ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୧୬ଜଣଙ୍କର କରୋନା ପଜେଟିବ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଯାହାକୁ ନେଇ ରାଜ୍ୟ ସରକାର ଙ୍କ ଚିନ୍ତା ବଢିଯାଇଛି ।
ପ୍ରଣବ ଦେଲେ ସଚେତନତା ବାର୍ତ୍ତା : କହିଲେ 48 ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ
ବବିଙ୍କୁ ଓଡିଶାଚିନ୍ତା
କହିଲେ 48ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ
ଘରେ ରହିବାକୁ ଦେଲେ ପରାମର୍ଶ
ସଟ ଡାଉନକୁ ସମର୍ଥନ ପାଇଁ ନିବେଦନ
ଯାଜପୁର : ରାଜ୍ୟକୁ ଏବେ ଟେନସନ ଦେଇଛି କରୋନା l ବର୍ତମାନ 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଯାଜପୁରର ବୋଲି ଜଣାପଡିଛି । ସେ ଯାଜପୁରର ବ୍ରହ୍ମବରଦା ଅଂଚଳର। ଏହି କଥା ଜାଣିଲା ପରଠାରୁ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନି ସମ୍ପାଦକ ବୈଠକ ପରେ ବୈଠକ କରିଚାଲିଛନ୍ତି। କେମିତି କରୋନାକୁ ଜିଲ୍ଲାରୁ ବାହାର କରାଯିବ ସେ ନେଇ ଆପ୍ରାଣ ଉଦ୍ୟମ ଜାରୀରଖିଛନ୍ତି। ଯେଉଁଠି ପାଇଁ ଯାଜପୁର ସହିତ ଆଖ ପାଖ ଅଞ୍ଚଳକୁ ତାଲା ବନ୍ଦ ଘୋଷଣା କରିଛନ୍ତି l ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ବୈଠକ କରି ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ।
ଓଡ଼ିଶାକୁ କରୋନା ଆସିବା ଦିନଠାରୁ ସେ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଓଡ଼ିଶା ତଥା ଯାଜପୁରରୁ କେମିତି କରୋନାଠାରୁ ଦୂରରେ ରଖାଯିବ ସେଥିପାଇଁ ଲୋକସେବା ଭାବନରୁ ଆରମ୍ଭ କରି ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛନ୍ତି ବିଭିନ୍ନ ମାଧ୍ୟମରେ । ବର୍ତ୍ତମାନ ସମୟରେ ଯାଜପୁରକୁ କରୋନାକୁ ଦୁରେଇ ରଖିବା ପାଇଁ ପ୍ରଶାସନ ସହ ବୈଠକ କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ଏହା ସହ ଏହି 48ଘଣ୍ଟା ବେଶ ଗୁରୁତ୍ୱ ପୂର୍ଣ୍ଣ ବୋଲି ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ସେ l ଏହି 48ଘଣ୍ଟା ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅନୁରୋଧ କରିଛନ୍ତି ତାହାକୁ ଗ୍ରହଣ କରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି l ଏହା ସହ କରୋନା ଲଢେଇରେ ପ୍ରତ୍ୟେକ ଓଡ଼ିଆ ଜଣେ ଜଣେ ଯୋଦ୍ଧା ବୋଲି ବିଜେଡି ସଂଗଠନ ସମ୍ଫାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l
କାହାକୁ କ’ଣ ଦେଲେ ପ୍ରେସ୍ ବିଜ୍ଞପ୍ତି ଜାରି କଲା ଜିଲ୍ଲା ପ୍ରଶାସନ ।
କୋରାପୁଟ : କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।ରାଜ୍ୟର ସମସ୍ତ ଜିଲ୍ଲା ଓ ଗ୍ରାମପଞ୍ଚାୟତ ମାନଙ୍କରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ୨୪୦ଟି ପଞ୍ଚାୟତରେ ୨୪୦ଟି ଅସ୍ଥାୟୀ କେନ୍ଦ୍ର ଖୋଲାଯାଇ ମୋଟ୍ ୮୧୯୬ଟି ଶଯ୍ଯା ପ୍ରସ୍ତୁତ କରାଯାଇଛି । ତା ସହିତ ଜିଲ୍ଲାର ୪ଟି ପୌରପରିଷଦରେ ୧୭ଟି କେନ୍ଦ୍ର କରି ୧୩୭୫ଟି ଶଯ୍ଯା ପ୍ରସ୍ତୁତ କରାଯାଇଛି । ଉକ୍ତ କେନ୍ଦ୍ର ମାନଙ୍କୁ ଅନ୍ଯାନ୍ୟ ଆନୁସଙ୍ଗିକ ସାମଗ୍ରୀ ଗୁଡ଼ିକ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ନିୟମିତ ବିଜୁଳି ଓ ଜଳ ଯୋଗାଣର ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସେହିପରି ଆଜି ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ୮୯୧୪୦ ପରିବାର କୁ ୫୯୨୧୧ କ୍ବିଣ୍ଟାଲ୍ ଚାଉଳ ବଣ୍ଟନ କରାଯାଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅନୁଯାୟୀ ୮୭୯୬ ପରିବାରକୁ ୧୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆଜି ସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୮୭୧୬ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ବାବଦ ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଛି । ୧୮୭୦୭୭ଜଣ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩୮୦୩.୪୯ ଲକ୍ଷ ଟଙ୍କାର ଭତ୍ତା ବଣ୍ଟନ ସହିତ ୨୪୦ଟି ପଞ୍ଚାୟତର ୫୩୨୨୬ ଓ ୪ପୌରପରିଷଦର ୫୯୮୮ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟା ଯାଇଛି ।ସେହିପରି ପୌରାଞ୍ଚଳର ୩୭୩ଟି ପଞ୍ଜିକୃତ ଉଠାଦୋକାନୀଙ୍କୁ ୩୦୦୦ଟଙ୍କା ସହ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସିଥିବା ୯୬୮ଜଣଙ୍କୁ ରନ୍ଧା ଖାଦ୍ୟ ଓ ୮୦୨ଜଣଙ୍କୁ ଅସ୍ଥାୟୀ ବାସଗୃହ ଯୋଗାଇ ଦିଆଯାଇଛି । ଏହି ତଥ୍ୟ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି । ଏଥିସହ ଜିଲ୍ଳାପାଳ ଶ୍ରୀ ମଧୁସୂଦନ ମିଶ୍ର କରୋନାକୁ ମୁକାବିଲା କରିବା ପାଇଁ ଜନ ସାଧାରଣଙ୍କୁ ପ୍ରଶାସନର ନିୟମ ମାନିବା ସହ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।
କଳାହାଣ୍ଡିରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଏବେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କ କଳାହାଣ୍ଡିର ।ତାଙ୍କୁ ୨୯ ବର୍ଷ ବୟସ ।ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ସେ ପୂର୍ବରୁ ବହାରିନ ଯାଇଥିଲେ ।ଏ ନେଇ ଟୁଇଟ କରି ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ରାଜ୍ୟରେ ମୋଟ ୨୧ ଜଣ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏହାସହ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି।
କଲିକତା,ଭୋପାଳ ଏବଂ ଦିଲ୍ଲୀରୁ ଆସିଥିଲା କରୋନା
ଭୁବନେଶ୍ୱର: ଆଜି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରିଛନ୍ତି ସରକାର।ବମୀଖାଲ ,ସୂର୍ଯ୍ୟ ନଗର ଏବଂ ପୁରୀର କରୋନା ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀର ସବିଶେଷ ତଥ୍ୟ ସାମ୍ନାକୁ ଆସିଛି।ବିଏମସି କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।
ସୂର୍ଯ୍ୟନଗରର ଆକ୍ରାନ୍ତଙ୍କ ପରିବାର ସଦସ୍ୟ କିଛି ଦିନ ପୂର୍ବେ କଲିକତା ଯାଇଥିଲେ। ଏବଂ ସେଠାରେ ୪ ଦିନ ରହିଥିଲେ। ଏହାସହ ବମିଖାଲ ଆକ୍ରାନ୍ତଙ୍କ ବାପା ଭୋପାଳରେ ଥିବା ଜଣାପଡିଛି।ଏବଂ ତାଙ୍କର ନମୁନା ମଧ୍ୟ ପଜିଟିଭ ଜଣାପଡିଛି।
ଏହାସହ ପୁରୀର କରୋନା ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଜଣେ ପୋଷ୍ଟମ୍ୟାନ । ସେ ବିଜେବି ନଗର ସବପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରନ୍ତି। ସେ ଗତ ୧୦ ତାରିଖ ଦିନ ଦିଲ୍ଲୀରୁ ଫେରିଥିଲେ। ସେ ଗୌତମ ନଗର ଏବଂ କୋର୍ଟ ଅଞ୍ଚଳରେ ସେ ଡାକ ଦେବାନେବା କରନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଅଧିକାରୀ ଓ କର୍ମଚାରୀ ।
କୋରାପୁଟ : ଆଜିର ମହାମାରୀ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସେହି କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ତାଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷ ସହାୟତା ପ୍ରଦାନ କରୁଛନ୍ତି l ଏହି କ୍ରମରେ ଆଜି ଜୟପୁର ଏବଂ କୋଟପାଡ଼ ୟୁଏଲବି ର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ ଓ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି l କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ୨୫ ହଜାର ଟଙ୍କା ଏବଂ ସମସ୍ତ ୟୁଏଲବି ଅଧିକାରୀ ଓ କର୍ମଚାରୀଙ୍କ ଦ୍ବାରା ପ୍ରଦତ୍ତ ୯୨୯୫୭ଟଙ୍କାର ଦୁଇଟି ଚେକ କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁଶୂଦନ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି l ସେହିପରି ଜିଲ୍ଲା ରାଜସ୍ବ ବିଭାଗର ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ଶ୍ରୀ ପ୍ରସନ୍ନ କୁମାର ନାୟକ ନିଜ ବ୍ୟକ୍ତିଗତ ଭାବେ ୨୦ହଜାର ଟଙ୍କାର ସହାୟତା ଅନ୍ ଲାଇନ୍ ବ୍ୟାଙ୍କିଙ୍ଗ୍ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି l
କୋଭିଡ ହସ୍ପିଟାଲରେ ପ୍ରଣବଙ୍କ ପ୍ରହରୀ….
ଯାଜପୁର: କରୋନା ମୁକାବିଲା କରିବା ଏବେ ରାଜ୍ୟ ପାଇଁ ବଡ ଚ୍ୟାଲେଜ ହୋଇଛି l ସାରା ଭାରତରେ ଓଡ଼ିଶା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରି ଉଦାହରଣ ସୃଷ୍ଟି କରିଛି ଓଡିଶା । ଜିଲ୍ଲା ସ୍ତରରେ କୋଭିଡ ହସ୍ପିଟାଲ ତିଆରି ପାଇଁ ବି ଶେଷ ପର୍ଯ୍ୟାୟରେ ପହଁଚିଛି l ଯାଜପୁର ଜିଲ୍ଲାରେ 15ଦିନ ଭିତରେ କୋଭିଡ଼ ହସ୍ପିଟାଲ ନିର୍ମାଣକରିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଫଳରେ ଏହା ସଫଳ ହୋଇପାରିଛି l ଯାଜପୁର ଏନ୍ ସି କଲେଜରେ ୫୦୦ ସହଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି ହୋଇଛି l ଯାଜପୁରରେ ଜଣେ କରୋନା ରୋଗୀ ଚିହ୍ନଟ ପରେ ଆଜି ସଂଧ୍ୟାରେ ବିଧାୟକ ପ୍ରଣବ ପ୍ରକାଶ ଦାସ କୋଭିଡ ହସ୍ପିଟାଲରେ ପ୍ରହରୀ ମାରିଛନ୍ତି l ଆଉ ଯେମିତି ଜିଲ୍ଲାକୁ କରୋନା ପଶି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କରୋନା ମୁକାବିଲା ସମୀକ୍ଷା କରିଛନ୍ତି ବିଧାୟକ ପ୍ରଣବ।