ରାଜ୍ୟକୁ କେନ୍ଦ୍ର ଟଙ୍କା ଟେନସନ……

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କଠାରୁ ଆସିଥିବା ଜାତୀୟ ସାମାଜିକ ସହାୟତା ରାଶିକୁ ନେଇ ଟେନସନରେ ରାଜ୍ୟ ସରକାର। କେମିତି ବାଣ୍ଟିବେ ଟଙ୍କା ତାକୁ ନେଇ ଚାଲିଛି ହିସାବ ନିକାସ। ଏହି ଯୋଜନାରେ କେନ୍ଦ୍ର ସରକାର 1000 ତାଙ୍କ ସହାୟତା ଦେବାଲାଗି ଘୋଷଣା କରିଛନ୍ତି। ଏ ବାବଦରେ 5 ସହ ଟଙ୍କା ରାଜ୍ୟକୁ ଆସିଛି। ହେଲେ ରାଜ୍ୟ ସରକାର ଲୋକଙ୍କୁ ବର୍ତ୍ତମାନ 48 ଲକ୍ଷ ଲୋକଙ୍କୁ ଭତା ପ୍ରଦାନ କରୁଛନ୍ତି। ସେଥିରୁ 20 ଲକ୍ଷ ହିତାଧିକାରୀ ଜାତୀୟ ସାମାଜିକ ସହାୟତା ଯୋଜନାରେ ଥିବାବେଳେ 28 ଲକ୍ଷ ଲୋକ ମଧୁବାବୁ ପେନସନ ଯୋଜନାରେ ତାଲିକାରେ ଅଛନ୍ତି। ଯେହେତୁ କେନ୍ଦ୍ର ସରକାର କେବଳ ଜାତୀୟ ସାମାଜିକ ସହାୟତା ଯୋଜନାରେ ସାମିଲ ଥିବା 20 ଲକ୍ଷ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଅଡୁଆରେ ପଡିଛନ୍ତି ରାଜ୍ୟସରକାର। କିଭଳି ବାଣ୍ଟିବେ ଟଙ୍କା। କାରଣ 20 ଲକ୍ଷ ହିତାଧିକାରୀଙ୍କୁ ଛାଡିଲେ ବାକି 28 ଲକ୍ଷ ଲାକଙ୍କୁ କେଉଁଠୁ ଦେବେ ଟଙ୍କା। ଏଥିପାଇଁ ଆବଶ୍ୟକ 250 କୋଟି ଟଙ୍କା। ତେଣୁ ଦ୍ଵିତୀୟ କିସ୍ତି ଆସିବା ପରେ ଏହି ସହାୟତା ରାଶି ପ୍ରଦାନ କରିବା ନେଇ ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଅାଇପିଏସ ଅମିତାଭ ଠାକୁରଙ୍କ ଶଶୁରଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ଅାଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଅାଇଏଫଏସ ଅଫିସର ଥିଲେ । ସେ କିଛି ବର୍ଷ ତଳେ ଅବସର ନେଇଥିଲେ । ସେ କର୍କଟ ରୋଗରେ ପିଡିତ ଥିଲେ ଏବଂ ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁରେ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ରାଜହଂସ ଜଣେ ଅତି ଭଦ୍ର ଓ ମେଳାପୀ ଅଫିସର ଥିଲେ । ତାଙ୍କ ଚାକିରି କାଳ ମଧ୍ୟରେ ସେ ବିଭିନ୍ନ ପଦପଦବୀରେ ବେଶ ସଫଳତାର ସହ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ସେ ଗ୍ରହଣ କରିଥିବା କିଛି ପଦକେ୍ଷପକୁ ଏବେ ବି ତାଙ୍କ ସହ କାମ କରିଥିବା ଅଧିକାରୀମାନେ ଝୁରୁଛନ୍ତି । ଜଙ୍ଗଲ ଅାଇନ କାନୁନ ଭିଷୟରେ ସେ ଥିଲେ ଅତି ବିଚକ୍ଷଣ । ସବୁଠାରୁ ବଡ କଥା ହେଉଛି ସେ ଥିଲେ ଜଣେ ଲୋକକୈନ୍ଦ୍ରିକ ପ୍ରଶାସକ । ଯେଉଁଥିପାଇଁ ସେ ଯେଉଁଠି ବି କାମ କଲେ ସେଠାରେ ସେ ସୁନାମ ଅର୍ଜନ କରିଛନ୍ତି ।

ଆମିଷ ଦୋକାନରେ ପ୍ରବଳ ଭିଡ….

ଭୁବନେଶ୍ୱର : ଏବେ ଦେଶରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ସେଥିପାଇଁ କେନ୍ଦ୍ର ସରକାର ଲକ୍ ଡାଉନ ଅବଧିକୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେଥିପାଇଁ ସରକାରଙ୍କ ତରଫରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ଅପିଲ କରାଯାଉଛି। ହେଲେ ଆମିଷ ବାର ହେଲା ମାନେ ଲୋକମାନେ ଏସବୁକୁ ଭୁଲି ଯାଉଛନ୍ତି । କରୋନା ମୁକାବିଲା କରିବା ଅପେକ୍ଷା ସେମାନେ ଆମିଷ ଖାଇବାକୁ ଅଧିକ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳୁଛି । ଗୋଟେ ପଟେ ବାହାର ରାଜ୍ୟରେ କାମ କରୁଥିବା ଲୋକମାନେ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ଅନ୍ୟ ପଟେ ଆମର ଏଠି ଆମିଷ ଦୋକାନରେ ଭିଡ଼ । ଯାହାକି ଏକ ଚିନ୍ତାର ବିଷୟ । ଓଡିଶା ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚି ବାରମ୍ବାର ଘରେ ରହିବା ପାଇଁ ଅପିଲ କରୁଛନ୍ତି। ଏବେ ୨୨ ପ୍ରକାର ଖାଦ୍ୟ ଖାଇବାର ସମୟ ନୁହେଁ ବୋଲି ବୁଝାଉଛନ୍ତି । ହେଲେ ଲୋକ ବୁଝିବାକୁ ନାରାଜ । ଲକ୍ ଡାଉନ ସମୟକୁ ଆନେକ ମଉଜ ମହଲିସର ଦିନ ଭାବୁଛନ୍ତି। ଯାହା ଫଳରେ ସରକାରଙ୍କ ବାରମ୍ବାର ନିବେଦନ ପରେ ମଧ୍ୟ ସେମାନେ ବାରମ୍ବାର ବଜାରକୁ ଆସୁଛନ୍ତି। ଏହା ପ୍ରାୟତଃ ଆମିଷ ଦିନ ଗୋଡ଼ାକରେ ଅଧିକା ଦେଖୁବାକୁ ମିଳୁଛି। ସବୁ ଆମିଷ ଦୋକାନରେ ପ୍ରବଳ ଭିଡ । ସାମାଜିକ ଦୂରତାର କଥା ସେଠି ପଚାରେ କିଏ ? ଗୋଟେ ପଟେ ଭୋକର ତାଣ୍ଡବ ଚାଲିଥିବା ବେଳେ ଆଉ ଗୋଟେ ପଟେ ଭଲ ଖାଇବାର ପ୍ରତିଯୋଗିତା । ଏମିତି ପରିସ୍ଥିତି ଲାଗିରହିଲେ କରୋନା ହରାଇବା କଷ୍ଟକର ହୋଇଯିବ ।

କୋଭିଡ଼ ହସ୍ପିଟାଲରେ ପାଣ୍ଡିଆନ….

ଅନୁଗୋଳ : ଏବେ ସାରା ଦେଶରେ କୋଭିଡ-୧୯ ହସପିଟାଲ ତିଆରି କରିବାରେ ଓଡିଶା ପ୍ରଥମ । ସବୁ ଜିଲ୍ଲାରେ କୋଭିଡ-୧୯ ହସପିଟାଲ ତିଆରି କରିବିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ ପାଇଁ ପ୍ରସ୍ତୁତି କରାଯାଇଛି । ଆଜି ଏଠାକୁ ଯାଇ ସ୍ଥିତି ପରଖିଛନ୍ତି ୫ଟି ସଚିବ ବି କେ ପାଣ୍ଡିଆନ। ହସ୍ପିଟାଲର ଭିତୀଭୂମି ଦେଖିବା ସହ କୋଭିଡ-୧୯ ମୁକାବିଲା ପାଇଁ କରାଯାଇଥିବା ସମସ୍ତ ପ୍ରସ୍ତୁତି କୁ ସେ ପରଖିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ ଓ ଏମ ସି ଏଲ ର ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ହସ୍ପିଟାଲରେ କରୋନା ମୁକାବିଲା ପାଇଁ ୧୫୦ ଟି ଶଯ୍ୟା ପ୍ରସ୍ତୁତ କରାଯିବା ସହ ୮ ଟି ଆସିୟୁ ରହିବ । ଜିଲା ଖଣିଜ ପାଣ୍ଠି ଏବଂ ଏମ ସି ଏଲ ପାଣ୍ଠି ରୁ ଏହି ହସ୍ପିଟାଲ ନିର୍ମାଣ କରାଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏଠାରେ ଚିକିତ୍ସା ପାଇଁ ସାମିଲ ହେବେ ।

ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ: ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ

ଭୁବନେଶ୍ୱର : ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନି ତଥା ଯୁଗ ସ୍ରଷ୍ଟା ଓ ପ୍ରଚଣ୍ଡ ଦୂରଦୃଷ୍ଟି ସଂପନ ନେତା ଥିଲେ। ଆଧୁନିକ ଓଡ଼ିଶାର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ। ଓଡିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ଅବଦାନ ରହିଥିଲା। ମୃତ୍ୟୁପରେ ବି ପ୍ରତି ଓଡ଼ିଆଙ୍କ ମାନସ ପଟରେ ସେ ଅମର ଏବଂ ଚିର ପୂଜନୀୟ ବୋଲି ଦାସବର୍ମା କହିଥିଲେ। ଏଥି ସହିତ ସଞ୍ଜୟ ଦାସବର୍ମା ନିଜର ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ମହାମାରି କରୋନା ମୁକାବିଲା ପାଇଁ ଦଳୀୟ କର୍ମୀ, ନେତୃ ମଣ୍ଡଳୀ ଓ ନିର୍ବାଚିତ ପ୍ରତିନିଧିମାନକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପ୍ରେରଣାରେ ସଫଳତାର ସହ ଚାଲି ଆସିଥିବା ଜୀବନ ବିନ୍ଦୁ(ରକ୍ତଦାନ) କାର୍ଯ୍ୟକ୍ରମକୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଗେଇନେବା ହିଁ ପ୍ରବାଦ ପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାସବର୍ମା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ମାଲ୍ୟର୍ପଣ ଠାରୁ ଆରମ୍ଭ କରି ବକ୍ତବ୍ୟ ପ୍ରଦାନ ସମୟରେ ସମସ୍ତ ନେତା ସାମାଜିକ ଦୂରତା ରକ୍ଷା କରିଥିଲେ।

ଦ୍ୱିତୀୟ ଦିନ ପାଇଁ ଓଡ଼ିଶାରେ କରୋନା ଶୁନ…..

ଭୁବନେଶ୍ୱର : ଓଡିଶା ପାଇଁ ଭଲ ଖବର ।ଗତକାଲି ୮୮୪ ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲା। ହେଲେ ସବୁ କରୋନା ନେଗେଟିଭି ଆସିଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଲଗାତାର ଭାବେ ଦ୍ୱିତୀୟ ଦିନ ପାଇଁ ଓଡ଼ିଶାରେ କରୋନା ପୋଜିଟିଭ ବାହାରି ନାହାନ୍ତି। ଯାହାକି ଓଡ଼ିଶା ପାଇଁ ଖୁସିର ଖବର । ଏଯାଏଁ ୭୫୭୭ ଟି ରକ୍ତ ନମୁନା ପରୀକ୍ଷା ସରିଛି ।ସେଥିରୁ ମାତ୍ର ୬୦ଟି ରକ୍ତ ନମୁନା ପୋଜିତିଭ ଆସିଛି ।

ନିଦ ନାହିଁ ପାଣ୍ଡିଆନଙ୍କୁ…..

ଭୁବନେଶ୍ୱର: ହାରିବ କରୋନା ପୁଣି ହସିବ ଓଡ଼ିଶା । କୋଭିଡ 19କୁ ନେଇ ଓଡିଶା ଅନେକ ଆଗୁଆ ପଦକ୍ଷେପ ନେଇଛି। ଫଳରେ ସବୁଠି ପ୍ରସଂଶାର ପତ୍ର ସୁଅ ଛୁଟିଛି । ଭାରତ ଲକ୍ ଡାଉନ ହେବା ପୂର୍ବରୁ ମାର୍ଚ୍ଚ ୨୨ରେ ଓଡିଶାକୁ ଲକ୍ ଡାଉନ କରିବା । ଦେଶର ପ୍ରଥମ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା । ଜିଲ୍ଲାରେ କୋଭିଡ ହସ୍ପିଟାଲ କରିବା। ସାମାଜିକ ଦୁରତାକୁ ବଜାୟ ରଖିବା ପାଇଁ କଡାକଡି ଆଇନ କରିବା ।ଏହାସହ ଅସହାୟ ଲୋକଙ୍କୁ ଭତ୍ତା ,ରାସନ,ରାନ୍ଧଖାଦ୍ୟ ଯୋଗାଇଦେବା । ଏପରି ଅନେକ ପଦକ୍ଷେପ ନେଇଛି ଓଡ଼ିଶା । ପ୍ରତ୍ୟେକ ଦିନ କରୋନା ମୁକାବିଲା ପାଇଁ ନୂଆ ନୂଆ ବ୍ଲୁପ୍ରିଣ୍ଟ । ଧନ ସମ୍ପତି ରକ୍ଷା କରିବା ସହ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତି ସଂଚାର କରିବା ପ୍ରତ୍ୟେକ ଓଡ଼ିଆ ମନରେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଲକ୍ଷ୍ୟକୁ ପୂରଣ କରିବା ଓ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି କରୋନା ଲଢ଼େଇକୁ ଜୋରଦାର କରିବା। ପୁରା ପ୍ରଶାସନ କଳକୁ ଚଳ ଚଞ୍ଚଳ କରିବା । ଏସବୁକୁ ସମନ୍ୱୟ ଭାବରେ ଚଳାଇପାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତି ବିଶ୍ୱସ୍ତ ତଥା 5 T ସଚିବ ଭି. କେ ପଣ୍ଡିଆନ । ଓଡ଼ିଶାରେ କରୋନାକୁ ହରେଇବା ପାଇଁ ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି । ଦିନ ରାତି ଏକକରି ତାଙ୍କର କରୋନା ବିରୋଧୀ ଲଢେଇ ଜାରୀ ରଖିଛନ୍ତି। କେତେବେଳେ ଭିଡିଓ କନ୍ଫରେନ୍ସିଂଗ ଜରିଆରେ କାର୍ଯ୍ୟର ତଦାରଖ କରୁଛନ୍ତି ତ ଆଉ କେତେବେଳେ ଗ୍ରାଉଣ୍ଡ ଜିରୋରେ ଯାଇ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଉ ଟିକ୍ ନିକ୍ ଖବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ,ପ୍ରମୁଖ ଶାସନ ସଚିବ,ଜିଲ୍ଲାପାଳ ,ଏସିପି ଓ ପୁରା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଓଡ଼ିଶାରେ କରୋନାକୁ ହରାଇବା ପାଇଁ ସବୁବେଳେ ଚେଷ୍ଟା ଜାରୀ ରଖିଛନ୍ତି ପାଣ୍ଡିଆନ । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରିମାନେ ତାଙ୍କୁ ସାଥ ଦେଉଛନ୍ତି। ଯେଉଁଥି ପାଇଁ ସାରା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମାତ୍ର ୬୦ ରେ ଏହା ସୀମିତ ଅଛି । ଲୋକଙ୍କୁ ସଚେତନ କରାଇବା ଉପରେ 5 T ସଚିବ ବିଶେଷ ଗୁରୁତ୍ୱ ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ କଣ ତାଙ୍କୁ ଆମେରିକାର ଏକ ପୁରୁଣା ଭିଡିଓ ବାର୍ତ୍ତା ଦ୍ଵାରା ଚେତାଇ ଦେଇଛନ୍ତି ସେ । ଯଦି ସାଧାରଣ ଲୋକଙ୍କର ଅସୁବିଧା ହୁଏ ତାହାଲେ ଏଥିପାଇଁ ପ୍ରଶାସନିକ ଅଧିକାରୀ ଦାୟୀ ବୋଲି ଏହି ଭିଡ଼ିଓ ବାର୍ତ୍ତା ଜରିଆରେ ଦର୍ଶାଇଛନ୍ତି । ବିଦେଶର ଏକ ରୁଟି ଚୋରି ଘଟଣାକୁ ଦର୍ଶାଇ ସେ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତା ଅର୍ଥନୀତି ନୁହେଁ ଜୀଵନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ତାହାକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ସେ ଚେଷ୍ଟା କରିଛନ୍ତି । ଏହାକୁ ସଫଳ କରୁବା ପାଇଁ ଡେଡିକେଟେଡ଼ ଭି. କେ.ପିଙ୍କ ଆଖିରେ ନିଦ ନାହିଁ ।

ସବୁ ଜିଲ୍ଲାରେ ହେବ କରୋନା ଟେଷ୍ଟ….

ଭୁବନେଶ୍ୱର : ଯେଉଁ ଜିଲ୍ଲାରେ କରନା ସଂକ୍ରମଣ ହୋଇନାହ ସେହି ଜିଲ୍ଲାରେ ପ୍ରତି 10 ହଜାରରେ ଗୋଟିଏ ସାମ୍ପୁଲ ପରୀକ୍ଷା ହେବ। ଯେଉ ଡାକ୍ତର ନର୍ସ ଏବଂ ପରା ମେଡିକାଲ ଷ୍ଟେଫ କରନା ରୋଗୀଙ୍କ ସେବା କରୁଛନ୍ତି ସେମାନଙ୍କୁ ସେବାର 15 ଦିନ ପରେ ସେମାନଙ୍କ ସ୍ଵବ ପରୀକ୍ଷା ହେବା ସହ ସେମାନଙ୍କୁ ହସ୍ପିଟାଲରେ ଫେସିଲିଟି କ୍ଵରେଣ୍ଟଇଁ ନ ରେ ରଖାଯିବ। ସ୍ୱାବ ପରୀକ୍ଷା ପରେ ଯଦି କୋ ରନ ଲକ୍ଷଣ ନ ବାହାରିଲା ପୁଣି ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ହେବେ। ହ ଟ ସ୍ପି ଟ ଚିନ୍ହଟ ହୋଇ ଥିବା ଦୁଇ ଜିଲ୍ଲାରେ 3 ପର୍ଯ୍ୟୟ ରେ ପରୀକ୍ଷା ଭିହେବ। ପ୍ରଥମ ପର୍ଯ୍ୟାୟରେ କର ନ ରୋଗୀଙ୍କୁ ଚିକିତ୍ସ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ରୋଗୀ ଙ୍କ ପରିବାରର ସ୍ୱାବ ଟେଷ୍ଟ ହେବ। ଦୂତୀୟ ପର୍ଯ୍ୟୟରେ ପୋଲିସ ଓ ମୁନ୍ସୀପଲଟି ସଫେଇ କର୍ମଚାରୀ ଙ୍କ ପରୀକ୍ଷା ହେବ। ତୃତୀୟ ପର୍ଯ୍ୟୟରେ ବଳକା ଲୋକଙ୍କ ରେଣ୍ଡମ ଲି ପରୀକ୍ଷା ହେବ। ଏହି ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟନିର୍ଦେଶକ ଅଜିତ ମହାନ୍ତି l

ମନ୍ତ୍ରୀ ସ୍ତରୀୟ ବୈଠକରେ କଣ ନିଷ୍ପତି ନିଆଗଲା ପଡନ୍ତୁ….

ଭୁବନେଶ୍ୱର : କରୋନା ମୁକାବିଲା ନେଇ ମନ୍ତ୍ରୀ ସ୍ତରୀୟ ବୈଠକ ବହୁ ନିଷ୍ପତି ନିଆଯାଇଛି । ବୈଠକ ଶେଷ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କହିଛନ୍ତି ଯେ ଟ୍ରେନିଂ ଓ କାପାସିଟି ବିଲ୍ଡିଂ କୁ ଗୁରୁତ୍ୱ ଦିଆଯିବ । କୋଭିଡ କୁ ମୁକାବିଲା କରିହେବ, ତାହାକୁ ବୈଠକରେ ଫୋକସ କରାଯାଇଛି। ଅଧିକ ମ୍ୟାନ ପାୱାର ଉପରେ ଗୁରୁତ୍ୱ । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ଆଲୋଚନା । ଅଙ୍ଗନବାଡି ,ଆଶାକର୍ମୀ, ଏ ଏନଏମ ଓ ଡାକ୍ତର ମାନକୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ୱ ଦିଆଯାଇଛି । ବର୍ତମାନ ସୁଧା 1ଲକ୍ଷ 53 ହଜାର ଜଣଙ୍କୁ ତାଲିମ ଦିଆଜାଇଛି । ଅଧିକ ତାଲିମ ଦିଆଯିବା ଉପରେ ବ୍ୟବସ୍ଥା କରାଯାଉଛି । ସବୁ ପୁରୁଣା ଓ ନୂଆ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରନା ଟେଷ୍ଟି ଲାବରାଟୋରୀ ପାଈଁ ଆଲୋଚନା କରାଯାଇଛି। ଅଧିକ ଆଜିଥ୍ରୋ ମାଇସିନ ଓ ରାପିଡି ଟେଷ୍ଟ ପାଇଁ ଟେଷ୍ଟିଂ କୀଟ କିନିବାକୁ ସୁପାରିଶ କରିଛି କମିଟି । ଟେଷ୍ଟିଂ ଲ୍ୟାବ ପାଇଁ ଅଧିକ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ମହାମାରୀ କୁ ପ୍ରତିହତ ପାଇଁ ପ୍ରସ୍ତୁତ ହରିପୁର ।

ସୁକିନ୍ଦା : କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରତ୍ଯେକ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମାଠାରେ ନିର୍ମାଣ କରୁଛନ୍ତି ଅସ୍ଥାୟୀ ସଂଯୋଗନିରୋଧୀ ଆଶ୍ରୟ ସ୍ଥଳି । ସେହି କ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁରର ମହାଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମିତ ହୋଇଛି ଅସ୍ଥାୟୀ କ୍ବାରେଣ୍ଟାଇନ୍ କେନ୍ଦ୍ର । ଏଠାକାର ସରପଞ୍ଚ ଶ୍ରୀ ଅଲେଖ ପ୍ରସାଦ ରାଉତଙ୍କ ତତ୍ତ୍ବାବଧାନରେ ନିର୍ମାଣ କରାଯାଇଛି ଏହି କେନ୍ଦ୍ରରେ ୨୦ଜଣ ରହିବାର ସମସ୍ତ ସୁବିଧା ଉପଲବ୍ଧ ରହିଛି । ମିଳିଥିବା ସୂଚନା ଅନୁଯାୟୀ ସରକାରଙ୍କ ସବୁ ନିୟମକୁ ଏଠାରେ ଅକ୍ଷରେ ଅକ୍ଷରେ ପାଳନ କରାଯାଇଛି । ଯେପରିକି ରହିବା ଖାଇବା ସହ ଚବିଶ ଘଣ୍ଟିଆ ବିଜୁଳି ପାଇଁ ଇନଭଟର୍,ବିଶୁଦ୍ଧ ପାନୀୟ ଜଳ ସକାଶେ ଆକ୍ବାଗାର୍ଡ୍ ଓ ସମସ୍ତ ପ୍ରକାରର ଜରୁରୀକାଳୀନ ସେବା । ଶ୍ରୀ ରାଉତଙ୍କ ତତ୍ତ୍ବାବଧାନରେ ଓ ନିଜ ପ୍ରଚେଷ୍ଟାରେ ଆଜକୁ ଦୀର୍ଘ କୋଡିଏରୁ ଉର୍ଦ୍ଧ୍ବ ଦିନ ହେବ ରନ୍ଧା ଖାଦ୍ୟ ଦରିଦ୍ର ନିଷ୍ପେଶିତ ଅସହାୟ ମାନଙ୍କୁ ବଣ୍ଟନ କରାଯାଉଛି । ଶ୍ରୀ ରାଉତ ନିଜେ ସମସ୍ତ ଅସହାୟଙ୍କ ଘର ଘର ବୁଲି ଏହି ରନ୍ଧା ଖାଦ୍ୟ ବାଣ୍ଟୁଥିବା ଦେଖାଯାଉଛି ।ଏଠାରେ ଉଲ୍ଲେଖ କରାଯାଇପାରେ ରାଜ୍ୟ ସରକାର ସ୍ଥାନୀୟ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଏହି ରନ୍ଧା ଖାଦ୍ୟ ପ୍ରସ୍ତୁତ ଓ ବିତରଣ ଦାୟିତ୍ୱ ଦେଇଥିଲେ ମଧ୍ୟ ଏଠାରେ ଏହାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ସରପଞ୍ଚ ଶ୍ରୀ ରାଉତ ବି.ଡି.ଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news