ଯାଜପୁର : ଓଡିଶାରେ କରୋନା ମହାମାରୀ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । କିଛିଦିନ ତଳେ ୩ରେ ସିମିତ ଥିବା ଆକ୍ରାନ୍ତ ଙ୍କ ସଂଖ୍ୟା ଗତକାଲି ହଠାତ୍ ବଢି ଯାଇ ୨୦ ଛୁଇଁଛି । ପୂର୍ବରୁ ପ୍ରକାଶିତ ନିଜାମୁଦିନ୍ ଠାରେ ଆୟୋଜିତ ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ଧର୍ମୀୟ ସଭାରେ ଓଡିଶା ପ୍ରାୟ ଜିଲ୍ଲାରୁ କିଛି ସଂଖ୍ୟାଲଘୁ ଯୋଗଦାନ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳର କିଛି ଲୋକ ସେଠାରେ ଯୋଗ ଦେଇଥିଲେ । ଗତକାଲି ବ୍ରହ୍ମବରଦା ଅଞ୍ଚଳରୁ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଶ୍ବିନି ହସପିଟାଲ୍ କୁ ପଠାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ଏକ ବିହିତ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ବର ,କଟକ ଓ ଭଦ୍ରକ ଭଳି ଆଜି ରାତି ୮ଟା ଠାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏହାର ଆଖପାଖ ସମସ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ,ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ସମସ୍ତେ ନିୟମକୁ ମାନି ଚଳିବାକୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିୟମ ଖିଲାଫ୍ କାରିଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପୋଲିସ୍ ପ୍ରଶାସନକୁ କୁହାଯାଇଛି ।
ବଡ ନିଷ୍ପତି ନେଲା ଯାଜପୁର ଜିଲ୍ଲା ପ୍ରଶାସନ : 48ଘଣ୍ଟା ସଟ ଡାଉନ
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ବଡ଼ ନିଷ୍ପତି
ସଟ ଡାଉନ ହେଲା ଯାଜପୁର
ଆଜି ସଂନ୍ଧ୍ୟା 6ଟାରୁ 48ଘଣ୍ଟା
ଯାଜପୁର, ବ୍ୟାସନଗର ପୌରାଂଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟର ପାଖାପାଖି ଅଂଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ନେଉଳପୁର ଓ ଚାରିନଙ୍ଗଳ ଅଂଚଳରେ
ସହଯୋଗ କରିବାକୁ ବବିଙ୍କ ନିବେଦନ
ଯାଜପୁର : ଯାଜପୁର, ଭୟଙ୍କର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ତତ୍ପର ହୋଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଗତକାଲି ଜିଲ୍ଳାରେ ଜଣେ କରୋନା ପଜେଟିଭ ଥିବା ସୂଚନା ଦେବା ପରେ ରସୁଲପୁର ଅନ୍ତର୍ଗତ ବ୍ରହ୍ମବରଦା ଅଂଚଳକୁ ଆଜି ଜିଲ୍ଳାପାଳ ସଟଡାଉନ୍ ଘୋଷଣା କରିଥିଲେ । ଏଥିସହ ଯାଜପୁର ଓ ବ୍ୟାସନଗର ପୌରାଂଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟର ପାଖାପାଖି ଅଂଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ନେଉଳପୁର ଓ ଚାରିନଙ୍ଗଳ ଅଂଚଳରେ ଆଜି ରାତି ୮ଟା ଠରୁ ୬ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୪୮ ଘଂଟା ସମ୍ପୁର୍ଣ୍ଣ ସଟଡାଉନ୍ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି l ବୈଠକ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ଯାଜପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ l
ଏହା ସହ ଜିଲ୍ଲାବାସୀଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି l ପ୍ରଶାସନକୁ ସହଯୋଗ କଣ କରିବା ପାଇଁ ସେ ନିବେଦନ କରିଛନ୍ତି l
ଭୁବନେଶ୍ୱରରେ ସଟ୍ ଡାଉନ୍ ଅମାନ୍ୟକାରୀ ୪୫ ଜଣଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ବର: ଏବେ ମଧ୍ୟ କରୋନାର ଭୟବହତାକୁ ଲୋକ ବୁଝିବା ନାରାଜ। ସରକାରଙ୍କ ଏତେ ଘୋଷଣା ପରେ ମଧ୍ୟ ଆଇନକୁ ହାତକୁ ନେଉଛନ୍ତି ଲୋକମାନେ।ଗତକାଲି ରାତି ୮ ଠାରୁ ଭୁବନେଶ୍ୱରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ କରାଯାଇଛି ।ଯାହାକି ରବିବାର ରାତି ୮ଟା ପର୍ଯ୍ୟନ୍ତ ରହିବ। ହେଲେ ଏହାକୁ ରାଜଧାନୀର କିଛି ଲୋକ ମାନୁ ନାହାନ୍ତି । ଯାହାର ପରିଣାମ ସ୍ୱରୂପ ବର୍ତ୍ତମାନ ଯାଏଁ ସଟ୍ ଡାଉନ୍ କଟକଣା ଅବମାନନା ଅଭିଯୋଗରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ସାରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।
ରାଜ୍ୟରେ କରୋନା ଆକ୍ରାନ୍ତ ବଢୁଥିବାର ଦେଖି ସରକାର ଗତକାଲ ରାତିଠୁ ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ଶଟ୍ ଡାଉନ୍ ଲାଗୁ ହୋଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।
ବିଜେପି ନେତାଙ୍କୁ ତାଗିଦ କଲେ ଜେପି ନଡ୍ଡା..
ନୂଆଦିଲ୍ଲୀ: ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନା । ଯେବେଠାରୁ ନିଜାମୁଦ୍ଦିନ ଘଟଣା ସାମ୍ନାକୁ ଆସିଲାଣି ସେବେଠାରୁ ଏଥିରେ ରାଜନୀତି ରଙ୍ଗ ଲାଗିଯାଇଛି । କାରଣ ତାବିଲିଘି ଜମାତରୁ ଫେରିଥିବା ଅଧିକାଂଶ ଲୋକ କରୋନାରେ ପୀଡ଼ିତ। ଯାହା କି ଗତ ଦୁଇ ଦିନି ଦିନର ରିପୋର୍ଟରୁ ସ୍ପଷ୍ଟ। ଏହାକୁ ନେଇ ଏବେ ସାମ୍ପ୍ରଦାୟିକତା ବାଦ ବିବାଦ ବଢ଼ିବାରେ ଲାଗିଛି। ଏଥିରେ ଅନେକ ନେତା ଘିଅ ଢାଳୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ କାର୍ଯ୍ୟକର୍ତାଙ୍କୁ ଏଥିରୁ ଦୁରେଇ ରହିବାକୁ ତାଗିଦ କରିଛନ୍ତି । କେହି ବି ବିଜେପି କର୍ମକର୍ତ୍ତା ଏହାକୁ ସାମ୍ପ୍ରଦାୟିକ ରଙ୍ଗ ନଦେବା ପାଇଁ ସେ ସଚେତନ କରାଇ ଦେଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ନିଜାମୁଦ୍ଧିନରେ ଆୟୋଜିତ ତାବଲିଘି ଜମାତ ସଭାରେ ଯୋଗ ଦେଇଥିବା ୫୦୦ରୁ ଅଧିକ ଲୋକଙ୍କ ଦେହରେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣ ମୃତୁ୍ୟବରଣ ବି କରିସାରିଲେଣି ।
କରୋନା ପାଇଁ ବିରଜା କ୍ଷେତ୍ରରେ ବାଡ଼ ବୁଜିଲେ ପ୍ରଣବ…
ବ୍ରହ୍ମବରଦାର ସମ୍ପୂର୍ଣ୍ଣ ଅଞ୍ଚଳ
ଜିଲ୍ଲା ପ୍ରଶାସନ ସହ ବୈଠକ କଲେ ପ୍ରଣବ
ଆଗାମୀ ଦିନରେ ବଡ଼ ଅଭିଯାନ ନେବାକୁ ନିଷ୍ପତି
ଘରେ ରହିବାକୁ ଯାଜପୁରବାସୀ ପୁଣି କଲେ ଅପିଲ
ଯାଜପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20ରେ ପହଂଚିଛି l ଯାଜପୁର ବ୍ରହ୍ମବରଦାରରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବଡ ନିଷ୍ପତି ନେଇଛି l ପୁରା ସଡ ଡାଉନ ହୋଇଛି ବ୍ରହ୍ମବରଦାର ସମ୍ପୂର୍ଣ୍ଣ ଅଞ୍ଚଳ । ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମିଳନୀକୁ ଓଡିଶାରୁ ଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନଙ୍କ ମଧ୍ୟରୁ ଯାଜପୁରରୁ ଯାଇଥିବା ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ସମ୍ପୂର୍ଣ ଅଞ୍ଚଳକୁ ସଡ ଡାଉନ କରାଯିବା ସହ ବ୍ରହ୍ମବରଦା ଅଞ୍ଚଳକୁ ସାନିଟାଇଜ କରାଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାଜପୁରର ବାସୀ କିପରି ପୁରା ସୁରକ୍ଷିତ ରହିବେ ସେ ନେଇ ସବୁବେଳେ ଦିନରାତି ଏକ କରିଥିବା ବିଜେଡି ସଂଗଠନ ସମ୍ପାଦକ ତଥା ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ଅଣ୍ଟା ଭିଡିଛନ୍ତି l ଆଜି ସକାଳୁ ବିଧାୟକ ଜିଲ୍ଲାପ୍ରସାସନ ସହିତ ସ୍ଥିତିର ପୁଣି ସମୀକ୍ଷା କରିଛନ୍ତିl ବିରାଜ କ୍ଷେତ୍ରକୁ କରୋନା ପୁରାଇ ନଦେବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l ଆବଶ୍ୟକ ପଡିଲେ ଜିଲ୍ଲାରେ ସଡ ଡାଉନ ଲାଗୁ କରାଯିବ ପରି ନିଷ୍ପତି ନେଇପାରେ ଜିଲ୍ଲା ପ୍ରଶାସନ l ଏହି ବୈଠକରେ ଯାଜପୁର ଏସ ପି ଉପସ୍ଥିତ ଥିଲେ l
କେବଳ ସେତିକି ନୁହେଁ, ଯାଜପୁର ବାସୀ ଘରେ ରହି କରୋନାକୁ ଦୂରେଇ ଦେବା ପାଇଁ ବିଧାୟକ ପୁଣି ନିବେଦନ କରିଛନ୍ତି l
ଯାଜପୁର ବ୍ରହ୍ମବରଦା ସିଲ୍ : ଆବଶ୍ୟକ ପଡିଲେ ଅନ୍ୟ ଅଂଚଳ !
ଯାଜପୁର :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20ରେ ପହଂଚିଛି l ଯାଜପୁରରେ ଜଣଙ୍କର କରୋନା ନମୁନା ପଜିଟିଭ୍ ଆସିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ବ୍ରହ୍ମବରଦା ଅଞ୍ଚଳ ସିଲ୍, କରିଛି l ବ୍ରହ୍ମବରଦାର ୩ କିମି ପରିଧି ଭିତରେ ଚଳାଚଳ ବନ୍ଦ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ l ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି l ଏହାସହ ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଦେଲେ ସୂଚନା । ତେବେ ଆବଶ୍ୟକ ପଡିଲେ ଜିଲ୍ଲାର ଅନ୍ୟ ଅଂଚଳ ସିଲ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି l କରୋନା ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ ଓ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ ବାରମ୍ବାର ଅନୁରୋଧ କରିଛନ୍ତି l
ଭାରତରେ କାୟା ବିସ୍ତାର କରିବାରେ ଲାଗିଛି କରୋନା
ଭୁବନେଶ୍ୱର : ଭାରତରେ କାୟା ବିସ୍ତାର କରିବାରେ ଲାଗିଛି l ଏବେ ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି l ଯେତେବେଳେ କି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୫୪୭ । ୨୫୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨୩୨୨ କୋରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି l ଏଯାଏ 20ଜଣ ଆକ୍ରାନ୍ତ ହୋଇଛନ୍ତି l
ନିଜାମୁଦ୍ଦିନ ଯାଇଥିଲେ ୧୦୪କୁ ଫୋନ କରି ଜଣାନ୍ତୁ: ନବୀନ
ଭୁବନେଶ୍ୱର : ନିଜେ ନିଜ ପରିବାର ସୁରକ୍ଷା ପାଇଁ ନିଜ ନିଜର ପରିଚୟ ଦିଅ l କାରଣ କେବଳ ସଚେତନତା ଦ୍ବାରା ହିଁ କୋରୋନାକୁ ରୋକି ହେବ। ତେଣୁ ଡରିବାର ନାହିଁ, ବରଂ ସାବଧାନ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି l ଯେଉଁମାନେ ନିଜାମୁଦ୍ଦିନ ଯାଇଥିଲେ ୧୦୪କୁ ଫୋନ କରି ଜଣାନ୍ତୁ ଏବଂ ବିଳମ୍ବ ନ କରି ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି l କେବଳ ସେତିକି ନୁହେଁ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଦେଇଛନ୍ତି l କେବଳ ସଚେତନତା ଦ୍ବାରା ହିଁ କୋରୋନାକୁ ରୋକି ହେବ l ଲୋକମାନେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ଅପିଲ କରିଛନ୍ତି l
କେରଳରୁ ଆସିଲା ଖୁସି ଖବର : କରୋନାରେ ମୁକ୍ତ ହେଲେ ବୃଦ୍ଧ ଦମ୍ପତି
() ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ଓ ଆନ୍ତ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କେରଳରୁ ଆସିଛି ଖୁସି ଖବର । କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କେରଳର ବୃଦ୍ଧ ଦମ୍ପତି । ଏମାନେ ପୂର୍ବରୁ ହୃଦଘାତ ଏବଂ ୟୁରିନ୍ ଇନଫେକସନରେ ପୀଡିତ ଥିଲେ । କରୋନକୁ ହରାଇଥିବା କେରଳର ଏହି ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ବୃଦ୍ଧଙ୍କ ବୟସ ୯୩ ବର୍ଷ ହୋଇଥିବା ବେଳେ ବୃଦ୍ଧାଙ୍କର ବୟସ ୮୩ବର୍ଷ । କରୋନା ଭୂତାଣୁକୁ ହରାଇ ଏହି ଦୁଇ ଜଣ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ୪୦ଜଣିଆ ଡାକ୍ତରୀ ଦଳଙ୍କ ସ୍ୱତନ୍ତ୍ର ଚିକିତ୍ସା ପାଇଁ ସେ ସୁସ୍ଥ ହୋଇଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟଙ୍କ ଡିସଚାର୍ଜ ପରେ ଘର ଲୋକଙ୍କ ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ବହୁତ ଖୁସି ବ୍ୟକ୍ତ କରିଛନ୍ତି ।
ସୂଚନା ଅନୁସାରେ ନିକଟରେ ଦମ୍ପତିଙ୍କର ପୁଅ, ବୋହୂ ଏବଂ ନାତି ଇଟାଲୀରୁ ଫେରିଥିଲେ । ଆଉ ସେମାନଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ଆକ୍ରାନ୍ତ ହେବା ପରେ ସେମାନଙ୍କର ଚିକିତ୍ସା କରାଯାଇଥିଲା ।
ଆଜି ଦିନରେ ୧୫ନୂଆ କରୋନା ରୋଗୀ
ଭୁବନେଶ୍ୱର : ରାଜ୍ୟରେ ଏବେ କ୍ଷିପ୍ର ବେଗରେ କରୋନା ମାଡିଚାଲିଛି। ଆଜି କେବଳ ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନର ସୂଚନା ଅନୁସାରେ ନୂଆ ୧୧ ଜଣ କରୋନା ପୋଜିଟିଭି ଜଣାପଡିଛି । ଏହାକୁ ମିଶାଇ ଆଜି ଗୋଟେ ଦିନରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି।
ସତ୍ୟନଗରରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ତ୍ରୀ,ଝିଅ ଏବଂ ସମ୍ପର୍କୀୟଙ୍କ ମିଶାଇ ୭ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ସହ ପୁରୀରୁ ଜଣେ,ଯାଜପୁରରୁ ଜଣେ ଏବଂ ଭଦ୍ରକରୁ ୨ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ଜଣାଇଛି । ଆଜିର ୧୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨୦ ଛୁଇଁଛି କରୋନା ।