ଏହା ସହ ଲୋକଙ୍କୁ ସଚେତନ କରୁଛନ୍ତି। ସଟ ଡାଉନ ମାନିବାକୁ ବାରମ୍ବାର ଅପିଲ କରୁଛନ୍ତି। ପ୍ରଣବଙ୍କ ସହ ଯୁବନେତା ଭାବ ପ୍ରଶାଦ ଦାସ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବି କୋଭିଡ଼ ହସ୍ପିଟାଲ ବୁଲି ଦେଖିଛନ୍ତି l
48ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ : ପାଣ୍ଡିଆନ
Qଭୁବନେଶ୍ୱର : ରାଜ୍ୟରେ ଏବେ ରାଜୁତି କରୁଛି କରୋନା । ସେଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ଧାର୍ମିକ ସମାରୋହରେ ଯୋଗଦେଇଥିବା ଓଡ଼ିଶା ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ସେମାନଙ୍କୁ ଶୀଘ୍ର ଚିହ୍ନଟ କରନ୍ତୁ । ସାମ୍ନକୁ ଆସିଲେ ସରକାର ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ ।
ଜନସାଧାରଣଙ୍କୁ ସଚେତନ, ତାଗିଦ୍ ସହ ଅସହାୟଙ୍କ ରାହା ସାଜିଛି ପୋଲିସ୍ ।
ବ୍ୟାସନଗର : ସାଧାରଣତଃ ପୋଲିସର ନାଁ ଶୁଣିବା ମାତ୍ରେ ମନରେ ଭୟ ଆସେ । କିନ୍ତୁ ସେହି ପୋଲିସ୍ ବେଳେ ବେଳେ ଯେପରି ଭଗବାନଙ୍କ ଦୂତ ସାଜିଥାନ୍ତି ଜନସାଧାରଣଙ୍କ ପାଇଁ । ଗତ କିଛିଦିନ ପୂର୍ବରୁ କରୋନା ନିମନ୍ତେ ହୋଇଥିବା ଲକଡାଉନ୍ ରେ ପୋଲିସର କାର୍ଯ୍ୟ କଳାପ ସାଧାରଣରେ ପ୍ରଶଂସନୀୟ । ଯେତେବେଳେ ସମସ୍ତ ଜନସାଧାରଣ ଲକଡାଉନ୍ ବେଳେ ଘରେ ରହୁଛନ୍ତି ,ସେହି ସମୟରେ ଏହି ପୋଲିସ୍ ବାହିନୀ ନିଜ ନିଜ ପିଲା ଛୁଆଙ୍କୁ ଛାଡି ନିଜ କର୍ତ୍ତବ୍ୟ କରୁଛନ୍ତି । ସେମାନେ ଜନସାଧାରଣଙ୍କ ସୁରକ୍ଷା ସକାଶେ ନିଜର ସୁରକ୍ଷା ଭୂଲି ଯାଉଛନ୍ତି ।ସେହି ପୋଲିସର କିଛି କର୍ମଚାରୀ ସାମାଜିକ ସୁରକ୍ଷା ସହ ସ୍ଥାନୀୟ ଅଞ୍ଚଳରେ ବାସ କରୁଥିବା କିଛି ଗରିବ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି । ଲକଡାଉନ୍ ସମୟରେ ଦୁଇମୁଠା ଖାଇବାକୁ ପାଉ ନଥିବା ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ବାଣ୍ଟୁଥିବା ନଜରକୁ ଆସୁଛି ।ଏଠାରେ ଉଲ୍ଲେଖ କରାଯାଇପାରେ ସରକାର ଲକଡାଉନ୍ ପରେ କରୋନା ପାଇଁ ପ୍ରାୟ ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଯୋଜନା ଘୋଷଣା କଲେ । କିନ୍ତୁ ଜନସାଧାରଣଙ୍କୁ ସଚେତନ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ପୋଲିସ୍ କର୍ମଚାରୀଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ଛୁଟି ଘୋଷଣା କରି ବସିପଡିଲେ । ଏହା କର୍ମଚାରୀଙ୍କ ପାଇଁ ଏକ ପରିତାପର ବିଷୟ ।














