ସୁସ୍ଥ ହେଲେ ୩ ଜଣ, ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ..

ଭୁବନେଶ୍ୱର:ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ 8619ଟି ନମୂନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ 61 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। 21 ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। 103 ଜଣ ହସ୍ପିଟାଲ୍ ଆଇସୋଲେସନରେ ଅଛନ୍ତି l
ତେବେ ଆଜି ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି l ଏହାକୁ ଲଗାଇ ରାଜ୍ୟରେ କରୋନା ରୋଗୀ ସଂଖ୍ୟା 61ରେ ପହଂଚିଛି l

ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ..

ଭୁବନେଶ୍ୱର, ଏପ୍ରିଲ 17: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ।

ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ।
ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା । ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି । ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି ।

ସୋଆ ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ ଅଧିକାରୀ ଶ୍ରୀ ସୁଧାଂଶୁ ପଟ୍ଟନାୟକ ଓ ଏନଏସଏସ କୋଅରଡିନେଟର ଡକ୍ଟର ନଚିକେତା ଶର୍ମା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ବଣ୍ଟନ କାର୍ଯ୍ୟରେ 22 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ହରେକୃଷ୍ଣ ନାୟକ, 23 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଦିଲୀପ ମାଝୀ ଓ 49 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଅଶ୍ୱିନୀ ସୁନ୍ଦରରାଏ ପ୍ରମୁଖ ସହଯୋଗ କରିଥିଲେ ।

ଆସିଲା ଖୁସି ଖବର : ରାଜ୍ୟରେ ଆଉ ୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ଏବେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଭୟ ହେଉଛନ୍ତି ଭୁବନେଶ୍ୱର ବାସିନ୍ଦା । ଆଜି ହସ୍ପିଟାଲ୍ ରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଶୁଦ୍ଧା ରାଜ୍ୟରେ
୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏହାସହ ହସ୍ପିଟାଲରେ ଏବେ ୩୮ ଜଣ ଚିକିତ୍ସିତ ହେଉଛନ୍ତି ।

ଅସହାୟଙ୍କ ପ୍ରତି ଉଦାର ଓ ଅମାନିଆଙ୍କ ପ୍ରତି କଠୋର ହେଉଛନ୍ତି ଥାନା ଅଧିକାରୀ ।

ବ୍ୟାସନଗର :ଇତିମଧ୍ୟରେ ନଭେଲ୍ କରୋନା ପାଇଁ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ଚାଲୁ ରହିଛି ।ତେଣୁ ବ୍ୟାସନଗର ଅଞ୍ଚଳରେ ପୋଲିସ ବାହିନୀର କାର୍ଯ୍ୟଭାର ବଢି ଚାଲିଛି । ଜିଲ୍ଲା ପ୍ରଶାସନର ନିୟମକୁ ପାଳନ କରୁନଥିବା ବ୍ଯକ୍ତି ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ଉପରେ ତୀକ୍ଷଣ ନଜର ରଖିଛି ପୋଲିସ୍ ।ସେଥି ସହ ଅମାନିଆ ଗାଡି ଚାଳକଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ସାବାଡ୍ କରୁଛି । କିନ୍ତୁ ବିଡମ୍ବନାର ବିଷୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସତ୍ତ୍ୱେ ସୁଧୁରୁ ନାହାନ୍ତି ଅମାନିଆ ।ମିଳିଥିବା ସୂଚନା ଅନୁଯାୟୀ ଆଜି ଲକଡାଉନ୍ ନିୟମକୁ ଉଲଙ୍ଘନ କରିଥିବାରୁ ୬୧ଟି ଦୁଇ ଚକିଆ ଓ ୩ଟି ଚାରି ଚକିଆକୁ ଜବତ କରାଯାଇ ୨୧୦୦୦ଟଙ୍କା ଜୋରିମାନା ସହ,ମାସ୍କ୍ ବାବଦରେ ୧୬୦୦ଟଙ୍କା ଆଦାୟ କରାଯାଇଛି ।ଏଥି ସହ ଯାଜପୁର ରୋଡ ଥାନା ଅଧିକାରୀ ଶ୍ରୀ ଅନିଲ୍ କୁମାର ମହାନ୍ତି ବିଭିନ୍ନ ବ୍ଯାଙ୍କ୍ ସାମନାରେ ଧାଡିରେ ଛିଡାହୋଇଥିବା ଗ୍ରାହକଙ୍କୁ ସୁରକ୍ଷା ମାସ୍କ୍ ପ୍ରଦାନ କରିଥିଲେ ।ଏଠାରେ ଉଲ୍ଲେଖ କରାଯାଇପାରେ ବିଗତ କିଛି ଦିନ ତଳେ ଏହି ପୋଲିସ୍ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଥିବା ଦୀନ ଦୁଃଖୀ ମାନଙ୍କୁ ଖାଦ୍ୟ ପଦାର୍ଥ ବାଣ୍ଟିବା ନଜରକୁ ଆସିଥିଲା । ପୋଲିସର ଏପରି କାର୍ଯ୍ୟକଳାପକୁ ସାଧାରଣରେ ପ୍ରସଂଶା କରାଯାଇଛି ।କିଛି ବୁଦ୍ଧିଜିବୀଙ୍କ ମତ ଅନୁସାରେ ପୋଲିସ୍ ଅସହାୟଙ୍କ ପ୍ରତି ଉଦାର ଓ ଅମାନିଆଙ୍କ ପ୍ରତି କଠୋର ହେଉଛି,ଯାହା ଏକ ପ୍ରଶଂସନୀୟ କାର୍ଯ୍ୟ ।

ସଫେଇ କର୍ମଚାରୀଙ୍କୁ ଖାଦ୍ୟ ସହ ସୁରକ୍ଷା ଉପକରଣ ବାଣ୍ଟିଲେ ସ୍ବେଚ୍ଛାସେବୀ ।

ବ୍ୟାସନଗର :ଆଜି ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରୁ ଦୁଇଟି କୋଭିଡ୍-୧୯ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମାରାତ୍ମକ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଇଛନ୍ତି ।ଏଥିପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି ।ତେଣୁ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବାରୁ ଅନେକ ସ୍ଥାନରେ ସଫେଇ କର୍ମଚାରୀମାନେ ଖାଇବା, ଦୂରର କଥା ପାଣି ଟୋପାଏ ମଧ୍ୟ ପାଇପାରୁ ନାହାଁନ୍ତି ।ସେହି କଥାକୁ ହୃଦୟଙ୍ଗମ କରି ଯାଜପୁର ଜିଲ୍ଲାର ଅଗ୍ରଣୀ ଦୁଇ ଚକିଆ ପ୍ରତିଷ୍ଠାନ ତେଜ୍ ହୋଣ୍ଡା ତରଫରୁ ବ୍ୟାସନଗର ମୁନସିପାଲଟିର ସଫେଇ କର୍ମଚାରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ତେଜ୍ ହୋଣ୍ଡା ର ମୂଖ୍ୟ,ସମାଜସେବୀ ରୋଟାରୀଆନ ରାକେଶ କୁମାର ରାଉତ ପ୍ରାୟ ୧୨୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ମାନଙ୍କୁ ଶୁଖିଲାଖାଦ୍ୟ ସହ ସାନିଟାଇର୍,ଗ୍ଲୋଭ୍ସ,ମାସ୍କ୍ ଓ ପାଣି ବୋତଲ ବଣ୍ଟନ କରିଥିଲେ । ଏହି ଅବସରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର,ତହସିଲଦାର ସରୋଜ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ତହସିଲଦାର ରଶ୍ମିତା ସ୍ବାଇଁ ଏକଜିକ୍ୟୁଟିଭ୍ ଅଫିସର୍ ଶୁଭେନ୍ଦୁ କୁମାର ଯେନା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ଶ୍ରୀ ରାଉତ କେତେବେଳେ ପୋଲିସ ତ ଆଉ କେତେବେଳେ ଅସହାୟଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ମଧ୍ୟ ଲକ୍ଷାଧିକ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତେଜ୍ ହୋଣ୍ଡା ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।

ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ଅରୁଣଙ୍କ ନିର୍ଦ୍ଦେଶ…

ଭୁବନେଶ୍ୱର : ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ l ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ସମୟରେ ଏହି ନିର୍ଦ୍ଦେଶ ମନ୍ତ୍ରୀ l ଏହାସହ ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି l ଏଭଳି ଲକ୍ ଡାଉନ୍ ପୂର୍ବରୁ ନ ଥିଲା l ତେଣୁ ଟିକିଏ ଅସୁବିଧା ହେବ l ଦୁଇ ତିନି ସପ୍ତାହ ପରେ ପରିସ୍ଥିତି ଟିକିଏ ସ୍ଵାଭାବିକ୍ ହେଉଛି l ଯେଉଁ ଅଧିକାରୀ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ସମସ୍ତ ପଶୁ ଚିକିତ୍ସାଳୟ ଖୋଲିବାକୁ ନିର୍ଦେଶ l ଆନୁସଙ୍ଗିକ ଦୋକାନ ଖୋଲିବାକୁ ନିର୍ଦେଶ ଦିଆଯାଇଛି l ମଧୁର ଜଳ ମାଛ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ବୋଲି କୃଷିମନ୍ତ୍ରୀ କହିଛନ୍ତି l ବର୍ତମାନ ଲକ ଡାଉନ ସମୟରେ ରାଜ୍ୟରେ 200 ମେଟ୍ରିକ ଟନ ଚିକେନ ଆବଶ୍ୟକ ପଡ଼ୁଥିବା ବେଳେ 220 ମେଟ୍ରିକ ଟନ ଉପଲବ୍ଧ ରହିଛି l ସାଧାରଣ ସମୟରେ 400 ମେଟ୍ରିକ ଟନର ଆବଶ୍ୟକ ପଡୁଥିଲା l

6 ଜିଲ୍ଲାରେ 40 ଡିଗ୍ରୀ ଉପରେ ତାପମାତ୍ରା….

ଭୁବନେଶ୍ୱର : ୬ ଟି ସ୍ଥାନରେ ୪୧.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୨ ଡ଼ିଗ୍ରୀ ସି. ସୋନୁପୁର ରେ ରେକର୍ଡ କରାଯାଇଛି ଲୋ ଆସନ୍ତା ୪ ରୁ ୫ ଦିନ ଯାଏ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା ରେ କୌଣସି ପରିବର୍ତନ ର ସମ୍ଭାବନା ନାହିଁ | କିନ୍ତୁ ଓଡିଶା ର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି. କିମ୍ବା ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ର ସମ୍ଭାବନା ଅଛି* |
ଭୁବନେଶ୍ୱର- ୩୭.୪ ଡ଼ିଗ୍ରୀ ସି.
ବାଲେଶ୍ୱର -୩୮.୦ ଡ଼ିଗ୍ରୀ ସି.
ଚାନ୍ଦବାଲି – ୩୭.୫ ଡ଼ିଗ୍ରୀ ସି.
କଟକ -୩୬.୮ ଡ଼ିଗ୍ରୀ ସି.
ପାରାଦୀପ- ୩୧.୬ ଡ଼ିଗ୍ରୀ ସି.
ଗୋପାଳପୁର -୩୦.୫ ଡ଼ିଗ୍ରୀ ସି.
ପୁରୀ -୩୨.୬ ଡ଼ିଗ୍ରୀ ସି.
#*ଅନୁଗୁଳ – ୪୧.୫ ଡ଼ିଗ୍ରୀ ସି.*
ବାରିପଦା -୩୮.୨ ଡ଼ିଗ୍ରୀ ସି.
ଝାରସୁଗୁଡା – ୩୯.୮ ଡ଼ିଗ୍ରୀ ସି.
କେନ୍ଦୁଝର – ୩୯.୨ ଡ଼ିଗ୍ରୀ ସି.
ସମ୍ବଲପୁର- ୩୯.୬ ଡ଼ିଗ୍ରୀ ସି.
ହୀରାକୁଦ – ୩୯.୧ ଡ଼ିଗ୍ରୀ ସି.
#*ତାଳଚେର-୪୧.୪ ଡ଼ିଗ୍ରୀ ସି.*
ଭବାନୀପାଟଣା -୩୯.୭ ଡ଼ିଗ୍ରୀ ସି.
#*ବଲାଙ୍ଗୀର – ୪୧.୫ ଡ଼ିଗ୍ରୀ ସି.*
#*ଟିଟଲାଗଡ – ୪୧.୨ ଡ଼ିଗ୍ରୀ ସି.*
କୋରାପୁଟ -୩୫.୦ ଡ଼ିଗ୍ରୀ ସି.
#ମାଲକାନଗିରି – ୪୦.୦ ଡ଼ିଗ୍ରୀ ସି.
#*ସୋନୁପୁର – ୪୨.୨ ଡ଼ିଗ୍ରୀ ସି.*
ଦାରିଙ୍ଗିବାଡ଼ି – ୩୪.୫ ଡ଼ିଗ୍ରୀ ସି.
#ନୟାଗଡ -୩୯.୫ ଡ଼ିଗ୍ରୀ ସି.
#*ବୌଦ୍ଧ -୪୧.୨ ଡ଼ିଗ୍ରୀ ସି.*
ଛତ୍ରପୁର – ୩୪.୪ ଡ଼ିଗ୍ରୀ ସି.
ପାରଳାଖେମୁଣ୍ଡି – ୩୮.୦ ଡ଼ିଗ୍ରୀ ସି.
ରାୟଗଡ – ୩୪.୫ ଡ଼ିଗ୍ରୀ ସି.
ଫୁଲବାଣୀ -୩୯.୮ ଡ଼ିଗ୍ରୀ ସି.

ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପ୍ରଣବଙ୍କ ଶ୍ରଦ୍ଧାଞ୍ଜଳି

ଯାଜପୁର : ଆଜି ହେଉଛି ଓଡ଼ିଶାର ବରପୁତ୍ର ଲୋକପ୍ରିୟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକି। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ନିଡାମ୍ବର ଭାବେ ପାଳନ କରିବା ପାଇଁ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।ଯାଜପୁରରେ ଶତାବ୍ଦୀ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ବିଜେଡି ସଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜୁଙ୍କ ଫୋଟୋରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରବାଦ ପୁରୁଷଙ୍କ ବୀରତ୍ବକୁ ବବି ମନେ ପକେଇଥିଲେ । ଏହି ଅବସରରେ ଯାଜପୁରରେ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ବିଜୁଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଯାଜପୁର ବିଜେଡିର ରକ୍ତଦାନ ଶିବିର…

ଯାଜପୁର : ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯାଉଅଛି। ଆଜି ଯାଜପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ପକ୍ଷରୁ ଦଳ ଦ୍ୱାରା ରକ୍ତଦାନ ଶିବିର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ଯୁବ ନେତା ଭଵ ପ୍ରସାଦ ଦାସଙ୍କ ନେତୃତ୍ୱରେ ବହୁ ଯୁବ କର୍ମୀ ଆଜିର ରକ୍ତ ଦାନ ଶିବିରରେ ସାମିଲ ହୋଇଥିଲେ l ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦେଇଥିବା ବାର୍ତ୍ତାକୁ ଯୁବ ନେତାମାନେ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି l

ବିଜୁଙ୍କ ପାଇଁ ବିଜୟଙ୍କ ଏହି କେହି ପଦ…

ଭୁବନେଶ୍ୱର : ଭାରତୀୟ ରାଜନୀତିର ଯୁଗପୁରୁଷ, ଓଡିଶାବାସୀଙ୍କ ଚିରନମସ୍ୟ ସ୍ୱାଭିମାନୀ ନେତା ସ୍ୱର୍ଗତ ବିଜୁବାବୁଙ୍କର ୨୩ତମ ଶ୍ରାଦ୍ଧବାର୍ଷିକରେ ମୋର ଅନ୍ତରର ଗଭୀରତମ ଶ୍ରଦ୍ଧାଞ୍ଜଳି ।
ଯାହାଙ୍କ ପାଇଁ ରାଜ୍ୟରେ ମୋର ପରିଚିତି, ଯାହାଙ୍କର ସଂପୂର୍ଣ୍ଣ ଅବଦାନ ମୋତେ ତିଆରି କରିବାରେ, ସେହି ପ୍ରବାଦ ପୁରୁଷଙ୍କ ପାଦତଳେ ମୋର ପ୍ରଣାମ। ବିଜୁଙ୍କୁ ପାଇଁ ଏହି କେହି ପଦ ଲୋ ଲେଖି ଶ୍ରଦ୍ଧାଞ୍ଜଳି ଜଣାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର l

Follow us

20,832FansLike
0FollowersFollow
14,700SubscribersSubscribe

Latest news