ଯାଜପୁର ବ୍ରହ୍ମବରଦା ସିଲ୍ : ଆବଶ୍ୟକ ପଡିଲେ ଅନ୍ୟ ଅଂଚଳ !

- Advertisement -

ଯାଜପୁର :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20ରେ ପହଂଚିଛି l ଯାଜପୁରରେ ଜଣଙ୍କର କରୋନା ନମୁନା ପଜିଟିଭ୍ ଆସିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ  ବ୍ରହ୍ମବରଦା ଅଞ୍ଚଳ ସିଲ୍, କରିଛି l  ବ୍ରହ୍ମବରଦାର ୩ କିମି ପରିଧି ଭିତରେ ଚଳାଚଳ ବନ୍ଦ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ l  ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି l ଏହାସହ ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଦେଲେ ସୂଚନା । ତେବେ ଆବଶ୍ୟକ ପଡିଲେ ଜିଲ୍ଲାର ଅନ୍ୟ ଅଂଚଳ ସିଲ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି l କରୋନା ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ ଓ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ ବାରମ୍ବାର ଅନୁରୋଧ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles