ଭୁବନେଶ୍ୱର : ମହାନତା ଦେଖାଇଲେ ପୋଲିସ ମୁଖ୍ୟ
ଲୋକସେବା ଭବନରେ କାର୍ଯ୍ୟରତ ଜଣେ ଗଣମାଧ୍ୟମ ପ୍ରତିନିଧି, କଳିଙ୍ଗ ଟିଭିର ଭିଡ଼ିଓ ଜରନାଲିଷ୍ଟ ପପୁ ସୂଟିଂ କରୁଥିବା ସମୟରେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ସାମ୍ନାରେ ଥିବା ପୋଲିସ ଡିଜି ଅଭୟ ତୁରନ୍ତ ତାକୁ ଉଥିବାରେ ସାହାଯ୍ୟ କରିଥିଲେ। ତାଙ୍କର ଏହି ମହାନତା ପାଇଁ ଲୋକସେବା ଭବନରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶଂସା କରିଛନ୍ତି l
ମହାନତା ଦେଖାଇଲେ ଡ଼ିଜି….
ଥଣ୍ଡା, କାଶ, ଛିଙ୍କ ହେଲେ ସରକାରୀ କର୍ମଚାରୀ ନେଇପାରିବେ 14ଦିନ ଛୁଟି.
ଭୁବନେଶ୍ୱର : ରାଜ୍ୟ ସରକାର ପୁଣି ନେଲେ ବଡ ସତର୍କ ପଦକ୍ଷେପ l କରୋନା ପାଇଁ ଏପରି ପଦକ୍ଷେପ ନେଇଛନ୍ତି l ଲୋକସେବା ଭବନକୁ ସାଧାରଣ ଲୋକଙ୍କୁ ମନା।ଏହାସହ Visitor pass ଇସ୍ୟୁ ନକରିବା ପାଇଁ କୁହାଯାଇଛି।ଲୋକସେବା ଭବନର କର୍ମଚାରୀ ଙ୍କ ପାଇଁ କରୋନା କଟକଣା କରାଯାଇଛି । ଯେଉଁ ଅଧିକାରୀ ମାନ ଜର,ଥଣ୍ଡା,କାଶ ହେଲେ ମିଳିବ 14 ଦିନ ଛୁଟି ଦିଆଯିବ । ସେମାନେ ହୋମ୍ ଆଇସୋଲେସନ ରେ ରହିବା କୁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ସୂଚନା ସାଧା ରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା।
ଜାଗା ଟଙ୍କା ଫେରିବା ପରେ କେଉଁ ଦଳ କଣ କହିଲା?.
- ଭୁବନେଶ୍ୱର : ଜାଗା ଟଙ୍କା ଫେରିବା ପରେ ରାଜ୍ୟର 3 ପ୍ରମୁଖ ଦଳ ମତ ଦେଇଛନ୍ତି l ଜଗନ୍ନାଥଙ୍କ ଟଙ୍କା ଫେରିବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ : ସବୁ ଟଙ୍କା ଫେରିବା ଦରକାର । ଚାପ ଆଗରେ ସରକାର ମୁଣ୍ଡ ନୁଆଇଲେ । ।ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।କାହିଁକି private bank ରେ ଥିଲା ।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ : ଜଗନ୍ନାଥଙ୍କ ସବୁ ଟଙ୍କା ଫେରିବା । ବରୋଧୀ ସରକାରଙ୍କ କୌଣସି ଭଲ କାମକୁ ଗ୍ରହଣ କରନ୍ତିନି ।ଖାଲି ସରକାରଙ୍କୁ ଦୋଷ ଦିଅନ୍ତି । ଗୃହ କମିଟି ଏବେ କଣ କରିବ ସେନେଇ ବାଚସ୍ପତି ନିସ୍ପତି ନେବେ । କରନା ପାଇଁ କମିଟି ବୈଠକ ସ୍ଥଗିତ ଅଛି । ବିଜେପି ଓଲଟା କଥା କହୁଛି ।ତାଙ୍କର ନିଜ ଭିତରେ ପଡୁନି l
ପୃଥ୍ୱୀରାଜ ହରିଚନ୍ଦନ : କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ବିଭିନ୍ନ ବ୍ୟାଙ୍କ Yes ବ୍ୟାଙ୍କକୁ ସକ୍ଷମ କରିବାରେ ଲାଗି ପଡ଼ିଲେ। ଆମ ପ୍ରଶ୍ନ ଏବେ ବି ରହିବ ଯେ-
ସରକାରୀ ନିର୍ଦେଶନାମାରେ ବାରଣ ଥିବା ସତ୍ତ୍ୱେ କାହିଁକି yes ବ୍ୟାଙ୍କରେ ଟଙ୍କା ରଖାଗଲା।
କିଏ ରଖିଲା, କିଏ ରାଷ୍ଟ୍ରାୟତ ବ୍ୟାଙ୍କରୁ ଟଙ୍କା ଉଠାଇ yes ବ୍ୟାଙ୍କରେ ରଖିଲା। କେଉଁ ଅଧିକାରୀ ସମ୍ପୃକ୍ତ, ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବା ସରକାର।
ନବୀନଙ୍କ ପଦକ୍ଷେପକୁ ଅନୁକରଣ କର : ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ସୋସିଆଲ ମେଡିଆରେ ଟ୍ୱଇଟ କରି ପ୍ରଧାନମନ୍ତ୍ରୀ ଉପରେ ପ୍ରସଂଶା କରିଛନ୍ତି l କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେ ପ୍ରସଂଶା କରିଛନ୍ତି l କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି l ସଂଧ୍ୟା ଏହି ପ୍ରସଂଶା ରାଜ୍ୟ ସରକାରକୁ କାମ କରିବା ପାଇଁ ଆହୁରି ଉତ୍ସାହିତ କରିବ l
ସଚେତନତାର ବାର୍ତ୍ତା ବାଣ୍ଟିଲେ ପ୍ରଣବ…
ଯାଜପୁର : ସଚେତନ ଓ ସତର୍କ ରହିଲେ କରୋନା ପାଖ ମାଡ଼ିବନି । ଏଥିଲାଗି ଆମ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅପିଲ କରୁଛନ୍ତି ତାହାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବା ଦରକାର । ତାହାଲେ ଆମ ଘର କି ଗାଁର ପାଖ ମାଡ଼ିବନି କରୋନା । ତେଣୁ ସମସ୍ତେ ଏକାଠି ହୋଇ କରୋନାକୁ ମୁକାବିଲା କରିବା । ମୁଁ ଆପଣମାନଙ୍କ ସାଙ୍ଗରେ ଅଛି । ଯାଜପୁର ବିଧାନସଭାର ଯାଜପୁର ଓ ମଙ୍ଗଳପୁର ବ୍ଲକରେ ଏପରି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ପ୍ରଣବଙ୍କ ଏହିବାଣୀଙ୍କୁ ଏବେ ଅଭୟବାଣୀ ଭାବେ ମାନିନେଇଛନ୍ତି ଯାଜପୁରବାସୀ । ବିଶେଷକରି ଯୁବଗୋଷ୍ଠୀ ରୁ ଆରମ୍ଭ କରି ମହିଳାମାନେ ଗାଁ ଗାଁରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଘରେ ଘରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ମେଡ଼ିକାଲ,ଛକ, ସର୍ବଧାରଣ ସ୍ଥାନରେ ପରିଷ୍କାର ଓ ପରିଚ୍ଛନ କରିବା ସହ ଲୋକଙ୍କ ସାନିଟାଇଜର ଓ ସାବୁନ ହାତ ଧୋଇବା ପାଇଁ ସଚେତନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଧାୟକ ନିଜେ ପରିଚାଳନା କରିବା ସହ ବିଭିନ୍ନ ପଂଚାୟତଲାଗି ବିଭିନ୍ନ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି ।
କେବଳ ସେତିକି ନୁହେଁ, ଜିଲ୍ଲା ପ୍ରଶାସନ ସହ ଘନଘନ ବୈଠକ କରି ରାଜ୍ୟ ସରକାର ଯେଉଁ ନିର୍ଦେଶନାମା ଜାରୀ କରିଛନ୍ତି ତାହା ଉପରେ ବିଧାୟକ ଫୋକସ କରିଛନ୍ତି ।
ଏହାସହ କରୋନା ନେଇ ଲୋକଙ୍କ ମନରେ ଯେପରି ଭୟ ସୃଷ୍ଟି ନହେବ ତାହା ଉପରେ ଗୁରୁତ୍ୱ ଦେବାକୁ ବିଧାୟକ ନିର୍ଦ୍ଧେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ , ପୌର ପରିଷଦର ଅଧିକାରୀ, ବ୍ଲକ, ପଂଚାୟତ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି ସଚେତନ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରାଜ୍ୟ ସରକାର ଯେଉଁ ଆବଶ୍ୟକ ସୁବିଧା ସୁଯୋଗ ଘୋଷଣା କରିଛନ୍ତି ତାହା ଲୋକେ କିପରି ପାଇବେ ବିଧାୟକ ତାହାକୁ ତଦାରଖ କରିଛନ୍ତି । ଜିଲ୍ଲା ପ୍ରଶାସନ ବି କରୋନା ମୁକାବିଲା ପାଇଁ ବାରୁଣୀ ସାହ୍ନ, ବିରଜା ମନ୍ଦିର, ସମସ୍ତ ମଲ,ପାର୍କ ଓ ଜନ ଗହଳି ସ୍ଥାନରେ କଟକଣା ହୋଇଛି । ବିଧାୟକ କରୋନା ସଚେତନତା ନେଇ ଯେପରି ଜିଲ୍ଳାରେ ତତ୍ପର ହୋଇଛନ୍ତି ତାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବ ସହ ଜିଲ୍ଲାବାସୀ ବେଶ ସହଯୋଗ କରିଛନ୍ତି । ଆଗକୁ ସଚେତନତା କାର୍ଯ୍ୟକ୍ରମ ଆହୁରୀ ଅଧିକ କରାଯିବ ବୋଲି ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ପୋଷ୍ଟର, ବ୍ୟାନର ଓ ଘରେଘରେ ବିଜେଡ଼ି କର୍ମୀ, ସଚେତନ ନାଗରିକମାନେ ପହଞ୍ଚି କରୋନା ନେଇ ସମସ୍ତ ସଚେତନତାକୁ ଅଧିକ ତ୍ୱାରାନୀତ କରିବାକୁ ପ୍ରଣବ ଆହ୍ୱାନ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ବିଜେଡ଼ି ସଭାପତି , ସମସ୍ତ ନିବାର୍ଚିତ ପ୍ରତିନିଧି, ଯାଜପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ବହୁ କପୋର୍ରେଟର, ଯୁବାହିନୀର କର୍ମକତ୍ତାର୍ମାନେ ସାମିଲ ହୋଇଛନ୍ତି ।
କରୋନା ସଚେତନତା କରିବାରେ ଅଶୋକ ଦାସ ଫାଉଣ୍ଡେସନ ଆଗରେ..
- ଯାଜପୁର : ଯାଜପୁର : କରୋନା ଭୁତାଣୁକୁ ନେଇ ସାରା ବିଶ୍ୱରେ ଚହଳ ସୃଷ୍ଟି ହେଇଛି ।ଯାହାକୁ କି କେବଳ ସତର୍କ ଓ ସଚେତନ ମାଧ୍ୟମରେ ରୋକା ଯାଇପାରିବ l ସେଥିପାଇଁ ଓଡିଶା ସରକାରଙ୍କ ତରଫରୁ ବ୍ୟାପକ ସଚେତନତା କରାଯାଉଛି ।
ଏହି ସଚେତନତା ବାର୍ତ୍ତା ନେଇ ଯାଜପୁରର ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟ ମାନେ ଘରେ ଘରେ ପହଞ୍ଚଉଛନ୍ତି l ପୂରା ଜିଲ୍ଲାରେ ଅଶୋକ ଦାସଙ୍କ ପୁତ୍ର ତଥା ଯାଜପୁର ବିଧାୟକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) ପରିଚାଳନା ଭାର ଗ୍ରହଣ କରିଛନ୍ତି l ଭୟ ନୁହେଁ ସଚେତନ ରହିବାକୁ ଲୋକମାନଙ୍କୁ ବୁଝାଉଛନ୍ତି l ମାସ୍କ, ସାବୁନ ଯୋଗାଇ ଦିଆଯାଉଛି l ଫାଉଣ୍ଡେସନର ସଦସ୍ୟ, ଯାଜପୁର ପୂର୍ବତନ ପୋୖରାଧ୍ୟକ୍ଷ ଭୋବ ପ୍ରକାଶ ଦାସ ଏଥିଲାଗି ଫାଉଣ୍ଡେସନ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି l
ଅଶୋକ ଦାସ ଫାଉଣ୍ଡେସନର ଏହି ପ୍ରୟାସ ଏବେ କେବଳ ଯାଜପୁରରେ ନୁହଁ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଅଶୋକ ଦାସ କେବଳ ଜଣେ ବିଚକ୍ଷଣ ନେତା ନଥିଲେ । ସେ ମଧ୍ୟ ଜଣେ ଡାକ୍ତର ଥିଲେ । ସେ ରୋଗୀ ଏବଂ ରୋଗକୁ ଭଲରେ ଚିହିଁ ପାରୁଥିବା ମଣିଷଟେ । ସେଥିପାଇଁ ତାଙ୍କ ନାମରେ ନାମିତ ଫାଉଣ୍ଡେସନର ସମସ୍ତ ସଦସ୍ୟମାନେ ତାଙ୍କ ନୀତି ଆଦର୍ଶରେ ସେବା ମନବୃତ୍ତି ନେଇ କରୋନା ମହାମାରୀକୁ ହରାଇବା ପାଇଁ ନିଜକୁ ନିୟୋଜିତ କରିଦେଇଛନ୍ତି ।
ଯାଜପୁର ସାଜିଲା ଉଦାହରଣ : ବିଜୁ ଯୁବବାହିନୀଙ୍କୁ ପ୍ରଶଂସା..
ଯାଜପୁର : ସାଢେ ୪କୋଟି ଓଡ଼ିଅା ମୋ ପରିବାର । ସେମାନଙ୍କ ସୁଖ ଓ ଦୁଃଖରେ ସାମିଲ ହୁଅ । ୨୦ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦଳୀୟ ନେତା ଓ କର୍ମୀଙ୍କୁ ଦେଇଅାସୁଛନ୍ତି । ଯାହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରୁଛନ୍ତି ସ୍ଥାନୀୟ ନେତାମାନେ । ଅାଉ ଏ ସବୁର ପରିଚାଳନା ଦାୟିତ୍ୱ ନ୍ୟସ୍ତ ଅଛି ବିଧାୟକଙ୍କ ପାଖରେ । ଯାହା ବର୍ତ୍ତମାନ କରୋନାକୁ ନେଇ ସଚେତନକା କାର୍ଯ୍ୟକ୍ରମ ଦେଖିଲେ ଯେ କେହି ଅନୁମାନ କରିପାରିବ । ଯେତେବେଳେ କରୋନା ସହ ପୁରା ବିଶ୍ୱ ଲଢୁଛି ଠିକ ସେତିକି ବେଳେ ଲୋକଙ୍କ ସଚେତନ କରିବା ପାଇଁ ଯାଜପୁରର ବିଜୁ ଯୁବବାହିନୀ ଅାଗକୁ ଅାସିଛନ୍ତି । କାରଣ କରୋନା ନେଇ ଏଯାଏ ପ୍ରତିଶୋଧକ ଓୗଷଧ ମିଳିନାହିଁ । ଏପରି ସ୍ଥଳରେ ସତର୍କ ଓ ସଚେତନତା ହିଁକରୋନା ରୋକିବାର ମୁଖ୍ୟ ମାଧ୍ୟମ । ଯେଉଁଥି ପାଇଁ ରାଜ୍ୟ ସରକାର ବ୍ୟାପକ ସର୍ତକ ସଚେତନକା ଅାରମ୍ଭ କରିଛନ୍ତି । ବିଧାନସଭା ସ୍ଥଗିତ କରି ନେତାଙ୍କୁ ଲୋକମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର । ଅାଉ ଏହି ଗୁରୁମନ୍ତ୍ରକୁ କିପରି ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରାଯିବ ତାହାର ଦାୟିତ୍ୱ ନେଇଛନ୍ତି ବିଜେଡ଼ିର ସଂଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାସ । ଯେଉଁ ବିଜୁ ଯୁବ ବାହୀନିକୁ ନେଇ ବିରୋଧୀ ବିଭିନ୍ନ ସମୟରେ ନାନା ପ୍ରଶ୍ନ କରୁଛନ୍ତି ସେହି ଯୁବବାହୀନର ସଦସ୍ୟମାନେ କିପରି କରୋନା ନେଇ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ତାହା ଏକ ପ୍ରମାଣ ଜଳଜଳ କରି ଦିଶୁଛି ସମଗ୍ର ଯାଜପୁର ଜିଲ୍ଳାରେ । ଯାଜପୁର ନିବାର୍ଚନୀ ମଣ୍ଡଳୀରେ କରୋନା ନେଇ ବିଜୁ ଯୁବବାହିନୀର କର୍ମକତ୍ତାର୍ମାନେ ନାନା ସଚେତନକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଘରେ ଘରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ମେଡ଼ିକାଲ,ଛକ, ସର୍ବସାଧାରଣ ସ୍ଥାନରେ ପରିଷ୍କାର ଓ ପରିଚ୍ଛନ କରିବା ସହ ଲୋକଙ୍କ ସାନିଟାଇଜର ଓ ବାସୁନରେ ହାତ ଧୋଇବା ପାଇଁ ସଚେତନ କରୁଛନ୍ତି । ଏହାସହ ସତର୍କ ଓ ସଚେତନ ରହିଲେ କରୋନା କିପରି ପାଖେ ଅାସିବ ନାହିଁ ସେବା ଘରେଘରେ ପହଞ୍ଚାଉଛନ୍ତି । ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶରେ ଯୁବବାହିନୀ ସବୁ ଭୂଲି ଏହି କାମରେ ଲାଗିଛନ୍ତି ।
ଯାଜପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ବହୁ କପୋର୍ରେଟର, ଯୁବାହିନୀର କର୍ମକତ୍ତାର୍ମାନେ ଏହି ସଚେତନ କାର୍ଯ୍ୟକ୍ରମରେ ନିଜରକୁ ସାମିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରି ଯୁବ କର୍ମକତ୍ତାର୍ମାନେ ଲୋକଙ୍କୁ ସଚେତନ କରୁଛନ୍ତି । ଯାଜପୁର ଜିଲ୍ଲାର ଯୁବବାହିନୀମାନଙ୍କ ଏପରି କାର୍ଯ୍ୟକ୍ରମ ଅନ୍ୟ ଜିଲ୍ଲାପାଇଁ ଏବେ ଉଦାହରଣ ସାଜିଛି ।
ଅଭାବି ବିଦ୍ଯୁତ୍ ପାଇଁ ଘନ ଘନ ବିଦ୍ଯୁତ୍ କାଟ୍ ,କିନ୍ତୁ ଦିନରେ ବି ଲିଭୁନି ହାଇମାକ୍ସ ଲାଇଟ୍ ।
ବ୍ୟାସନଗର : ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ବିଦ୍ଯୁତ୍ ବିଭାଗରେ ବିଦ୍ଯୁତ୍ ଅଭାବ ଦେଖା ଦେଇଥିବାରୁ ଘଣ୍ଟାକୁ ଘଣ୍ଟା ବିଦ୍ଯୁତ୍ କାଟ୍ ହେଉଥିବା ଦେଖିବାକୁ ମିଳୁଛି । ଏଥିନେଇ ବିଭିନ୍ନ ସମୟରେ ଗ୍ରାହକ ମାନେ ବିଦ୍ଯୁତ୍ ବିଭାଗ ଅଫିସର ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର କୌଣସି ସୁଫଳ ମିଳିନାହିଁ । ଏହାର କାରଣ ରାଜ୍ୟରେ ଥିବା ବିଦ୍ଯୁତ ଶଙ୍କଟ । କିନ୍ତୁ ଆଜକୁ ପ୍ରାୟ ବହୁ ଦିନ ହେବ ୨୦ନମ୍ବର ଜାତୀୟ ରାଜପଥରୁ ବ୍ୟାସନଗର ଯିବା ରାସ୍ତାର ଜହ୍ନା ଛକଠାରେ ଥିବା ହାଇମାକ୍ସ ଲାଇଟ୍ ଟି ଦିନ ତମାମ ଜଳୁଥିବାର ନଜରକୁ ଆସୁଛି ।
ଯାଜପୁରରେ କରୋନା ଚିନ୍ତା, ବ୍ଯାଙ୍କ୍ କର୍ତ୍ତୃପକ୍ଷ ନେଲେ ପଦକ୍ଷେପ ।
ଯାଜପୁର : ଚାଇନା , ଜାପାନ୍ ,ଆମେରିକା ଓ ବହୁ ଦେଶରେ ମହାମାରୀର ରୂପ ନେଇଥିବା କରୋନା ଧିରେ ଧିରେ ଭାରତକୁ ବ୍ୟାପିବାରେ ଲାଗିଲାଣି । ଏପରିକି ନିକଟରେ ଓଡିଶାରେ ମଧ୍ୟ ଏହି ରୋଗୀ ଚିହ୍ନଟ ହେବାପରେ ଏହା ନିଶ୍ଚିତ ରୂପେ ଚିନ୍ତାର ବିଷୟ ପାଲଟିଛି । ଓଡିଶାରେ ଏହି ରୋଗୀ ଚିହ୍ନଟ ହେବାପରେ ବିଭିନ୍ନ ସହରରେ ଥିବା ଜନଗହଳି ପୁର୍ଣ୍ଣ ସ୍ଥାନ ଗୁଡିକୁ ଯେପରି ସପିଙ୍ଗ୍ ମଲ୍ ସିନେମା ହଲ୍ ଗୁଡିକୁ ବନ୍ଦ କରିଦେଇଛନ୍ତି ସରକାର ।ଏହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଆଜି କିଆନାଳି ସ୍ଥିତ ଷ୍ଟେଟ୍ ବ୍ଯାଙ୍କ୍ ମୂଖ୍ୟ ଶାଖା ସାମନାରେ ଗ୍ରାହକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଶାଖା ପ୍ରବନ୍ଧକଙ୍କ ନିର୍ଦ୍ଦେଶ ଅନୁସାରେ , ଜଣେ ଶାଖା କର୍ମଚାରୀ ମୂଖ୍ୟ ଫାଟକ ପାଖରେ ଜଗରହି ପାଞ୍ଚ ଜଣ ଲେଖାଏଁ ଗ୍ରାହକଙ୍କୁ ଭିତରକୁ ଛାଡୁଥିବାର ନଜରକୁ ଆସିଥିଲା ।ଏଥିସହ ଗ୍ରାହକ ମାନେ ଭିତରକୁ ଯିବା ପୂର୍ବରୁ ଶାଖାର ସୁରକ୍ଷା କର୍ମୀ ଗ୍ରାହକଙ୍କ ହାତରେ ସାନିଟାଇର୍ ରେ ପରିଷ୍କାର କରୁଥିବା ଦେଖିବାକୁ ମିଳିଥିଲା । ଏହା ଜନସାଧାରଣଙ୍କୁ ସଚେତନ କରିବା ସହ ଯେପରି ଶାଖା ମଧ୍ୟରେ ଅଧିକ ଗହଳି ନ ହୁଏ ସେଥିପାଇଁ ଏପରି ପନ୍ଥା ଅବଲମ୍ବନ କରାଯାଇଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷ କହିଥିଲେ ।ଏହି ପ୍ରକ୍ରିୟାକୁ କିଛି ନାପସନ୍ଦ କରୁଥିଲେ ମଧ୍ୟ ବହୁ ଗ୍ରାହକ ସୁରକ୍ଷା ଦୃଷ୍ଟିରୁ ଏହା ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି ।













