ବଡ ନିଷ୍ପତି ନେଲା ଯାଜପୁର ଜିଲ୍ଲା ପ୍ରଶାସନ : 48ଘଣ୍ଟା ସଟ ଡାଉନ

- Advertisement -

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ବଡ଼ ନିଷ୍ପତି 

ସଟ ଡାଉନ ହେଲା ଯାଜପୁର 

ଆଜି ସଂନ୍ଧ୍ୟା 6ଟାରୁ 48ଘଣ୍ଟା 

ଯାଜପୁର,  ବ୍ୟାସନଗର ପୌରାଂଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟର ପାଖାପାଖି ଅଂଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ନେଉଳପୁର ଓ ଚାରିନଙ୍ଗଳ ଅଂଚଳରେ

ସହଯୋଗ  କରିବାକୁ ବବିଙ୍କ ନିବେଦନ 

ଯାଜପୁର : ଯାଜପୁର, ଭୟଙ୍କର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ତତ୍ପର ହୋଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଗତକାଲି ଜିଲ୍ଳାରେ ଜଣେ କରୋନା ପଜେଟିଭ ଥିବା ସୂଚନା ଦେବା ପରେ ରସୁଲପୁର ଅନ୍ତର୍ଗତ ବ୍ରହ୍ମବରଦା ଅଂଚଳକୁ ଆଜି ଜିଲ୍ଳାପାଳ ସଟଡାଉନ୍ ଘୋଷଣା କରିଥିଲେ । ଏଥିସହ ଯାଜପୁର ଓ ବ୍ୟାସନଗର ପୌରାଂଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟର ପାଖାପାଖି ଅଂଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ନେଉଳପୁର ଓ ଚାରିନଙ୍ଗଳ ଅଂଚଳରେ ଆଜି ରାତି ୮ଟା ଠରୁ ୬ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୪୮ ଘଂଟା ସମ୍ପୁର୍ଣ୍ଣ ସଟଡାଉନ୍ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି l ବୈଠକ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ଯାଜପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ l ଏହା ସହ ଜିଲ୍ଲାବାସୀଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି l ପ୍ରଶାସନକୁ ସହଯୋଗ କଣ କରିବା ପାଇଁ ସେ ନିବେଦନ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles