କରୋନା ପାଇଁ ବିରଜା କ୍ଷେତ୍ରରେ ବାଡ଼ ବୁଜିଲେ ପ୍ରଣବ…

- Advertisement -

ବ୍ରହ୍ମବରଦାର ସମ୍ପୂର୍ଣ୍ଣ ଅଞ୍ଚଳ

ଜିଲ୍ଲା ପ୍ରଶାସନ ସହ ବୈଠକ କଲେ ପ୍ରଣବ 

ଆଗାମୀ ଦିନରେ ବଡ଼ ଅଭିଯାନ ନେବାକୁ ନିଷ୍ପତି 

ଘରେ ରହିବାକୁ ଯାଜପୁରବାସୀ ପୁଣି କଲେ ଅପିଲ 

 

ଯାଜପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20ରେ ପହଂଚିଛି l ଯାଜପୁର ବ୍ରହ୍ମବରଦାରରେ  ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବଡ ନିଷ୍ପତି ନେଇଛି l ପୁରା  ସଡ ଡାଉନ ହୋଇଛି  ବ୍ରହ୍ମବରଦାର ସମ୍ପୂର୍ଣ୍ଣ ଅଞ୍ଚଳ । ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମିଳନୀକୁ ଓଡିଶାରୁ ଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନଙ୍କ ମଧ୍ୟରୁ ଯାଜପୁରରୁ ଯାଇଥିବା ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ସମ୍ପୂର୍ଣ ଅଞ୍ଚଳକୁ ସଡ ଡାଉନ କରାଯିବା ସହ ବ୍ରହ୍ମବରଦା ଅଞ୍ଚଳକୁ ସାନିଟାଇଜ କରାଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାଜପୁରର ବାସୀ କିପରି ପୁରା ସୁରକ୍ଷିତ ରହିବେ ସେ ନେଇ ସବୁବେଳେ ଦିନରାତି ଏକ କରିଥିବା ବିଜେଡି ସଂଗଠନ ସମ୍ପାଦକ ତଥା ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ଅଣ୍ଟା ଭିଡିଛନ୍ତି l ଆଜି ସକାଳୁ ବିଧାୟକ  ଜିଲ୍ଲାପ୍ରସାସନ ସହିତ ସ୍ଥିତିର ପୁଣି ସମୀକ୍ଷା କରିଛନ୍ତିl ବିରାଜ କ୍ଷେତ୍ରକୁ କରୋନା ପୁରାଇ ନଦେବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l ଆବଶ୍ୟକ ପଡିଲେ   ଜିଲ୍ଲାରେ ସଡ ଡାଉନ ଲାଗୁ କରାଯିବ ପରି ନିଷ୍ପତି ନେଇପାରେ ଜିଲ୍ଲା ପ୍ରଶାସନ l ଏହି ବୈଠକରେ ଯାଜପୁର ଏସ ପି ଉପସ୍ଥିତ ଥିଲେ l

କେବଳ ସେତିକି ନୁହେଁ,  ଯାଜପୁର ବାସୀ ଘରେ ରହି କରୋନାକୁ ଦୂରେଇ ଦେବା ପାଇଁ ବିଧାୟକ ପୁଣି ନିବେଦନ କରିଛନ୍ତି l

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles