ଭୁବନେଶ୍ୱରରେ ସଟ୍ ଡାଉନ୍ ଅମାନ୍ୟକାରୀ ୪୫ ଜଣଙ୍କୁ ଉଠାଇନେଲା ପୋଲିସ

- Advertisement -

ଭୁବନେଶ୍ବର: ଏବେ ମଧ୍ୟ କରୋନାର ଭୟବହତାକୁ ଲୋକ ବୁଝିବା ନାରାଜ। ସରକାରଙ୍କ ଏତେ ଘୋଷଣା ପରେ ମଧ୍ୟ ଆଇନକୁ ହାତକୁ ନେଉଛନ୍ତି ଲୋକମାନେ।ଗତକାଲି ରାତି ୮ ଠାରୁ ଭୁବନେଶ୍ୱରକୁ ୪୮ ଘଣ୍ଟା ପାଇଁ ସଟ୍‌ ଡାଉନ୍ କରାଯାଇଛି ।ଯାହାକି ରବିବାର ରାତି ୮ଟା ପର୍ଯ୍ୟନ୍ତ ରହିବ। ହେଲେ ଏହାକୁ ରାଜଧାନୀର କିଛି ଲୋକ ମାନୁ ନାହାନ୍ତି । ଯାହାର ପରିଣାମ ସ୍ୱରୂପ ବର୍ତ୍ତମାନ ଯାଏଁ ସଟ୍‌ ଡାଉନ୍‌ କଟକଣା ଅବମାନନା ଅଭିଯୋଗରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ସାରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।
ରାଜ୍ୟରେ କରୋନା ଆକ୍ରାନ୍ତ ବଢୁଥିବାର ଦେଖି ସରକାର ଗତକାଲ ରାତିଠୁ ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଲାଗୁ ହୋଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles