ଆମିଷ ଦୋକାନରେ ପ୍ରବଳ ଭିଡ….

- Advertisement -

ଭୁବନେଶ୍ୱର : ଏବେ ଦେଶରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ସେଥିପାଇଁ କେନ୍ଦ୍ର ସରକାର ଲକ୍ ଡାଉନ ଅବଧିକୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେଥିପାଇଁ ସରକାରଙ୍କ ତରଫରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ଅପିଲ କରାଯାଉଛି। ହେଲେ ଆମିଷ ବାର ହେଲା ମାନେ ଲୋକମାନେ ଏସବୁକୁ ଭୁଲି ଯାଉଛନ୍ତି । କରୋନା ମୁକାବିଲା କରିବା ଅପେକ୍ଷା ସେମାନେ ଆମିଷ ଖାଇବାକୁ ଅଧିକ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳୁଛି । ଗୋଟେ ପଟେ ବାହାର ରାଜ୍ୟରେ କାମ କରୁଥିବା ଲୋକମାନେ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ଅନ୍ୟ ପଟେ ଆମର ଏଠି ଆମିଷ ଦୋକାନରେ ଭିଡ଼ । ଯାହାକି ଏକ ଚିନ୍ତାର ବିଷୟ । ଓଡିଶା ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚି ବାରମ୍ବାର ଘରେ ରହିବା ପାଇଁ ଅପିଲ କରୁଛନ୍ତି। ଏବେ ୨୨ ପ୍ରକାର ଖାଦ୍ୟ ଖାଇବାର ସମୟ ନୁହେଁ ବୋଲି ବୁଝାଉଛନ୍ତି । ହେଲେ ଲୋକ ବୁଝିବାକୁ ନାରାଜ । ଲକ୍ ଡାଉନ ସମୟକୁ ଆନେକ ମଉଜ ମହଲିସର ଦିନ ଭାବୁଛନ୍ତି। ଯାହା ଫଳରେ ସରକାରଙ୍କ ବାରମ୍ବାର ନିବେଦନ ପରେ ମଧ୍ୟ ସେମାନେ ବାରମ୍ବାର ବଜାରକୁ ଆସୁଛନ୍ତି। ଏହା ପ୍ରାୟତଃ ଆମିଷ ଦିନ ଗୋଡ଼ାକରେ ଅଧିକା ଦେଖୁବାକୁ ମିଳୁଛି। ସବୁ ଆମିଷ ଦୋକାନରେ ପ୍ରବଳ ଭିଡ । ସାମାଜିକ ଦୂରତାର କଥା ସେଠି ପଚାରେ କିଏ ? ଗୋଟେ ପଟେ ଭୋକର ତାଣ୍ଡବ ଚାଲିଥିବା ବେଳେ ଆଉ ଗୋଟେ ପଟେ ଭଲ ଖାଇବାର ପ୍ରତିଯୋଗିତା । ଏମିତି ପରିସ୍ଥିତି ଲାଗିରହିଲେ କରୋନା ହରାଇବା କଷ୍ଟକର ହୋଇଯିବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles