କେରଳରୁ ଆସିଲା ଖୁସି ଖବର : କରୋନାରେ ମୁକ୍ତ ହେଲେ ବୃଦ୍ଧ ଦମ୍ପତି

- Advertisement -

() ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ଓ ଆନ୍ତ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କେରଳରୁ ଆସିଛି ଖୁସି ଖବର । କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କେରଳର ବୃଦ୍ଧ ଦମ୍ପତି । ଏମାନେ ପୂର୍ବରୁ ହୃଦଘାତ ଏବଂ ୟୁରିନ୍ ଇନଫେକସନରେ ପୀଡିତ ଥିଲେ । କରୋନକୁ ହରାଇଥିବା କେରଳର ଏହି ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ବୃଦ୍ଧଙ୍କ ବୟସ ୯୩ ବର୍ଷ ହୋଇଥିବା ବେଳେ ବୃଦ୍ଧାଙ୍କର ବୟସ ୮୩ବର୍ଷ । କରୋନା ଭୂତାଣୁକୁ ହରାଇ ଏହି ଦୁଇ ଜଣ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ୪୦ଜଣିଆ ଡାକ୍ତରୀ ଦଳଙ୍କ ସ୍ୱତନ୍ତ୍ର ଚିକିତ୍ସା ପାଇଁ ସେ ସୁସ୍ଥ ହୋଇଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟଙ୍କ ଡିସଚାର୍ଜ ପରେ ଘର ଲୋକଙ୍କ ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ବହୁତ ଖୁସି ବ୍ୟକ୍ତ କରିଛନ୍ତି ।
ସୂଚନା ଅନୁସାରେ ନିକଟରେ ଦମ୍ପତିଙ୍କର ପୁଅ, ବୋହୂ ଏବଂ ନାତି ଇଟାଲୀରୁ ଫେରିଥିଲେ । ଆଉ ସେମାନଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ଆକ୍ରାନ୍ତ ହେବା ପରେ ସେମାନଙ୍କର ଚିକିତ୍ସା କରାଯାଇଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles