ସେ ବିଜେପି ବିଷ୍ଣୁ ସେଠୀଙ୍କୁ ବୁଝାଇଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles