ଲକଡାଉନ୍ ସମୟରେ ଆହାର ଯୋଗାଉଛନ୍ତି ସ୍ବେଚ୍ଛାସେବୀ ।

0

କୋରାପୁଟ : ସରକାରଙ୍କ ଲକଡାଉନ୍ ଘୋଷଣା ଦଶମ ଦିନରେ ପହଞ୍ଚିଥିବା  ବେଳେ ସୁନାବେଡା ପୌରପରିଷଦ ଅନ୍ତର୍ଗତ ସହରର କୋଣ କୋଣରେ ବସବାସ କରୁଥିବା ଅସହାୟ, ଭିନ୍ନକ୍ଷମ ଏବଂ ଭିକ୍ଷା ବୃତ୍ତି କରି ଜୀବନ ଧାରଣ କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଛାସେବୀ ସଂଗଠନ ପକ୍ଷରୁ ଏହି ଦୀନ ଦରିଦ୍ର ମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ବଣ୍ଟା ଯାଉଥିବା ନଜରକୁ ଆସୁଛି । ଏପରି ଏକ ସଂଗଠନ ସୁନାବେଡା ହାଉସିଂ ବୋର୍ଡ ୟୁଥ ଆସୋସିଏସନ୍ ର ମୁଖ୍ୟ ତଥା ବିଜେଡିର ବରିଷ୍ଟ ନେତା ଶ୍ରୀ ସନ୍ତୋଷ ଲେଙ୍କା ଓ କର୍ମକର୍ତ୍ତା  ସୁର ନାୟକ, ଆଦିତ୍ୟ ଅଲଫା, ସନ୍ତୋଷ ସାହୁ, ଅଶ୍ବିନୀ ଖରା, ମନୋଜ ଖରା, ସୁନୀଲ ପାତ୍ର, ଦିବ୍ୟଜୋତି ରଥ, ଅଶ୍ବିନୀ ପାଣିଗ୍ରାହୀ, ଶିବ କୁମାର ରାଉତ ଓ ମନୋଜ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ ଏବଂ ସହାୟତା କରି ଅଞ୍ଚଳର ଏଇଏଫ ମାର୍କେଟ, ହାଉସିଂ ବୋର୍ଡ କଲୋନୀ, ଡିପି କ୍ୟାମ୍ପ, ପୋଲିସ କ୍ୟାମ୍ପ, ପୌରପରିଷଦ ଟ୍ରାଫିକ ଛକ, ସେମିଲିଗୁଡାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଭୋକିଲା ମାନଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ସେହିପରି ସେମିଲିଗୁଡାର ଶ୍ରୀ ଗଙ୍ଗାମାଁ ସେବା କମିଟି ତରଫରୁ ଅଞ୍ଚଳରେ ଚଳାଚଳ କରିଥିବା ଭାରି ଯାନବାହାନର ଡ୍ରାଇଭର ଏବଂ ହେଲପର ନାଇଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ସ୍ଥଳେ ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ଅତିଥି ସେବାର ପରିଚୟ ଦେଇଛନ୍ତି l ଏଭଳି ସେବା କାର୍ଯ୍ୟ ଲକଡାଉନର ଅବଧି ଯାଏ ଚାଲୁ ରହିବ ବୋଲି ସଂଗଠନର ମୁଖ୍ୟ କହିଛନ୍ତି l

ରକ୍ତ ଭଣ୍ଡାରର ଅଭାବକୁ ପୁରା କରିବାକୁ ପ୍ରୟାସ ।

0

କୋରାପୁଟ :  ସମଗ୍ର ଦେଶରେ କରୋନା ଭୁତାଣୁର ମୁକାବିଲା କରିବା ପାଇଁ ଲକ ଡାଉନ ଘୋଷଣା ହୋଇଛି । ଏଥିଯୋଗୁଁ କୋରାପୁଟ୍ ଜିିଲ୍ଲା ରକ୍ତ ଭଣ୍ଡlରରେ ରକ୍ତର ଅଭାବ ଦେଖାଦେଇଛି । ଏହି ଅଭାବ ପୂୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କୋରାପୁଟ ଜିଲ୍ଲାକୁ ଦିଆଯାଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନକୁ କାର୍ଯ୍ୟକ୍ଷମ କରିିିିଛିି ସ୍ବ୍ବାସ୍ଥ୍ୟ ବିଭାଗ । ଜିଲ୍ଲା ରକ୍ତଦାତା ସଂଘ ଏ ନେଇ ଏକ ପ୍ରୟାସ କରି ସଫଳତା ହାସଲ କରିଛି l ଉକ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଜରିଆରେ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ପକ୍ଷରୁ ସ୍ଵେଛାକୃତ ରକ୍ତଦାନ ଅଭିଯାନ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 30 ୟୁନିଟ ରକ୍ତ ସଂଗ୍ରହ କରିିପାରିଛି l ଉକ୍ତ ଅଭିଯାନର ପ୍ରଥମ ରକ୍ତଦାତା ଭାବେ ଫୋରମର ସାଧାରଣ ସମ୍ପାଦକ ରାଜେଶ ଯାଦବ ଏବଂ ପଙ୍କଜ ପ୍ରଧାନ କୋରାପୁଟ ଠାରେ ଉକ୍ତ ଯାନରେ ରକ୍ତଦାନ କରିଥିଲେ । ସେହିପରି ସୁନାବେଡାର ଶାନ୍ତି ନଗରରେ ଆୟୋଜିତ ଭ୍ରାମ୍ୟମାଣ ଶିବିରରେ ସୁନୀଲ ବିଶ୍ୱାଳ ଏବଂ ଯୁବ ସମାଜସେବୀ ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗୋପୀନାଥ ମହାପାତ୍ର, ଅଶୋକ କୁମାର ପରିଡା, ଉମେଶ ସିଂ, ଦେବାଶିଷ ଜେନା, ଓମ୍ ପ୍ରକାଶ ସିଂ, ଶିବ ଶଙ୍କର ଦାଶ, ଯଯାତି କିଶୋର ରାୟ , ଇନ୍ଦ୍ରଜିତ ସିଂ, ଜିତେନ୍ ପାଣିଗ୍ରାହୀଙ୍କ ସମେତ ଅନ୍ୟ କିଛି ବ୍ଯକ୍ତି ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ l ଉକ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଶିବିରରେ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଏବଂ ସୁନାବେଡା ଆଇଆଇସି ଭୀମସେନ ନାୟକ ଯୋଗଦେଇ ରକ୍ତଦାତା ଏବଂ ଆୟୋଜକ ମାନଙ୍କୁ ଉତ୍ସlହିତ କରିଥିଲେ l ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ଫୋରମର ସଭାପତି ଜି.ସଂଜୀବ କୁମାରଙ୍କ ସମେତ ବରିଷ୍ଟ କର୍ମକର୍ତ୍ତା ଡ଼କ୍ଟର ଉମା ଶଙ୍କର ପ୍ରସାଦ ପାତ୍ର, ଶେଖ ଇବ୍ରାହିମ, ଆନନ୍ଦ ମୌଳି ପଟନାୟକ ଏବଂ ଗଣେଷ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶହୀଦ ଲଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରକ୍ତଭଣ୍ଡlର ର କର୍ମକର୍ତ୍ତା ବୁଲୁ ଗୌଡ଼, ସଞ୍ଜୟ ସିଂ ଏବଂ ବିଶ୍ୱଜିତ ନାୟକ ରକ୍ତଦାତାଙ୍କ ଠାରୁ ସୁରକ୍ଷିତ ଢଙ୍ଗରେ ରକ୍ତ ସଂଗ୍ରହ କରିଥିଲେ l ସେହିଭଳି ଭ୍ରାମ୍ୟମାଣ ଯାନ ସେମିିଳିଗୁଡାରେ ପହଞ୍ଚିବା   ପରେ ସେଠାରେ ସରୋଜ କାନ୍ତ ପ୍ରଧାନ, ବୀରେନ୍ଦ୍ର କୁମାର ଝା, ପ୍ରମୋଦ ପ୍ରଧାନ, ଏସ୍ ଏନ୍ ଆଚାର୍ଯ୍ୟ, ଡି ମିଶ୍ର, ସଚ୍ଚିଦାନନ୍ଦ ତ୍ରିପାଠୀ,ପବିତ୍ର ମୋହନ ମିଶ୍ର, ଭଗବାନ ପ୍ରଧାନ, ବିବେକାନନ୍ଦ ତ୍ରିପାଠୀ, ଏବଂ କେ ପି ଚନ୍ଦ୍ରକଳା ରକ୍ତଦାନ କରିଥିଲେ l ଫୋରମର ସଦସ୍ୟ ପ୍ରଦୀପ କୁମାର ତ୍ରିପାଠୀ, ସ୍ୱରାଜ ରାୟ , ଡି.ରମେଶ, ରାଜେନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ମଧ୍ୟ ଉକ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଜରିଆରେ ସେମିଲିଗୁଡା ଠାରେ ରକ୍ତ ସଂଗ୍ରହ କରାଯିବ ବୋଲି ଜଣାଯାଇଛି l

ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଭୀମସେନ୍ ।

0
  1. କୋରାପୁଟ : ଆଜି ସୁନାବେଡାର ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ଭୀମସେନ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ସହ ସମସ୍ତ କାର୍ଯ୍ୟର ଭାର ଗ୍ରହଣ କରିଛନ୍ତି l ସେ ତାଙ୍କ ଚାକିରୀ ଅବଧିରେ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି , ରାୟଗଡା, ପାପଡାହାଣ୍ଡି ଏବଂ ନବରଙ୍ଗପୁର ଆଦି ଅଞ୍ଚଳର ଥାନା ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରି ଏକ ଦକ୍ଷ ଅଧିକାରୀର ପରିଚୟ ଦେଇଛନ୍ତି l ସେ ନବରଙ୍ଗପୁର ଥାନାରୁ ବଦଳି ହୋଇ ସୁନାବେଡା ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ଆଜିର ଏହି ଘଡିସନ୍ଧି ମୁହୁର୍ତରେ କରୋନା ଭୁତାଣୁର ଭୟlବହତାରୁ ଅଞ୍ଚଳର ଜନସାଧାରଣଙ୍କ ହିତ ଉଦେଶ୍ୟରେ ସତର୍କ ଓ ସଚେତନତା ଅବଲମ୍ବନ କରିବା ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ଏବଂ ଅନାବଶ୍ୟକ ସ୍ଥଳେ ବାହାରେ ବୁଲୁଥିବା ଓ କରୋନା ଭୁତାଣୁ ସମ୍ପର୍କରେ ଅପପ୍ରଚାର କରି ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ ।ତତ୍ ସଙ୍ଗେ ସଙ୍ଗେ ୫ଟି ଜରିଆରେ ସମସ୍ତ ଜନସାଧାରଣଙ୍କୁ ଉଚିତ୍ ନ୍ଯାୟ ଦିଆଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା: 9 ଛୁଇଁଲା

  • ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବମୀଖାଲର ତିନିଙ୍କୁ କରୋନା ପୋଜିଟିଭି ଚିହ୍ନଟ କାରାଯାଇଛି। ଆସନ୍ତା କାଲି ତାଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ତାହା ଆଜି ପୋଜିଟିଭ୍ ଆସିଛି।  ଏ ନେଇ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ।
    ଏହା ୩ ଜଣଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯ରେ ପହଁଚିଲା। ଆଜି ସକାଳୁ ରାଜ୍ୟର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଥିଲା । ପୂର୍ବରୁ ମଧ୍ୟ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।

ହିରୋ ଅଫ୍‌ ଆନିମଲ” ପୁରସ୍କାର ପାଇବେ ନବୀନ

 ନବୀନଙ୍କୁ ମିଳିବ ହିରୋ ଅଫ୍‌ ଆନିମଲ” ପୁରସ୍କାର

(PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ !

ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୌରାଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟଯୋଗାଣ ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରିଥିଲେ  !

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ “ହିରୋ ଅଫ୍‌ ଆନିମଲ” ପୁରସ୍କାର ! ଏହି ପୁରସ୍କାର ଦେବ ପେଟା ଇଣ୍ଡିଆ ! ସାରା ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା l କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ମଧ୍ୟରେ ନୁହେଁ, ସାରା ବିଶ୍ୱରେ ଉଚ୍ଚ ପ୍ରଶାଂସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିପାଇଁ ଅନ୍ତର୍ଜାତୀୟ ପଶୁସେବା ସଂସ୍ଥାନ ପିପୁଲ୍ ଫର୍‌ ଦ ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌ସ (PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ ! ପେଟର ଅଫିସିଆଲ ୱେବସାଇଟରେ ଏହି ସୂଚନା ଦେଇଛନ୍ତି ପେଟାର ଭାରତ ସିଇଓ ଡକ୍ଟର ମଣିଲାଲ୍‌ ଭାଲିୟାତେ ! ଜନବସତିରେ ରହୁଥିବା ପଶୁପକ୍ଷୀ ହୋଟେଲ, ଦୋକାନ ବଜାରରେ ଫିଙ୍ଗା ହେଉଥିବା ଖାଦ୍ୟ ଉପରେ ନିର୍ଭର କରିନ୍ତି ! ଲକକ୍‌ଡାଉନ୍‌ ସମୟରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକାମନେ ମଧ୍ୟ ଘରୁ ବାହାରୁ ନାହାନ୍ତି ! ଏଭଳି ସମୟରେ ବୁଲା ପଶୁପକ୍ଷୀ ଭୋକରେ ବଞ୍ଚୁଛନ୍ତି ! ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ ଯେ ସେ ଏହି ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ନିମନ୍ତେ ସ୍ବତନ୍ତ୍ର ପାଣ୍ଠି ଦେଇଛନ୍ତି ! ସେଥିପାଇଁ ତାଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯିବ ବୋଲି ପେଟା ଇଣ୍ଡିଆ ସିଇଓ ସୂଚନା ଦେଇଛନ୍ତି ! ସମ୍ମାନ ସ୍ବରୂପ ମୁଖ୍ୟମନ୍ତ୍ରୀ ପେଟା-ଭାରତ ଠାରୁ ଏକ ସମ୍ମାନଫଳକ ଓ ପ୍ରଶଂସାପତ୍ର ଗ୍ରହଣ କରିବେ ! ସାରା ଦେଶରେ ଲକଡାଉନ ଚାଲିଥିବାରୁ କେବେ ସମ୍ମାନିତ କରାଯିବ ତାରିଖ ସ୍ଥିର ହୋଇନାହିଁ ! କିଛିଦିନ ତଳେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟର ୫ ମହାନଗର ଓ ୪୮ଟି ପୌରାଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟଯୋଗାଣ ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି !

ରାଜ୍ୟରେ କାୟା ମେଲାଉଛି କରୋନା। ଆକ୍ରାନ୍ତ ସଂଖ୍ୟା ୬କୁ ବୃଦ୍ଧି।

ଭୁବନେଶ୍ୱର : ଆଜି ରାଜ୍ୟରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଛି। ଆସନ୍ତା କାଲି ତାଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ତାହା ଆଜି ପୋଜିଟିଭ୍ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଘର କଟକ ବୋଲି ସୂଚନା ମିଳିଛି। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ। ଏ ନେଇ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ।
ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬ ରେ ପହଁଚିଲା। ଆଜି ସକାଳୁ ରାଜ୍ୟର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଥିଲା । ପୂର୍ବରୁ ମଧ୍ୟ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।

48ଘଣ୍ଟା ଭୁବନେଶ୍ୱର ଓ ଭଦ୍ରକ ସଟ ଡାଉନ..

ଆସନ୍ତା ୪୮ ଘଣ୍ଟା ଯାଏଁ ଭୁବନେଶ୍ୱର ଓ ଭଦ୍ରକ ସହରରେ ପୁରା ଲକଡାଉନ #Comple_Shutdown

ଘରୁ ବାହାରକୁ ବାହାରିବା ଉପରେ ଲାଗିଲା ରୋକ।

ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ରୋକ ଲାଗିଲା।

ଭୁବନେଶ୍ବର: ସାରା ଦେଶରେ କରୋନା ମୁକାବିଲା କରିବାରେ ଓଡ଼ିଶା ଆଗରେ।ଏହି କ୍ରମରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।ଭୁବନେଶ୍ୱର ଓ ଭଦ୍ରକ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ସଟ୍ ଡାଉନ୍ ଘୋଷଣା କରାଯାଇଛି। ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ମହାନିର୍ଦେଶକ ଅଭୟ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଲକଡାଉନ ବେଳେ ଦିଆଯାଇଥିବା ସମସ୍ତ ପାସ୍ ଅକାମୀ ହୋଇଯିବ। ଅର୍ଥାତ୍ କୌଣସି ଅନୁମତି ପତ୍ର ଏହି ସମୟରେ କାମ କରିବ ନାହିଁ। ଘରୁ କେହି ବାହାରିପାରିବେନାହିଁ। ତେବେ ମାଲ ପରିବହନ ପୂର୍ବଭଳି ଚାଲିବ। କୌଣସି ଦୋକାନ ବଜାର ଖୋଲିପାରିବ ନାହିଁ। ଆଜି ସନ୍ଧ୍ୟା ୮ରୁ ଏହି ଅବଧି ଆରମ୍ଭ ହେବ ଓ ରବିବାର ୮ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ। ତେବେ ଭୁବନେଶ୍ୱରରେ ଓଡ଼ିଶାର ୮୦% ରୋଗୀ ଚିହ୍ନଟ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

ମୋଦିଙ୍କ ନୂଆ ଆହ୍ୱାନ: ରାତି ୯ଟାରେ ୯ମିନିଟ୍

ମୋଦି ଦେଲେ ନୂଆ ଆହ୍ୱାନ

ରାତି ୯ଟାରେ ୯ମିନିଟ 

ଦୀପ , ମହମବତୀ, ମୋବାଇଲ ଲାଇଟ ଜାଳିବା

ବିଦ୍ୟୁତ ବନ୍ଦ କରିବା 

ସାମାଜିକ ଦୂରତା ବଜାୟ ରଖିବା 
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଏକ ଭିଡିଓ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଜାଳିବା ।
ଏହା କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ।
ଏହା ସହ ସେ କହିଛନ୍ତି କି, ଲକଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଲକଡାଉନ୍ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା ଓ ସେବାଭାବ ପ୍ରଶଂସାଯୋଗ୍ୟ । ଲକଡାଉନ୍ ସମୟରେ ଆମେ ଘରେ ଅଛନ୍ତି । କିନ୍ତୁ, ସମଗ୍ର ଦେଶର ସାମୂହିକ ସାମର୍ଥ୍ୟ ଆମ ସମସ୍ତଙ୍କ ସହ ଥିବାରୁ ଆମେ ଏକାକୀ ନୁହନ୍ତି । ଏବେ ସାରା ଦେଶ କରୋନା ସହ ଲଢ଼ିବାକୁ ଏକଜୁଟ ହେବାର ଏକ ମାଧ୍ୟମ ବୋଲି ମୋଦି କହିଛନ୍ତି ।

ଯାଜପୁରରେ ଆଇନକୁ ଫୁ : sbi ଶାଖାରେ ରହୁନି ସାମାଜିକ ଦୂରତା

ଯାଜପୁର :  କରୋନା ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ନ ବାହାରି ଘରେ ରହିବାକୁ ନିବେଦନ କରିଛନ୍ତି । ହେଲେ ଯାଜପୁରରେ କେତେକ ଅଂଚଳରେ ଲୋକେ ଏହା ମାନିବାକୁ ନାରାଜ। ଫଳରେ ପୋଲିସ ଚିନ୍ତାରେ ପଡିଛି l ଯାଜପୁର ସହରର କୋଟବସନ୍ତ sbi ଶାଖାରେ ସାମାଜିକ ଦୂରତାକୁ ଲୋକେ ମାନୁନାହାନ୍ତି l ବ୍ୟାଙ୍କ ଖୋଲିଲା ମାତ୍ର ଲୋକେ ଭିଡ଼ ଜମାଉଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ l ତହସିଲଦାର, ବିଡ଼ିଓ, ପୋଲିସ ସାରା ଅଞ୍ଚଳରେ ଦିନ ତମାମ ବୁଲି ଲୋକଙ୍କୁ ଘରୁ ନ ବାହାରିବାକୁ ବୁଝାଉଛନ୍ତି। ହେଲେ ଲୋକେ ଏହା ବୁଝିବାକୁ ନାରାଜ । ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନେ ବାହାରେ ବୁଲୁଛନ୍ତି । ବଜାରକୁ ଯିବା ବାହାନାରେ ସେମାନେ ଯାଜପୁର ସହରରେ ଗହଳି ସୃଷ୍ଟି କରୁଛନ୍ତି। ଯାହା କି ବର୍ତ୍ତମାନ ସମୟରେ ଏକ ଅପରାଧ । ଆଜି sbi ସମୁଖରେ ଲୋକଙ୍କ ଭିଡ ଦେଖି  ଲୋକେ ଚିନ୍ତିତ ହୋଇଛନ୍ତି l

ସୂର୍ଯ୍ୟନଗରକୁ ଯିବା ମନା….

ସୂର୍ଯ୍ୟନଗର ଅଂଚଳର ପ୍ରତିରୋଧ ଅଂଚଳ ରେ ଲୋକମାନେ ଘରେ ରହିବାକୁ ଦିଆଗଲା ନିର୍ଦେଶ। ସଂପୃକ୍ତ ଅଞ୍ଚଳରେ କେହି ବାହାର ଲୋକେ ପସିବେନି କିମ୍ବା ଭିତରର ଲୋକେ ବାହାରକୁ ନ ଆସିବାକୁ ନିର୍ଦେଶ। ପ୍ରତିରୋଧ ଅଂଚଳର ସବୁ ଦୋକାନ ବଜାର ବନ୍ଦ। ଘରୋଇ ସରକାରି ଅନୁଷ୍ଠାନ ବନ୍ଦ। ସୂର୍ଯ୍ୟ ନଗର ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କଥା ବୁଝିବାକୁ ନିୟୋଜିତ ହେଲେ ଦୁଇଜଣ ବରିଷ୍ଠ ଓଏଏସ ଅଧିକାରୀ ଓ ଜଣେ ଡକ୍ଟର। ବିଏମସି ଡେପୁଟି କମିଶନର କମଲଜିତ ଦାସ, ଭବାନୀ ପ୍ରସାଦ ମିଶ୍ର ଓ ଆଉ ଜଣେ ଡାକ୍ତର ନିୟୋଜିତ ହେଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news